ବିଧାନସଭା ନିର୍ବାଚନ ସରିବା ପରେ BJP ନେତାଙ୍କ ପ୍ରସ୍ତାବ ସ୍ୱୀକାର କରିବେ କି OP Rajbhar?
Advertisement

ବିଧାନସଭା ନିର୍ବାଚନ ସରିବା ପରେ BJP ନେତାଙ୍କ ପ୍ରସ୍ତାବ ସ୍ୱୀକାର କରିବେ କି OP Rajbhar?

ଓମ ପ୍ରକାଶ ରାଜଭର ଯେଉଁ ଉଦ୍ଦେଶ୍ୟ ରଖି ନିଜର ଏକ ଦଳ ଗଠନ କରିଛନ୍ତି ତାହାକୁ କେବଳ ବିଜେପି ପୂରଣ କରିପାରିବ। 

ବିଧାନସଭା ନିର୍ବାଚନ ସରିବା ପରେ BJP ନେତାଙ୍କ ପ୍ରସ୍ତାବ ସ୍ୱୀକାର କରିବେ କି OP Rajbhar?

ଲକ୍ଷ୍ନୌ: ବିଧାନସଭା ନିର୍ବାଚନ ସରିବା ପରେ ସୁହଲଦେବ ଭାରତୀୟ ସମାଜ ପାର୍ଟି ଅଧ୍ୟକ୍ଷ ଓମ ପ୍ରକାଶ ରାଜଭରଙ୍କୁ ଖୋଲାଖୋଲି ଭାବେ ପ୍ରସ୍ତାବ ଦେଇଛନ୍ତି ଉତ୍ତର ପ୍ରଦେଶ ବିଜେପି ଉପାଧ୍ୟକ୍ଷ ତଥା ବଲିୟା ନଗର ବିଧାୟକ ଦୟାଶଙ୍କର ସିଂହ। ଏନେଇ ସେ କହିଛନ୍ତି ଓମ ପ୍ରକାଶ ରାଜଭର ଯେଉଁ ଉଦ୍ଦେଶ୍ୟ ରଖି ନିଜର ଏକ ଦଳ ଗଠନ କରିଛନ୍ତି ତାହାକୁ କେବଳ ବିଜେପି ପୂରଣ କରିପାରିବ। ଯଦି ସେ ସମାଜବାଦୀ ମେଣ୍ଟରେ ସାମିଲ ହେବା ଜାରି ରଖନ୍ତି ତାହେଲେ ତାଙ୍କ ଉଦ୍ଦେଶ୍ୟ ପୂରଣ ହୋଇପାରିବ ନାହିଁ।

ବିଜେପି (BJP) ନେତୃତ୍ୱାଧିନ ମେଣ୍ଟରେ ସାମିଲ ହେବା ଲାଗି ସୁହଲଦେବ ଭାରତୀୟ ସମାଜ ପାର୍ଟି (Suheldev Bharatiya Samaj Party) ଏସବିଏସପି ଅଧ୍ୟକ୍ଷ (SBSP President) ଓମ ପ୍ରକାଶ ରାଜଭରଙ୍କୁ (Om Prakash Rajbhar) ଖୋଲାଖୋଲି ଭାବେ ଆମନ୍ତ୍ରଣ କରିଛନ୍ତି ଉତ୍ତର ପ୍ରଦେଶ ବିଜେପି ଉପାଧ୍ୟକ୍ଷ (UP BJP Vice President) ତଥା ବଲିୟା ନଗର ବିଧାୟକ  (Ballia Nagar MLA) ଦୟାଶଙ୍କର ସିଂହ (Daya Shankar Singh)। ଏନେଇ ସେ କହିଛନ୍ତି କେବଳ ବିଜେପି ସହ ରାଜଭରଙ୍କ ଦୀର୍ଘକାଳୀନ ଗଠବନ୍ଧନ ସମ୍ଭବ। ଯେଉଁ ଉଦ୍ଦେଶ୍ୟ ରଖି ନିଜର ଏକ ଦଳ ଗଠନ କରିଛନ୍ତି ତାହାକୁ କେବଳ ପ୍ରଧାନମନ୍ତ୍ରୀ ମୋଦି ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ପୂରଣ କରିପାରିବେ। ଏସବିଏସପି ଅଧ୍ୟକ୍ଷ ଅଧିକାଂଶ ସମୟରେ ପଛୁଆ ବର୍ଗଙ୍କ ସହ ଜଡି଼ତ ବିଭିନ୍ନ ପ୍ରସଙ୍ଗ ଉଠାଉଛନ୍ତି। ସମାଜର ଦୁର୍ବଳ ବର୍ଗକୁ ଆଗକୁ ନେବା ପାଇଁ ବିଜେପି ସରକାର (BJP Govt) କାର୍ଯ୍ୟ କରିଥାଏ।

Also Read: ସମାଜବାଦୀ ପାର୍ଟି ହାତ ଛାଡି ପୁଣି ବିଜେପି ହାତ ଧରିବେ ଓମ ପ୍ରକାଶ ରାଜଭର!

ସମାଜବାଦୀ ପାର୍ଟି (Samajwadi Party) ସହ ମେଣ୍ଟ ଜାରି ରଖିବା ନେଇ ଗତ ସୋମବାର ଜଣାଇଥିଲେ ଓମ ପ୍ରକାଶ ରାଜଭର। ବିଜେପି ସହ ପୁନର୍ବାର ହେବାକୁ ଥିବା ମେଣ୍ଟକୁ ନେଇ ହେଉଥିବା ଚର୍ଚ୍ଚାକୁ ଖାରଜ କରିଥିଲା ତାଙ୍କ ଦଳ। ଏନେଇ ଏସବିଏସପି ପକ୍ଷରୁ କୁହାଯାଇଥିଲା ବିଜେପି ସହ ପୁନର୍ବାର ମେଣ୍ଟ କରାଯାଉଥିବା ନେଇ ଯେଉଁ ଖବର ଆସୁଛି ତାହା କେବଳ ଗୁଜବ ମାତ୍ର। ଏଭଳି ଖବରର କୌଣସି ସତ୍ୟତା ନାହିଁ।   

ସମାଜବାଦୀ ପାର୍ଟି ଏକ ଜାତିବାଦୀ ଦଳ ବୋଲି ଅଭିଯୋଗ କରିଛନ୍ତି ବିଜେପି ବିଧାୟକ ଦୟାଶଙ୍କର ସିଂହ। ଏହି ଦଳ କେବେ ହେଲେ ଓମ ପ୍ରକାଶ ରାଜଭରଙ୍କ ଉଦ୍ଦେଶ୍ୟ ପୂରଣ କରିପାରିବ ନାହିଁ ବୋଲି କହିଛନ୍ତି ସେ। ଏସବିଏସପି ସମାଜବାଦୀ ମେଣ୍ଟରେ (Samajwadi Alliance) ଦୀର୍ଘକାଳୀ ଲାଗି ରହି ପାରିବ ନାହିଁ। କାରଣ ଉଭୟ ଦଳ ମଧ୍ୟରେ ଏକ ଅସଙ୍ଗତ ମେଣ୍ଟ ହୋଇଛି।

Also Read: ପଟ୍ଟ ବଦଳାଇଲେ OP Rajbhar; BJP ନୁହେଁ ଏହି ଦଳ ସହ କରିବେ ମେଣ୍ଟ

ଗତ ସପ୍ତାହରେ ଓମ୍ ପ୍ରକାଶ ରାଜଭର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସମେତ ଅନେକ ବରିଷ୍ଠ ବିଜେପି ନେତାଙ୍କୁ ଭେଟିଥିବା ନେଇ ଚର୍ଚ୍ଚା ହୋଇଥିଲା। ହେଲେ ଏହାକୁ ସେ ପ୍ରତ୍ୟାଖ୍ୟାନ କରିଥିଲେ। ସମାଜବାଦୀ ପାର୍ଟି ସହ ମତଭେଦ ରହିଥିବା ନେଇ ହେଉଥିବା ଚର୍ଚ୍ଚାକୁ ଖାରଜ କରିଦେଇଥିଲେ ସେ। ବିଧାନ ପରିଷଦ ନିର୍ବାଚନରେ ତାଙ୍କ ଦଳକୁ ସମାଜବାଦୀ ମେଣ୍ଟ ପକ୍ଷରୁ କୌଣସି ଗୋଟିଏ ହେଲେ ଆସନ ନଦେବା ପ୍ରସଙ୍ଗରେ ସ୍ପଷ୍ଟୀକରଣ ଦେଇ ସେ କହିଛନ୍ତି ଆମେ ଦଳ ଯୁଦ୍ଧ କରିବାକୁ ପ୍ରସ୍ତୁତ ନାହିଁ କାରଣ ଆମ ପାଖରେ ଟଙ୍କା ନାହିଁ। ସମାଜବାଦୀ ପାର୍ଟି ସହ ମତଭେଦ ରହିଥିବା ନେଇ ଯେଉଁ ଖବର ଆସୁଛି ତାହାକୁ ବିଜେପିର ଆଇଟି ସେଲ୍ ପ୍ରୋତ୍ସାହିତ କରୁଛି। ହେଲେ ଏପରି ଖବର କେବଳ ଗୁଜବ ମାତ୍ର।

Also Read: UP Poll 2022 ପୂର୍ବରୁ ହୋଇପାରେ ବଡଧରଣର ପରିବର୍ତ୍ତନ; ପୁଣି BJP ହାତ ଧରିବେ OP Rajbhar

ନିର୍ବାଚନ ଜିତିବା ପରେ ଜହୁରାବାଦ ବିଧାୟକ ଓମ ପ୍ରକାଶ ରାଜଭର ବଲିୟା ନଗର ବିଧାୟକ ଦୟାଶଙ୍କର ସିଂହଙ୍କୁ ଅଭିନନନ୍ଦନ ଜଣାଇଛନ୍ତି। ମାତ୍ର ମୁଁ କୌଣସି ବିଜେପି ନେତାଙ୍କ ସହ ଯୋଗାଯୋଗରେ ନାହିଁ ସ୍ପଷ୍ଟ କରିଛନ୍ତି ଏସବିଏସପି ଅଧ୍ୟକ୍ଷ।