UP Election 2022: ମତ ଗଣନା ପୂର୍ବରୁ SDM-ADM ଏବଂ ଲେଖପାଳ ହେଲେ ନିଲମ୍ବିତ
Advertisement

UP Election 2022: ମତ ଗଣନା ପୂର୍ବରୁ SDM-ADM ଏବଂ ଲେଖପାଳ ହେଲେ ନିଲମ୍ବିତ

ନିର୍ବାଚନ ଫଳାଫଳ ଆସିବା ପୂର୍ବରୁ ଇଭିଏମ୍ ସୁରକ୍ଷା ଏବଂ ନିର୍ବାଚନ ପ୍ରକ୍ରିୟାରେ ଶିଥିଳତା ଉପରେ ପ୍ରଶ୍ନ ଉଠାଇଛନ୍ତି ବିଭିନ୍ନ ରାଜନୈତିକ ଦଳ। 

UP Election 2022: ମତ ଗଣନା ପୂର୍ବରୁ SDM-ADM ଏବଂ ଲେଖପାଳ ହେଲେ ନିଲମ୍ବିତ

ଲକ୍ଷ୍ନୌ: ମାର୍ଚ୍ଚ ୧୦ ତାରିଖ ଗୁରୁବାର ପ୍ରକାଶ ପାଇବାକୁ ଯାଉଛି ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଫଳାଫଳ। ହେଲେ ଏହା ପୂର୍ବରୁ ଇଭିଏମ୍ ସୁରକ୍ଷା ଏବଂ ନିର୍ବାଚନ ପ୍ରକ୍ରିୟାରେ ଶିଥିଳତା ଉପରେ ପ୍ରଶ୍ନ ଉଠାଇଛନ୍ତି ବିଭିନ୍ନ ରାଜନୈତିକ ଦଳ। ଫଳାଫଳ ଆସିବାର ଗୋଟିଏ ଦିନ ପୂର୍ବରୁ ସନ୍ଥକବୀରନଗର ଜିଲ୍ଲାର ଜିଲ୍ଲାପାଳ ଜଣେ ଲେଖପାଳଙ୍କୁ ନିଲମ୍ବିତ କରି ତାଙ୍କ ବିରୋଧରେ ଏଫଆଇଆର ଦାଏର କରିବାକୁ ନିର୍ଦ୍ଦେଶ ମଧ୍ୟ ଦେଇଛି।

ନିଲମ୍ବିତ ହୋଇଥିବା ଲେଖପାଳଙ୍କ (Lekhpal) ପାଖରୁ ସମାଜବାଦୀ ପାର୍ଟି ନେତା ବାଲାଟ ପେପର ଜବତ କରିଥିଲେ। ଏଥର ମଧ୍ୟ ବାଲାଟ ପେପର ଜରିଆରେ ବହୁଳ ମାତ୍ରାରେ ଭୋଟ୍ ଗ୍ରହଣ ହୋଇଛି। ଏହାକୁ ଏଥର ଅନେକ ପ୍ରଶ୍ନ ମଧ୍ୟ ଉଠିଛି।
 
ଏହା ବ୍ୟତୀତ ସୋନଭଦ୍ରା ଜିଲ୍ଲାରେ ସମାଜବାଦୀ ପାର୍ଟି ପକ୍ଷରୁ ଲଗାତାର ଅଭିଯୋଗ କରାଯିବା ପରେ ଜଣେ ଉପଜିଲ୍ଲାପାଳଙ୍କୁ (Sub Divisional Magistrate) ହଟାଯାଇଛି। ଅନ୍ୟପଟେ ବାରଣାସୀ ଜିଲ୍ଲାରେ ଅତିରିକ୍ତ ଜିଲ୍ଲାପାଳ (Additional District Magistrate) ଏଡିଏମ (ADM) ଏନକେ ସିଂହଙ୍କୁ ନିଲମ୍ବିତ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ ଆୟୋଗ। 

Also Read: ବିଧାନସଭା ନିର୍ବାଚନ ବେଳେ ରଙ୍ଗକୁ ନେଇ ସରଗରମ ଉତ୍ତର ପ୍ରଦେଶ ରାଜନୀତି

ଏହା ପୂର୍ବରୁ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ୨୦୨୨ ଲାଗି ସପ୍ତମ ପର୍ଯ୍ୟାୟରେ ରାଜ୍ୟର ବାରଣାସୀ ଜିଲ୍ଲାର କ୍ୟାଣ୍ଟ ବିଧାନସଭା ଆସନର ଏକ ମତଦାନ କେନ୍ଦ୍ରରେ ନିୟୋଜିତ ହୋଇଥିବା ଜଣେ ଆଇଟିବିପି ଜଣେ ସବ୍-ଇନ୍ସପେକ୍ଟରଙ୍କୁ ପୋଲିଂ ଏଜେଣ୍ଟଙ୍କ ଭୋଟର ତାଲିକା ଫିଙ୍ଗିବା ଅଭିଯୋଗରେ ନିର୍ବାଚନ ଦାୟିତ୍ୱରୁ ହଟାଯାଇଥିଲା।

ଏନେଇ ପ୍ରତିକ୍ରିୟା ବାରଣାସୀ ଜିଲ୍ଲା ନିର୍ବାଚନ ଅଧିକାରୀ ଅଧିକାରୀ କୌଶଳ ରାଜ ଶର୍ମା କହିଥିଲେ ଜିଲ୍ଲାର କ୍ୟାଣ୍ଟ ବିଧାନସଭା ଆସନ ଅଧିନସ୍ଥ କମଚ୍ଛାସ୍ଥିତ ରଣବୀର ସଂସ୍କୃତ ବିଦ୍ୟାଳୟ ଠାରେ ହୋଇଥିବା ୨୪୩-୨୪୬ ମତଦାନ କେନ୍ଦ୍ରରେ ନିୟୋଜିତ ହୋଇଥିବା ଆଇଟିବିପି ଜଣେ ସବ୍-ଇନ୍ସପେକ୍ଟର ଚମନ ଲାଲ ନିର୍ବାଚନ ସମୟରେ ସମସ୍ତ ପୋଲିଂ ଏଜେଣ୍ଟଙ୍କ ଭୋଟର ତାଲିକା ଫିଙ୍ଗି ପ୍ରାର୍ଥୀଙ୍କୁ ମତଦାନ କେନ୍ଦ୍ରକୁ ଆସିବାରେ ରୋକିବା ନେଇ ଅଭିଯୋଗ ହୋଇଥିଲା।  

ନିର୍ବାଚନ ଆୟୋଗ ନିର୍ଦ୍ଦେଶନାମା ପାଳନ ନକରିବା ଏବଂ କର୍ମଚାରୀଙ୍କ ଆଚରଣ ବିଧି ଉଲ୍ଲଂଘନ ହେତୁ ଚମନ ଲାଲଙ୍କୁ ତୁରନ୍ତ ତାଙ୍କୁ ଦାୟିତ୍ୱରୁ ହଟାଯାଇଛି ଏବଂ ତାଙ୍କ ସ୍ଥାନରେ ମତଦାନ କେନ୍ଦ୍ରରେ ରିଜର୍ଭ ସିପିଏମଏଫ (Reserve CPMF) କିମ୍ବା ପିଏସସି (PAC) ସ୍ଥାପନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।