ବିଧାନସଭା ନିର୍ବାଚନ ବେଳେ ରଙ୍ଗକୁ ନେଇ ସରଗରମ ଉତ୍ତର ପ୍ରଦେଶ ରାଜନୀତି
Advertisement
Article Detail0/zeeodisha/odisha1114262

ବିଧାନସଭା ନିର୍ବାଚନ ବେଳେ ରଙ୍ଗକୁ ନେଇ ସରଗରମ ଉତ୍ତର ପ୍ରଦେଶ ରାଜନୀତି

ସରକାରୀ ବାସଭବନ ନାମ ଫଳକ ରଙ୍ଗ ବଦଳାଇବାକୁ ନେଇ ସରଗରମ ହୋଇଉଠିଛି ରାଜ୍ୟ ରାଜନୀତି। 

ବିଧାନସଭା ନିର୍ବାଚନ ବେଳେ ରଙ୍ଗକୁ ନେଇ ସରଗରମ ଉତ୍ତର ପ୍ରଦେଶ ରାଜନୀତି

ଲକ୍ଷ୍ନୌ: ରାଜ୍ୟରେ ବିଧାନସଭା ନିର୍ବାଚନ ଜାରି ରହିଥିବା ବେଳେ ପ୍ରଶାସନିକ ସ୍ତରରେ ଏପରି କିଛି କାମ ହେଉଛି ଯାହାର ଜବାବ କାହା ପାଖରେ ନାହିଁ। ହେଲେ ଏହି କାମର ଅନେକ ରାଜନୈତିକ ଅର୍ଥ ବାହାର କରାଯାଉଛି। ଯଦି ଉତ୍ତର ପ୍ରଦେଶର ରାଜନୈତିକ ଇତିହାସକୁ ଦେଖାଯାଏ ତାହେଲେ ବିଗତ ୩ ଦଶନ୍ଧି ମଧ୍ୟରେ କୌଣସି ଦଳର ସରକାର ରାଜ୍ୟରେ ପୁନର୍ବାର କ୍ଷମତାସୀନ ହୋଇନାହିଁ। 

ସଦ୍ୟ ରାଜ୍ୟର ଅଯୋଧ୍ୟା ଜିଲ୍ଲାପାଳଙ୍କ ବାସଭବନ (Ayodhya Collector Residence) ନାମ ଫଳକ ରଙ୍ଗ ବଦଳାଇବାକୁ ନେଇ ସରଗରମ ହୋଇଉଠିଛି ଉତ୍ତର ପ୍ରଦେଶ ରାଜନୀତି। ପ୍ରଥମେ ଜିଲ୍ଲାପାଳଙ୍କ ବାସଭବନ ନାମ ଫଳକ ରଙ୍ଗ ପ୍ରଥମେ ନାରଙ୍ଗୀ, ପରେ ସବୁଜ ଏବଂ ଶେଷରେ ଲାଲ ହୋଇଯାଇଛି।  

Also Read: ଜ୍ୟୋତିଷଙ୍କ ଭରସାରେ ପ୍ରାର୍ଥୀ; ନିର୍ବାଚନ ଜିତିବା ପାଇଁ କରୁଛନ୍ତି ଏହି କାମ

ଅଯୋଧ୍ୟାରେ ଅବସ୍ଥିତ ଥିବା ମନ୍ଦିର ଠାରୁ ଆରମ୍ଭ କରି ବାରଣାସୀ ଘାଟର ରଙ୍ଗକୁ ନେଇ ଖୁବ ରାଜନୀତି ହୋଇଥିଲା। ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଆରମ୍ଭ ହେବା ପରେ ଏବଂ ଏହି ଜିଲ୍ଲାକୁ ରାଜନେତାଙ୍କ ଗସ୍ତ ବଢିବା ପରେ ଅନେକ ଘର ନାରଙ୍ଗୀ ରଙ୍ଗରେ ରଙ୍ଗାୟିତ ହୋଇଯାଇଥିଲା। ଏପରି ଦୃଶ୍ୟ କାଶୀ ବିଶ୍ୱନାଥ କରିଡ଼ର ଉଦଘାଟନ ହେବା ଅବସରରେ ବନାରସରେ ମଧ୍ୟରେ ଦେଖିବାକୁ ମିଳିଥିଲା। 

ବର୍ତ୍ତମାନ ଅଯୋଧ୍ୟା ଜିଲ୍ଲାପାଳଙ୍କ ବାସଭବନ ନାମ ଫଳକ ପ୍ରଥମେ ନାରଙ୍ଗୀ, ପରେ ସବୁଜ ଏବଂ ଶେଷରେ ଲାଲ ରଙ୍ଗରେ ରଙ୍ଗାୟିତ କରିବାକୁ ନେଇ ସରଗରମ ହୋଇଉଠିଛି ରାଜ୍ୟ ରାଜନୀତି। ଏହି ନିଷ୍ପତ୍ତିକୁ ଗୃହ ନିର୍ମାଣ ବିଭାଗ ନୀତି ଦର୍ଶାଉଥିବା ବେଳେ ଜନସାଧାରଣ ଏହାକୁ କ୍ଷମତା ପରିବର୍ତ୍ତନ ସହ ଯୋଡ଼ି ଦେଖୁଛନ୍ତି। ହେଲେ ସରକାରୀ ବିଭାଗ ପକ୍ଷରୁ ଏନେଇ କୌଣସି ସ୍ପଷ୍ଟ ଜବାବ ରଖାଯାଇନାହିଁ। 

ସରକାରୀ ବାସଭବନ ରଙ୍ଗ ପରିବର୍ତ୍ତନ କରାଯିବା ପ୍ରସଙ୍ଗରେ ମତ ରଖି ସମାଜବାଦୀ ପାର୍ଟି ପକ୍ଷରୁ କୁହାଯାଇଛି ପ୍ରଶାସନିକ ଅଧିକାରୀ ପାଣିପାଗ ବିଶେଷଜ୍ଞ ହୋଇଥାନ୍ତି। କେଉଁ ଦଳ କେତେବେଳେ ସରକାର ଗଠନ କରିବ ତାହା ସେମାନେ ନିର୍ବାଚନ ଫଳାଫଳରୁ ଜାଣିଥାନ୍ତି। ସମାଜବାଦୀ ସମର୍ଥକ ଏହା ଫଟୋ ଉଠାଇ ସୋସିଆଲ ମିଡିଆ ଜରିଆରେ ପୋଷ୍ଟ କରି କହିଛନ୍ତି ରାଜ୍ୟରେ କ୍ଷମତା ପରିବର୍ତ୍ତନ ହେବାକୁ ଯାଉଥିବା ବେଳେ ଯୋଗୀ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ପରିଚାଳିତ ହେଉଥିବା ସରକାରୀ ଅଧିକାରୀ ଭୟଭୀତ ହୋଇ ଏପରି କାମ କରୁଛନ୍ତି। 

Also Read: ଏଣିକି ପ୍ରାର୍ଥୀଙ୍କୁ ଦେବାକୁ ହେବ ସିଙ୍ଗଡା, PPE Kit, ପୂଜା ପାଠ ଖର୍ଚ୍ଚର ହିସାବ: ମୂଲ୍ୟ ସ୍ଥିର କଲେ EC

ବାସଭବନ ନାମଫଳକ ରଙ୍ଗ ବଦଳାଯିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଅଯୋଧ୍ୟା ଜିଲ୍ଲାପାଳ ନୀତିଶ କୁମାର କହିଛନ୍ତି ତାଙ୍କ ସରକାରୀ ଘର ଲୋକ ନିର୍ମାଣ ବିଭାଗ ଡାକ ବଙ୍ଗଳା ଠାରେ ରହିଛି। ଏହି ଘରର ନବୀକରଣ କରାଯିବା ସହିତ ସବୁଜ ରଙ୍ଗର ନାମ ଫଳକ ଲଗାଇଛି ବିଭାଗ। ଅନ୍ୟପଟେ ଏହା ଉପରେ ଜବାବ ରଖି ବିଭାଗୀୟ ଅଧିକାରୀଙ୍କ ପକ୍ଷରୁ କୁହାଯାଇଛି ବିଭାଗର ରଙ୍ଗ ନୀତି ଅନୁଯାୟୀ ନାମ ଫଳକ ରଙ୍ଗକୁ ପରିବର୍ତ୍ତନ କରାଯାଇଛି।