Maharashtra Political Crisis: ସଂକଟ ମଧ୍ୟରେ ବିଧାନସଭାରେ ନେତୃତ୍ୱ ବଦଳାଇଲା ଶିବ ସେନା
Advertisement
Article Detail0/zeeodisha/odisha1233837

Maharashtra Political Crisis: ସଂକଟ ମଧ୍ୟରେ ବିଧାନସଭାରେ ନେତୃତ୍ୱ ବଦଳାଇଲା ଶିବ ସେନା

Shivsena Leadership: ଶିବ ସେନା ବିଧାୟକ ଦଳ ନେତା ଏବଂ ଦଳର ମୁଖ୍ୟ ସଚେତକ ପଦକୁ ନେଇ ଦଳର ବିଦ୍ରୋହୀ ଗୋଷ୍ଠୀ କେଉଁ ପଦକ୍ଷେପ ନେଉଛି ତାହା ଉପରେ ରହିଛି ନଜର। 

Maharashtra Political Crisis: ସଂକଟ ମଧ୍ୟରେ ବିଧାନସଭାରେ ନେତୃତ୍ୱ ବଦଳାଇଲା ଶିବ ସେନା

Shivsena Leadership: ମହାରାଷ୍ଟ୍ର ରାଜନୀତିରେ ସୃଷ୍ଟି ହୋଇଥିବା ରାଜନୈତିକ ସଂକଟ ମଧ୍ୟରେ ବିଧାନସଭାରେ ନେତୃତ୍ୱ ବଦଳାଇଛି ଶିବ ସେନା। ବିଧାନସଭାରେ ଅଜୟ ଚୌଧୁରୀଙ୍କୁ ଶିବ ସେନା ବିଧାୟକ ଦଳ ନେତା ଏବଂ ସୁନୀଲ ପ୍ରଭୁଙ୍କୁ ଦଳର ମୁଖ୍ୟ ସଚେତକ ଭାବେ ମାନ୍ୟତା ପ୍ରଦାନ କରିଛନ୍ତି ମହାରାଷ୍ଟ୍ର ବିଧାନସଭାର ପ୍ରଭାରୀ ବାଚସ୍ପତି ନରହରି ଜିରୱାଲ।       

ମାତ୍ର ଏହି ୨ ପଦ ଉପରେ ପୂର୍ବର ଏକନାଥ ସିନ୍ଦେଙ୍କ ଗୋଷ୍ଠୀ ନିଜର ଦାବି ଉପସ୍ଥାପନ କରିସାରିଛି। ହେଲେ ଏହି ରାଜନୈତିକ ଘଟଣାକ୍ରମ ମଧ୍ୟରେ ଶିବ ସେନା ବିଧାୟକ ଦଳ ନେତା ଏବଂ ଦଳର ମୁଖ୍ୟ ସଚେତକ ପଦକୁ ନେଇ ବିଦ୍ରୋହୀ ଶିବସେନା ବିଧାୟକ ଗୋଷ୍ଠୀ କେଉଁ ପଦକ୍ଷେପ ନେଉଛି ତାହା ଉପରେ ରହିଛି ନଜର। ଯଦିଓ ଶିବ ସେନା ଅଧ୍ୟକ୍ଷ ତଥା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକେରଙ୍କୁ ବିଭିନ୍ନ କ୍ଷେତ୍ରରେ ଜବାବ ଦେଇ ଆସୁଛି ବିଦ୍ରୋହୀ ବିଧାୟକ ଗୋଷ୍ଠୀ।

ପୂର୍ବରୁ ବିଦ୍ରୋହୀ ନେତା ଏକନାଥ ସିନ୍ଦେଙ୍କ ପାଖରେ ପ୍ରାୟ ୪୦-୪୫ ବିଧାୟକଙ୍କ ସମର୍ଥନ ରହିଥିବା ନେଇ କୁହାଯାଉଥିଲା। ବର୍ତ୍ତମାନ ପ୍ରାୟ ୫୦ ବିଦ୍ରୋହୀ ବିଧାୟକ ଏକନାଥ ସିନ୍ଦେଙ୍କ ଗୋଷ୍ଠୀରେ ସାମିଲ ହୋଇଥିବା କୁହାଯାଉଛି। 'ଶିବସେନା ବାଲାସାହେବ ଠାକରେ' (Shiv Sena Balasaheb Thackeray) ନାମରେ ଏକ ନୂଆ  ଦଳ ଗଠନ କରିବାକୁ ଘୋଷଣା କରି ସାରିଛନ୍ତି ଏକନାଥ ସିନ୍ଦେ।  

Also Read: Maharashtra Political Crisis: ବଢୁଛି ସିନ୍ଦେ ଗୋଷ୍ଠୀ, ମୁଖ୍ୟମନ୍ତ୍ରୀଙ୍କ ସହ ଅଛନ୍ତି କେତେ ଶିବ ସେନା ବିଧାୟକ?