Maharashtra Political Crisis: ବଢୁଛି ସିନ୍ଦେ ଗୋଷ୍ଠୀ, ମୁଖ୍ୟମନ୍ତ୍ରୀଙ୍କ ସହ ଅଛନ୍ତି କେତେ ଶିବ ସେନା ବିଧାୟକ?
Advertisement
Article Detail0/zeeodisha/odisha1230203

Maharashtra Political Crisis: ବଢୁଛି ସିନ୍ଦେ ଗୋଷ୍ଠୀ, ମୁଖ୍ୟମନ୍ତ୍ରୀଙ୍କ ସହ ଅଛନ୍ତି କେତେ ଶିବ ସେନା ବିଧାୟକ?

Maharashtra Political Crisis: ବର୍ତ୍ତମାନ କେବଳ  ୫ ଜଣ ଦଳୀୟ ବିଧାୟକ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ତଥା ଶିବ ସେନା ଅଧ୍ୟକ୍ଷ ଉଦ୍ଧବ ଠାକରେଙ୍କ ସମର୍ଥନରେ ରହିଥିବ କୁହାଯାଉଛି। 

Maharashtra Political Crisis: ବଢୁଛି ସିନ୍ଦେ ଗୋଷ୍ଠୀ, ମୁଖ୍ୟମନ୍ତ୍ରୀଙ୍କ ସହ ଅଛନ୍ତି କେତେ ଶିବ ସେନା ବିଧାୟକ?

Maharashtra Political Crisis: ମହାରାଷ୍ଟ୍ର ରାଜନୀତିରେ ସୃଷ୍ଟି ହୋଇଥିବା ରାଜନୈତିକ ସଂକଟ ଜାରି ବେଳେ ବିଧାୟକ ସଂଖ୍ୟା ବଳରେ ଶକ୍ତିଶାଳୀ ହେବାରେ ଲାଗିଛନ୍ତି ବିଦ୍ରୋହୀ ଶିବ ସେନା ନେତା ଏକନାଥ ସିନ୍ଦେ। ପ୍ରାୟ ୪୦-୪୫ ଜଣ ବିଧାୟକ ଏବେ ଏକନାଥ ସିନ୍ଦେ ଗୋଷ୍ଠୀରେ ସାମିଲ ହୋଇ ସାରିଛନ୍ତି। ସେହିପରି ଅନ୍ୟତମ ଶିବସେନା ବିଧାୟକ ଭାସ୍କର ଜାଧବ ମଧ୍ୟ ଏକନାଥ ସିନ୍ଦେଙ୍କ ସହ ଯୋଗାଯୋଗରେ ରହିଥିବା ଖବର ମିଳିଛି। 

ବର୍ତ୍ତମାନ କେବଳ  ୫ ଜଣ ଦଳୀୟ ବିଧାୟକ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ତଥା ଶିବ ସେନା ଅଧ୍ୟକ୍ଷ ଉଦ୍ଧବ ଠାକରେଙ୍କ ସମର୍ଥନରେ ରହିଥିବ କୁହାଯାଉଛି। ସେମାନେ ହେଉଛନ୍ତି...

୧.ମୁମ୍ବାଇ ବରଲି ଆସନର ବିଧାୟକ ଆଦିତ୍ୟ ଠାକରେ 

୨.ମୁମ୍ବାଇ ପୂର୍ବ ଜୋଗେଶ୍ୱରୀ ଆସନର ବିଧାୟକ ରବୀନ୍ଦ୍ର ବାୟକର

୩.ମୁମ୍ବାଇ ଦିନଦୋଶୀ ଆସନର ବିଧାୟକ ସୁନଲ ପ୍ରଭୁ  

୪. ମୁମ୍ବାଇ ପଶ୍ଚିମ ଭାଣ୍ଡୁପ ଆସନର ବିଧାୟକ ରମେଶ କୋରଗାୱକର

୫. ମୁମ୍ବାଇ କାଲିନା ଆସନର ବିଧାୟକ ସଞ୍ଜୟ ପୋତନିସ     

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ତଥା ଶିବ ସେନା ଅଧ୍ୟକ୍ଷ ଉଦ୍ଧବ ଠାକରେଙ୍କ ନିବେଦନ ସତ୍ତ୍ୱେ ଆହୁରି ୭ ଜଣ ଦଳୀୟ ବିଧାୟକ ବିଦ୍ରୋହୀ ଭୂମିକାରେ ଅବତୀର୍ଣ୍ଣ ହୋଇସାରିଛନ୍ତି। ସେମାନେ ଗୋହାଟି ଠାରେ ଅବସ୍ଥାନ କରୁଥିବା ଦଳର ବରିଷ୍ଠ ନେତା ଏକନାଥ ସିନ୍ଦେଙ୍କ ପାଖରେ ପହଞ୍ଚି ସାରିଛନ୍ତି। ଏବେ ଏକନାଥ ସିନ୍ଦେଙ୍କ ପାଖରେ ସର୍ବମୋଟ ୪୬ ବିଧାୟକ ରହିଥିବା ବେଳେ ଦଳର ୪୫ ବିଧାୟକ ଅଛନ୍ତି। ଅନ୍ୟପଟେ ୧୭ ଜଣ ଶିବ ସେନା ସାଂସଦ ଏକନାଥ ସିନ୍ଦେଙ୍କ ଗୋଷ୍ଠୀ ସହ ଆସି ପାରନ୍ତି। ଅନ୍ୟପଟେ ଶିବସେନା ବିଧାୟକ ରମେଶ ଲାତକଙ୍କ ମୃତ୍ୟୁ ହୋଇଛି। ବର୍ତ୍ତମାନ ଶିବ ସେନା ପାଖରେ ୫୪ ବିଧାୟକ ଅଛନ୍ତି। ଗତ ୨୦୧୯ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଶିବ ସେନା ୫୫ ଆସନ ପାଇଥିଲା।

ବୁଧବାର ଗୌହାଟି ଠାରେ ପହଞ୍ଚିବା ପରେ ଏକନାଥ ସିନ୍ଦେ କିଛି ସ୍ୱାଧୀନ ବିଧାୟକଙ୍କ ସମେତ ୪୬ ଜଣ ବିଧାୟକଙ୍କ ସମର୍ଥନ ଦାବି କରିଛନ୍ତି। ସେ ମହାରାଷ୍ଟ୍ର ବିଧାନସଭାର ଉପବାଚସ୍ପତିଙ୍କୁ ଏକ ଚିଠି ଲେଖିଥିଲେ। ଯେଉଁଥିରେ ୩୫ ଶିବସେନା ବିଧାୟକଙ୍କ ଦ୍ୱାରା ସ୍ୱାକ୍ଷରିତ ହୋଇଥିଲା। ଏଥିରେ ଭରତ ଗୋଗାୱଲେଙ୍କୁ ସୁନୀଲ ପ୍ରଭୁଙ୍କ ସ୍ଥାନରେ ବିଧାନସଭାରେ ଶିବସେନା ବିଧାୟକ ଦଳ ମୁଖ୍ୟ ସଚେତକ ନିଯୁକ୍ତ କରାଯାଇଥିଲା। ଅନ୍ୟପଟେ ଦଳର ଅନ୍ୟତମ ବିଧାୟକ ନୀତିନ ଦେଶମୁଖ କହିଛନ୍ତି ମୁଁ ଶିବସେନା ମୁଖ୍ୟ ତଥା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସହ ରହିଛି।

ଗୁରୁବାର ସକାଳେ ଆଉ ୩ ଜଣ ବିଧାୟକ ଗୁଆହାଟୀରେ ପହଞ୍ଚିଛନ୍ତି। ଏହାପୂର୍ବରୁ ବୁଧବାର ଗୁଆହାଟୀରେ ସିନ୍ଦେ ଗୋଷ୍ଠୀରେ ଆଉ ୪ ଜଣ ବିଧାୟକ ଯୋଗ ଦେଇଥିଲେ। ମହାରାଷ୍ଟ୍ରର ବିଧାୟକଙ୍କ ସହ ବର୍ତ୍ତମାନ ସାଂସ ମଧ୍ୟ ଏକନାଥ ସିନ୍ଦେଙ୍କ ସମର୍ଥନରେ ଆସିଛନ୍ତି। ପ୍ରାୟ ୧୭ ଜଣ ସାଂସଦ ଏକନାଥ ସିନ୍ଦେଙ୍କ ସହ ଯୋଗାଯୋଗରେ ଅଛନ୍ତି। ଗୌହାଟିରେ ଥାନେ ସାଂସଦ ରାଜନ ଭିକେୟାର ଏବଂ କଲ୍ୟାଣ ସାଂସଦ ଶ୍ରୀକାନ୍ତ ସିନ୍ଦେ ଉପସ୍ଥିତ ଅଛନ୍ତି। ୱସିମ ସାଂସଦ ଭାବନା ଗୱଲି, ପାଲଘର ସାଂସଦ ରାଜେନ୍ଦ୍ର ଗାଭିତ, ରାମଟେକ ସାଂସଦ କ୍ରୁପାଲ ମଧ୍ୟ ନିଜ ସମର୍ଥନ ଦେଇଛନ୍ତି।

ବୁଧବାର ରାତି ପ୍ରାୟ ଆଠଟା ସମୟରେ ୪ ଜଣ ବିଧାୟକ ଗୌହାଟିସ୍ଥିତ ରେଡିସନ୍ ବ୍ଲୁ ହୋଟେଲରେ ପହଞ୍ଚିଛନ୍ତି। ଏକନାଥ ସିନ୍ଦେ ଅନ୍ୟ ବିଦ୍ରୋହୀ ବିଧାୟକଙ୍କ ସହ ଏହି ହୋଟେଲ ଠାରେ ଅବସ୍ଥାନ କରୁଛନ୍ତି। ଗୌହାଟି ଠାରେ ପହଞ୍ଚିଥିବା ଶିବସେନା ବିଧାୟକଙ୍କ ମଧ୍ୟରେ ଗୁଲାବରାଓ ପାଟିଲ ଏବଂ ଯୋଗେଶ କଦମ ମଧ୍ୟ ସାମିଲ ଅଛନ୍ତି। ବାକି ୨ ବିଧାୟକ ମଞ୍ଜୁଲା ଗାଭିତ ଏବଂ ଚନ୍ଦ୍ରକାନ୍ତ ପାଟିଲ୍ ହେଉଛନ୍ତି ସ୍ୱାଧିନ ବିଧାୟକ। 

Also Read: Maharashtra Political Crisis: ୪୨ ବିଧାୟକଙ୍କ ସହ ଶକ୍ତି ପ୍ରଦର୍ଶନ କଲେ ଏକନାଥ ସିନ୍ଦେ

Also Read: ମୋତେ ଅପହରଣ କରାଯାଇଛି: ଶିବସେନା ବିଧାୟକ ନୀତିନ ଦେଶମୁଖ