'ଚୀନ ଅଧିକୃତ କୈଳାଶ ପର୍ବତରେ ବସିଛନ୍ତି ଶିବ; ଭଗବାନଙ୍କୁ ଅନ୍ୟତ୍ର ଖୋଜୁଛନ୍ତି ଭକ୍ତ'
Advertisement

'ଚୀନ ଅଧିକୃତ କୈଳାଶ ପର୍ବତରେ ବସିଛନ୍ତି ଶିବ; ଭଗବାନଙ୍କୁ ଅନ୍ୟତ୍ର ଖୋଜୁଛନ୍ତି ଭକ୍ତ'

ବିଭିନ୍ନ ସ୍ଥାନର ନାମ ପରିବର୍ତ୍ତନ ଉପରେ ମଧ୍ୟ ତାଙ୍କର ଧ୍ୟାନ ରହିଛି।

'ଚୀନ ଅଧିକୃତ କୈଳାଶ ପର୍ବତରେ ବସିଛନ୍ତି ଶିବ; ଭଗବାନଙ୍କୁ ଅନ୍ୟତ୍ର ଖୋଜୁଛନ୍ତି ଭକ୍ତ'

Shiv Sena targets BJP: ଜ୍ଞାନବ୍ୟାପୀ ମସଜିଦ ମାମଲାରେ ଦଳୀୟ ମୁଖପତ୍ର ସାମନା ସମ୍ପାଦକୀୟ ଜରିଆରେ କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାରକୁ ଟାର୍ଗେଟ କରିଛି ଶିବସେନା। ବିଜେପି ଉଦ୍ଦେଶ୍ୟରେ କଟାକ୍ଷ କରି ଶିବସେନା ପକ୍ଷରୁ କୁହାଯାଇଛି ବର୍ତ୍ତମାନ ମୋଦି ସରକାର ମସଜିଦ ପରିସରରେ ଶିବଲିଙ୍ଗ ଖୋଜୁଛନ୍ତି। ବିଭିନ୍ନ ସ୍ଥାନର ନାମ ପରିବର୍ତ୍ତନ ଉପରେ ମଧ୍ୟ ତାଙ୍କର ଧ୍ୟାନ ରହିଛି। ହନୁମାନ ଚାଳିଶା ଏବଂ ଲାଉଡ ସ୍ପୀକର ବିବାଦ ପରେ ବର୍ତ୍ତମାନ ମନ୍ଦିର-ମସଜିଦ ବିଜେପି ବିକାଶ ମଡେଲ ପାଲଟିଛି। 

ସୀମାରେ ଚୀନ ସହ ଚାଲିଥିବା ବିବାଦ ପ୍ରସଙ୍ଗ ଉଠାଇ ବିଜେପି ଉଦ୍ଦେଶ୍ୟରେ ଶିବସେନା ପକ୍ଷରୁ କୁହାଯାଇଛି ଚୀନ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ସରକାର ସମାଜକୁ ବିଭାଜନ କରିବା କାର୍ଯ୍ୟ କରୁଛନ୍ତି।  ନିକଟରେ କାଶ୍ମୀର ଉପତ୍ୟକାରେ କାଶ୍ମୀରୀ ପଣ୍ଡିତଙ୍କ ହତ୍ୟା ବାବଦରେ ଉଲ୍ଲେଖ କରି କୁହାଯାଇଛି ଅଯୋଧ୍ୟା କାମ ସରିଛ ଏବେ କାଶୀ ମଥୁରା ବାକି ରହିଛି ଭଳି ସ୍ଲୋଗାନ ହିନ୍ଦୁତ୍ୱବାଦୀଙ୍କୁ ସୁଖ ଦେଇଥାଏ। ହେଲେ କାଶ୍ମୀର ଘାଟିରେ ହିନ୍ଦୁ ପଣ୍ଡିତଙ୍କ ହେଉଥିବା ଦମନ କାଶୀ-ମଥୁରା ଭଳି ଏକ ଗୁରୁତର ସମସ୍ୟା। 

ଶିବସେନା ମୁଖପତ୍ର ସାମନା ଅନୁଯାୟୀ, ବାରାଣାସୀସ୍ଥିତ ଜ୍ଞାନବ୍ୟାପୀ ମସଜିଦ ପ୍ରସଙ୍ଗ ବିଜେପି ଏଜେଣ୍ଡା ଆଧାରରେ ନିଆଯାଇଛି।  ମସଜିଦ ପରିସରରେ ହୋଇଥିବା ସର୍ଭେ ଏବଂ ଭିଡିଓଗ୍ରାଫି ପରେ ଏଠାରେ ଶିବଲିଙ୍ଗ ମିଳିଥିବା କୁହାଯାଇଥିଲା। ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜଧାନୀ ଲକ୍ଷ୍ନୌକୁ ଲକ୍ଷ୍ମଣପୁର ନାମରେ ନାମିତ କରିବାକୁ ଯାଉଛନ୍ତି ବୋଲି ବିଜେପି ନେତା ବର୍ତ୍ତମାନ ପ୍ରଚାର କରୁଛନ୍ତି। ବିଜେପି ବିକାଶ ମଡେଲ ଏପରି ଚାଲିଛି। ହନୁମାନ ଚାଳିଶା ସହ ସହିତ ଜଡିତ ପ୍ରସଙ୍ଗ ଅଧିକ ଦିନ ରହିଲା ନାହିଁ। ପ୍ରତ୍ୟେକ ଥର ଏକ ନୂତନ ରାମ କାହାଣୀ କିମ୍ବା କୃଷ୍ଣ କାହାଣୀ ରଚନା କରାଯାଉଛି। ଯାହାର ଉତ୍ପତ୍ତି ରାମାୟଣ-ମହାଭାରତ ସହିତ ଜଡିତ ନୁହେଁ। ହେଲେ ଲୋକଙ୍କୁ ଉସକାଇବା ଭଳି କାର୍ଯ୍ୟ ଦ୍ରୁତ ଗତିରେ ହେଉଛି।  ତାଜମହଲ ଜମିରେ ଯାହା ଲୁଚି ରହିଛି ତାହାକୁ ଖୋଳି ବାହାର କରାଯାଉ। ଦିଲ୍ଲୀସ୍ଥିତି ଜାମା ମସଜିଦ ଉପରେ ବିଜେପି ନେତା ସାକ୍ଷୀ ମହାରାଜ ଦାବି ଉଠାଇଛନ୍ତି। ଦୁନିଆ କୁଆଡେ ଯାଉଛି ଏବଂ ଆମେ କଣ କରୁଛୁ? କୈଳାଶ ପର୍ବତ ସମସ୍ତ ହିନ୍ଦୁଙ୍କ ବିଶ୍ୱାସର କେନ୍ଦ୍ର। ଭଗବାନ ଶିବ କୈଳାଶ ପର୍ବତ ଉପରେ ବସିଛନ୍ତି। ସେହି ସ୍ଥାନ ବର୍ତ୍ତମାନ ଚୀନ୍ ଦ୍ୱାରା ଅଧିକୃତ ହୋଇଛି ଏବଂ ଭକ୍ତ ଭଗବାନଙ୍କୁ ତାଜମହଲ ତଳେ ଖୋଜୁଛନ୍ତି।

Also Read: Maharashtra Politics:ପୁଣି ମୁହାଁମୁହିଁ ବିଜେପି-ଶିବସେନା