UP Assembly: ସମାଜବାଦୀ ପାର୍ଟି ବିଧାୟକଙ୍କ ପାଖରେ ବସିବେ ନାହିଁ ଶିବପାଲ ଯାଦବ
Advertisement
Article Detail0/zeeodisha/odisha1196325

UP Assembly: ସମାଜବାଦୀ ପାର୍ଟି ବିଧାୟକଙ୍କ ପାଖରେ ବସିବେ ନାହିଁ ଶିବପାଲ ଯାଦବ

ନିକଟ ଅତୀତରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନ ପରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିବା ପରେ ଶିବପାଲ ଯାଦବ ବିଜେପି ହାତ ଧରିପାରନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା।

UP Assembly: ସମାଜବାଦୀ ପାର୍ଟି ବିଧାୟକଙ୍କ ପାଖରେ ବସିବେ ନାହିଁ ଶିବପାଲ ଯାଦବ

Shivpal Yadav vs Akhilesh Yadav: ସମାଜବାଦୀ  ପାର୍ଟି ଅଧ୍ୟକ୍ଷ ତଥା ପୁତୁରା ଅଖିଳେଶ ଯାଦବ ଏବଂ ତାଙ୍କ ଚାଚା ତଥା ପ୍ରଗତିଶୀଳ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଶିବପାଲ ଯାଦବଙ୍କ ମଧ୍ୟରେ ତିକ୍ତତା ଏବେ ଖୋଲାଖୋଲି ସାମ୍ନାକୁ ଆସିଲାଣି। ସ୍ଥିତି ଏପରି ହେଲାଣି ଯେ ଉତ୍ତର ପ୍ରଦେଶ ବିଧାନସଭାରେ ସମାଜବାଦୀ ପାର୍ଟି ବିଧାୟକଙ୍କ ପାଖରେ ବସିବାକୁ ଚାହୁଁନାହାଁନ୍ତି ଚାଚା ଶିବପାଲ। ଏନେଇ ସେ ଉତ୍ତରପ୍ରଦେଶ ବିଧାନସଭା ବାଚସ୍ପତିଙ୍କୁ ଗୃହରେ ତାଙ୍କ ବସିବା ପାଇଁ ସ୍ଥିର ହୋଇଥିବା ଆସନ ପରିବର୍ତ୍ତନ କରିବାକୁ ଅନୁରୋଧ କରିଛନ୍ତି। ଚାଚା ଶିବପାଲ ରାଜ୍ୟ ବିଧାନସଭା ମୁଖ୍ୟ ସଚିବଙ୍କୁ ତାଙ୍କ ଆସନ ବଦଳାଇବା ଲାଗି ପତ୍ର ଲେଖିଛନ୍ତି।

ରାଜ୍ୟର ଇଟାୱା ଜିଲ୍ଲାର ଜସୱନ୍ତନଗର ଆସନରୁ ବର୍ତ୍ତମାନ ସମାଜବାଦୀ ପାର୍ଟି ବିଧାୟକ ଅଛନ୍ତି ପ୍ରଗତିଶୀଳ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଶିବପାଲ ଯାଦବ। ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ  ନିଜ ଦଳ ବଦଳରେ ସମାଜବାଦୀ ପାର୍ଟି ପକ୍ଷର ନିର୍ବାଚନ ଲଢିଥିଲେ ଚାଚା ଶିବପାଲ।     

Also Read: 'ମୋତେ ଦଳରୁ ବାହାର କରି ଦିଆଯାଉ'

ସମାଜବାଦୀ ପାର୍ଟି ଅଧ୍ୟକ୍ଷ ତଥା ପୁତୁରା ଅଖିଲେଶ ଯାଦବଙ୍କ ସହ ମନୋମାଳିନ୍ୟ ହେବା ପରେ ପ୍ରଗତିଶୀଳ ସମାଜବାଦୀ ପାର୍ଟି ନାମରେ ନୂଆ ଦଳ ଗଢିଥିଲେ ଶିବପାଲ ଯାଦବ। ମାତ୍ର ୨୦୨୨ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ବୁଝାମଣା ହୋଇଯିବା ପରେ ସମାଜବାଦୀ ପାର୍ଟି ଦଳୀୟ ସଙ୍କେତ ସାଇକେଲ ଚିହ୍ନରେ ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଥିଲେ ଚାଚା ଶିବପାଲ।    

ଗତ ଅପ୍ରେଲ ୨୧ ତାରିଖରେ ପୁତୁରା ଅଖିଲେଶଙ୍କ ଉଦ୍ଦେଶ୍ୟରେ ପ୍ରତିକ୍ରିୟା ରଖି ଚାଚା ଶିବପାଲ କହିଥିଲେ ବିଜେପି ସହ ଯୋଗାଯୋଗରେ ଥିବା ଲୋକ  ସମାଜବାଦୀ ପାର୍ଟି ରେ ରହିବ ନାହିଁ। ଯଦି ମୁଁ ବିଜେପି ସହ ଯୋଗାଯୋଗରେ ରହିଥିବା ନେଇ ସେ ଭାବୁଛନ୍ତି ତାହେଲେ ମୋତେ ବିଧାୟକ ଦଳରୁ ବାହାର କରି ଦିଆଯାଉ।

Also Read: UP Politics: ଅଖିଲେଶ ଯାଦବଙ୍କୁ ମିଳିପାରେ ବଡ଼ ଝଟକା

ନିକଟ ଅତୀତରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନ ପରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିବା ପରେ ଶିବପାଲ ଯାଦବ ବିଜେପି ହାତ ଧରିପାରନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା। ଗତ ମାର୍ଚ୍ଚ ୨୬ ତାରିଖରେ ଅନୁଷ୍ଠିତ ହୋଇଥିବା ସମାଜବାଦୀ ପାର୍ଟି ବିଧାୟକ ଦଳ ବୈଠକରେ ଯୋଗ ଦେବା ଲାଗି ଶିବପାଲ ଯାଦବଙ୍କୁ ଆମନ୍ତ୍ରଣ ମିଳିନଥିଲ। ଯାହା ପରେ ପୁତୁରା ଅଖିଲେଶ ସହ ତାଙ୍କର ଦୂରତା ଆହୁରି ବଢିଯାଇଥିଲା। ହେଲେ ବିଧାନସଭା ନିର୍ବାଚନ ଶେଷ ହେବା ପର ଠାରୁ ଚାଚା ଶିବପାଲଙ୍କ ବାବଦରେ କୌଣସି ପ୍ରତିକ୍ରିୟା ରଖିନାହାଁନ୍ତି ପୁତୁରା ଅଖିଲେଶ।