Navjot Singh Sidhu ଙ୍କ ପରେ Amarinder Singh ଙ୍କ ଟାର୍ଗେଟରେ Rahul-Priyanka Gandhi
Advertisement

Navjot Singh Sidhu ଙ୍କ ପରେ Amarinder Singh ଙ୍କ ଟାର୍ଗେଟରେ Rahul-Priyanka Gandhi

ଚନ୍ନୀଙ୍କ ସରକାରରେ ସିଦ୍ଧୁ ହେଉଛନ୍ତି ସୁପର ସିଏମ। 

Navjot Singh Sidhu ଙ୍କ ପରେ Amarinder Singh ଙ୍କ ଟାର୍ଗେଟରେ Rahul-Priyanka Gandhi

ଚଣ୍ଡିଗଡ: ପ୍ରଥମେ ରାଜ୍ୟ କଂଗ୍ରେସ କମିଟି ସଭାପତିଙ୍କୁ ଟାର୍ଗେଟ କରିବା ପରେ ଏବେ ଦଳର କେନ୍ଦ୍ରୀୟ ନେତୃତ୍ୱଙ୍କ ରାଜନୈତିକ ଅଭିଜ୍ଞତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିଦାୟୀ ପଞ୍ଜାବ ମୁଖ୍ୟମନ୍ତ୍ରୀ। ଆସନ୍ତାବର୍ଷ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ କରିବାକୁ ନେଇ ସରଗରମ ହୋଇଉଠିଛି ଏହି କଂଗ୍ରେସ ଶାସିତ ରାଜ୍ୟର ରାଜନୀତି। 

ପ୍ରଥମେ ପଞ୍ଜାବ କଂଗ୍ରେସ କମିଟି (Punjab Congress Committee) ସଭାପତି ନବଜୋତ ସିଂହ ସିଦ୍ଧୁଙ୍କ (Navjot Singh Sidhu) ପରେ ଏବେ ବିଦାୟୀ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହଙ୍କ (CaptainAmarinder Singh) ଟାର୍ଗେଟରେ ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ। ମୁଖ୍ୟମନ୍ତ୍ରୀ ଗାଦି ଛାଡିବା ପରେ ସେମାନଙ୍କର ରାଜନୈତିକ ଅଭିଜ୍ଞତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିଦାୟୀ ମୁଖ୍ୟମନ୍ତ୍ରୀ। 

Also Read: Punjab Politics: Captain ଙ୍କ ପରବର୍ତ୍ତୀ ପଦକ୍ଷେପ ଉପରେ ନଜର

ସେମାନଙ୍କୁ ଟାର୍ଗେଟ କରି ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ କହିଛନ୍ତି ନବଜୋତ ସିଂହ ସିଦ୍ଧୁଙ୍କ ଭଳି ରାହୁଲ ଗାନ୍ଧୀ (Rahul Gandhi) କିମ୍ବା ପ୍ରିୟଙ୍କା ଗାନ୍ଧୀଙ୍କ (Priyanka Gandhi) ନିକଟରେ କୌଣସି ରାଜନୈତିକ ଅଭିଜ୍ଞତା ନାହିଁ। ରାଜନୀତିରେ ସେମାନେ ହେଉଛନ୍ତି ଅନଭିଜ୍ଞ। ଯଦି ଆସନ୍ତାବର୍ଷ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନରେ ସିଦ୍ଧୁଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦଳ ପକ୍ଷରୁ ଉପସ୍ଥାପିତ କରାଯାଏ ତାହେଲେ ମୁଁ ଏହାକୁ ସ୍ୱୀକାର କରିପାରିବି ନାହିଁ। ସିଦ୍ଧୁଙ୍କୁ କୌଣସି ପରିସ୍ଥିତିରେ ମୁଖ୍ୟମନ୍ତ୍ରୀ ହେବାକୁ ଦେବି ନାହିଁ। ଯଦି ଏଥିପାଇଁ କୌଣସି ବଳିଦାନ ଦେବାକୁ ହୁଏ ତାହେଲେ ମୁଁ ଦେବା ଲାଗି ପ୍ରସ୍ତୁତ।

କେବେଳ ଏତିକି ନୁହେଁ ଆସନ୍ତା ବିଧାନସଭା ନିର୍ବାଚନରେ ବର୍ତ୍ତମାନର ରାଜ୍ୟ କଂଗ୍ରେସ ଅଧ୍ୟକ୍ଷଙ୍କ ବିରୁଦ୍ଧରେ ପ୍ରାର୍ଥୀ ଛିଡା କରିବାକୁ ଘୋଷଣା କରିସାରିଛନ୍ତି ବିଦାୟୀ ପଞ୍ଜାବ ମୁଖ୍ୟମନ୍ତ୍ରୀ। ନବଜୋତ ସିଂହ ସିଦ୍ଧୁ ଦେଶ ଲାଗି ସବୁଠୁ ବଡ଼ ବିପଦ ବୋଲି କହିଛନ୍ତି ଅମରିନ୍ଦର ସିଂହ। ଯେଉଁ ଲୋକ ମନ୍ତ୍ରୀ ଥିବା ବେଳେ ନିଜ ବିଭାଗ ସମ୍ଭାଳି ପାରୁନଥିଲା ସେ କିପରି ସରକାର କିମ୍ବା କ୍ୟାବିନେଟ ଚଳାଇବ ବୋଲି ସିଦ୍ଧୁଙ୍କ ଉଦ୍ଦେଶ୍ୟରେ କଟାକ୍ଷ କରି ପ୍ରଶ୍ନ କରିଛନ୍ତି କ୍ୟାପ୍ଟେନ। 

Also Read: ପଦ ଛାଡିବା ପରେ Sidhu ଙ୍କ ବିରୁଦ୍ଧରେ ବର୍ଷିଲେ Amarinder Singh

ରାହୁଲ ଗାନ୍ଧୀ କିମ୍ବା ପ୍ରିୟଙ୍କା ଗାନ୍ଧୀଙ୍କ ନିକଟରେ କୌଣସି ରାଜନୈତିକ ଅଭିଜ୍ଞତା ନାହିଁ। ସେମାନଙ୍କ ପରାମର୍ଶଦାତା ସେମାନଙ୍କୁ ବିଭ୍ରାନ୍ତ କରି ରଖୁଛନ୍ତି। ମୁଁ ହେଉଛି ଏପରି ସୈନିକ ଯିଏ କେବେ ଲଢେଇରୁ ହଟିବେ ନାହିଁ ବୋଲି ଦଳର କେନ୍ଦ୍ରୀୟ ନେତୃତ୍ୱଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଅମରିନ୍ଦର ସିଂହ। ଆସନ୍ତାବର୍ଷ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନରେ (Punjab Assembly Election 2022)  ତାଙ୍କର ଭୂମିକା କ'ଣ  ରହିବ ତାହା ବର୍ତ୍ତମାନ ଚର୍ଚ୍ଚାର ପରିସର ମଧ୍ୟରେ ରହିଛି।

Also Read: ପଦ ଛାଡିବା ପରେ Sidhu ଙ୍କ ବିରୁଦ୍ଧରେ ବର୍ଷିଲେ Amarinder Singh

ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ଭାବେ ନବଜୋତ ସିଂହ ସିଦ୍ଧୁ ଦାୟିତ୍ୱ ଗ୍ରହଣ କରିବା ପର ଠାରୁ ତାଙ୍କର ବିଦାୟୀ ମୁଖ୍ୟମନ୍ତ୍ରୀଙ୍କ ସହ ବିଭିନ୍ନ ପ୍ରସଙ୍ଗକୁ ନେଇ ମୁହାଁମୁହିଁ ହୋଇଥିଲେ। ଏହାକୁ ନେଇ ଆରମ୍ଭ ହୋଇଯାଇଥିବା ଗୋଷ୍ଠୀ ବିବାଦ ବେଶ ଲମ୍ବା ସମୟ ଧରି ଚାଲିବା ପରେ ଶେଷରେ ମୁଖ୍ୟମନ୍ତ୍ରୀ ଗାଦି ହରାଇଥିଲେ କ୍ୟାପ୍ଟେନ। ତାଙ୍କ ପରେ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିଥିବା ଚରଣଜିତ ସିଂହ ଚନ୍ନୀଙ୍କ (Charanjit Singh Channi) ନେତୃତ୍ୱାଧିନ ସରକାରରେ ସିଦ୍ଧୁଙ୍କ ବଢୁଥିବା ପ୍ରଭାବକୁ ଟାର୍ଗେଟ କରି ସେ କହିଛନ୍ତି ବର୍ତ୍ତମାନ ରାଜ୍ୟର ସୁପର ସିଏମ (Super CM  Sidhu) ହୋଇଯାଇଛନ୍ତି ସିଦ୍ଧୁ। ତାଙ୍କୁ ଛାଡି ରାଜ୍ୟର ନବନିଯୁକ୍ତ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି ବିଦାୟୀ ମୁଖ୍ୟମନ୍ତ୍ରୀ। ଏନେଇ ସେ କହିଛନ୍ତି ଗୃହ ବିଭାଗ ସମ୍ଭାଳିବ ପାଇଁ ଚନ୍ନୀଙ୍କ ନିକଟରେ କୌଣସି ଅଭିଜ୍ଞତା ନାହିଁ।