Shocking News: ମରୁ ମରୁ ଅଳ୍ପକେ ବର୍ତ୍ତିଲେ ଏଆଇଏମଆଇଏମ ମୁଖ୍ୟ ଅସାଦୁଦ୍ଦିନ ଓୱେସୀ, ରେଳବାଇ କଲା ଏମିତି ଦାବି
Advertisement

Shocking News: ମରୁ ମରୁ ଅଳ୍ପକେ ବର୍ତ୍ତିଲେ ଏଆଇଏମଆଇଏମ ମୁଖ୍ୟ ଅସାଦୁଦ୍ଦିନ ଓୱେସୀ, ରେଳବାଇ କଲା ଏମିତି ଦାବି

Stone Pelting on Vande Bharat  Express: ଏଆଇଏମଆଇଏମ ମୁଖପାତ୍ର ୱାରିସ୍ ପଠାନ୍ ଅଭିଯୋଗ କରିଛନ୍ତି ଯେ ଦଳର ମୁଖ୍ୟ ଓୱେସି ବନ୍ଦେ ଭାରତ ଟ୍ରେନ ଯୋଗେ ଅହମ୍ମଦାବାଦ ଠାରୁ ସୁରଟ ଅଭିମୁଖେ ଯାତ୍ରା କରୁଥିଲେ। ସେ ଯେଉଁ କମ୍ପାର୍ଟମେଣ୍ଟ ମଧ୍ୟରେ ବସିଥିଲେ ତାହା ଉପରକୁ ପଥର ମାଡ଼ କରାଯାଇଥିଲା। 

 Shocking News: ମରୁ ମରୁ ଅଳ୍ପକେ ବର୍ତ୍ତିଲେ ଏଆଇଏମଆଇଏମ ମୁଖ୍ୟ ଅସାଦୁଦ୍ଦିନ ଓୱେସୀ, ରେଳବାଇ କଲା ଏମିତି ଦାବି

AIMIM Chief Asaduddin Owaisi: ବନ୍ଦେ ଭାରତ ଟ୍ରେନ ଯୋଗେ ଯାତ୍ରା କରିବା ବେଳେ ପଥରୁ ମାଡରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଏଆଇଏମଆଇଏମ ମୁଖ୍ୟ ଅସାଦୁଦ୍ଦିନ ଓୱେସୀ। ସୋମବାର ଏକ ସାଧାରଣ ସଭାରେ ଏଆଇଏମଆଇଏମ ମୁଖପାତ୍ର ୱାରିସ୍ ପଠାନ୍ ଅଭିଯୋଗ କରିଛନ୍ତି ଯେ ଦଳର ମୁଖ୍ୟ ଓୱେସି ବନ୍ଦେ ଭାରତ ଟ୍ରେନ ଯୋଗେ ଅହମ୍ମଦାବାଦ ଠାରୁ ସୁରଟ ଅଭିମୁଖେ ଯାତ୍ରା କରୁଥିଲେ। ସେ ଯେଉଁ କମ୍ପାର୍ଟମେଣ୍ଟ ମଧ୍ୟରେ ବସିଥିଲେ ତାହା ଉପରକୁ ପଥର ମାଡ଼ କରାଯାଇଥିଲା। 

ଏକ ଭିଡିଓ ଜରିଆରେ ଏଆଇଏମଆଇଏମ ମୁଖପାତ୍ରଙ୍କୁ (AIMIM Spokeperson) ଏହା କହୁଥିବାର ଶୁଣିବାକୁ ମିଳୁଛି ଆମେ ବନ୍ଦେ ଭାରତ ଏକ୍ସପ୍ରେସ (Vande Bharat Express) ଯୋଗେ ସୁରଟ (Surat) ଯାତ୍ରା କରୁଥିଲୁ। ଯେତେବେଳେ ଆମେ ସୁରଟ ଠାରୁ ୨୦-୨୫ କିଲୋମିଟର ଦୂରରେ ଥିଲୁ ସେତେବେଳେ କେହି ସେହି କମ୍ପାର୍ଟମେଣ୍ଟ (Train Compartment) ଉପରକୁ ପଥର ମାଡ଼ କରିଥିଲା। ଯେଉଁଠି ଆମ ଆମ ଦଳର ନେତା ଅସାଦୁଦ୍ଦିନ ଓୱେସି (AIMIM Chief Asaduddin Owaisi) ବସିଥିଲେ। ମୁଁ ତାଙ୍କ ପାଖରେ ବସିଥିଲି। ପଥର ମାଡ କାରଣରୁ ଆମେ ଯେଉଁ କମ୍ପାର୍ଟମେଣ୍ଟ ମଧ୍ୟରେ ବସିଥିଲୁ ତାହାର ଝରକା ଭାଙ୍ଗି ଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ (Prime Minister Narendra Modi) ଟାର୍ଗେଟ କରି ୱାରିସ୍ ପଠାନ୍ (Waris Pathan) କହିଛନ୍ତି ଆପଣ ପଥର ଫିଙ୍ଗନ୍ତୁ କିମ୍ବା ନିଆଁ ଫିଙ୍ଗନ୍ତୁ, ହେଲେ ଆମର ଅଧିକାରର ସ୍ୱର କେବେ ବନ୍ଦ ହୋଇନାହିଁ କିମ୍ବା ଏହା ବନ୍ଦ ହେବ ନାହିଁ। 

ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ବିଧାନସଭା ନିର୍ବାଚନ (Gujarat Assembly Elections 2022) ପାଇଁ କ୍ରମାଗତ ଭାବେ ଗୁଜୁରାଟ ଗସ୍ତରେ ଅସାଦୁଦ୍ଦିନ ଓୱେସୀ । ହେଲେ ସେ ଯେଉଁ ଟ୍ରେନ ଯୋଗେ ଯାତ୍ରା କରୁଥିଲେ ତାହା ଉପରକୁ ଆକ୍ରମଣ କରାଯାଇଥିବାର ଦାବି କରିଛନ୍ତି ୱାରିସ ପଠାନ୍। ପଥର ମାଡ଼ କାରଣରୁ ଏଆଇଏମଆଇଏମ ମୁଖ୍ୟ ଯାତ୍ରା କରୁଥିବା ବର୍ଥ ଝରକା ପଥର ଫିଙ୍ଗିବା ଦ୍ୱାରା ଭାଙ୍ଗି ଯାଇଛି। 

ଏହି ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଗୁଜୁରାଟ ରେଳବାଇ ପିଆରଓ (Gujarat Railway PRO)। ବନ୍ଦେ ଭାରତ ଟ୍ରେନ (Vande Bharat Train) ଉପରକୁ ପଥର ମାଡ଼ କରାଯିବା ଘଟଣାରେ ଏଆଇଏମଆଇଏମ ପକ୍ଷରୁ କରାଯାଉଥିବା ସମସ୍ତ ଦାବିକୁ ପ୍ରତ୍ୟାଖ୍ୟାନ କରିଛି ରେଳବାଇ। ଏନେଇ ପିଆରଓ କହିଛନ୍ତି ଯେ ପଥର ମାଡ଼ କରିବା ଭଳି କୌଣସି ଘଟଣା ହୋଇନାହିଁ। କେବଳ ରକ୍ଷଣାବେକ୍ଷଣ ହେତୁ ଏକ ପଥର ଝରକାକୁ ଧକ୍କା ଦେଇଥିଲା। ଅନ୍ୟପଟେ ପଶ୍ଚିମ ରେଳବାଇ ପୋଲିସ ଅଧୀକ୍ଷକ (Western Railway Police Superintendent) ରାଜେଶ ପରମାର କହିଛନ୍ତି ଯେ ଭରୁଚ ଜିଲ୍ଲାର (Bharuch District) ଅଙ୍କଲେଶ୍ୱର (Ankleshwar) ନିକଟସ୍ଥ ରେଳ ଧାରଣାରେ ଇଞ୍ଜିନିୟରିଂ କାମ ଚାଲିଥିଲା। ଯେତେବେଳେ ଏହି କାମ ଚାଲିଥିଲା ସେତେବେଳେ ଟ୍ରେନ ଝରକା ଉପରେ କିଛି ଜିନିଷ ଆସି ପିଟି ହୋଇଯାଇଥିଲା। ହେଲେ ଏହା ପଥର ଫିଙ୍ଗିବା ଘଟଣା ନୁହେଁ। ଏଆଇଏମଆଇଏମ ମୁଖ୍ୟ ଅସାଦୁଦ୍ଦିନ ଓୱେସୀ ଝରକା ଠାରୁ ଦୂରରେ ବସିଥିଲେ। ପଥର ମାଡ଼ରେ ଭାଙ୍ଗିଯାଇଥିବା ଝରକାକୁ ବଦଳାଇ ଦିଆଯାଇଛି। ଜଣେ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଅଫ୍ ପୋଲିସ୍  ଅଧିକାରୀ ଏହି ଘଟଣାର ତଦନ୍ତ କରୁଛନ୍ତି।