Subhadra SOP: ଅଗଷ୍ଟ ୧୫ରେ ଆସିବ ‘ସୁଭଦ୍ରା’ ଏସ୍‌ଓପି
Advertisement
Article Detail0/zeeodisha/odisha2378192

Subhadra SOP: ଅଗଷ୍ଟ ୧୫ରେ ଆସିବ ‘ସୁଭଦ୍ରା’ ଏସ୍‌ଓପି

Subhadra SOP: ଏହି ଯୋଜନାରେ କେଉଁମାନଙ୍କୁ ଅନ୍ତର୍ଭୁକ୍ତ କରାଯିବ ସେ ସମ୍ପର୍କରେ ଚିତ୍ର ସ୍ପଷ୍ଟ ହେବ ଅଗଷ୍ଟ ୧୫ରେ । ଆଜି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏନେଇ ସୂଚନା ଦେଇଛନ୍ତି । 

Subhadra SOP: ଅଗଷ୍ଟ ୧୫ରେ ଆସିବ ‘ସୁଭଦ୍ରା’ ଏସ୍‌ଓପି

Subhadra SOP: ସ୍ୱାଧିନତା ଦିବସରେ ଆସିବାକୁ ଯାଉଛି ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ସୁଭଦ୍ରା ଯୋଜନାର ଏସଓପି । ଏହି ଯୋଜନାରେ କେଉଁମାନଙ୍କୁ ଅନ୍ତର୍ଭୁକ୍ତ କରାଯିବ ସେ ସମ୍ପର୍କରେ ଚିତ୍ର ସ୍ପଷ୍ଟ ହେବ ଅଗଷ୍ଟ ୧୫ରେ । ଆଜି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ସୁଭଦ୍ରା ଯୋଜନାର ବଜେଟ୍ ୧୦ କୋଟି ଟଙ୍କା ହୋଇଥିଲେ ମଧ୍ୟ ଆବଶ୍ୟକସ୍ଥଳେ ଏହାକୁ ବୃଦ୍ଧି କରାଯାଇପାରେ । ଅଗଷ୍ଟ ୧୫ରେ ଏସଓପି ଆସିବା ମାସେ ପରେ ସେପ୍ଟେମ୍ୱର ୧୭ରେ ସୁଭଦ୍ରା ଯୋଜନା ଲାଗୁ କରାଯିବ ବୋଲି କୁହାଯାଇଛି ।

ସୁଭଦ୍ରା ଯୋଜନା ଏସଓପି ଆସିବା ପୂର୍ବରୁ ଏହାକୁ ନେଇ ବିଭିନ୍ନ ଚର୍ଚ୍ଚା ଆଲୋଚନା ଆରମ୍ଭ ହୋଇଗଲାଣି । କେଉଁମାନେ ଏହି ଯୋଜନାରେ ସାମିଲ ହେବେ ସେନେଇ ରାଜନୈତିକ ବିଶେଷଜ୍ଞମାନେ ଆକଳନ କରିବା ମଧ୍ୟ ଆରମ୍ଭ କରିଦେଲେଣି । କୁହାଯାଉଛି ଯେ, ଉଚ୍ଚବର୍ଗର ଲୋକମାନେ ହୁଏତ ସୁଭଦ୍ରା ଯୋଜନାରୁ ବାଦ ପଡିପାରନ୍ତି । ବିଶେଷ କରି ଆୟକର ପୈଠ କରୁଥିବା ଚାକିରିଆ ଏବଂ ବ୍ୟବସାୟୀଙ୍କୁ ଏହି ଯୋଜନାରୁ ବାଦ ଦିଆଯାଇପାରେ । ଏହି ଯୋଜନା ଗରିବମାନଙ୍କୁ ଧ୍ୟାନରେ ରଖି ପ୍ରସ୍ତୁତ କରାଯାଇଛି ବୋଲି ସାଧାରଣ ଲୋକେ ଆଲୋଚନା କରୁଛନ୍ତି । ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କୌଣସି ଦଳକୁ ନିର୍ଦ୍ଦିଷ୍ଟ ଭାବେ ଟାର୍ଗେଟ୍ ନକରି ପରୋକ୍ଷରେ ପୂର୍ବ ସରକାରଙ୍କ କାମ ଏବଂ ଯୋଜନା ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରି କହିଛନ୍ତି ଯେ, ଆମ ସରକାର ମାଆମାନଙ୍କୁ ଭୋଟ ବ୍ୟାଙ୍କ ଭାବେ ବ୍ୟବହାର କରେନାହିଁ । କିପରି ମାଆମାନଙ୍କ ବିକାଶ ହୋଇପାରିବ ସେଥିପ୍ରତି ଧ୍ୟାନ ଦିଏ । ଏଥିସହ ପୂର୍ବରୁ ଚାଲିଆସିଥିବା ଯୋଜନା ମିଶନ ଶକ୍ତିକୁ ବନ୍ଦ ନକରିବା କଥା ମଧ୍ୟ କହିଛନ୍ତି ଉପମୁଖ୍ୟମନ୍ତ୍ରୀ । 

ସରକାରକୁ ଆସିଲେ ଓଡ଼ିଶାର ମହିଳାମାନଙ୍କ ପାଇଁ ସୁଭଦ୍ରା ଯୋଜନା ଲାଗୁ କରିବାକୁ ବିଜେପି ନିର୍ବାଚନ ପୂର୍ବରୁ ପ୍ରତିଶ୍ରୁତି ଦେଇଥିଲା। ବିଜେପି ସରକାର ପ୍ରଥମ ବଜେଟରେ ‘ସୁଭଦ୍ରା’ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ ୧୦ ହଜାର କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି। ‘ସୁଭଦ୍ରା’ ଯୋଜନା ସମ୍ପର୍କରେ ରାଜ୍ୟସରକାର ସମସ୍ତଙ୍କ ଅବଗତି ନିମନ୍ତେ ବିଧିବଦ୍ଧ ଘୋଷଣା କରିବେ। ଏହି ଯୋଜାନାରେ ଆବେଦନ କରିବା ପାଇଁ ସରକାରଙ୍କ ପକ୍ଷରୁ କୌଣସି ଫର୍ମ ଜାରି କରାଯାଇ ନାହିଁ କିମ୍ବା କୌଣସି ଓ୍ଵେବସାଇଟ ଖୋଲାଯାଇ ନାହିଁ। ଏହାକୁ ନେଇ ଭ୍ରମିତ ନହେବାକୁ ଲୋକଙ୍କ ପରାମର୍ଶ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।

Also Read- ବାଲେଶ୍ୱର ସୋରରେ ବଜ୍ରପାତ, ୨ ଚାଷୀଙ୍କ ମୃତ୍ୟୁ

Also Read- Lucky Zodiac Sign: ଅଗଷ୍ଟ ୧୧ରେ ଦ୍ୱିପୁଷ୍କର ଯୋଗର ଶୁଭ ସମକକ୍ଷ, ୫ଟି ରାଶିର ଭାଗ୍ୟ ଉଜ୍ୱଳ