Paradeep: ଦଳୀୟ କର୍ମୀଙ୍କୁ ସୁନୀଲ ବଂଶଲଙ୍କ ଗୁରୁମନ୍ତ୍ର
Advertisement
Article Detail0/zeeodisha/odisha1551610

Paradeep: ଦଳୀୟ କର୍ମୀଙ୍କୁ ସୁନୀଲ ବଂଶଲଙ୍କ ଗୁରୁମନ୍ତ୍ର

ପାରାଦୀପ: ଆଗାମୀ ୨୦୨୪ ନିର୍ବାଚନ ଲାଗି ଅଣ୍ଟା ଭିଡିଲେଣି ସମସ୍ତ ରାଜନୈତିକ ଦଳ। ଏଥିମଧ୍ୟରେ ଜଗତସିଂହପୁର ଜିଲ୍ଲା ଗସ୍ତ କରି  ଦଳୀୟ କର୍ମୀଙ୍କୁ ଗୁରୁମନ୍ତ୍ର ଦେଇଥିଲେ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତଥା ଓଡିଶା ପ୍ରଭାରୀ ସୁନୀଲ ବଂଶଲ ।

 Paradeep: ଦଳୀୟ କର୍ମୀଙ୍କୁ ସୁନୀଲ ବଂଶଲଙ୍କ ଗୁରୁମନ୍ତ୍ର

ପାରାଦୀପ: ଆଗାମୀ ୨୦୨୪ ନିର୍ବାଚନ(General Election 2024) ଲାଗି ଅଣ୍ଟା ଭିଡିଲେଣି ସମସ୍ତ ରାଜନୈତିକ ଦଳ। ବିପୁଳ ଜନମତ ସହ ଭୋଟ ବ୍ୟାଙ୍କ ଅକ୍ତିଆର କରିବା ନେଇ ପ୍ରୟାସ ଆରମ୍ଭ କଲେଣି ରାଜ୍ୟର ପ୍ରମୁଖ ଦଳ । ତେବେ ଆଗାମୀ ନିର୍ବାଚନରେ ସରକାର ଗଠନ ନେଇ ଆଶାବାଦୀ ଥିବା ବିଜେପି ତୃଣମୂଳ ସ୍ତରରେ ଦଳୀୟ ସଙ୍ଗଠନକୁ ମଜଭୁତ କରିବା ଲାଗି କସରତ ଆରମ୍ଭ କରିଛି । ନିକଟରେ ଜଗତସିଂହପୁର ଜିଲ୍ଲା ଗସ୍ତ କରିଥିଲେ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତଥା ଓଡିଶା ପ୍ରଭାରୀ ସୁନୀଲ ବଂଶଲ(Sunil Bansal) । ଜିଲ୍ଲା ଗସ୍ତ କରି ସେ ଦଳୀୟ କର୍ମକର୍ତ୍ତାଙ୍କ ସହିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି । ଏହି ବୈଠକରେ ଦଳର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରାଯିବା ସହିତ ଆଗାମୀ ୪ ମାସ ପାଇଁ ଦଳୀୟ କାର୍ଯ୍ୟପନ୍ଥା ସ୍ଥିର କରାଯାଇଛି ।

ତେବେ ଏହି ବୈଠକରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶାସକ ବିଜେଡ଼ି ଉପରେ ବର୍ଷିଛନ୍ତି ରାଜ୍ୟ ବିଜେପିର ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର। ଲେଖାଶ୍ରୀ କହିଛନ୍ତି ବିଜେଡ଼ି ଶାସନରେ ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ମହିଳା କେହି ମଧ୍ଯ ସୁରକ୍ଷିତ ନୁହେିଁ । 

ମହିଳାଙ୍କ ଉପରେ ଅତ୍ୟାଚାର, ଦୁର୍ଷ୍କମ, ଅପହରଣ ଓ ହତ୍ୟାର ଦିନକୁ ଦିନ ବଢିବାରେ ଲାଗିଛି । ବ୍ୟାପକ ସୁରକ୍ଷା ବ୍ୟବସ୍ଥା ପରେ ବି ଦିବାଲୋକରେ ମନ୍ତ୍ରୀଙ୍କ ଉପରକୁ ଗୁଳି ଚାଳନା କରାଯାଉଛି । ଯେଉଁଠି ଖୋଦ ମନ୍ତ୍ରୀ ସୁରକ୍ଷିତ ନୁହଁନ୍ତି ସେଠି ଜନତା କିପରି ସୁରକ୍ଷିତ ରହିପାରିବେ ସେ ନେଇ ପ୍ରଶ୍ନ ଉଠାଇଛନ୍ତି । ଏଭଳି କାର୍ଯ୍ୟ ଦର୍ଶାଉ ଯେ, ରାଜ୍ୟରେ ଦୁର୍ନିତୀର ଚେର ଲମ୍ୱି ଚାଲିଛି । ଏହି ଅପାରଗ ସରକାରଙ୍କୁ ଶାସନ ଗାଦିରୁ ହଟାଇବାକୁ ପଡ଼ିବ।

Also Read-Uttar Pradesh: ଗର୍ଲଫ୍ରେଣ୍ତକୁ ଲଦାଖ ଟ୍ରିପରେ ନେବା ଲାଗି ଟଙ୍କା ନଦେବାରୁ ମାରିଦେଲା ପୁତୁରା

Also Read- VigilanceRaid:ଭିଜିଲାନ୍ସ ପଞ୍ଝାରେ ଟାଟା ପାୱାର ଜେନେରାଲ ମ୍ୟାନେଜର, ବାସଭବନ ସମେତ ୧୦ଟି ସ୍ଥାନରେ ରେଡ୍

ସାଧାରଣ ନିର୍ବାଚନ ଆଉ ଗୋଟିଏ ବର୍ଷ ବାକି ଥିବା ବେଳେ ଏହି ବୈଠକ ଦଳ ପାଇଁ ବେଶ କରୁଥିବା ଗୁରୁତ୍ୱବହନ କରୁଛି। ଏହି ବୈଠକରେ ରାଜ୍ୟ ବିଜେପିର ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର, ଉପ ସଭାନେତ୍ରୀ ପ୍ରଭାତୀ ପରିଡ଼ା, ରାଜ୍ୟ ଏସସି ମୋର୍ଚା ସଭାପତି ବିଭୁ ପ୍ରସାଦ ତରାଇ, ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି, ରାଜ୍ୟ ପ୍ରବକ୍ତା ବିରଞ୍ଚି ତ୍ରିପାଠୀ, ଜିଲ୍ଲା ବିଜେପି ସଭାପତି ସତ୍ୟବ୍ରତ ମହାପାତ୍ର ପ୍ରମୁଖ ଯୋଗଥିଲେ।  ଆଗାମୀ ୨୦୨୪ ନିର୍ବାଚନରେ କିଭଳି ବିଜେପି ଅଧିକରୁ ଅଧିକ ସିଟ୍ ହାସଲ କରିବ ସେ ବାବଦରେ ଦଳୀୟ ନେତୃବୃନ୍ଦଙ୍କୁ ଗୁରୁମନ୍ତ୍ର ଦିଆଯାଇଛି ।