Asaduddin Owaisi: AIMIM ମୁଖ୍ୟଙ୍କ ଆକ୍ରମଣ ମାମଲାରେ ଆସିଲା ନୂଆ ମୋଡ଼, ଆକ୍ରମଣକାରୀଙ୍କ ଜାମିନ ଖାରଜ କଲେ ସୁପ୍ରିମକୋର୍ଟ
Advertisement

Asaduddin Owaisi: AIMIM ମୁଖ୍ୟଙ୍କ ଆକ୍ରମଣ ମାମଲାରେ ଆସିଲା ନୂଆ ମୋଡ଼, ଆକ୍ରମଣକାରୀଙ୍କ ଜାମିନ ଖାରଜ କଲେ ସୁପ୍ରିମକୋର୍ଟ

Attack on Asaduddin Owaisi: ଆସାଦୁଦ୍ଦିନ ଓୱେସିଙ୍କ ଏକ ଆବେଦନକୁ ପ୍ରତ୍ୟାଖ୍ୟାନ କରି ସୁପ୍ରିମକୋର୍ଟ କହିଛନ୍ତି ଯେ ଆହ୍ଲାବାଦ ହାଇକୋର୍ଟ ଜାମିନ ପ୍ରଦାନ ବେଳେ କୌଣସି କାରଣ ଦର୍ଶାଇ ନାହାଁନ୍ତି। ଏହି ମାମଲାରେ ଉପସ୍ଥାପିତ ପ୍ରମାଣ/ଚାର୍ଜସିଟ୍ ମଧ୍ୟ ବିଚାର କରାଯାଇ ନଥିଲା। ଏହି ମାମଲାର ଗମ୍ଭୀରତାକୁ ବିଚାର କରି ଆମେ ହାଇକୋର୍ଟଙ୍କ ଆଦେଶକୁ ଖାରଜ କରୁଛୁ।

Asaduddin Owaisi: AIMIM ମୁଖ୍ୟଙ୍କ ଆକ୍ରମଣ ମାମଲାରେ ଆସିଲା ନୂଆ ମୋଡ଼, ଆକ୍ରମଣକାରୀଙ୍କ ଜାମିନ ଖାରଜ କଲେ  ସୁପ୍ରିମକୋର୍ଟ

AIMIM Chief Asaduddin Owaisi: ଏଆଇଏମଆଇଏମ ସଭାପତି ଅସାଦୁଦ୍ଦିନ ଓୱେସିଙ୍କ ଆକ୍ରମଣକାରୀଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ। ଆକ୍ରମଣ କରିଥିବା ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରିବାକୁ ଆହ୍ଲାବାଦ ହାଇକୋର୍ଟ ଦେଇଥିବା ଆଦେଶକୁ ଖାରଜ କରି ଦେଇଛନ୍ତି ଦେଶର ସର୍ବୋଚ୍ଚ ନ୍ୟାୟାଳୟ। ସୁପ୍ରିମକୋର୍ଟ ଏହି ମାମଲାକୁ ଆହ୍ଲାବାଦ ହାଇକୋର୍ଟ ପାଖକୁ ପଠାଇଛନ୍ତି। ଏନେଇ କୁହାଯାଇଛି ଯେ ପୁଣି ଥରେ ଏହି ମାମଲା ଉପରେ ଶୁଣାଣି କରି ୪ ସପ୍ତାହ ମଧ୍ୟରେ ନିଷ୍ପତ୍ତି ନିଆଯାଉ। 

ଆସାଦୁଦ୍ଦିନ ଓୱେସିଙ୍କ ଏକ ଆବେଦନକୁ ପ୍ରତ୍ୟାଖ୍ୟାନ କରି ସୁପ୍ରିମକୋର୍ଟ (Supre Court) କହିଛନ୍ତି ଯେ ଆହ୍ଲାବାଦ ହାଇକୋର୍ଟ (Allahabad High Court) ଜାମିନ ପ୍ରଦାନ ବେଳେ କୌଣସି କାରଣ ଦର୍ଶାଇ ନାହାଁନ୍ତି। ଏହି ମାମଲାରେ ଉପସ୍ଥାପିତ ପ୍ରମାଣ/ଚାର୍ଜସିଟ୍ ମଧ୍ୟ ବିଚାର କରାଯାଇ ନଥିଲା। ଏହି ମାମଲାର ଗମ୍ଭୀରତାକୁ ବିଚାର କରି ଆମେ ହାଇକୋର୍ଟଙ୍କ ଆଦେଶକୁ ଖାରଜ କରୁଛୁ।

ଏହି ଘଟଣାରେ ଟ୍ୱିଟ ପ୍ରତିକ୍ରିୟା ରଖିଛନ୍ତି ଏଆଇଏମଆଇଏମ ସଭାପତି ଅସାଦୁଦ୍ଦିନ ଓୱେସି (AIMIM Chief Asaduddin Owaisi)। ଏନେଇ ସେ କହିଛନ୍ତି ଚଳିତ ବର୍ଷ ଆରମ୍ଭରେ ମୋ ଉପରେ ଗୁଳିମାଡ଼ କରିଥିବା ଲୋକଙ୍କୁ ହାଇକୋର୍ଟ ଦେଇଥିବା ଜାମିନକୁ ସୁପ୍ରିମକୋର୍ଟ ଖାପଜ କରି ଦେଇଛନ୍ତି।

Also Read: Shocking News: ମରୁ ମରୁ ଅଳ୍ପକେ ବର୍ତ୍ତିଲେ ଏଆଇଏମଆଇଏମ ମୁଖ୍ୟ ଅସାଦୁଦ୍ଦିନ ଓୱେସୀ, ରେଳବାଇ କଲା ଏମିତି ଦାବି

ଚଳିତ ବର୍ଷ  ଅନୁଷ୍ଠିତ ହୋଇଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ବେଳେ ଏଆଇଏମଆଇଏମ ସଭାପତି ଅସାଦୁଦ୍ଦିନ ଓୱେସିଙ୍କ କନଭୟ ଉପରେ ହୋଇଥିଲା ଆକ୍ରମଣ (Attack on Asaduddin Owaisis Convoy)। ଗତ ଫେବୃଆରୀ ୩ ତାରିଖରେ ହାପୁଡ଼ ଅଞ୍ଚଳରେ ତାଙ୍କ କାର ଉପରେ ହୋଉଥିଲା ଆକ୍ରମଣ। ବିଧାନସଭା ନିର୍ବାଚନ ସହ ଜଡିତ କାର୍ଯ୍ୟକ୍ରମରେ ଯୋଗଦେବା ପରେ ଦିଲ୍ଲୀ ଫେରୁଥିବା ସମୟରେ ତାଙ୍କ କନଭୟ ଉପରେ ଗୁଳିମାଡ଼ କରାଯାଇଥିଲା। ଏହି ଘଟଣାରେ ଅଭିଯୁକ୍ତ ସଚିନ ଶର୍ମା, ଶୁଭମ ଗୁର୍ଜର ଏବଂ ଆଲିମଙ୍କୁ ଗିରଫ କରାଯାଇଥିଲା। ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରିବା ପରେ ଅଭିଯୁକ୍ତଙ୍କୁ ଆତ୍ମସମର୍ପଣ କରିବାକୁ ସୁପ୍ରିମକୋର୍ଟ ଏକ ସପ୍ତାହ ସମୟ ଦେଇଛନ୍ତି। 

ଜଷ୍ଟିସ୍ ଏମ.ଆର ଶାହ ଏବଂ ଜଷ୍ଟିସ ଏମ.ଏମ ସୁନ୍ଦରେଶଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ ଏହି ମାମଲାକୁ ପୁଣି ଥରେ ବିଚାର କରିବା ପାଇଁ ହାଇକୋର୍ଟ ପଠାଯାଇଛି। ଅଭିଯୁକ୍ତ ସଚିନ ଶର୍ମା ଏବଂ ଶୁଭମ ଗୁର୍ଜରଙ୍କୁ ଏକ ସପ୍ତାହ ମଧ୍ୟରେ ପୋଲିସ ନିକଟରେ ଆତ୍ମସମର୍ପଣ କରିବାକୁ ପଡିବ। ଆତ୍ମସମର୍ପଣ ତାରିଖ ଠାରୁ ଚାରି ସପ୍ତାହ ମଧ୍ୟରେ ଉଭୟ ଅଭିଯୁକ୍ତଙ୍କ ଜାମିନ ଆବେଦନ ଉପରେ ଶୁଣାଣି କରିବାକୁ ସୁପ୍ରିମକୋର୍ଟ କହିଛନ୍ତି।

Also Read: Asaduddin Owaisi: ୟୁନିଫର୍ମ ସିଭିଲ କୋଡ କମିଟି ଗଠନକୁ ନେଇ ତାତିଉଠିଲେ ଅସାଦୁଦ୍ଦିନ ଓୱେସି, କହିଲେ ବିଜେପି ନିଜର...

ଉଲ୍ଲେଖନୀୟ କଥା ହେଉଛି ଗତ ସେପ୍ଟେମ୍ବରରେ ତୃତୀୟ ଅଭିଯୁକ୍ତ ଆଲିମଙ୍କୁ ଦିଆଯାଇଥିବା ଜାମିନକୁ ଚ୍ୟାଲେଞ୍ଜ କରି ଦାଖଲ ଏକ ଆବେଦନକୁ ଖାରଜ କରିଦେଇଥିଲେ ସୁପ୍ରିମକୋର୍ଟ। ଏଆଇଏମଆଇଏମ ସଭାପତି ଅସାଦୁଦ୍ଦିନ ଓୱେସି ସୁପ୍ରିମକୋର୍ଟ ଠାରେ ଦାଖଲ କରିଥିବା ତାଙ୍କ ଆବେଦନରେ ଅଭିଯୁକ୍ତଙ୍କୁ ଦିଆଯାଇଥିବା ଜାମିନକୁ ଚ୍ୟାଲେଞ୍ଜ କରିଥିଲେ।