Surendra Bhoi: ସମର୍ଥକଙ୍କ ସହିତ ବିଜେଡିରେ ଯୋଗଦେଲେ ସୁରେନ୍ଦ୍ର
Advertisement
Article Detail0/zeeodisha/odisha2179248

Surendra Bhoi: ସମର୍ଥକଙ୍କ ସହିତ ବିଜେଡିରେ ଯୋଗଦେଲେ ସୁରେନ୍ଦ୍ର

ଗତକାଲି କଂଗ୍ରେସରୁ ଇସ୍ତଫା ଦେଇଥିବା ସୁରେନ୍ଦ୍ର ସିଂହ ଭୋଇ ନିଜର ସମର୍ଥକଙ୍କ ସହିତ ଆଜି ବିଜେଡ଼ିରେ ଯୋଗ ଦେଇଛନ୍ତି। ସାଂସଦ ସସ୍ମିତ ପାତ୍ର ଓ ବିଧାୟକ ଟୁକୁନି ସାହୁଙ୍କ ଉପସ୍ଥିତିରେ ଆଜି ବିଜେଡିରେ ଯୋଗ ଦେଇଛନ୍ତି ଶ୍ରୀ ଭୋଇ। ଶ୍ରୀ ଭୋଇଙ୍କ ସହିତ ୧୩ ସମିତି ସଭ୍ୟ ଓ ୧୨ ସରାୟୁଁ ମଧ୍ୟ ବିଜେଡ଼ିରେ ଯୋଗଦାନ କରିଛନ୍ତି।  ସୂଚନାଯୋଗ୍ୟ ସେ ବଲାଙ୍

Surendra Bhoi: ସମର୍ଥକଙ୍କ ସହିତ ବିଜେଡିରେ ଯୋଗଦେଲେ ସୁରେନ୍ଦ୍ର

ଭୁବନେଶ୍ୱର: ଗତକାଲି କଂଗ୍ରେସରୁ ଇସ୍ତଫା ଦେଇଥିବା ସୁରେନ୍ଦ୍ର ସିଂହ ଭୋଇ ନିଜର ସମର୍ଥକଙ୍କ ସହିତ ଆଜି ବିଜେଡ଼ିରେ ଯୋଗ ଦେଇଛନ୍ତି। ସାଂସଦ ସସ୍ମିତ ପାତ୍ର ଓ ବିଧାୟକ ଟୁକୁନି ସାହୁଙ୍କ ଉପସ୍ଥିତିରେ ଆଜି ବିଜେଡିରେ ଯୋଗ ଦେଇଛନ୍ତି ଶ୍ରୀ ଭୋଇ। ଶ୍ରୀ ଭୋଇଙ୍କ ସହିତ ୧୩ ସମିତି ସଭ୍ୟ ଓ ୧୨ ସରାୟୁଁ ମଧ୍ୟ ବିଜେଡ଼ିରେ ଯୋଗଦାନ କରିଛନ୍ତି।  ସୂଚନାଯୋଗ୍ୟ ସେ ବଲାଙ୍ଗୀର ଜିଲ୍ଲା କଂଗ୍ରେସ କମିଟିର ସଭାପତି ପଦବୀ ଗ୍ରହଣ କରୁଥିଲେ। ଶ୍ରୀ ଭୋଇ ତିନିଥର ବିଧାୟକ ମଧ୍ୟ ରହିଛନ୍ତି। ଦୀର୍ଘ ୩୮ ବର୍ଷ କାଳ ସେ କଂଗ୍ରେସ ସହ ସମ୍ପୃକ୍ତ ଥିଲା। ସଇଁତଳା ଏବଂ ଟିଟିଲାଗଡ଼ରେ ନିଜର ଲୋକପ୍ରିୟତା ରକ୍ଷା କରିଛନ୍ତି ଶ୍ରୀ ଭୋଇ।