UP Poll 2022: ଏକୁଟିଆ ହୋଇଯାଇଛନ୍ତି Akhilesh Yadav! ସାମ୍ନାରେ ରହିଛି ଜବରଦସ୍ତ ଆହ୍ୱାନ
Advertisement
Article Detail0/zeeodisha/odisha1062975

UP Poll 2022: ଏକୁଟିଆ ହୋଇଯାଇଛନ୍ତି Akhilesh Yadav! ସାମ୍ନାରେ ରହିଛି ଜବରଦସ୍ତ ଆହ୍ୱାନ

 ଚଳିତ ବିଧାନସଭା ନିର୍ବାଚନରେ ସମାଜବାଦୀ ପାର୍ଟି ସୁପ୍ରିମୋଙ୍କୁ ଅନେକ ନିର୍ବାଚନୀ ଆହ୍ୱାନର ସାମ୍ନା କରିବାକୁ ପଡିପାରେ। 

UP Poll 2022: ଏକୁଟିଆ ହୋଇଯାଇଛନ୍ତି Akhilesh Yadav! ସାମ୍ନାରେ ରହିଛି ଜବରଦସ୍ତ ଆହ୍ୱାନ

ଲକ୍ଷ୍ନୌ: ଚଳିତ ବର୍ଷ ହେବାକୁ ଯାଉଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତି ଚଳାଇଛି ସମାଜବାଦୀ ପାର୍ଟି। ଏହି କ୍ରମରେ ଦଳୀୟ ସୁପ୍ରିମୋ ଅଖିଳେଶ ଯାଦବ ରାଜ୍ୟର ବିଭିନ୍ନ ସ୍ଥାନରେ ଦଳ ପକ୍ଷରୁ ଆୟୋଜିତ ହେଉଥିବା  ନିର୍ବାତନୀ ସଭାକୁ ସମ୍ବୋଧିତ କରିବା ସହ ଦଳର ପ୍ରଚାର ଅଭିଯାନକୁ ଆଗେଇ ନେଉଛନ୍ତି। ଯାହା ଦଳୀୟ କର୍ମକର୍ତ୍ତାଙ୍କ ମନୋବଳ ବୃଦ୍ଧି କରିବା ସହ ତୃଣମୂଳ ସ୍ତରର ଦଳୀୟ ସଙ୍ଗଠନକୁ ମଜବୁତ କରିବାରେ ସହାୟକ ହୋଇଛି। 
 
ଯଦିଓ ଦଳୀୟ ସଙ୍ଗଠନର ଶକ୍ତି ବୃଦ୍ଧି ଏବଂ ରାଜ୍ୟ ରାଜନୀତିରେ ସକ୍ରିୟ ରହିଥିବା ଜାତିଭିତ୍ତିକ ଆଞ୍ଚଳିକ ଦଳ ସହ କରିଥିବା ମେଣ୍ଟ ଚଳିତ ବିଧାନସଭା ନିର୍ବାଚନରେ ସମାଜବାଦୀ ପାର୍ଟି ଲାଗି ନିର୍ବାଚନ ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରେ ହେଲେ ଏହି ନିର୍ବାଚନରେ ଦଳୀୟ ସୁପ୍ରିମୋ ଅଖିଳେଶ ଯାଦବଙ୍କୁ ଅନେକ ନିର୍ବାଚନୀ ଆହ୍ୱାନର ସାମ୍ନା କରିବାକୁ ପଡିପାରେ। କାରଣ ଦୀର୍ଘ ୨ ଦଶନ୍ଧିର ରାଜନୈତିକ ଅଭିଜ୍ଞତା ରଖିଥିବା ଅଖିଳେଶ ଯାଦବଙ୍କୁ କୌଣସି ନିର୍ବାଚନରେ ପ୍ରଥମ ଥର ଲାଗି ଏକାକୀ ନିର୍ବାଚନ ପ୍ରଚାର କରିବାକୁ ପଡୁଛି। ନିର୍ବାଚନ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ଭଳି କାର୍ଯ୍ୟରେ ତାଙ୍କୁ ସହଯୋଗୀ କରିବା ଭଳି ସେପରି କୌଣସି ଦଳୀୟ ସମର୍ଥକ, କାର୍ଯ୍ୟକର୍ତ୍ତା କିମ୍ବା ନେତା ନାହାଁନ୍ତି। ଅନ୍ୟପଟେ ଦଳର ପ୍ରତିଷ୍ଠାତା ତଥା ତାଙ୍କ ପିତା ମୁଲାୟମ ସିଂ ଯାଦବ ବୟସାଧିକ୍ୟ କାରଣରୁ ସକ୍ରିୟ ରାଜନୀତିରୁ ଏକ ପ୍ରକାର ଦୂରେଇ ରହିଛନ୍ତି। 

ଗତ ୨୦୧୨ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ଜବରଦସ୍ତ ସଫଳତା ପାଇଥିଲା ସମାଜବାଦୀ ପାର୍ଟି। କାରଣ ସେହି ପୁଅ ଅଖିଲେଶ ଯାଦବ ସହ କାନ୍ଧକୁ କାନ୍ଧ ମିଳାଇ ଛିଡ଼ା ହୋଇଥିଲେ ରାଜ୍ୟ ରାଜନୀତିରେ ନେତାଜୀ ଭାବେ ପରିଚିତ ଦଳର ପ୍ରତିଷ୍ଠାତା ତଥା ତାଙ୍କ ପିତା ମୁଲାୟମ ସିଂ ଯାଦବ। ସେହି ନିର୍ବାଚନରେ ନେତାଜୀ ସାରା ରାଜ୍ୟ ଗସ୍ତ କରି ନିଜେ ଦଳୀୟ ପ୍ରଚାରର ନେତୃତ୍ୱ ନେଇଥିଲେ। ହେଲେ ଏଥରର ନିର୍ବାଚନରେ ଅଖିଳେଶ ଯାଦବ ଏକାକୀ ନିର୍ବାଚନ ପ୍ରଚାର କରୁଛନ୍ତି। ଏହି କାରଣରୁ ତାଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। ଯଦି ମୁଲାୟମ ସିଂହ ଯାଦବଙ୍କ ସ୍ୱାସ୍ଥ୍ୟବସ୍ଥା ତାଙ୍କୁ ସାଥ ଦେଇଥାନ୍ତା ତାହେଲେ ସେ ତାଙ୍କ ପୁଅ ଲାଗି ନିର୍ବାଚନ ରଣନୀତି ପ୍ରସ୍ତୁତ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରି ପାରିଥାନ୍ତେ।  

Also Read: UP Elections 2022: ମେଣ୍ଟ ପରେ SP-PSP ମଧ୍ୟରେ ହୋଇପାରୁନାହିଁ ଆସନ ବଣ୍ଟନ

ମୁଲାୟମ ସିଂହ ଯାଦବ ତାଙ୍କର ରାଜନୈତିକ କାର୍ଯ୍ୟସୂଚୀକୁ ଯତ୍ନର ସହିତ ପ୍ରସ୍ତୁତ କରୁଥିଲେ ଏବଂ ସେହି ନେତାଙ୍କୁ ଚିହ୍ନଟ କରିଥିଲେ ଯେଉଁମାନେ ତାଙ୍କ ସହ ଆସିବେ ଏବଂ ଯାହାକୁ ବିଭିନ୍ନ କ୍ଷେତ୍ରରେ ସମ୍ବୋଧନ କରାଯିବ। ହେଲେ ବର୍ତ୍ତମାନ ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଳେଶ ଯାଦ ହେଉଛନ୍ତି ତାଙ୍କ ଦଳର ଏକମାତ୍ର ତାରକା ପ୍ରଚାରକ। ଦଳ ଲାଗି ସେ ଏକାକୀ ନିର୍ବାଚନ ପ୍ରଚାର କରୁଥିବାରୁ ତାଙ୍କ ପାଇଁ ନିର୍ବାଚନ ଲାଗି ଅନେକ ଚ୍ୟାଲେଞ୍ଜ ରହିଛି। ଗତ ୨୦୧୭ ବର୍ଷରୁ ଦଳର ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିବା ଠାରୁ ସେ ଦ୍ୱିତୀୟ ଦଫାରେ ଦଳୀୟ ନେତୃତ୍ୱର ବିକାଶ କରିବାକୁ ଦେଇନାହାଁନ୍ତି। ସେ ଏକାକୀ ନିର୍ବାଚନ କାର୍ଯ୍ୟକ୍ରମରେ ଭାଗ ନେଉଛନ୍ତି ଏବଂ ତାଙ୍କ ସମ୍ପର୍କୀୟ ଭାଇ ଉଉଣୀ ତାଙ୍କ ସହ ଦେଖାଯାଉ ନାହାଁନ୍ତି।

ରାଜନୈତିକ ବିଶେଷଜ୍ଞଙ୍କ ମତରେ ସମାଜବାଦୀ ପାର୍ଟି ଭଳି ଦଳରେ ଏପରି ନେତାଙ୍କ ଅଭାବ ରହିଛି ଯିଏ ଦଳର ଅଧ୍ୟକ୍ଷଙ୍କ ଅନୁପସ୍ଥିତିରେ ଦଳରେ କୌଣସି ପ୍ରକାରର ରାଜନୈତିକ ସଙ୍କଟର ମୁକାବିଲା କରିବାକୁ ସକ୍ଷମ ହେବେ କିମ୍ବା ଦଳର ଭାବମୂର୍ତ୍ତିକୁ ଖରାପ ହେବାରୁ ରକ୍ଷା କରିପାରିବେ। ବର୍ତ୍ତମାନ ଦଳରେ ମୁଲାୟମ ସିଂହ ଯାଦବଙ୍କ ସମସାମୟିକ ରାଜନୈତିକ ସହଯୋଗୀ ଯଥା ବେଣୀ ପ୍ରସାଦ ବର୍ମା, ଭଗବତୀ ସିଂହଙ୍କ ଭଳି ପୁରୁଖା ନେତାଙ୍କ ଦେହାନ୍ତ ହୋଇସାରିଛି ଏବଂ ଅନେକ ନେତା ଦଳ ଠାରୁ କୌଣସି କାରଣ ବଶତଃ ସମ୍ପୂର୍ଣ୍ଣ ଦୂରେଇ ଯାଇଛନ୍ତି। 

ଅନ୍ୟପଟେ ରାଜ୍ୟ ରାଜନୀତିରେ ସମାଜବାଦୀ ପାର୍ଟି ଲାଗି ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଭାବେ ଉଭା ହୋଇଥିବା ବିଜେପିରେ ଆବଶ୍ୟକ ସଂଖ୍ୟକ ତାରକା ପ୍ରଚାରକ ଉପଲବ୍ଧ ଅଛନ୍ତି। ଯେଉଁମାନେ ବିଭିନ୍ନ ଦଳୀୟ ଅଭିଯାନରେ ଏକାଠି ହୋଇ କାର୍ଯ୍ୟ କରିଥାନ୍ତି। ନିର୍ବାଚନ ପାଖେଇ ଆସୁଥିବା ବେଳେ ଦଳ ପକ୍ଷରୁ କୌଣସି ଏକ ଦଳୀୟ ସଭାକୁ ଅତି କମରେ ୬ ଜଣ ବିଜେପି ନେତା ସମ୍ବୋଧିତ କରୁଛନ୍ତି। ଅଖିଳେଶ ଯାଦବଙ୍କ ଆଗରେ ଆଉ ଏକ ଆହ୍ୱାନ ରହିଛି ତାହା ହେଉଛି ଅତ୍ୟଧିକ ଉତ୍ସାହିତ ହୋଇଥିବା ଦଳୀୟ କର୍ମକର୍ତ୍ତାଙ୍କୁ ନିୟନ୍ତ୍ରଣ କରିବା। କାରଣ ସେମାନଙ୍କ କାର୍ଯ୍ୟକଳାପ ପାଇଁ ଦଳକୁ ଅନେକ ସମୟରେ ଅପବାଦ ମୁଣ୍ଡାଇବା କିମ୍ବା ଅପମାନିତ ହେବାକୁ ପଡୁଛି।

Also Read: ବିଜେପି ଜିତିଲେ ଦ୍ୱିତୀୟ ବିବାହ କରିପାରିବେ ନାହିଁ ମୁସଲମାନ: ସମାଜବାଦୀ ପାର୍ଟି ସାଂସଦ

କାନପୁରରେ ଏହାର ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି। ଗତ ସପ୍ତାହରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ବିଶୃଙ୍ଖଳା ସୃଷ୍ଟି କରିବା ଅଭିଯୋଗରେ ଦଳୀୟ କର୍ମକର୍ତ୍ତାଙ୍କ ଏକ ସମୂହକୁ ଗିରଫ କରାଯାଇଥିଲା। ଏହି ଘଟଣାକୁ ସମାଜବାଦୀ ପାର୍ଟି ଭଳି ଦଳର ଗୁଣ୍ଡାଗର୍ଦ୍ଦିର ଉଦାହରଣ ଭାବେ ବିଜେପି ଦର୍ଶାଇଛି। ଦଳର ଭାବମୂର୍ତ୍ତିକୁ ବଞ୍ଚାଇବାକୁ ଯାଇ ୫ ଜଣ ଦଳୀୟ କର୍ମକର୍ତ୍ତାଙ୍କୁ ଦଳରୁ ବହିଷ୍କାର କରିବାକୁ ବାଧ୍ୟ ହୋଇଥିଲେ ଅଖିଲେଶ ଯାଦବ। ଦଳର ହିନ୍ଦୁ-ମୁସଲିମ ସମର୍ଥକଙ୍କ ମଧ୍ୟରେ ସନ୍ତୁଳନ ରକ୍ଷା କରିବା ବେଳେ ବିଭିନ୍ନ ସମୟରେ ଅନେକ ଆହ୍ୱାନର ସମ୍ମୁଖିନ ହେବାକୁ ପଡି଼ଛି। କାରଣ ସମାଜବାଦୀ ପାର୍ଟି ଆରମ୍ଭରୁ ମୁସଲିମ ସମ୍ପ୍ରଦାୟ ପ୍ରତି ଆକର୍ଷିତ ହୋଇଆସିଛି। ଦଳର ନିର୍ବାଚନ ବିଜୟରେ ଏହି ସମ୍ପ୍ରଦାୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସିଛି। ହେଲେ ବର୍ତ୍ତମାନ ସଂଖ୍ୟାଲଘୁ ତୁଷ୍ଟିକରଣ ନୀତି ଛାଡ଼ିବା ପାଇଁ ବିଜେପି ପ୍ରତିଦ୍ୱନ୍ଦ୍ୱୀ ସମାଜବାଦୀ ପାର୍ଟିକୁ ବାଧ୍ୟ କରିଛି। ଯଦିଓ ଦଳର ଅଧକ୍ଷ ଅଖିଲେଶ ଯାଦବ ଏ ପ୍ରସଙ୍ଗରେ ତାଙ୍କର ଆଭିମୁଖ୍ୟ ସ୍ପଷ୍ଟ କରିନାହାଁନ୍ତି। ବେଳେବେଳେ ଦଳର ମୁସଲମାନ ନେତା ସମଜବାଦୀ ପାର୍ଟି ଲାଗି ମୁଣ୍ଡବ୍ୟଥାର କାରଣ ପାଲଟିଛନ୍ତି। ଦଳର ୨ ଲୋକସଭା ସାଂସଦ ଶଫିକୁର ରେହମାନ ବର୍କ ଏବଂ ଏସ.ଟି ହାସନ ରଖିଥିବା ବୟାନ। ଦଳୀୟ ସାଂସଦଙ୍କ ଏପରି ବିବୃତ୍ତି ଦଳ ପାଇଁ ଏପରି ଅସୁବିଧା ସୃଷ୍ଟି କରିଥିଲା ଯେ ଅଖିଳେଶ ଯାଦବଙ୍କୁ ଦଳୀୟ ନେତା ବୟାନ ଠାରୁ ନିଜକୁ ଦୂରେଇ ରଖିବାକୁ ପଡି଼ଲା। 

ଗୋଟିଏ ପଟେ ନିର୍ବାଚନ ପାଖେଇ ଆସୁଥିବା ବେଳେ ଦଳୀୟ ଟିକେଟ ବଣ୍ଟନ ଏବଂ ମେଣ୍ଟ ସହଯୋଗୀଙ୍କୁ ଆସନ ଛାଡ଼ିବାକୁ ନେଇ ସମାଜବାଦୀ ପାର୍ଟିରେ ଅସନ୍ତୋଷ ସୃଷ୍ଟି ହୋଇଛି। ଦଳର ଅଧ୍ୟକ୍ଷଙ୍କୁ ଏଭଳି ପରିସ୍ଥିତି ମୁକାବିଲା କରିବାକୁ ହେବ। ଯାହାକୁ ନେଇ ଦଳୀୟ କର୍ମକର୍ତ୍ତା ତଥା ନେତା ଅସନ୍ତୁଷ୍ଟ ହୋଇଉଠିଛନ୍ତି। ବିଗତ ୫ ବର୍ଷ ଦଳର ଏହି ସମର୍ଥକ, କାର୍ଯ୍ୟକର୍ତ୍ତା ଦଳୀୟ ସଙ୍ଗଠନକୁ ମଜବୁତ କରିବା ପାଇଁ କାର୍ଯ୍ୟ କରିଥିଲେ। ସେମାନଙ୍କ ମଧ୍ୟରୁ ଅନେକ ଚଳିତ ନିର୍ବାଚନରେ ଦଳୀୟ ଟିକେଟରେ ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଥିଲେ। ଯଦି ଦଳୀୟ ଟିକେଟ୍ ନ ମିଳଳେ ତାହାଲେ ଏହା ଦ୍ୱାରା ସେମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିବା ସ୍ୱାଭାବିକ। ଏଭଳି ସମସ୍ୟାର ସମାଧାନ କରିବ ଅଖିଳେଶ ଯାଦବଙ୍କ ପାଇଁ ଏକ ପରୀକ୍ଷା ସଦୃଶ୍ୟ ହେବ। କାରଣ ଦଳର ଏହି ନେତା ସେମାନଙ୍କ ନିର୍ବାଚନମଣ୍ଡଳୀରେ ବିଗତ ୫ ବର୍ଷ ଧରି ଦଳୀୟ ସଙ୍ଗଠନକୁ ମଜବୁତ କରିବାରେ ଲାଗି ପଡ଼ିଥିଲେ। 

କେବେହେଲେ ଗଠବନ୍ଧନ ରାଜନୀତିକୁ ଗ୍ରହଣ କରିନଥିବା ଅଖିଳେଶ ଯାଦବ ଏଥର ରାଜ୍ୟ ରାଜନୀତିରେ ସକ୍ରିୟ ରହିଥିବା ଜାତିଭିତ୍ତିକ ଆଞ୍ଚଳିକ ଦଳ ସହ କରିଥିବା ମେଣ୍ଟ କରିଛନ୍ତି। ଆସନ ବୁଝମଣା କରିବାକୁ ନେଇ ସମାଜବାଦୀ ପାର୍ଟି ସହ ଏହାର ମେଣ୍ଟ ସହଯୋଗୀ ଅନେକ ମୁଲ୍ ଚାଲ୍ କରିପାରନ୍ତି। ଏହା ବ୍ୟତୀତ ସେ କିପରି ତାଙ୍କର ସମସ୍ତ ସହଯୋଗୀଙ୍କୁ ଖୁସି ରଖିପାରୁଛନ୍ତି ତାହା ଦେଖିବାକୁ ବାକି ରହିଲା।

Also Read: ଝିଅଙ୍କ ବିବାହ ବୟସ ବଢାଇବା ପରିବର୍ତ୍ତେ ଏହାକୁ ହ୍ରାସ କଲେ ମିଳିବ ଲାଭ: ସମାଜବାଦୀ ପାର୍ଟି ସାଂସଦ

ଅଖିଳେଶ ଯାଦବଙ୍କ ଆଉ ଏକ ସମସ୍ୟା ହେଉଛି ଯେ ସେ ନିଜ ଦଳର କର୍ମୀ ତଥା ଗଣମାଧ୍ୟମ ପାଇଁ ପ୍ରାୟତଃ ଉପଲବ୍ଧ ରହୁନାହାଁନ୍ତି ଏବଂ ତାଙ୍କ ନାମରେ କୌଣସି ଦଳୀୟ ନେତା ଗଣମାଧ୍ୟମରେ କୌଣସି ବିବୃତ୍ତି ଦେଇପାରିବେ ନାହିଁ। ଅଖିଲେଶ ଯାଦବଙ୍କ ବିପରୀତ ତାଙ୍କ ପିତା ମୁଲାୟମ ସିଂ ଯାଦବ ବୃଦ୍ଧାବସ୍ଥାରେ ମଧ୍ୟରେ ଗଣମାଧ୍ୟମ ପ୍ରତିନିଧି କିମ୍ବା ଦଳୀୟ କର୍ମକର୍ତ୍ତାଙ୍କ ସହ ଟେଲିଫୋନ ଯୋଗେ କଥାବାର୍ତ୍ତା କରିଥାନ୍ତି। ଏହି କାର୍ଯ୍ୟ ମୁଲାୟମ ସିଂହଙ୍କୁ ତୃଣମୂଳ ସ୍ତରର ରାଜନୀତି ସହ ଯୋଡି ରଖିଥାଏ।