ବାଦଲଫଟା ବର୍ଷା ଏକ 'ବିଦେଶୀ ଷଡଯନ୍ତ୍ର': ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ
Advertisement

ବାଦଲଫଟା ବର୍ଷା ଏକ 'ବିଦେଶୀ ଷଡଯନ୍ତ୍ର': ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ

ବାଦଲ ଫାଟିବା ଯୋଗୁଁ ଗତ କିଛି ସପ୍ତାହ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଓ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। କିନ୍ତୁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ପାଣିପାଗ ସମ୍ପର୍କରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ତେଲେଙ୍ଗାନା ସିଏମଙ୍କ ଅନୁଯାୟୀ, ବାଦଲ ଫାଟିବା 'ବିଦେଶୀ ଷଡଯନ୍ତ୍ରର ଏକ ଅଂଶ। ଏଥିପାଇଁ ସମଗ୍ର ଦେଶରେ ବାଦଲ ଫାଟୁଛି।

ଡିଜାଇନ୍ ଫଟୋ

ହାଇଦ୍ରାବାଦ: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଏକ ଅଜବ ଯୁକ୍ତି ବାଢିଛନ୍ତି। ବାଦଲଫଟା ବର୍ଷାକୁ ସେ ଏକ 'ବିଦେଶୀ ଷଡଯନ୍ତ୍ର' ବୋଲି କହିଛନ୍ତି। ରବିବାର ତେଲେଙ୍ଗାନାର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ ପରେ ମୁଖ୍ୟମନ୍ତ୍ରୀ କେସିଆର ଏହି ମନ୍ତବ୍ୟ ଦେଇଛନ୍ତି। ଯାହାପରେ ତାଙ୍କୁ ସୋସିଆଲ ମିଡିଆରେ ଖୁବ ଟ୍ରୋଲ କରାଯାଉଛି। ମୁଖ୍ୟମନ୍ତ୍ରୀଙ୍କ ଯୁକ୍ତିରେ କୌଣସି ଯଥାର୍ଥତା ନାହିଁ ବୋଲି ବିରୋଧିଙ୍କ ସହ ସାଧାରଣ ଜନତା କହିଛନ୍ତି। 

ବାଦଲ ଫାଟିବା ଯୋଗୁଁ ଗତ କିଛି ସପ୍ତାହ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଓ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। କିନ୍ତୁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ପାଣିପାଗ ସମ୍ପର୍କରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ତେଲେଙ୍ଗାନା ସିଏମଙ୍କ ଅନୁଯାୟୀ, ବାଦଲ ଫାଟିବା 'ବିଦେଶୀ ଷଡଯନ୍ତ୍ରର ଏକ ଅଂଶ। ଏଥିପାଇଁ ସମଗ୍ର ଦେଶରେ ବାଦଲ ଫାଟୁଛି। ବିଦେଶୀ ଦେଶ ଗୁଡିକ ଭାରତର ଲଦାଖ, କାଶ୍ମୀର, ଉତ୍ତରାଖଣ୍ଡ ଓ ତେଲେଙ୍ଗାନାର କିଛି ସ୍ଥାନରେ ବାଦଲଫଟାଉଛନ୍ତି।

Also Read: Weather Update: ଆଜି ସୀମାନ୍ତରେ ପ୍ରବଳ ବର୍ଷା ସମ୍ଭାବନା, ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ତେଲେଙ୍ଗାନାର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବାବେଳେ କେସିଆର ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି କହିଛନ୍ତି, 'ବାଦଲ ଫାଟିବା ଏକ ନୂତନ ଘଟଣା। ଲୋକମାନେ କହିଛନ୍ତି ଯେ, ବାଦଲ ଫାଟିବା ପଛରେ କିଛି ଷଡଯନ୍ତ୍ର ଅଛି, ଆମେ ଜାଣୁ ନାହିଁ ଏହା କେତେ ସତ, ଅନ୍ୟ ଦେଶର ଲୋକମାନେ ଜାଣିଶୁଣି ଆମ ଦେଶରେ ନିର୍ଦ୍ଦିଷ୍ଟ ସ୍ଥାନରେ ବାଦଲ ଫଟାଉଛନ୍ତି। ଲଦାଖ ଏବଂ କାଶ୍ମୀରରେ ବିଦେଶୀ ଦେଶମାନେ ବାଦଲ ଫଟାଇଥିଲେ ଏବଂ ପରେ ଉତ୍ତରାଖଣ୍ଡକୁ ଟାର୍ଗେଟ କରିଥିଲେ। ବର୍ତ୍ତମାନ, ଆମେ ଖବର ପାଇଛୁ ଯେ ସେମାନେ ଗୋଦାବରୀ ଅଞ୍ଚଳରେ ବାଦଲ ଫାଟାଇବାପାଇଁ ଟାର୍ଗେଟ କରୁଛନ୍ତି।'

କେ ଚନ୍ଦ୍ରଶେଖର ରାଓ ଆହୁରି ମଧ୍ୟ କହିଛନ୍ତି ଯେ, ସୂଚନା ମିଳିଛି ବାହାର ଦେଶଗୁଡିକ ବର୍ତ୍ତମାନ ଗୋଦାବରୀ ଅଞ୍ଚଳ ଉପରେ ଅଧିକ ବାଦଲ ଫାଟା ବର୍ଷା ପାଇଁ ଧ୍ୟାନ ଦେଉଛନ୍ତି। ଯାହା ହେଉନା କାହିଁକି ଜଳବାୟୁରେ ପରିବର୍ତ୍ତନ ହେତୁ ଏହି ପ୍ରକାର ବିପର୍ଯ୍ୟୟ ଘଟେ। ତେଣୁ ଆମ ଲୋକଙ୍କୁ ସୁରକ୍ଷା ଦେବା ଆବଶ୍ୟକ। ଅଧିକାରୀ ଏବଂ ଦଳର ନେତାଙ୍କ ସହ ବନ୍ୟା ପରିସ୍ଥିତିର ସମୀକ୍ଷା କରିବା ପରେ କେସିଆର ଆହୁରି କହିଛନ୍ତି ଯେ, ବିପଦ ଏପର୍ଯ୍ୟନ୍ତ ଶେଷ ହୋଇ ନାହିଁ ଏବଂ ଆଗକୁ ମଧ୍ୟ ଏପରି ପରିସ୍ଥିତି ଜାରି ରହିପାରେ।

Also Read: Presidential Elections 2022: ଆଜି ଦେଶର ସର୍ବୋଚ୍ଚ ପଦବୀ ପାଇଁ ମତଦାନ, କାହାର ପଲ୍ଲା ଭାରି?

କ୍ଲାଉଡ୍ ବର୍ଷ୍ଟ ବା ବାଦଲ ଫାଟିବା ହେଉଛି ଏକ ପାଣିପାଗ ଘଟଣା। ଯେତେବେଳେ ଏକ ସୀମିତ ଅଞ୍ଚଳରେ ଅଳ୍ପ ସମୟ ମଧ୍ୟରେ ଅତ୍ୟଧିକ ପରିମାଣର ବୃଷ୍ଟିପାତ ହୁଏ। ଫଳରେ ଅଧିକାଂଶ ସମୟରେ ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ପ୍ରବଳ ବନ୍ୟା ଏବଂ ଭୂସ୍ଖଳନ ଘଟିଥାଏ। ପ୍ରାୟ ୨୦ରୁ ୩୦ ବର୍ଗ କିଲୋମିଟରର ଏକ ଭୌଗୋଳିକ ଅଞ୍ଚଳ ଉପରେ ବର୍ଷାର ପରିମାଣ ଘଣ୍ଟା ପ୍ରତି ୧୦୦ ମିମି (୧୦ ସେମି) ଅତିକ୍ରମ କରିଥାଏ, ସେତେବେଳେ ତାହାକୁ ବାଦଲଫଟା ବର୍ଷା ବୋଲି କୁହାଯାଏ।