Prime Minister Race: ନୀତିଶଙ୍କ ପରେ ପ୍ରଧାନମନ୍ତ୍ରୀ ଦୌଡରେ ଆଉ ଜଣେ ମୁଖ୍ୟମନ୍ତ୍ରୀ
Advertisement
Article Detail0/zeeodisha/odisha1347124

Prime Minister Race: ନୀତିଶଙ୍କ ପରେ ପ୍ରଧାନମନ୍ତ୍ରୀ ଦୌଡରେ ଆଉ ଜଣେ ମୁଖ୍ୟମନ୍ତ୍ରୀ

P.M Candidate: ଗୁଜୁରାଟରୁ ଆସି ନରେନ୍ଦ୍ର ମୋଦି (Narendra Modi) ପ୍ରଧାନମନ୍ତ୍ରୀ ଆସନରେ ନିଜ ଦଖଲ ଜାହିର କରିଥିଲେ। ଆଗକୁ ଆସୁଥିବା ଲୋକସଭା ନିର୍ବାଚନ ପାଇଁ ମଧ୍ୟ ଅନେକ ମୁଖ୍ୟମନ୍ତ୍ରୀ କମର କଶି ସାରିଲେଣି।

ପ୍ରତୀକାତ୍ମକ

P.M Candidate: ଗୁଜୁରାଟରୁ ଆସି ନରେନ୍ଦ୍ର ମୋଦି (Narendra Modi) ପ୍ରଧାନମନ୍ତ୍ରୀ ଆସନରେ ନିଜ ଦଖଲ ଜାହିର କରିଥିଲେ। ଆଗକୁ ଆସୁଥିବା ଲୋକସଭା ନିର୍ବାଚନ ପାଇଁ ମଧ୍ୟ ଅନେକ ମୁଖ୍ୟମନ୍ତ୍ରୀ କମର କଶି ସାରିଲେଣି। ଏହି ଧାଡିର ପ୍ରଥମରେ ଥିବା ବିହାର ସିଏମ ନୀତିଶ କୁମାର (Nitish Kumar) ଏନଡିଏରୁ ବାହାରିବା ପରେ ରାଜନୈତିକ ହେଡଲାଇନ (Political Headline)ରେ ରହିଛନ୍ତି। ୨୦୨୪ ନିର୍ବାଚନରେ ​​ବିଜେପି (BJP) ନେତୃତ୍ୱାଧୀନ ଏନଡିଏକୁ ପରାସ୍ତ କରିବାକୁ ମିଳିତ ଭାବେ କାର୍ଯ୍ୟ କରୁଥିବା ବିରୋଧୀ ଦଳଙ୍କ ସହ ନୀତିଶ କୁମାର ସକ୍ରିୟ ଅଛନ୍ତି। ଏପରି ସ୍ଥିତିରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ (Telengana CM) ତଥା ଟିଆରଏସ ମୁଖ୍ୟ କେ. ଚନ୍ଦ୍ରଶେଖର ରାଓ (KCR) ଲୋକସଭା ନିର୍ବାଚନ ପୂର୍ବରୁ ରାଷ୍ଟ୍ରୀୟ ମୋର୍ଚ୍ଚା ଗଠନ ପାଇଁ ଉଦ୍ୟମ କରିବା ସହ କେସିଆର ସାରା ଦେଶରେ ବୁଲୁଛି। କହିରଖୁଛୁ ଯେ, ନୀତିଶ କୁମାର ଏବଂ ଡେପୁଟି ସିଏମ ତେଜସ୍ୱୀ ଯାଦବଙ୍କ ସହ ଆଲୋଚନା ପାଇଁ କେସିଆର ମଧ୍ୟ କିଛି ଦିନ ପୂର୍ବରୁ ବିହାର ଗସ୍ତ କରିଥିଲେ।

ସୂଚନାଯୋଗ୍ୟ ଯେ, ବିରୋଧୀ ଦଳ ଏକତାରେ ଦୁର୍ବଳତା ତେବେଳେ ଜଣାପଡିଥିଲା ଯେତେବେଳେ କେସିଆରଙ୍କୁ ପଚରାଗଲା ଯେ, ସେ ନୀତିଶ କୁମାରଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବରେ ସମର୍ଥନ କରିବେ କି? କେସିଆର ଉତ୍ତରରେ କହିଥିଲେ ଯେ, ନିର୍ବାଚନ ପରେ ସମସ୍ତ ସହଯୋଗୀ ଏହି ବିଷୟରେ ଆଲୋଚନା କରିବେ ଏବଂ ନିଷ୍ପତ୍ତି ନେବେ। ଏହାପରେ ଆନନ-ଫାନନ୍ ଠାରେ ହେଉଥିବା ସାମ୍ବାଦିକ ସମ୍ମିଳନୀକୁ ଶେଷ କରିଦିଆଯାଇଥିଲା। ପଚରାଯାଇଥିବା ପ୍ରଶ୍ନର ଉତ୍ତର ଦେବା ବେଳେ କେସିଆର ବାରବାର୍ ନୀତିଶ କୁମାରଙ୍କ ସହିତ ବୈଠକରେ ବସିବାକୁ କହୁଥିବା ଦେଖାଯାଇଥିଲା। ଏହି ଘଟଣାଟି ବିରୋଧୀଙ୍କ ମଧ୍ୟରେ ଏକତାରେ ଥିବା ଦୁର୍ବଳତାକୁ ଉଜାଗର କରିଛି।

ହାଇଦ୍ରାବାଦରେ ରାଜନୈତିକ ପର୍ଯ୍ୟବେକ୍ଷକ ପ୍ରଫେସର କେ. ନାଗେଶ୍ୱର ଏହା ମଧ୍ୟ ଅନୁଭବ କରିଛନ୍ତି ଯେ, ନୀତିଶ କୁମାରଙ୍କ ନେତୃତ୍ୱକୁ କେସିଆର ଗ୍ରହଣ କରିବେ ନାହିଁ। ନାଗେଶ୍ୱର କହିଛନ୍ତି ଯେ, ୨୦୨୪ ପରେ ହିଁ ପ୍ରଶ୍ନ ଉଠିବ ଯେ କିଏ କାହାକୁ ଗ୍ରହଣ କରିବେ। ସମସ୍ତେ ପ୍ରଧାନମନ୍ତ୍ରୀ ହେବାକୁ ଚାହୁଁଛନ୍ତି। ଏହା ତାଙ୍କ ଠାରେ ଥିବା ସଂଖ୍ୟା ଉପରେ ନିର୍ଭର କରେ। ବର୍ତ୍ତମାନ ଏହି ପ୍ରଶ୍ନ ହେବା ଉଚିତ ନହେଁ ଯେ, କିଏ କାହାକୁ ଗ୍ରହଣ କରୁଛି। ବର୍ତ୍ତମାନ ସମସ୍ତେ ସମସ୍ତଙ୍କୁ ଗ୍ରହଣ କରିବାକୁ ପଡିବ।

ଏଠାର କହିରଖୁଛୁ ଯେ, କେସିଆର ନିଜର ଏକ ରାଜନୈତିକ ଦଳ ଗଠନ କରିଛନ୍ତି ଓ ତେଲେଙ୍ଗାନା ପାଇଁ ପୃଥକ ରାଜ୍ୟର ମାନ୍ୟତା  ହାସଲ କରିଛନ୍ତି। ସେ ଭାରତର ସବୁଠାରୁ ଧନୀ ରାଜ୍ୟ ମାନଙ୍କ ମଧ୍ୟରୁ ଗୋଟିଏରେ ଶାସନ କରୁଛନ୍ତି। କେସିଆରଙ୍କ ତୁଳନାରେ ନୀତିଶ କୁମାରଙ୍କ ମିଳିତ ମେଣ୍ଟ ରାଜନୀତି ଆଧିକ ଲାଭାର୍ଥୀ ପରି ମନେହୁଏ। ସମୟ ଆସିଲେ ନୀତିଶ କୁମାରଙ୍କୁ ଯେ KCR ସମର୍ଥନ କରିବାକୁ ପ୍ରସ୍ତୁତ ହେବେ ତାର ସମ୍ଭାବନା ନାହିଁ। ତେଣୁ କଣ ହେବ ରାଜନୀତିର ଆଗାମୀ ଭବିଷ୍ୟତ ତାହା ଏବେଠାରୁ କହିବା ଠିକ ହେବନାହିଁ।