Matric-Plus Two ପରେ UG-PG ପାଳି, କେବେ ନିଆଯିବ ପରୀକ୍ଷା ନିଷ୍ପତ୍ତି?
Advertisement
Article Detail0/zeeodisha/odisha916366

Matric-Plus Two ପରେ UG-PG ପାଳି, କେବେ ନିଆଯିବ ପରୀକ୍ଷା ନିଷ୍ପତ୍ତି?

ମାଟ୍ରିକ-ପ୍ଲସ ଟୁ ପରୀକ୍ଷା ବାତିଲ ହେବା ପରେ ୟୁଜି-ପିଜି ପରୀକ୍ଷା ଉପରେ ରହିଛି ନଜର। 

 

Matric-Plus Two ପରେ UG-PG ପାଳି, କେବେ ନିଆଯିବ ପରୀକ୍ଷା ନିଷ୍ପତ୍ତି?

ଭୁବନେଶ୍ବର: ମାଟ୍ରିକ-ଦ୍ବାଦଶ ପରେ ଏବେ ୟୁଜି-ପିଜି ପରୀକ୍ଷା ଚିନ୍ତା। ପରୀକ୍ଷା ହେବ ନା ବାତିଲ ହେବ, ଯଦି ହେବ ଅଫଲାଇନ ନା ଅନଲାଇନ? ଚଳିତବର୍ଷ ୟୁଜି-ପିଜି ପରୀକ୍ଷା ହେବ କି ନାହିଁ ଆଉ ଯଦି ହେବ କେବେ ଏବଂ କେଉଁ ଆଧାରରେ ହେବ ସେ ନେଇ ଚିନ୍ତାରେ ଛାତ୍ରଛାତ୍ରୀ। କୋରୋନା କାରଣରୁ ଯୁକ୍ତ ଦୁଇ ପର୍ଯ୍ୟନ୍ତ ପରୀକ୍ଷା ବାତିଲ ହେବା ପରେ ଉଚ୍ଚଶିକ୍ଷା ପାଠ୍ୟକ୍ରମର ଭାଗ୍ୟ ଭବିଷ୍ୟତ ଏବେ ବନ୍ଧା ପଡିଛି।

ସ୍ନାତକ-ୟୁଜି (Under Graduate), ସ୍ନାତ୍ତୋକତର-ପିଜି (Post Graduate) ପରୀକ୍ଷା ନେଇ ବିଶ୍ୱ ବିଦ୍ୟାଳୟ ମଞ୍ଜୁରୀ କର୍ତ୍ତୃପକ୍ଷ-ୟୁଜିସି (University Grants Commission-UGC) ପକ୍ଷରୁ ବର୍ତ୍ତମାନ ପର୍ଯ୍ୟନ୍ତ କିଛି ସ୍ପଷ୍ଟ ହୋଇନଥିବା ବେଳେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ (Higher Education Department) ମଧ୍ୟ ପରୀକ୍ଷା ନେଇ ଚୁପ୍ ରହିଛି। ଶ୍ରେଣୀଗୃହ ପାଠପଢା ବନ୍ଦ ରହିଥିବା ବେଳେ ପରୀକ୍ଷା ଅନିଶ୍ଚିତତା ପିଲାଙ୍କୁ ଦ୍ବନ୍ଦ୍ୱରେ ପକାଇଛି। ସେପଟେ ଉଚ୍ଚ ଶିକ୍ଷା ମନ୍ତ୍ରୀ କହିଛନ୍ତି କୁଳପତି ଏବଂ ଅଧ୍ୟକ୍ଷଙ୍କ ପରାମର୍ଶ ନେଇ ବିଭାଗ ନିଷ୍ପତ୍ତି ନେବ।

Also Read: ହଟିଲା ବଡ଼ Suspense, ଯୁକ୍ତ ଦୁଇ Exam Suspend

କୋରୋନା ସଂକ୍ରମଣ (Corona Infection) ଭୟରେ ପିଲାଙ୍କ ପାଠପଢା ସାଙ୍ଗକୁ ପରୀକ୍ଷା ସବୁ କିଛି ବନ୍ଦ ରହିଛି। ପୂର୍ବ ବିଜ୍ଞପ୍ତି ମୁତାବକ ମେ-ଜୁନ୍ ମାସରେ ସେମିଷ୍ଟର ପରୀକ୍ଷା ହେବାର ଥିଲା ହେଲେ ଅଚାନକ ମହାମାରୀର କଳା ବାଦଲ ପାଠପଢା ସମେତ ପରୀକ୍ଷାକୁ ସ୍ଥଗିତ କରିଦେଲା। ହେଲେ ଚଳିତ ବର୍ଷ ପରୀକ୍ଷା ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏଯାବତ କୌଣସି ବିଜ୍ଞପ୍ତି ପ୍ରକାଶ ପାଇନାହିଁ। ଯାହାକୁ ନେଇ ଆଶା ଆଶଙ୍କାରେ ଛାତ୍ରଛାତ୍ରୀ। ଗତବର୍ଷ ଭଳି ଅନଲାଇନ (On Line Exam) ଅଥବା ଅଫଲାଇନ (Off Line Exam) ମାଧ୍ୟମରେ ପରୀକ୍ଷା ହେବ ନା ଦଶମ-ଦ୍ୱାଦଶ ଭଳି ବାତିଲ ହେବ ତାକୁ ନେଇ ଚିନ୍ତାରେ ପରୀକ୍ଷାର୍ଥୀ।

ସେପଟେ ୟୁଜି-ପିଜି ପରୀକ୍ଷା ହେବା ମାମଲାରେ ମୁହଁ ଖୋଲିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ (Higher Education Minister) ଡ.ଅରୁଣ ସାହୁ (Dr.Arun Sahoo)। ଆସନ୍ତା ୧୨ ତାରିଖରେ ଏନେଇ ଏକ ଉଚ୍ଚସ୍ତରୀୟ ବୈଠକ ବସିବ ବୋଲି ମନ୍ତ୍ରୀ କହିଛନ୍ତି। ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତିଙ୍କ ସହ ବୈଠକ ଡକାଯାଇଥିବା ବେଳେ ଲକ୍ ଡାଉନ (Lock Down) ସମୟରେ ପାଠପଢ଼ା, ୟୁଜି-ପିଜି ପରୀକ୍ଷା (UG-PG Exam) ନେଇ ଆଲୋଚନା କରାଯିବ। ଏହାପରେ ସମସ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ନେଇ ମଧ୍ୟ ଏକ ବୈଠକ ବସିବା ସହ ମତାମତ ଗ୍ରହଣ କରାଯିବ। ଉଭୟ ବୈଠକ ପରେ ବିଭାଗ ପରୀକ୍ଷା ଆୟୋଜନ କରିବା ନେଇ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ। 

Also Read: କେବେ ପଡିବ ପୂର୍ଣ୍ଣଚ୍ଛେଦ, ବାତିଲ୍ ହେବ ନା ପରୀକ୍ଷା ହେବ!

ପ୍ରତି ବର୍ଷ ପ୍ରାୟ ୩ ଲକ୍ଷରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ୟୁଜି-ପିଜି ପରୀକ୍ଷା ଦେଇଥାନ୍ତି। ଚଳିତ ବର୍ଷ ଉଚ୍ଚଶିକ୍ଷା ବିଭାଗ କଣ ନିଷ୍ପତି ନେବ ତାହକୁ ଅପେକ୍ଷା କରିଛନ୍ତି ଛାତ୍ରଛାତ୍ରୀ। ଗତ ବର୍ଷ ବିଭାଗ ପକ୍ଷରୁ ଶେଷ ସେମିଷ୍ଟାର ପରୀକ୍ଷା ପ୍ରଥମେ ପରୀକ୍ଷା ବାତିଲ କରିବା ପରେ ୟୁଜସି ନିର୍ଦ୍ଦେଶ କ୍ରମେ ପୁଣି ଏହା ଅନଲାଇନ ମାଧ୍ୟମରେ ହୋଇଥିଲା। ହେଲେ ଏଥର କଣ ହେଉଛି ତାହା ସମୟ କହିବ।