ଫାଟିଗଲା ବାଦଲ, ଭାଙ୍ଗିଗଲା ସଡ଼କ, ଘରେ ପଶିଗଲା ବନ୍ୟାଜଳ, Watch Video
Advertisement

ଫାଟିଗଲା ବାଦଲ, ଭାଙ୍ଗିଗଲା ସଡ଼କ, ଘରେ ପଶିଗଲା ବନ୍ୟାଜଳ, Watch Video

ପ୍ରଥମେ ହିମଖଣ୍ଡ ଅର୍ଥାତ ଗ୍ଲେସିୟର ବିସ୍ଫୋରଣ ହୋଇଥିବା ବେଳେ ଏବେ ବାଦଲ ଫଟା ବର୍ଷା ହୋଇଛି।

ଫାଟିଗଲା ବାଦଲ, ଭାଙ୍ଗିଗଲା ସଡ଼କ, ଘରେ ପଶିଗଲା ବନ୍ୟାଜଳ, Watch Video

ନୂଆଦିଲ୍ଲୀ: ପ୍ରଥମେ ଗ୍ଲେସିୟର ଆଉ ଏବେ ବାଦଲ ଫାଟିଛି ପାହାଡି ରାଜ୍ୟ ଉତ୍ତରାଖଣ୍ଡରେ। ଏହାର ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ନେଇ ଖବର ମିଳିଛି। ସବୁଠାରୁ ବେଶୀ କ୍ଷୟକ୍ଷତି ହୋଇଛି ରାଜ୍ୟର ଚମୋଲି ଜିଲ୍ଲାର ମୈହଲା ବ୍ଲକରେ ଅବସ୍ଥିତ କୁନେଡ ଗ୍ରାମପଞ୍ଚାୟତରେ।    

ଏଠାରେ ମୂଷଳଧାରାରେ (Torrential Rain) ହୋଇଥିବା ବର୍ଷା କାରଣରୁ ବନ୍ୟା (Flood) ହେବା ଫଳରେ ରାସ୍ତାଘାଟ ଧୋଇ ହୋଇଯିବା ସହ ଏହି ଅଞ୍ଚଳରେ ଅବସ୍ଥିତ ଥିବା ଘରେ ବନ୍ୟାଜଳ (Flood Water) ପଶିଯାଇଛି। ପାହାଡି ରାଜ୍ୟ ଉତ୍ତରାଖଣ୍ଡର (Uttarakhand) ଚମୋଲି (Chamoli) ଜିଲ୍ଲାରେ ଲଗାତାର ଭାବେ ପ୍ରାକୃତିକ ବିପର୍ଯ୍ୟୟର (Natural Disaster) ତାଣ୍ଡବ ଜାରି ରହିଛି।  

ପ୍ରଥମେ ହିମଖଣ୍ଡ ଅର୍ଥାତ ଗ୍ଲେସିୟର ବିସ୍ଫୋରଣ (Glacier Burst) ହୋଇଥିବା ବେଳେ ଏବେ ବାଦଲ ଫଟା (Cloud Burst) ବର୍ଷା ହୋଇଛି। ଏନେଇ ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି ଭାରୀ ବର୍ଷା କାରଣରୁ ଜିଲ୍ଲାର ପ୍ଲ୍ୟୁର, କିଲୋଡ, କୁନେଡ ପ୍ରଭୃତି ପଞ୍ଚାୟତରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଲୋନି, ଦଲୋଥା, ବନ୍ନୀ, କୁନେଡ ପ୍ରଭୃତି ଗ୍ରାମରେ ହୋଇଥିବା ଗହମ (Wheat), ମକା (Corn) ଚାଷ ବନ୍ୟା କାରଣରୁ ନଷ୍ଟ ହୋଇଯାଇଛି। 

Also Read: Uttarakhand Glacier Burst: ଆଉ ଏକ ମୃତଦେହ ଉଦ୍ଧାର, ମୃତ୍ୟୁସଂଖ୍ୟା ୧୧କୁ ବୃଦ୍ଧି

ଚମ୍ବା-ଭରମୌର ମଧ୍ୟରେ ରହିଥିବା ଜାତୀୟ ରାଜପଥ (Chamba Bharmour National Highway) ବିଭିନ୍ନ ସ୍ଥାନରେ ଅବରୋଧ ହୋଇ ରହିଛି। ଏହି ରାସ୍ତାରେ ପରିବହନ ବ୍ୟବସ୍ଥାକୁ ସ୍ୱାଭାବିକ କରିବା ପାଇଁ ଉତ୍ତରାଖଣ୍ଡ ଲୋକ ନିର୍ମାଣ ବିଭାଗ (Uttarakhand Public Works Department) ପକ୍ଷରୁ ପ୍ରୟାସ ଜାରି ରହିଛି।     

ଏ ଘଟଣାରେ ପ୍ରତିକ୍ରିୟା ରଖି ବନ୍ୟା ପ୍ରଭାବିତ ଅଞ୍ଚଳର ଲୋକ କହିଛନ୍ତି ବିଳମ୍ବିତ ରାତିରେ ହୋଇଥିବା ବର୍ଷା କାରଣରୁ ଏଠାରେ ରହିଥିବା ବିଭିନ୍ନ ଜଳାଶୟରେ (Water Reservoir) ଜଳସ୍ତର (Water Level) ବଢିଯାଇଥିଲା। ଯାହା ଫଳରେ ଏହାର ନିକଟରେ ରହିଥିବା ଘରେ ବନ୍ୟାଜଳ ପଶିଯାଇଥିଲା ଭାରୀ ବର୍ଷା କାରଣରୁ ଉଭୟ ବିଦ୍ୟୁତ ସେବା ପ୍ରଭାବିତ ହୋଇଛି।    

Also Read: Malari Valley ଠାରେ ଭାଙ୍ଗିଲା Glacier; ଶ୍ରମିକ ଫସିରହିଥିବା ଆଶଙ୍କା

ଏ ଘଟଣାରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି ଭାରୀ ବର୍ଷା କନେଡ ପଞ୍ଚାୟତ ସମେତ ଏହାର ଆଖପାଖରେ ଗ୍ରାମରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ପ୍ରଭାବିତ ଲୋକଙ୍କ ନିକଟରେ ପହଞ୍ଚିବା ଲାଗି ପ୍ରୟାସ ଜାରି ରହିଛି। ସ୍ଥାନୀୟ ପଞ୍ଚାୟତ ପ୍ରତିନିଧିଙ୍କ ସହଯୋଗ ନେଇ କ୍ଷତିଗ୍ରସ୍ତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟକୁ ଜୋରଦାର କରାଯାଇଛି। ବାଦଲ ଫଟା ବର୍ଷା କାରଣରୁ ହୋଇଥିବା ଜୀବନହାନି ବାବଦରେ କିଛି ଜଣାପଡିନାହିଁ।