Uttarakhand Glacier Burst: ଆଉ ଏକ ମୃତଦେହ ଉଦ୍ଧାର, ମୃତ୍ୟୁସଂଖ୍ୟା ୧୧କୁ ବୃଦ୍ଧି
Advertisement
Article Detail0/zeeodisha/odisha890193

Uttarakhand Glacier Burst: ଆଉ ଏକ ମୃତଦେହ ଉଦ୍ଧାର, ମୃତ୍ୟୁସଂଖ୍ୟା ୧୧କୁ ବୃଦ୍ଧି

ସୁମନା ଠାରୁ ମଲାରୀ ଘାଟି ମଧ୍ୟରେ ଦୂରତା ହେଉଛି ୨୫ କିମି। 

Uttarakhand Glacier Burst: ଆଉ ଏକ ମୃତଦେହ ଉଦ୍ଧାର, ମୃତ୍ୟୁସଂଖ୍ୟା ୧୧କୁ ବୃଦ୍ଧି

ଡେରାଡୁନ: ପାହାଡି ରାଜ୍ୟ ଉତ୍ତରଖଣ୍ଡର ଚମୋଲି ଜିଲ୍ଲାରେ ସୁମନା କ୍ଷେତ୍ର ଠାରେ ହୋଇଥିବା ହିମଖଣ୍ଡ ଭୂସ୍ଖଳନ ଘଟଣାରେ ମୃତକଙ୍କ ସଂଖ୍ୟା ୧୧କୁ ବୃଦ୍ଧି ପାଇଛି। ରବିବାର ଅନ୍ୟ ଏକ ଶବ ଉଦ୍ଧାର ହୋଇଛି। ଏହି ଦୁର୍ଘଟଣାରେ ୧୧ ଶ୍ରମିକ ପ୍ରାଣ ହରାଇଥିବା ନେଇ ସ୍ପଷ୍ଟ କରିଛି ଚମୋଲି ଜିଲ୍ଲା ପ୍ରଶାସନ।   

ହିମଖଣ୍ଡ ଭୂସ୍ଖଳନ (Glacier Burst) ଘଟଣାରେ ପ୍ରାଣ ହରାଇଥିବା ଶ୍ରମିକଙ୍କ ମୃତଦେହକୁ ହେଲିକ୍ୟାପ୍ଟର ମାଧ୍ୟମରେ ଯୋଶୀମଠକୁ (Joshimath) ଅଣାଯାଇ ସେଠାରେ ବ୍ୟବଚ୍ଛେଦ କରାଯାଇଛି। ଅନ୍ୟପଟେ ଏହି ଦୁର୍ଘଟଣାରେ ଆହତ ହୋଇଥିବା ୭ ଜଣଙ୍କ ଚିକିତ୍ସା ଜାରି ରହିଛି। ଅନ୍ୟଜଣେ ଆହତକୁ ରାଜଧାନୀ ଡେରାଡୁନ ସ୍ଥାନାନ୍ତର କରାଯାଇଛି।  

Also Read: Malari Valley ଠାରେ ଭାଙ୍ଗିଲା Glacier; ଶ୍ରମିକ ଫସିରହିଥିବା ଆଶଙ୍କା

 

ଚମୋଲି ଜିଲ୍ଲା ପ୍ରଶାସନର (Chamoli District Administration) ପ୍ରତ୍ୟେକ୍ଷ ତତ୍ତ୍ୱବଧାନରେ ସୁମନା-ମଲାରୀ ଘାଟି (Sumna-Malari Valley Region) କ୍ଷେତ୍ର ଠାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଯେଉଁ ଅଞ୍ଚଳରେ ଏହି ଘଟଣା ଘଟିଛି ସେଠାରେ ବର୍ଡର ରୋଡ ଅର୍ଗାନାଇଜେସନ-ବିଆରଓ (Border Road Organization-BRO) ପକ୍ଷରୁ ସଡକ ନିର୍ମାଣ କାର୍ଯ୍ୟ ଚାଲିଥିଲା। 

Also Read: Uttarakhand Glacier Burst: ୪୧ ଶବ ଉଦ୍ଧାର, ୧୬୪ ନିଖୋଜ

ହିମଖଣ୍ଡ ଭୂସ୍ଖଳନ ବାବଦରେ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚିଛି ବିଆରଓ ପକ୍ଷରୁ ଏ ଘଟଣାରେ ପ୍ରାଣ ହରାଇଥିବା ଉଭୟ ମୃତ ଏବଂ ଆହତ ଲୋକଙ୍କ ବାବଦରେ ତଥ୍ୟ ସଂଗ୍ରହ କରାଯାଉଛି। ସୁମନା ଠାରୁ ମଲାରୀ ଘାଟି ମଧ୍ୟରେ ଦୂରତା ହେଉଛି ୨୫ କିମି। ଧୌଲିଗଙ୍ଗା ନଦୀରୁ (Dhauliganga River) ବାହାରିଥିବା ଦୁଇ ଧାରା (Two Stream) ଗିରଥିଗାଡି-କେଓଗାଠ (Girthigad-Kiogath) ସଙ୍ଗମସ୍ଥଳରେ ଏହି ସ୍ଥାନ ଅବସ୍ଥିତ।

Also Read: Uttarakhand Glacier Burst: ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ITBP-Chinook

 

ସେଠାରେ ବିଆରଓ ପକ୍ଷରୁ ଚାଲିଥିବା ସଡକ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିବା ଶ୍ରମିକ ଫସିଥିବା ଯାଇଥିବା ନେଇ ପ୍ରଥମେ ଆଶଙ୍କା କରାଯାଇଥିଲା। ଘଟଣାସ୍ଥଳରେ ଇଣ୍ଡେୋ-ତିବ୍ଦେତାନ ବର୍ଡର ପୋଲିସ-ଆଇଟିବିପି (Indo-Tibetan Border Police-ITBP), ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ-ଏନଡିଆରଏଫ (National Disaster Response Force-NDRF), ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବାହିନୀ-ଏସଡିଆରଏଫ (State Disaster Response Force-SDRF) ପକ୍ଷରୁ ମିଳିତ ଭାବେ ଉଦ୍ଧାର କାର୍ଯ୍ୟ କରାଯାଉଛି। ବରଫପାତ କାରଣରୁ ଏହି କାର୍ଯ୍ୟ ପ୍ରଭାବିତ ହୋଇଛି। ଗତ ୧୯୯୧ ମସିହାରେ ସୁମନା ଠାରେ ହୋଇଥିବା ହିମସ୍ଖଳନ କାରଣରୁ ୧୧ ଆଇଟିବିପି ଯବାନଙ୍କ ମୃତ୍ୟୁ ହୋଇଥିଲା।