ପଶ୍ଚିମବଙ୍ଗରେ 'ଘର ବାପସି': ଦିଦିଙ୍କ ଶରଣରେ ଫେରୁଛନ୍ତି ଦଳଡିଆଁ, ତାଲିକାରେ ୧୦ BJP ସାଂସଦ ଓ ବିଧାୟକ
Advertisement

ପଶ୍ଚିମବଙ୍ଗରେ 'ଘର ବାପସି': ଦିଦିଙ୍କ ଶରଣରେ ଫେରୁଛନ୍ତି ଦଳଡିଆଁ, ତାଲିକାରେ ୧୦ BJP ସାଂସଦ ଓ ବିଧାୟକ

ମେ ୨ ରେ ମମତା ବାନାର୍ଜୀ ଏକ ଐତିହାସିକ ବିଜୟ ହାସଲ କରି ସମସ୍ତଙ୍କୁ ଚକିତ କରି ଦେଇଥିଲେ। ଏହା ପରେ ଏବେ ପଶ୍ଚିମବଙ୍ଗର ରାଜନୈତିକ ପାଣିପାଗ ବଦଳିବାରେ ଲାଗିଛି। ଯେଉଁମାନେ ଦଳଛାଡି BJPରେ ମିଶିଥିଲେ, ସେମାନେ ଘରକୁ ଫେରିବା ପାଇଁ ନିଷ୍ପତ୍ତି ନେଇଛନ୍ତି।

ପ୍ରତିକାତ୍ମକ ଫଟୋ

କୋଲକାତା: ପଶ୍ଚିମବଙ୍ଗ ନିର୍ବାଚନକୁ ନେଇ କିଛି ମାସ ପୂର୍ବେ ଅଡୁଆରେ ପଡିଥିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଦିଦିଙ୍କ ସମ୍ମୁଖରେ ସବୁଠାରୁ ବଡ ଆହ୍ୱାନ ଥିଲା ତାଙ୍କ ଦଳର ନେତାଙ୍କ ବିଜେପିକୁ ଡିଆଁ ମାରିବା। କ୍ରମାଗତ TMC ବିଧାୟକ ଓ ନେତାମାନେ ଦଳ ଛାଡି BJPରେ ଯୋଗ ଦେଉଥିଲେ। ଏହାକୁ ଦେଖି ଗଣମାଧ୍ୟମରେ ମମତା ସରକାରର ପତନ ବିଷୟରେ ଆଲୋଚନା ହେଉଥିଲା। କିନ୍ତୁ  ମେ ୨ ରେ ମମତା ବାନାର୍ଜୀ ଏକ ଐତିହାସିକ ବିଜୟ ହାସଲ କରି ସମସ୍ତଙ୍କୁ ଚକିତ କରି ଦେଇଥିଲେ। ଏହା ପରେ ଏବେ ପଶ୍ଚିମବଙ୍ଗର ରାଜନୈତିକ ପାଣିପାଗ ବଦଳିବାରେ ଲାଗିଛି। ଯେଉଁମାନେ ଦଳଛାଡି BJPରେ ମିଶିଥିଲେ, ସେମାନେ ଘରକୁ ଫେରିବା ପାଇଁ ନିଷ୍ପତ୍ତି ନେଇଛନ୍ତି।

ବର୍ତ୍ତମାନ ପଶ୍ଚିମବଙ୍ଗ (West Bengal) ରେ ରାଜନୈତିକ ନଦୀ ଓଲଟା ଧାରାରେ ବୋହିବା ଆରମ୍ଭ କରିଛି। ଉଦାହରଣ ସ୍ୱରୂପ ପୂର୍ବତନ ବିଧାୟକ ସୋନାଲି ଗୁହା ମାର୍ଚ୍ଚରେ TMC ଛାଡିବା ପରେ ଏବେ ନିଜକୁ "ପାଣିରୁ ବାହାରିଥିବା ମାଛ" ଭଳି ଅନୁଭବ କରୁଛନ୍ତି। ଫୁଟବଲରରୁ ରାଜନେତା ସାଜିଥିବା ଦିପେନ୍ଦୁ ବିଶ୍ୱାସ, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ (Mamata Banerjee) ଙ୍କୁ ଚିଠି ଲେଖି ପୁଣିଥରେ TMC ପତାକା ଧରିବାକୁ ଚାହୁଁଥିବା କହିଛନ୍ତି। ପିଟିଆଇ ରିପୋର୍ଟ ଅନୁଯାୟୀ ସାରଳା ମୁର୍ମୁ ଏବଂ ଅମାଲ ଆଚାର୍ଯ୍ୟ ମଧ୍ୟ ଦିଦିଙ୍କ ଶରଣରେ ଆସିବାକୁ ଚାହୁଁଛନ୍ତି।

Also Read: CM ଯୋଗୀଙ୍କ ଛବିକୁ ନେଇ ଚିନ୍ତାରେ BJP, ବିଧାନସଭା ନିର୍ବାଚନ ପୂର୍ବରୁ ଆରମ୍ଭ ହେଲା Feedback ଅଭିଯାନ

TMC ମୁଖପାତ୍ର କୁନାଲ ଘୋଷ ଏକ ଜାତୀୟ ଗଣମାଧ୍ୟମକୁ କହିଛନ୍ତି ଯେ, କେବଳ ନେତା ନୁହଁନ୍ତି, ସାତ-ଆଠ ଜଣ BJP ବିଧାୟକ ଏବଂ ତିନି-ଚାରି ଜଣ ସାଂସଦ TMCରେ ଯୋଗଦେବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଦଳର ନେତୃତ୍ୱ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇ ନାହାଁନ୍ତି। TMCକୁ ଫେରିବା ପାଇଁ ଚାହୁଁଥିବା ଲୋକଙ୍କ ମଧ୍ୟରେ ମୁକୁଲ ରୟଙ୍କର ନାମ ମଧ୍ୟ ଅଛି | ଦିଦିଙ୍କ ହାତ ଛାଡିଥିବା ସର୍ବପ୍ରଥମ TMC ନେତାଙ୍କ ମଧ୍ୟରୁ ଜଣଙ୍କର ପୁଅ ବର୍ତ୍ତମାନ ଫେସବୁକ ପୋଷ୍ଟ କରି ବିଜେପିକୁ ସମାଲୋଚନା କରିଛନ୍ତି। କିନ୍ତୁ ବରିଷ୍ଠ ନେତା ଏ ବାବଦରେ କିଛି କହି ନାହାଁନ୍ତି। ତେବେ ମୁକୁଲ ରୟଙ୍କ ପକ୍ଷରୁ ଏଭଳି ପଦକ୍ଷେପ ନେଇଥିବା ଖବରକୁ ବିଜେପି ଖାରଜ କରିଦେଇଛି।