Rajya Sabha Election:ପ୍ରାର୍ଥୀ ଚୟନକୁ ନେଇ ଆରମ୍ଭ ହୋଇଗଲା ଟ୍ୱିଟର ୱାର୍
Advertisement

Rajya Sabha Election:ପ୍ରାର୍ଥୀ ଚୟନକୁ ନେଇ ଆରମ୍ଭ ହୋଇଗଲା ଟ୍ୱିଟର ୱାର୍

Rajya Sabha Election 2022: ରାଜସ୍ଥାନରେ ୪ ରାଜ୍ୟସଭା ଆସନ ପାଇଁ ନିର୍ବାଚନ ଜୁନ ୧୦ ତାରିଖରେ ଅନୁଷ୍ଠିତ ହେବ। 

Rajya Sabha Election:ପ୍ରାର୍ଥୀ ଚୟନକୁ ନେଇ ଆରମ୍ଭ ହୋଇଗଲା ଟ୍ୱିଟର ୱାର୍

Congress Candidate for Rajya Sabha: ଆସନ୍ତା ମାସରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯିବା ପରେ ଆରମ୍ଭ ହୋଇଯାଇଛି ଟ୍ୱିଟର ୱାର। ଆସନ୍ତା ଜୁନ ୧୦ ତାରିଖରେ ରାଜସ୍ଥାନର ୩ ରାଜ୍ୟସଭା ଆସନ ଲାଗି ହେବାକୁ ଯାଉଛି ନିର୍ବାଚନ। ଏହି ନିର୍ବାଚନରେ ରାଜ୍ୟ ବାହାର ଲୋକଙ୍କୁ ପ୍ରାର୍ଥୀ କରିବାକୁ ନେଇ ସୃଷ୍ଟି ହୋଇଛି ବିବାଦ। ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତଙ୍କ ପରାମର୍ଶଦାତା ତଥା  ବିଧାୟକ ସୟଂମ୍ ଲୋଢା  କଂଗ୍ରେସ ନେତୃବୃନ୍ଦଙ୍କୁ ଦଳୀୟ ପ୍ରାର୍ଥୀ ଚୟନ କରିବା ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାକୁ ଅନୁରୋଧ କରିଛନ୍ତି।

ଏନେଇ ଟ୍ୱିଟ କରି ସୟଂମ୍ ଲୋଢା କହିଛନ୍ତି କଂଗ୍ରେସ କହିବା ଉଚିତ ଯେ ରାଜସ୍ଥାନର କୌଣସି କଂଗ୍ରେସ କର୍ମକର୍ତ୍ତାଙ୍କୁ ରାଜ୍ୟସଭା ନିର୍ବାଚନରେ ​​ପ୍ରାର୍ଥୀ ନକରିବାର କାରଣ କ'ଣ? ରାଜ୍ୟସଭା ନିର୍ବାଚନରେ ରାଜ୍ୟର କଂଗ୍ରେସ ନେତାଙ୍କୁ ସୁଯୋଗ ଦିଆଯିବା ଆବଶ୍ୟକ। ଯଦି ରାଜ୍ୟସଭା ନିର୍ବାଚନରେ ରାଜ୍ୟ ସ୍ତରୀୟ ନେତାଙ୍କୁ ସୁଯୋଗ ଦିଆନଯାଏ ତାହେଲେ ଏହାର ପ୍ରଭାବ ଆସନ୍ତା ବର୍ଷ ଅନୁଷ୍ଠିତ ହେଉଥିବା ବିଧାନସଭା ନିର୍ବାଚନରେ ଦଳର ବିଜୟ ସମ୍ଭାବନା ଉପରେ ପଡ଼ିବ।  

ରାଜ୍ୟସଭା ନିର୍ବାଚନରେ ରାଜ୍ୟ ବାହାର ଲୋକଙ୍କୁ ପ୍ରାର୍ଥୀ କରିବାକୁ ନେଇ କଂଗ୍ରେସ ଉଦ୍ଦେଶ୍ୟରେ କଟାକ୍ଷ କରି ବିଜେପି ନେତା ରାଜେନ୍ଦ୍ର ରାଠୋଡ଼ କହିଛନ୍ତି ଆପଣ (ସୟଂମ୍ ଲୋଢା) କହିଥିଲେ ଆପଣ ହେଉଛନ୍ତି ଗାନ୍ଧୀ-ନେହେରୁ ପରିବାରର ଗୁଲାମ।  ଗୁଲାମଙ୍କୁ ପ୍ରଶ୍ନ ପଚାରିବାର ଅଧିକାର କିଏ ଦେଲା? ରାଜ୍ୟସଭା ନିର୍ବାଚନରେ ରାଜ୍ୟ ବାହାର ଲୋକଙ୍କୁ ଟିକେଟ ଦେବାର କଷ୍ଟ ଆପଣଙ୍କ ଠାରୁ କେହି ଅଧିକ ଜାଣିପାରିବେ ନାହିଁ। କଂଗ୍ରେସ ଦଳ ଆପଣଙ୍କୁ ସବୁ ବେଳେ ଟିକେଟ ପ୍ରଦାନ କରିବାରୁ ବଞ୍ଚିତ ରଖିଛି। ରାଜ୍ୟସଭା ନିର୍ବାଚନରେ ରାଜସ୍ଥାନର ୩ ଆସନ ଲାଗି କଂଗ୍ରେସ ରାଜ୍ୟ ବାହାର ନେତାଙ୍କୁ ପ୍ରାର୍ଥୀ କରିଛି। ଯାହା ସ୍ଥାନୀୟ କର୍ମକର୍ତ୍ତାଙ୍କୁ ନିରାଶ କରିଛି। ପ୍ରାର୍ଥୀ ସ୍ଥିର କରିବା ଦଳର ଅଧିକାର ହେଲେ ରାଜସ୍ଥାନର କୌଣସି କଂଗ୍ରେସ ନେତାଙ୍କୁ ପ୍ରାର୍ଥୀ କରାଯାଇ ନ ଥିବାରୁ ଏହାକୁ ନେଇ ରାଜ୍ୟବାସୀଙ୍କ ମଧ୍ୟରେ ଗଭୀର ନିରାଶା ରହିଛି। 

ଅନ୍ୟପଟେ ରାଜସ୍ଥାନ ବିଜେପି ମୁଖପାତ୍ର ରାମଲାଲ ଶର୍ମା କହିଛନ୍ତି ରାଜ୍ୟରେ ଅନୁଷ୍ଠିତ ହେଉଥିବା ରାଜ୍ୟସଭା ନିର୍ବାଚନରେ କଂଗ୍ରେସ ରାଜ୍ୟ ବାହାର ନେତାଙ୍କୁ ପ୍ରାର୍ଥୀ କରି ରାଜସ୍ଥାନ ବାସିନ୍ଦାଙ୍କୁ ଆଘାତ ଦେଇଛି। କଂଗ୍ରେସ ଭିତରେ ଯୋଗ୍ୟ ବ୍ୟକ୍ତିଙ୍କ ପ୍ରତି କୌଣସି ସମ୍ମାନ ନାହିଁ। ଯାହା ବର୍ତ୍ତମାନ ଦଳରେ ସୃଷ୍ଟି ହୋଇଥିବା ସମସ୍ୟାର ମୂଳ କାରଣ।

ରାଜସ୍ଥାନରେ ୪ ରାଜ୍ୟସଭା ଆସନ ପାଇଁ ନିର୍ବାଚନ ଜୁନ ୧୦ ତାରିଖରେ ଅନୁଷ୍ଠିତ ହେବ। ଏହି ନିର୍ବାଚନରେ ମୁକୁଲ ୱାସନିକ, ପ୍ରମୋଦ ତିୱାରୀ, ରଣଦୀପ ସିଂହ ସୁର୍ଜେୱାଲା କଂଗ୍ରେସ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବେ। ରାଜସ୍ଥାନରୁ  ରାଜ୍ୟସଭାକୁ ମୋଟ ୧୦ ଜଣ ସାଂସଦ ପ୍ରତିନିଧିତ୍ୱ କରିଥାନ୍ତି। ବର୍ତ୍ତମାନ ରାଜ୍ୟରୁ ୭ ବିଜେପି ଏବଂ ୩ କଂଗ୍ରେସ ସାଂସଦ ରାଜ୍ୟସଭାକୁ ପ୍ରତିନିଧିତ୍ୱ କରିଥାନ୍ତି। ଏହି ୩ ସାଂସଦ ହେଉଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ,  କଂଗ୍ରେସ ମହାସଚିବ କେସି ବେଣୁଗୋପାଳ ଏବଂ ନୀରଜ ଡାଙ୍ଗୀ। ରାଜସ୍ଥାନରୁ ରାଜ୍ୟସଭାକୁ ପ୍ରତିନିଧିତ୍ୱ କରୁଥିବା କଂଗ୍ରେସ ସାଂସଦଙ୍କ ମଧ୍ୟରେ କେବଳ ନୀରଜ ଡାଙ୍ଗୀ ହେଉଛନ୍ତି ରାଜସ୍ଥାନ ବାସିନ୍ଦା।  

Also Read: Rajasthan Assembly Election 2023: କିଏ ହେବେ କଂଗ୍ରେସ ଚେହେରା? ଗେହୋଲତ ନା ପାଇଲଟ?