ମୁମ୍ବାଇ: ବୟାନବାଜିକୁ ନେଇ ସରଗରମ ହୋଇଉଠିଛି ମହାରାଷ୍ଟ୍ର ରାଜନୀତି। ଏ ପ୍ରସଙ୍ଗରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭୀସଙ୍କ ବୟାନ ଉପରେ ଜବାବ ରଖିଛନ୍ତି। ଏନେଇ ସେ ରାଜନୈତିକ ବାଣର କୌଣସି ଆବଶ୍ୟକତା ନାହିଁ। କିଛି ଲୋକ କହୁଛନ୍ତି ଦୀପାବଳି ପରେ ରାଜ୍ୟ ରାଜନୀତିରେ ଏକ ବଡ଼ ବୋମା ବିସ୍ଫୋରଣ ହେବ। ହେଲେ ପାକିସ୍ତାନ ଠାରେ କେବେ ବୋମା ବିସ୍ଫୋରଣ ହେବ ତାହାକୁ ମୁଁ ଅପେକ୍ଷା କରିଛି ବୋଲି କହିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଠାକରେ।


COMMERCIAL BREAK
SCROLL TO CONTINUE READING

ନିକଟରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ (Former Maharashtra CM) ଦେବେନ୍ଦ୍ର ଫଡନାଭୀସ ( Devendra Fadnavis) କହିଥିଲେ ଦୀପାବଳି ପରେ ରାଜ୍ୟ ରାଜନୀତିରେ ଏକ ବଡ଼ ବୋମା ବିସ୍ଫୋରଣ ହେବ। ଏହା ଉପରେ ଜବାବ ରଖି ଏନସିପି ନେତା ନେତା ନବାବ ମଲ୍ଲିକ (NCP Leader Nawab Mallick) ଟ୍ୱିଟ କରି କହିଛନ୍ତି ଏଥିପାଇଁ ଆମେ ପ୍ରସ୍ତୁତ ରହିଛୁ।    


ଅଣ୍ଡରୱାଲ୍ଡ ସହ ମହାରାଷ୍ଟ୍ର ସରକାରଙ୍କ ମନ୍ତ୍ରୀ ନବାବ ମଲିକଙ୍କ ରହିଥିବା ସମ୍ପର୍କ ଉପରେ ପ୍ରମାଣ ଦେବି ବୋଲି କହିଥିଲେ ଦେବେନ୍ଦ୍ର ଫଡନାଭୀସ। ଡ୍ରଗ୍ସ ପେଡେଲ ଜୟଦୀପ ରାଣା ସହ ମୋ ପତ୍ନୀ ଅମୃତା ଫଡନାଭିସଙ୍କ (Amruta Fadnavis) ଯେଉଁ ଫୋଟ ସେ ସେୟାର କରିଛନ୍ତି ତାହା ଚାରି ବର୍ଷର ପୁରୁଣା ତାହାକୁ ଏବେ ସେ ଟ୍ୱିଟ୍ କରୁଛନ୍ତି। ତାଙ୍କ ଦ୍ୱାରା ଅଣାଯାଇଥିବା ଅଭିଯୋଗ ହାସ୍ୟାସ୍ପଦ।


Also Read: Drugs Case: Aryan Khan, Arbaaz Merchant, Munmun Dhamecha ଙ୍କୁ ମିଳିଲା ଜାମିନ


ନବାବ ମଲ୍ଲିକଙ୍କୁ ଜବାବ ଦେଇ ଦେବେନ୍ଦ୍ର ଫଡନାଭିସ୍ କହିଛନ୍ତି ସେ ଡ୍ରଗ୍ସ ବେପାରୀଙ୍କ ସହ ମୋ ଫଟୋ କାହିଁକି ଟ୍ୱିଟ୍ କରିନାହାଁନ୍ତି? ମୋ ପତ୍ନୀଙ୍କୁ ଜାଣିଶୁଣି ଟାର୍ଗେଟ କରାଯାଉଛି। ଯଦି କହା ସହିତ ଫଟା ଉଠାଇବାରୁ ଯଦି ଡ୍ରଗ୍ ରାକେଟ୍ ଭଳି ଘଟଣାର ପର୍ଦ୍ଦାଫାଶ ହୁଏ ତାହେଲେ ନବାବ ମଲ୍ଲିକଙ୍କ ଜ୍ବାଇଁଙ୍କ ଘରୁ ଯେଉଁ ଗଞ୍ଜେଇ ମିଳିଛି ତାହା କ'ଣ ବୋଲି ସେ ପ୍ରଶ୍ନ କରିଛନ୍ତି। 


ଦୀପାବଳି ପରେ ଡ୍ରଗ୍ସ ମାଫିଆଙ୍କ ସହ ଏନସିପି ମୁଖ୍ୟ ଶରଦ ପାୱାର (NCP Supremo Sharad Pawar) ଏବଂ ନବାବ ମଲ୍ଲିକଙ୍କ ରହିଥିବା ସମ୍ପର୍କର ମୁଁ ପର୍ଦ୍ଦଫାଶ କରିବି ବୋଲି କହିଥିଲେ ଦେବେନ୍ଦ୍ର ଫଡନାଭିସ୍।  ନବାବ ମଲିକ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଯାଇ ପଚାରନ୍ତୁ ନୀରଜ ଗୁଣ୍ଡେ କିଏ ଏବଂ ତାଙ୍କ ପାଖକୁ ସେ କେତେଥର ଯାଇଛି। ଯଦି ନୀରଜ ଗୁଣ୍ଡେଙ୍କ ବିରୁଦ୍ଧରେ କୌଣସି ପ୍ରମାଣ ରହିଛି ତାହେଲେ ତାକୁ ଗିରଫ କର। ଡ୍ରଗ୍ସ ମାମଲାରେ ନବାବ ମଲିକଙ୍କ ଅବସ୍ଥା ଏପରି ଯେ ନିଜେ କାଚ ଘରେ ରହି ଅନ୍ୟ ଲୋକ ଉପରକୁ ପଥର ଫିଙ୍ଗୁଛନ୍ତି। ନବାବ ମଲ୍ଲିକଙ୍କୁ ଜବାବ ଦେଇ ଅମୃତା ଫଡନାଭିସ କହିଛନ୍ତି ଚୋର ଓଲଟା ପୋଲିସକୁ ଜବାବ ଦେଉଛି। 



ଡ୍ରଗ୍ସ ପେଡେଲ ଜୟଦୀପ ରାଣା (Drug Peddler Jaydeep Rana) ସହ ଦେବେନ୍ଦ୍ର ଫଡନାଭୀସ ଏବଂ ତାଙ୍କ ପତ୍ନୀ ଅମୃତା ଫଡନାଭିସଙ୍କ ଏକ ଫଟୋ ସେୟାର କରି ବିଜେପି ସହ ଡ୍ରଗ୍ସ ରାକେଟର ରହିଥିବା ସମ୍ପର୍କକୁ ଦର୍ଶାଇବାକୁ ଚେଷ୍ଟା କରିଥିଲେ ଏନସିପି ନେତା ନବାବ ମଲ୍ଲିକ। ଗତ ଜୁମ ମାସରେ ଜୟଦୀପ ରାଣାକୁ ଗିରଫ କରିଥିଲା ଏନସିବି। ଦେବେନ୍ଦ୍ର ଫଡନାଭୀସ ଡ୍ରଗ୍ସ କାରବାରର ମାଷ୍ଟରମାଇଣ୍ଡ ବୋଲି କହିଛନ୍ତି ଏହି ଏନସିପି ନେତା।  




Also Read: Drugs Case: କିଏ ଏହି Munmun Dhamecha? ଯିଏ ହୋଇଥିଲେ NCB ଦ୍ୱାରା ଗିରଫ


ଡ୍ରଗ୍ସ ମାମଲାରେ ଏନସିବି ଅଧିକାରୀ ସମୀର ୱାନଖେଡଙ୍କୁ ବାରମ୍ବାର ଟାର୍ଗେଟ କରି ନବାବ ମଲ୍ଲିକ। ହେଲେ ବିବାଦ ତାଙ୍କ ପିଛା ଛାଡିବାର ନାଁ ଧରୁନାହିଁ। ବିଜେପି ନେତା ମୋହିତ କାମ୍ବୋଜ (BJP Leader Mohit Kamboj) ଏହି ଏନସିପି ନେତାଙ୍କ ବିରୁଦ୍ଧରେ ୧୦୦ କୋଟି ଟଙ୍କା ମାନହାନି ମାମଲା ଦାଏର କରିଛନ୍ତି। ମିଆଁ ନବାବ ମଲିକ ମୋ ପରିବାର ବିରୁଦ୍ଧରେ ମିଥ୍ୟା ଏବଂ ଭିତ୍ତିହୀନ ଅଭିଯୋଗ ଆଣିଛନ୍ତି ବୋଲି କହିଛନ୍ତି ମୋହିତ କାମ୍ବୋଜ।



ଡ୍ରଗ୍ସ ମାମଲାରେ ନବାବ ମଲିକ ଏନସିବି ଅଧିକାରୀ ସମୀର ୱାନଖେଡଙ୍କ ସମେତ ଅନେକ ବିଜେପି ନେତାଙ୍କ ବିରୁଦ୍ଧରେ ଅଭିଯୋଗ କରିଥିଲେ। ବିଜେପି ନେତା ମୋହିତ କାମ୍ବୋଜ ଗତ ଅକ୍ଟୋବର ୯ ତାରିଖରେ ନବାବ ମଲିକଙ୍କ ନିକଟକୁ ନୋଟିସ ପଠାଇଥିଲେ।  ମୋ ବିରୁଦ୍ଧରେ ବୟାନବାଜି କରିବାରୁ ନବାବ ମଲିକ ଦୂରେଇ ରୁହନ୍ତୁ ବୋଲି ଚେତାବନୀ ଦେଇଛନ୍ତି ଏହି ବିଦେପି ନେତା। ହେଲେ ଏହା ସତ୍ତ୍ୱେ ନବାବ ମଲିକ ଅକ୍ଟୋବର ୧୧ ରେ ଏକ ସାମ୍ବାଦିକ ସମ୍ମିଳନୀ କରି ବିଜେପି ନେତା ମୋହିତ କାମ୍ବୋଜଙ୍କ ବିରୁଦ୍ଧରେ ଅନେକ ଅଭିଯୋଗ କରିଥିଲେ।


Also Read: Drugs Case: NCB ଜାଲରେ Drugs Paddler


କୋର୍ଟରେ ଏକ ପିଟିସନ ଦାଖଲ କରି ମୋହିତ କାମ୍ବୋଜ କହିଛନ୍ତି ଯେ ଏନସିପି ନେତା ନବାବ ମଲିକଙ୍କ ଆଣିଥିବା ମିଥ୍ୟା ଅଭିଯୋଗ ତାଙ୍କ ପ୍ରତିଛବିକୁ ଖରାପ କରିଦେଇଛି। ଏଥିପାଇଁ ସେ ନବାବ ମଲିକଙ୍କ ବିରୁଦ୍ଧରେ ୧୦୦ କୋଟି ଟଙ୍କାର ମାମଲା ଦାଏର କରୁଛନ୍ତି।