Drugs Case: NCB ଜାଲରେ Drugs Paddler
Advertisement
Article Detail0/zeeodisha/odisha1000163

Drugs Case: NCB ଜାଲରେ Drugs Paddler

ଅନ୍ୟପଟେ ଏ ମାମଲାରେ ଜଣେ ଡ୍ରଗ୍ସ ପ୍ୟାଡଲରଙ୍କୁ ଠାବ କରିଛି ଏନସିବି।

Drugs Case: NCB ଜାଲରେ  Drugs Paddler

ମୁମ୍ବାଇ: ଡ୍ରଗ୍ସ ମାମଲାରେ ଗିରଫ ହୋଇଥିବା ବଲିଉଡ଼ ଅଭିନେତା ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କ ସମସ୍ୟା ବଢିବାରେ ଲାଗିଛି। ସୋମବାର କୋର୍ଟ ଆର୍ଯ୍ୟନ ଖାନଙ୍କ ଜାମିନ ଆବେଦନ ଖାରଜ କରିବା ସହ ତାଙ୍କୁ ଅକ୍ଟୋବର ୭ ତାରିଖ ପର୍ଯ୍ୟନ୍ତ ଏନସିବି ହେପାଜତକୁ ପଠାଇଛନ୍ତି। ଅନ୍ୟପଟେ ଏହି ମାମଲାରେ ତାଙ୍କ ସାଙ୍ଗ ଶ୍ରେୟାସ ନାୟରଙ୍କୁ ଗିରଫ କରିଛି ଏନସିବି।  

ଏନେଇ କୁହାଯାଉଛି ଆର୍ଯ୍ୟନ ଖାନ, ଶ୍ରେୟାସ ନାୟର, ଅରବାଜ ମର୍ଚ୍ଚାଣ୍ଟ ସ୍କୁଲରେ ପଢିବା ସମୟରୁ ସାଙ୍ଗଥିଲେ। ଏହି ମାମଲାରେ ଶ୍ରେୟାସଙ୍କ ନାଁ ଆର୍ଯ୍ୟନ ଏବଂ ଅର୍ବାଜଙ୍କ ମଧ୍ୟରେ ହୋଇଥିବା ମୋବାଇଲ ଚାଟ୍ରୁ ସାମ୍ନାକୁ ଆସିଛି। ଗିରଫ ହୋଇଥିବା ଶ୍ରେୟାସ ରେଭ ପାର୍ଟିରେ ସାମିଲ ହୋଇଥାନ୍ତା। ହେଲେ କୌଣସି କାରଣବଶତଃ ସେ ଏଥିରେ ସାମିଲ ହୋଇପାରିନଥିଲା।

Also Read: Drugs Case: NCB ଜାଲରେ  Drugs Paddler

ଡ୍ରଗ୍ସ ମାମଲାରେ ଗତ ରବିବାର ନାର୍କୋଟିକ କଣ୍ଟ୍ରୋଲ ବ୍ୟୁରୋ (Narcotics Control Bureau) ଏନସିବି (NCB) ଶ୍ରେୟାସଙ୍କୁ ପଚରାଉଚରା କରିବା ପାଇଁ ହେପାଜତକୁ ନେଇଥିଲା। ବେଶ କିଛି ଘଣ୍ଟା ଧରି ଜେରା କରିସାରିବା ପରେ ସୋମବାର ଶ୍ରେୟାସଙ୍କୁ ଗିରଫ କରିଥିଲା ଏନସିବି। 

Also Read: NCB ର ଡ୍ରଗ୍ସ ଜବତ ମାମଲାରେ କ୍ରୁଜ୍ କମ୍ପାନୀ ଜାରି କଲା ବୟାନ, ଜାଣନ୍ତୁ କ'ଣ କହିଲା

ଅନ୍ୟପଟେ ଏ ମାମଲାରେ ଜଣେ ଡ୍ରଗ୍ସ ପ୍ୟାଡଲରଙ୍କୁ ( Drugs Paddler) ଠାବ କରିଛି ଏନସିବି। ଯିଏକି ଏହି ବହୁ ଚର୍ଚ୍ଚିତ ରେଭ୍ ପାର୍ଟିରେ ଡ୍ରଗ୍ସ ଯୋଗାଇଥିବା ନେଇ ଅଭିଯୋଗ ହୋଇଛି। ଏହି ପ୍ୟାଡଲର ନିକଟରୁ ଏମଡିଏମଏ ବଟିକା (MDMA Tablet) ସହ ମେଫେଡ୍ରୋନ ଡ୍ରଗ୍ସ (Mephedrone Drugs) ଜବତ କରିଛି ଏନସିବି। ସେ ଅର୍ଡର ନେବା ପାଇଁ  ଡାର୍କନେଟ (Darknet) ବ୍ୟବହାର କରିବା ସହ ପେମେଣ୍ଟ ନେବା ପାଇଁ ବିଟ୍ସ କଏନ (Bitcoins) ବ୍ୟବହାର କରୁଥିଲା।

Also Read: ଶାହରୁଖଙ୍କ ସ୍ୱପ୍ନ ପୁରା କଲେ ଆର୍ୟନ! ୨୩ ବର୍ଷ ତଳେ ଏମିତି ଧମକ ଦେଇଥିଲେ ସୁପରଷ୍ଟାର

ରେଭ ପାର୍ଟି ଆୟୋଜକ ଅର୍ବାଜ୍ ମର୍ଚାଣ୍ଟଙ୍କ ପାଇଁ ଏକ ପୃଥକ ରୁମ ରଖିଥିଲେ। ସମସ୍ତ ଅଭିଯୁକ୍ତ ଏହି ଘରକୁ ଯିବା ଆରମ୍ଭ କରିବା ମାତ୍ରେ ଏନସିବି ସେମାନଙ୍କୁ ଧରି ନେଥିଲା। ଏନସିବି ଅନୁଯାୟୀ ଆର୍ଯ୍ୟାନ ଖାନଙ୍କ ସମେତ ଅନ୍ୟ ୮ ଅଭିଯୁକ୍ତଙ୍କ ନିକଟରୁ ୧୩ ଗ୍ରାମ କୋକେନ, ୫ ଗ୍ରାମ ଏମଡି, ୨୧ ଗ୍ରାମ ଚରସ୍ ଏବଂ ୨୨  ଏମଡିଏମଏ ବଟିକା ବ୍ୟତୀତ ୧.୩୩ ଲକ୍ଷ ଟଙ୍କା ଜବତ କରିଛି। ଏହି ଡ୍ରଗ୍ସ ଆଇଲେନ୍ସ ଆବରଣ ତଳେ, ସାନିଟାରୀ ପ୍ୟାଡ୍ ମଧ୍ୟରେ ଏବଂ ଔଷଧ ବାକ୍ସରେ ଲୁଚାଇ ରେଭ୍ ପାର୍ଟିକୁ ଅଣାଯାଇଥିଲା।