Drugs Case: Aryan Khan, Arbaaz Merchant, Munmun Dhamecha ଙ୍କୁ ମିଳିଲା ଜାମିନ
Advertisement
Article Detail0/zeeodisha/odisha1016690

Drugs Case: Aryan Khan, Arbaaz Merchant, Munmun Dhamecha ଙ୍କୁ ମିଳିଲା ଜାମିନ

ଡ୍ରଗ୍ସ ମାମଲାରେ ଏନସିବି ଦ୍ୱାରା ଗିରଫ ହୋଇଥିବା ଆର୍ଯ୍ୟନ ଖାନଙ୍କ ସମେତ ମଡେଲ ମୁନ୍ମୁନ୍ ଧମେଚା ଏବଂ ଅରବାଜ ସେଠ ମର୍ଚ୍ଚାଣ୍ଟଙ୍କୁ ଜାମିନ ପ୍ରଦାନ କରିଛନ୍ତି ବମ୍ବେ ହାଇକୋର୍ଟ। 

 

Drugs Case: Aryan Khan, Arbaaz Merchant, Munmun Dhamecha ଙ୍କୁ ମିଳିଲା ଜାମିନ

ମୁମ୍ବାଇ: ଡ୍ରଗ୍ସ ମାମଲାରେ ଏନସିବି ଦ୍ୱାରା ଗିରଫ ହୋଇଥିବା ଆର୍ଯ୍ୟାନ ଖାନଙ୍କ ସମେତ ମଡେଲ ମୁନମୁନ ଧମେଚା ଏବଂ ଅରବାଜ ସେଠ ମର୍ଚ୍ଚାଣ୍ଟଙ୍କୁ ଜାମିନ ପ୍ରଦାନ କରିଛନ୍ତି ବମ୍ବେ ହାଇକୋର୍ଟ। ପ୍ରାୟ ୨୫ ଦିନ ପରେ ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ଜାମିନ ମିଳିଛି। 

ଏହି ମାମଲା ହୋଇଥିବା ଜାମିନ ଆବେଦନ ଉପରେ ବିଗତ ୩ ଦିନ ଧରି ବମ୍ବେ ହାଇକୋର୍ଟ ଠାରେ ଶୁଣାଣି ଚାଲିଥିଲା। ବୁଧବାର ଏହି ମାମଲାରେ କୋର୍ଟଙ୍କ ନିଷ୍ପତ୍ତି ଆସିଯାଇଛି ଏବଂ ଜାମିନ ନିଷ୍ପତ୍ତି ଉପରେ ଅଦାଲତର ବିସ୍ତୃତ କପି ଆସନ୍ତାକାଲି ଆସିବ।

ଡ୍ରଗ୍ସ ମାମଲାରେ ଆର୍ଯ୍ୟନ୍ ଖାନଙ୍କ ପ୍ରତିନିଧିତ୍ୱ କରୁଥିବା ପୂର୍ବତନ ଆଡଭୋକେଟ ଜେନେରାଲ (Former Attorney General for India) ଓକିଲ ମୁକୁଲ ରୋହତଗୀ (Lawyer Mukul Rohatgi) କହିଛନ୍ତି ଯେ ବମ୍ବେ ହାଇକୋର୍ଟ (Bombay High Court) ୩ ଦିନ ଧରି ଯୁକ୍ତି ଶୁଣିବା ପରେ ଆର୍ଯ୍ୟନ୍ ଖାନ୍ (Aryan Khan), ଅରବାଜ୍ ମର୍ଚାଣ୍ଟ (Arbaaz Merchant), ମୁମୁନ୍ ଧାମଚାଙ୍କୁ (Model Munmun Dhamecha) ଜାମିନ ପ୍ରଦାନ କରିଛନ୍ତି। ଆସନ୍ତାକାଲି ସବିଶେଷ ଆଦେଶ ଦିଆଯିବ। ଆଶା କରୁଛି ଆସନ୍ତାକାଲି କିମ୍ବା ଶନିବାର ସୁଦ୍ଧା ସମସ୍ତେ ଜେଲରୁ ବାହାରିବେ। କୋର୍ଟଙ୍କ ନିର୍ଦ୍ଦେଶ ଜାରି ହେବା ପରେ ସେମାନେ ଜେଲରୁ ମୁକୁଳି ଯିବେ। ମୋ ପାଇଁ ଏହା ଏକ ସହଜ ମାମଲା। ଏହା ଦ୍ୱାରା କିଛି ଲାଭ ଏବଂ କିଛି କ୍ଷତି ହୋଇଛି। ମୁଁ ଖୁସି ଯେ ଆର୍ଯ୍ୟନ୍ ଖାନ୍ ଜାମିନ ପାଇଛନ୍ତି। 

Also Read: Drugs Case: କିଏ ଏହି Munmun Dhamecha? ଯିଏ ହୋଇଥିଲେ NCB ଦ୍ୱାରା ଗିରଫ

ଗୁରୁବାର ଅପରାହ୍ନ ୨ଟା ୩୦ ମିନିଟ ସମୟରୁ ଏହି ମାମଲାର ଶୁଣାଣି ଚାଲିଥିଲା। ଶୁଣାଣି ସମୟରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (Narcotics Control Bureau) ଏନସିବି (NCB) ପକ୍ଷରୁ କେସ ଲଢୁଥିବା ଓକିଲ କହିଛନ୍ତି ଯେ ଡ୍ରଗ୍ସ ପାର୍ଟି ସହ ଜଡିତ ଗୁପ୍ତ ତଥ୍ୟ ଗ୍ରହଣ କରାଯିବା ପରେ ରେଭ ପାର୍ଟି ଉପରେ ଚଢାଉ କରାଯାଇଥିଲା। ଆର୍ଯ୍ୟନ ଖାନ ନିଶା ସେବନ କରନ୍ତି ଏବଂ ସେ ନିୟମିତ ଭାବେ ଡ୍ରଗ୍ସ ନିଅନ୍ତି। ଏ ମାମଲାରେ ଆର୍ଯ୍ୟନ୍ ଖାନଙ୍କ ବିବୃତ୍ତି ଏବଂ ହ୍ୱାଟସ୍ ଆପ୍ ଚାଟ୍ ରେକର୍ଡ କରାଯାଇଛି।

Also Read: Drugs Case: NCB ଜାଲରେ Drugs Paddler

ଏହା ସହିତ ଏନସିବି ଓକିଲ କହିଛନ୍ତି ବଲିଉଡ ଅଭିନେତା ତଥା ଆର୍ଯ୍ୟନ ଖାନଙ୍କ ବାପା ଶାହରୁଖ ଖାନଙ୍କ ମ୍ୟାନେଜର (Shah Rukh Khans Manager) ପୂଜା ଦଦଲାନି (Pooja Dadlani) ଡ୍ରଗ୍ସ ମାମଲାରେ ଚାଲିଥିବା ତଦନ୍ତକୁ ପ୍ରଭାବିତ କରୁଛନ୍ତି। ଏହି ଘଟଣାରେ ୮ ଜଣ ଲୋକଙ୍କୁ ଠାରୁ ବ୍ୟବସାୟିକ ପରିମାଣରେ ଡ୍ରଗ୍ସ  ମିଳିଛି। ଡ୍ରଗ୍ ବେପାରୀଙ୍କ ସହ ଆର୍ଯ୍ୟନ୍ ଖାନଙ୍କ ସମ୍ପର୍କ ରହିଛି ବୋଲି ଏନସିବି ଓକିଲ ଏକ ବଡ ଅଭିଯୋଗ କରିଛନ୍ତି।