Drugs Case: କିଏ ଏହି Munmun Dhamecha? ଯିଏ ହୋଇଥିଲେ NCB ଦ୍ୱାରା ଗିରଫ
Advertisement
Article Detail0/zeeodisha/odisha1016187

Drugs Case: କିଏ ଏହି Munmun Dhamecha? ଯିଏ ହୋଇଥିଲେ NCB ଦ୍ୱାରା ଗିରଫ

ଡ୍ରଗ୍ସ ମାମଲାରେଏନସିବି ଦ୍ୱାରା ଗିରଫ ହୋଇଥିବା ଏହି ୩୯ ବର୍ଷୀୟ ମଡେଲ ହେଉଛନ୍ତି ମଧ୍ୟ ପ୍ରଦେଶ ସାଗର ଜିଲ୍ଲା ବାସିନ୍ଦା।

Drugs Case: କିଏ ଏହି Munmun Dhamecha? ଯିଏ ହୋଇଥିଲେ NCB ଦ୍ୱାରା ଗିରଫ

ମୁମ୍ବାଇ: ଡ୍ରଗ୍ସ ମାମଲାରେ ଗତ ତାରିଖରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଏନସିବି ଦ୍ୱାରା ଗିରଫ ହୋଇଥିଲେ ଆର୍ଯ୍ୟନ ଖାନଙ୍କ ସମେତ ମୁନ୍ମୁନ୍ ଧମେଚା ଏବଂ ଅରବାଜ ସେଠ ମର୍ଚ୍ଚାଣ୍ଟ। ଏହା ପୂର୍ବରୁ ସେମାନଙ୍କ ସମେତ ମୋଟ ୮ ଜଣଙ୍କୁ ଏହି ମାମଲାରେ ଜଡିତ ଥିବା ଅଭିଯୋଗରେ ଅଟକ ରଖାଯାଇଥିଲା।     

କିଏ ଏହି ମୁନ୍ମୁନ୍ ଧମେଚା? 
ଡ୍ରଗ୍ସ ମାମଲାରେ (Drugs Case) ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (Narcotics Control Bureau) ଏନସିବି (NCB) ଦ୍ୱାରା ଗିରଫ ହୋଇଥିବା ୩୯ ବର୍ଷୀୟ ମୁନ୍ମୁନ୍ ଧମେଚା (Model Munmun Dhamecha) ହେଉଛନ୍ତି ମଧ୍ୟ ପ୍ରଦେଶ (Madhya Pradesh) ସାଗର (Sagar Distric) ଜିଲ୍ଲା ବାସିନ୍ଦା।

fallback

ବର୍ତ୍ତମାନ ସମୟରେ ମଧ୍ୟପ୍ରଦେଶସ୍ଥିତର ତାଙ୍କ ଘରେ କେହି ରୁହନ୍ତି ନାହିଁ। ଗତ ବର୍ଷ ତାଙ୍କ ମାଆଙ୍କ ଦେହାନ୍ତ ହୋଇଥିଲା। ତାଙ୍କର ଜଣେ ଭାଇ ଅଛନ୍ତି। ଯାହାଙ୍କ ନାଁ ହେଉଛି ପ୍ରିନ୍ସ ଧମେଚା (Prince Dhamecha)। ଯିଏ ଦିଲ୍ଲୀରେ କାମ କରନ୍ତି। ସେ ତାଙ୍କର ବିଦ୍ୟାଳୟ ପାଠ ପଢା ସାଗର ଠାରେ ସମାପ୍ତ କରିଥିଲେ। ଏଠାକାର ଅନେକ ଲୋକ ତାଙ୍କ ବାବଦରେ ଜାଣନ୍ତି ନାହିଁ। ସେ ୬ ବର୍ଷ ପୂର୍ବେ ତାଙ୍କ ଭାଇ ସହ ଦିଲ୍ଲୀ ଯିବା ପୂର୍ବରୁ କିଛି ସମୟ ଭୋପାଳ ଠାରେ ରହିଥିଲେ।

fallback

ପ୍ରାୟ ୧୦ ହଜାର ଫଲୋର୍ସ ସହିତ ତାଙ୍କର ଇନଷ୍ଟାଗ୍ରାମ ଆକାଉଣ୍ଟ ରହିଛି। ତାଙ୍କର ଶେଷ ପୋଷ୍ଟ ସେପ୍ଟେମ୍ବର ୨୨ ତାରିଖରେ ହୋଇଥିଲା। ଯେଉଁଥିରେ ସେ ନିଜର ଏକ ଫଟୋ ପୋଷ୍ଟ କରିଥିଲେ। ଯଦିଓ ତାଙ୍କୁ ତାଙ୍କୁ କୌଣସି ସେଲିବ୍ରିଟି ଇନଷ୍ଟାଗ୍ରାମ ଜରିଆରେ ତାଙ୍କୁ ଫଲୋ କରୁନାହାଁନ୍ତି ହେଲେ ତାଙ୍କୁ ଅକ୍ଷୟ କୁମାର, ବିକି କୌଶଲଙ୍କ ସମେତ ଅନ୍ୟ ଲୋକ ତାଙ୍କୁ ଫଲୋ କରୁଥିବା ଦେଖିବାକୁ ମିଳିବ।  

fallback

Also Read: Drugs Case: କିଏ ଏହି Munmun Dhamecha? ଯିଏ ହୋଇଥିଲେ NCB ଦ୍ୱାରା ଗିରଫ 

ଡ୍ରଗ୍ସ ମାମଲାରେ ଏନସିବି ଦ୍ୱାରା ଗିରଫ ହୋଇଥିବା ମଡେଲେ ମୁନ୍ମୁନ୍ ଧମେଚାଙ୍କ ଜାମିନ ଆବେଦନ ଉପରେ ଶୁଣାଣି କରିବା ବେଳେ ତାତି ଉଠିଥିଲେ ବମ୍ବେ ହାଇକୋର୍ଟ (Bombay High Court )। ଏହାର କାରଣ ଥିଲା ତାଙ୍କର ବୟସ। ଜାମିନ ଆବେଦନ କରିବା ବେଳେ ତାଙ୍କର ପ୍ରକୃତ ବୟସ ୩୯ ବର୍ଷ ପରିବର୍ତ୍ତେ ୨୮ ବୋଲି ଦର୍ଶାଯାଇଥିଲା। ଏହି ଆବେଦନ ଉପରେ ଶୁଣାଣି କରି କୋର୍ଟ କହିଥିଲେ ବିଭ୍ରାନ୍ତିକର ତଥ୍ୟ ପ୍ରଦାନ କରି ଅଦାଲତର ସମୟ ନଷ୍ଟ କରିବା ବନ୍ଦ କରନ୍ତୁ। 

fallback

ଏହି ମାମଲାର ଜାମିନ ଆବେଦନ ଉପରେ ଶୁଣାଣି କରୁଛନ୍ତି Justice N W Sambre। ଡ୍ରଗ୍ସ ମାମଲାରେ ଗିରଫ ହୋଇଥିବା ମୁନ୍ମୁନ୍ ଧମେଚାଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କ ପକ୍ଷରୁ କେସ ଲଢୁଥିବା ଓକିଲ ଅମିତ ଦେସାଇ (Lawyer Amit Desai)। ବେଆଇନ ଡ୍ରଗ୍ସ କାରବାର ପାଇଁ ହୋଇଥିବା ଷଡଯନ୍ତ୍ର ଅଭିଯୋଗକୁ ଅଭିଯୁକ୍ତଙ୍କ ଓକିଲ ଅସ୍ୱୀକାର କରିଛନ୍ତି। ସେ ଅବଦୁଲ ରେହମାନ ଫକିର ମହମ୍ମଦ ଦୁରାନୀ ବନାମ ମହାରାଷ୍ଟ୍ର ରାଜ୍ୟ ମାମଲାର ବମ୍ବେ ହାଇକୋର୍ଟ ଦେଇଥିବା ରାୟର ଉଦାହରଣ ଉଦାହରଣ ଦେଇଛନ୍ତି।