ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ୨୦୨୧ ଲାଗି ଚତୁର୍ଥ ପର୍ଯ୍ୟାୟ ମତଦାନ ବେଳେ ହୋଇଥିବା ହିଂସାକାଣ୍ଡକୁ ନେଇ ସତର୍କ ହୋଇଉଠଛନ୍ତି ନିର୍ବାଚନ ଆୟୋଗ। ଆଗାମୀ ଦିନରେ ହେବାକୁ ଯାଉଥିବା ଭୋଟଗ୍ରହଣକୁ ଶାନ୍ତିଶୃଙ୍ଖଳା ମଧ୍ୟରେ ଅନୁଷ୍ଠିତ କରିବାକୁ ଗୁରୁତ୍ୱ ଦେଇଛନ୍ତି। ଏନେଇ ଗୃହମନ୍ତ୍ରଣାଳୟକୁ ଚିଠି ଲେଖିଛନ୍ତି ନିର୍ବାଚନ କମିଶନ।          


COMMERCIAL BREAK
SCROLL TO CONTINUE READING

ଶାନ୍ତିଶୃଙ୍ଖଳା ମଧ୍ୟରେ ବାକି ରହିଥିବା ପର୍ଯ୍ୟାୟରେ ଭୋଟଗ୍ରହଣ କରିବାକୁ ଯୋଜନା କରିଛନ୍ତି ନିର୍ବାଚନ କମିଶନ। ଏଥିଲାଗି ଆଉ ଅଧିକ ୭୧ କମ୍ପାନୀ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ-ସିଏପିଏଫ (Central Armed Police Force-CAPF) ପଶ୍ଚିମବଙ୍ଗ ପଠାଇବା ଲାଗି ଗୃହମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ ଆୟୋଗ (Election Commisssion)। 


Also Read: Cooch Behar Violence: CISF କୁ ମିଳିଲା EC ଙ୍କ Clean Chit


ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ (West Bengal Assembly Election 2021) ଲାଗି ଚତୁର୍ଥ ପର୍ଯ୍ୟାୟ ପାଇଁ ମତଦାନ ଚାଲିଥିବା ବେଳେ ରାଜ୍ୟର କୁଚବିହାର ଜିଲ୍ଲାରେ ହୋଇଥିବା ହୋଇଥିବା ନିର୍ବାଚନ ହିଂସାକାଣ୍ଡ (Cooch Behar Poll Violence) ରାଜ୍ୟର ଆଇନଶୃଙ୍ଖଳା ସ୍ଥିତି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହାକୁ ଦୃଷ୍ଟିରେ ରଖି ଶାନ୍ତିପୂର୍ଣ୍ଣ ଭାବେ  ଭୋଟଗ୍ରହଣ କରିବାକୁ ଗୁରୁତ୍ୱାରୋପ କରିଛନ୍ତି ନିର୍ବାଚନ ଆୟୋଗ। 


Also Read: WB Assembly Elections 2021: ଚତୁର୍ଥ ପର୍ଯ୍ୟାୟ ମତଦାନ ବେଳେ ହିଂସାକାଣ୍ଡ, ଟଳିପଡିଲେ ୪ TMC ସମର୍ଥକ


 


ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକ୍ରମେ ଅତିରିକ୍ତ ୭୧ କମ୍ପାନୀ ସିଏପିଏଫ ବାହିନୀକୁ ତତ୍କାଳ ପ୍ରଭାବରେ ନିର୍ବାଚନ ଦାୟିତ୍ୱରେ ନିୟୋଜିତ କରାଯାଇଛି। ଯେଉଁଥିରେ ୩୩ କମ୍ପାନୀ ବିଏସଏଫ (BSF), ୧୨ କମ୍ପାନୀ ସିଆରପିଏଫ (CRPF), ୧୩ କମ୍ପାନୀ ଆଇଟିବିପି (ITBP), ୯ କମ୍ପାନୀ ଏସଏସବି (SSB), ୪ କମ୍ପାନୀ ସିଆଇଏସଏଫ (CISF) ଯବାନ ସାମିଲ ରହିଛନ୍ତି। 


Also Read: WB Assembly Election 2021: କୁଚବିହାର ହିଂସାକାଣ୍ଡ ପରେ ମତଦାନ ବନ୍ଦ, କେନ୍ଦ୍ର-ରାଜ୍ୟ ମୁହାଁମୁହିଁ


 


କୁଚବିହାର ହିଂସାକାଣ୍ଡ ଘଟଣାରେ ପ୍ରତିକ୍ରିୟା ରଖି ନିର୍ବାଚନ ଆୟୋଗ କହିଛନ୍ତି ଚଳିତ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଲାଗି ଏପ୍ରିଲ ୧୦ ତାରିଖ ଶନିବାର ଚତୁର୍ଥ ପର୍ଯ୍ୟାୟ ମତଦାନ ଚାଲିଥିଲା। ସେହିଦିନ ପୂର୍ବାହ୍ନ ୧୧ଟା ୫ ମିନିଟ ସମୟରେ ରାଜ୍ୟର ଶୀତଲଚୁରିସ୍ଥିତ ଜୋରପଟକି ଗ୍ରାମର ଆମଟୋଲି ଠାରେ ଥିବା ୧୨୬ ନମ୍ବର ବୁଥ ନିକଟରେ ଗୁଳିକାଣ୍ଡ ହେବାରୁ ୪ ଜଣ ଲୋକ ପ୍ରାଣ ହରାଇଥିଲେ। ଏ ଘଟଣାରେ ନିର୍ବାଚନ ପର୍ଯ୍ୟବେକ୍ଷକ ଅଜୟ ନାୟକ ଏବଂ ବିବେକ ଦୁବେଙ୍କ ପକ୍ଷରୁ ମିଳିଥିବା ରିପୋର୍ଟ ଅନୁସାରେ ଭୋଟଗ୍ରହଣ ଚାଲିଥିବା ସମୟ ମତଦାତାଙ୍କୁ ସୁରକ୍ଷା ଦେବାକୁ ଯାଇ ସିଆଇଏସଏଫ ପକ୍ଷରୁ ଗୁଳିଚାଳନା କରାଯାଇଥିଲା। 


Also Read: West Bengal Election 2021: ପୋଲିସ ନୁହେଁ ସୁରକ୍ଷା ଦାୟିତ୍ୱରେ ରହିବେ CAPF


କୁଚବିହାର ଠାରେ ମତଦାନ ଚାଲିଥିବା ବେଳେ ଜିଲ୍ଲାର ଏକ ଗ୍ରାମରେ ଆକ୍ରମଣ କରାଯିବା ପରେ ସିଆଇଏସଏଫ୍ ଯବାନଙ୍କ ପକ୍ଷରୁ ଗୁଳି ଚାଳନା କରାଯାଇଥିଲା। ଏ ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଥିଲା। ପ୍ରଥମେ ମତଦାନ କେନ୍ଦ୍ର ଠାରେ ଭୋଟ ଦେବାକୁ ଆସିଥିବା ଲୋକଙ୍କ ଉପରେ ହମଲା କରିଥିଲେ ଦଳେ ଉତ୍ତ୍ୟକ୍ତ ଲୋକ। ଏହା ପରେ ସେମାନେ ସୁରକ୍ଷା ଦାୟିତ୍ୱ ରହିଥିବା ସିଆଇଏସଏଫ ଯବାନଙ୍କୁ ଘେରିନେବା ସହ ସେମାନଙ୍କ ରାଇଫଲ ଛଡାଇ ନେବାକୁ ଚେଷ୍ଟା କରିଥିଲେ। ଏହାକୁ ଦେଖିବା ପରେ ଲୋକଙ୍କୁ ବଞ୍ଚାଇବା ସହ ଆତ୍ମରକ୍ଷା କରିବାକୁ ଯାଇ କେନ୍ଦ୍ରୀୟ ସୁରକ୍ଷା ବାହିନୀ ପକ୍ଷରୁ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। 


Also Read: ଆଗକୁ ନିର୍ବାଚନ; ଅର୍ଦ୍ଧ ସାମରିକ ବଳ ନିୟନ୍ତ୍ରଣରେ ରହିବ ପଶ୍ଚିମବଙ୍ଗ


ସୀତାଲକୁଚି ନିର୍ବାଚନମଣ୍ଡଳୀ ଅଧିନସ୍ଥ ୧୨୫ ନମ୍ବର ବୁଥ ଠାରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ସିଆଇଏସଏଫ। ଏହା ପରେ ଏଠାରେ ଭୋଟଗ୍ରହଣ ବନ୍ଦ କରି ଦିଆଯାଇଥିଲା। ଅନ୍ୟପଟେ କୁଚବିହାର ଜିଲ୍ଲାର ଏହି ବିଧାନସଭା ଆସନ ଅଧିନସ୍ଥ ପଠାନତୁଲି ଅଞ୍ଚଳରେ ରହିଥିବା ୮୫ ନମ୍ବର ବୁଥ ବାହାରେ କେତେକ ଅଜ୍ଞାତ ଲୋକ ଆନନ୍ଦ ବର୍ମନ ନାମକ ଜଣେ ଯୁବକକୁ ଗୁଳି ମାରି ହତ୍ୟା କରିଥିଲେ। ଯାହାକୁ ନେଇ ମୁହାଁମୁହିଁ ହୋଇଥିଲେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଉଭୟ ଟିଏମସି-ବିଜେପି। ଏ ଘଟଣାରେ ପ୍ରତିକ୍ରିୟା ରଖି ବିଜେପି ପକ୍ଷରୁ କୁହାଯାଇଥିଲା ମୃତକ ଯୁବକ ଦଳର ପୋଲିଂ ଏଜେଣ୍ଟ ଭାବେ ନିଯୁକ୍ତ ହୋଇଥିଲେ। ଦଳୀୟ ବୁଥ ଏଜେଣ୍ଟଙ୍କୁ ହତ୍ୟା କରିବାକୁ ନେଇ ଟିଏମସିକୁ ଦାୟୀ କରିଥିଲା ବିଜେପି।