କୁଚବିହାର ନିର୍ବାଚନୀ ହିଂସା ଘଟଣାରେ ସିଆଇଏସଏଫକୁ କ୍ଲିନଚିନ ପ୍ରଦାନ କରିଛନ୍ତି ଇସି।
Trending Photos
ନୂଆଦିଲ୍ଲୀ: କୁଚବିହାର ହିଂସାକାଣ୍ଡ ଘଟଣାରେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ ସିଆଇଏସଏଫ ବାହିନୀକୁ କ୍ଲିନଚିଟ୍ ପ୍ରଦାନ କରିଛନ୍ତି ନିର୍ବାଚନ ଆୟୋଗ। ଏନେଇ ଆୟୋଗଙ୍କ ପକ୍ଷରୁ କୁହାଯାଇଛି ମତାଦାତାଙ୍କ ଜୀବନ ରକ୍ଷା ଲାଗି ସିଆଇଏସଏଫ ପକ୍ଷରୁ ଗୁଳିଚାଳନା କରାଯାଇଥିଲା। ଆତ୍ମରକ୍ଷା ଲାଗି ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ୨୦୨୧ (West Bengal Assembly Election 2021) ଲାଗି ଚତୁର୍ଥ ପର୍ଯ୍ୟାୟ ମତଦାନ ଚାଲିଥିବା ବେଳେ ରାଜ୍ୟର କୁଚବିହାର (Cooch Behar) ଜିଲ୍ଲାର ସିତାଲକୁଚି ନିର୍ବାଚନମଣ୍ଡଳୀରେ (Sitalkuchi Assembly Constituency) ନିର୍ବାଚନୀ ହିଂସାକାଣ୍ଡ (Poll Violence) ଘଟିଥିଲା। ଏହାକୁ ନିୟନ୍ତ୍ରଣ କରିବାକୁ ଯାଇ ଶାନ୍ତିଶୃଙ୍ଖଳା ରକ୍ଷା କରିବା ଦାୟିତ୍ୱରେ ନିୟୋଜିତ ହୋଇଥିବା କେନ୍ଦ୍ରୀୟ ଶିଳ୍ପ ନିରାପତ୍ତା ବାହିନୀ-ସିଆଇଏସଏଫ (Central Industrial Security Force-CISF) ପକ୍ଷରୁ ଗୁଳିଚାଳନା କରାଯାଇଥିଲା।
Also Read: WB Assembly Elections 2021: ଚତୁର୍ଥ ପର୍ଯ୍ୟାୟ ମତଦାନ ବେଳେ ହିଂସାକାଣ୍ଡ, ଟଳିପଡିଲେ ୪ TMC ସମର୍ଥକ
ଏ ଘଟଣାରେ ୪ ଟିଏମସି (TMC) ସମର୍ଥକ ପ୍ରାଣ ହରାଇଥିବା ନେଇ କୁହାଯାଇଛି। ନିର୍ବାଚନ ଲାଗି ଭୋଟଗ୍ରହଣ ଚାଲିଥିବା ମତଦାତାଙ୍କୁ ସୁରକ୍ଷା ଦେବାକୁ ଯାଇ ଏହି କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ-ସିଏପିଏଫ (Central Armed Police Force-CAPF) ପକ୍ଷରୁ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନ ଆତ୍ମରକ୍ଷା ଲାଗି ଉଦ୍ଦିଷ୍ଟ ବୋଲି ନିର୍ବାଚନ ଆୟୋଗଙ୍କ (Election Commission) ପକ୍ଷରୁ କୁହାଯାଇଛି।
କୁଚବିହାର ହିଂସାକାଣ୍ଡ ଘଟଣାରେ ପ୍ରତିକ୍ରିୟା ରଖି ନିର୍ବାଚନ ଆୟୋଗ କହିଛନ୍ତି ଚଳିତ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଲାଗି ଏପ୍ରିଲ ୧୦ ତାରିଖ ଶନିବାର ଚତୁର୍ଥ ପର୍ଯ୍ୟାୟ ମତଦାନ ଚାଲିଥିଲା। ସେହିଦିନ ପୂର୍ବାହ୍ନ ୧୧ଟା ୫ ମିନିଟ ସମୟରେ ରାଜ୍ୟର ଶୀତଲଚୁରିସ୍ଥିତ ଜୋରପଟକି ଗ୍ରାମର ଆମଟୋଲି ଠାରେ ଥିବା ୧୨୬ ନମ୍ବର ବୁଥ ନିକଟରେ ଗୁଳିକାଣ୍ଡ ହେବାରୁ ୪ ଜଣ ଲୋକ ପ୍ରାଣ ହରାଇଥିଲେ। ଏ ଘଟଣାରେ ନିର୍ବାଚନ ପର୍ଯ୍ୟବେକ୍ଷକ ଅଜୟ ନାୟକ ଏବଂ ବିବେକ ଦୁବେଙ୍କ ପକ୍ଷରୁ ମିଳିଥିବା ରିପୋର୍ଟ ଅନୁସାରେ ଭୋଟଗ୍ରହଣ ଚାଲିଥିବା ସମୟ ମତଦାତାଙ୍କୁ ସୁରକ୍ଷା ଦେବାକୁ ଯାଇ ସିଆଇଏସଏଫ ପକ୍ଷରୁ ଗୁଳିଚାଳନା କରାଯାଇଥିଲା।
Also Read: WB Assembly Election 2021: କୁଚବିହାର ହିଂସାକାଣ୍ଡ ପରେ ମତଦାନ ବନ୍ଦ, କେନ୍ଦ୍ର-ରାଜ୍ୟ ମୁହାଁମୁହିଁ
କୁଚବିହାର ଠାରେ ମତଦାନ ଚାଲିଥିବା ବେଳେ ଜିଲ୍ଲାର ଏକ ଗ୍ରାମରେ ଆକ୍ରମଣ କରାଯିବା ପରେ ସିଆଇଏସଏଫ୍ ଯବାନଙ୍କ ପକ୍ଷରୁ ଗୁଳି ଚାଳନା କରାଯାଇଥିଲା। ଏ ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଥିଲା। ପ୍ରଥମେ ମତଦାନ କେନ୍ଦ୍ର ଠାରେ ଭୋଟ ଦେବାକୁ ଆସିଥିବା ଲୋକଙ୍କ ଉପରେ ହମଲା କରିଥିଲେ ଦଳେ ଉତ୍ତ୍ୟକ୍ତ ଲୋକ। ଏହା ପରେ ସେମାନେ ସୁରକ୍ଷା ଦାୟିତ୍ୱ ରହିଥିବା ସିଆଇଏସଏଫ ଯବାନଙ୍କୁ ଘେରିନେବା ସହ ସେମାନଙ୍କ ରାଇଫଲ ଛଡାଇ ନେବାକୁ ଚେଷ୍ଟା କରିଥିଲେ। ଏହାକୁ ଦେଖିବା ପରେ ଲୋକଙ୍କୁ ବଞ୍ଚାଇବା ସହ ଆତ୍ମରକ୍ଷା କରିବାକୁ ଯାଇ କେନ୍ଦ୍ରୀୟ ସୁରକ୍ଷା ବାହିନୀ ପକ୍ଷରୁ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା।
Also Read: WB Assembly Election 2021: EC-CAPF ସହ ମୁହାମୁହାଁ ହେଲେ Mamata Banerjee
ସୀତାଲକୁଚି ନିର୍ବାଚନମଣ୍ଡଳୀ ଅଧିନସ୍ଥ ୧୨୫ ନମ୍ବର ବୁଥ ଠାରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ସିଆଇଏସଏଫ। ଏହା ପରେ ଏଠାରେ ଭୋଟଗ୍ରହଣ ବନ୍ଦ କରି ଦିଆଯାଇଥିଲା। ଅନ୍ୟପଟେ କୁଚବିହାର ଜିଲ୍ଲାର ଏହି ବିଧାନସଭା ଆସନ ଅଧିନସ୍ଥ ପଠାନତୁଲି ଅଞ୍ଚଳରେ ରହିଥିବା ୮୫ ନମ୍ବର ବୁଥ ବାହାରେ କେତେକ ଅଜ୍ଞାତ ଲୋକ ଆନନ୍ଦ ବର୍ମନ ନାମକ ଜଣେ ଯୁବକକୁ ଗୁଳି ମାରି ହତ୍ୟା କରିଥିଲେ। ଯାହାକୁ ନେଇ ମୁହାଁମୁହିଁ ହୋଇଥିଲେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଉଭୟ ଟିଏମସି-ବିଜେପି। ଏ ଘଟଣାରେ ପ୍ରତିକ୍ରିୟା ରଖି ବିଜେପି ପକ୍ଷରୁ କୁହାଯାଇଥିଲା ମୃତକ ଯୁବକ ଦଳର ପୋଲିଂ ଏଜେଣ୍ଟ ଭାବେ ନିଯୁକ୍ତ ହୋଇଥିଲେ। ଦଳୀୟ ବୁଥ ଏଜେଣ୍ଟଙ୍କୁ ହତ୍ୟା କରିବାକୁ ନେଇ ଟିଏମସିକୁ ଦାୟୀ କରିଥିଲା ବିଜେପି।