Union Ministers Allegation: ନିଜେ ଆଣିଥିବା ଅଭିଯୋଗରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ପଶ୍ଚିମବଙ୍ଗ ସରକାରଙ୍କ ମନ୍ତ୍ରୀଙ୍କ ଭୁଲ କାରଣରୁ ରାଜ୍ୟବାସୀ କେନ୍ଦ୍ରୀୟ ଯୋଜନାର ଲାଭ ପାଇପାରୁ ନାହାଁନ୍ତି। ମଙ୍ଗଳବାର ଲୋକସଭାରେ ଏକଥା କହିଛନ୍ତି କେନ୍ଦ୍ରମନ୍ତ୍ରୀ।
Trending Photos
Union Minister Pratima Bhoumik: ପଶ୍ଚିମବଙ୍ଗ ସରକାରଙ୍କ ମନ୍ତ୍ରୀଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି କେନ୍ଦ୍ର ସାମାଜିକ ନ୍ୟାୟ ରାଷ୍ଟ୍ରମନ୍ତ୍ରୀ ପ୍ରତିମା ଭୌମିକ। ନିଜେ ଆଣିଥିବା ଅଭିଯୋଗରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ପଶ୍ଚିମବଙ୍ଗ ସରକାରଙ୍କ ମନ୍ତ୍ରୀଙ୍କ ଭୁଲ କାରଣରୁ ରାଜ୍ୟବାସୀ କେନ୍ଦ୍ରୀୟ ଯୋଜନାର ଲାଭ ପାଇପାରୁ ନାହାଁନ୍ତି। ମଙ୍ଗଳବାର ଲୋକସଭାରେ ଏକଥା କହିଛନ୍ତି କେନ୍ଦ୍ରମନ୍ତ୍ରୀ।
କେନ୍ଦ୍ରମନ୍ତ୍ରୀ ପ୍ରତିମା ଭୌମିକ (Union Minister Pratima Bhoumik) ଲୋକସଭାରେ କହିଛନ୍ତି ଯେ ପଶ୍ଚିମବଙ୍ଗ ସରକାରଙ୍କ ମନ୍ତ୍ରୀ (West Bengal Govts Minister) ତାଙ୍କ ଫୋନ ଉଠାଉ ନାହାଁନ୍ତି। ଏହି କାରଣରୁ ପଶ୍ଚିମବଙ୍ଗ ଲୋକେ ତାଙ୍କ ମନ୍ତ୍ରଣାଳୟ ସହ ଜଡ଼ିତ ଯୋଜନାର ଲାଭ ପାଇପାରୁ ନାହାଁନ୍ତି। ଲୋକସଭାରେ ପ୍ରଶ୍ନକାଳ ସମୟରେ ପଶ୍ଚିମବଙ୍ଗ ବର୍ଦ୍ଧମାନ-ଦୁର୍ଗାପୁର ଲୋକସଭା ଆସନର (Bardhaman Durgapur Lok Sabha Constituency) ବିଜେପି ସାଂସଦ ଏସ.ଏସ ଆଲୁୱାଲିଆଙ୍କ (BJP MP S. S. Ahluwalia) ଏକ ପ୍ରଶ୍ନର ଉତ୍ତର ଦେବାବେଳେ ଏକଥା କହିଛନ୍ତି କେନ୍ଦ୍ରମନ୍ତ୍ରୀ।
ବିଜେପି ସାଂସଦ ଏସ.ଏସ ଆଲୁୱାଲିଆ ପଶ୍ଚିମବଙ୍ଗ ବର୍ଦ୍ଧମାନରେ ପ୍ରଧାନମନ୍ତ୍ରୀ ଦକ୍ଷ ଯୋଜନାରେ ବହୁତ କମ୍ ହିତାଧିକାରୀ ହୋଇଥିବା କଥା ଉଠାଇ ଏହାର କାରଣ ବାବଦରେ ପଚାରିଥିଲେ। ଏହାର ଉତ୍ତରରେ କେନ୍ଦ୍ରମନ୍ତ୍ରୀ ପ୍ରତିମା ଭୌମିକ କହିଛନ୍ତି ଯେ ପଶ୍ଚିମବଙ୍ଗ ସରକାରଙ୍କ ମନ୍ତ୍ରୀ ୧୦-୧୦ ଥର ଫୋନ କରିବା ପରେ ମଧ୍ୟ ଫୋନ ଉଠାନ୍ତି ନାହିଁ। ପଶ୍ଚିମବଙ୍ଗ ସରକାରଙ୍କ (West Bengal Govt) ସହଯୋଗ ଅଭାବରୁ ଏହି ଯୋଜନା କାର୍ଯ୍ୟକାରୀ କରିବାରେ ସମସ୍ୟା ଦେଖାଦେଇଛି। ଲୋକେ ଏହି କେନ୍ଦ୍ରୀୟ ଯୋଜନାର ଲାଭ ପାଇପାରୁ ନାହାଁନ୍ତି। ଏହାକୁ ନେଇ ବିଜେପି-ଟିଏମସି ସାଂସଦଙ୍କ ମଧ୍ୟରେ ତୀବ୍ର ଯୁକ୍ତିତର୍କ ହୋଇଥିଲା।
ଲୋକସଭାରେ କେନ୍ଦ୍ରମନ୍ତ୍ରୀ ପ୍ରତିମା ଭୌମିକଙ୍କ କଥାକୁ ସମର୍ଥନ ଜଣାଇ କଂଗ୍ରେସ ସଂସଦୀୟ ଦଳ ନେତା (Congress Parliamentary Party Leader) ତଥା ପଶ୍ଚିମବଙ୍ଗ ବହରାମପୁର ଲୋକସଭା ଆସନର (Berhampore Lok Sabha Constituency) କଂଗ୍ରେସ ସାଂସଦ ଅଧିର ରଞ୍ଜନ ଚୌଧୁରୀ (Congress MP Adhir Ranjan Chowdhury) କହିଛନ୍ତି ଯେ ଫୋନ ନ ଉଠାଇବା ବର୍ତ୍ତମାନ ଏକ ଅଭ୍ୟାସରେ ପରିଣତ ହୋଇଯାଇଛି। ଅନ୍ୟପଟେ ରାଜ୍ୟର କୁଚବିଚାର ଲୋକସଭା ଆସନର (Cooch Behar Lok Sabha Constituency) ବିଜେପି ସାଂସଦ ତଥା କେନ୍ଦ୍ର ଯୁବ ବ୍ୟପାର ରାଷ୍ଟ୍ରମନ୍ତ୍ରୀ ନିଶିଥ ପରମାଣିକ (Union Minister Nisith Pramanik) କହିଛନ୍ତି ଜାତୀୟ ଯୁବ ନୀତି କାର୍ଯ୍ୟକାରୀ କରିବାରେ ପଶ୍ଚିମବଙ୍ଗ ସରକାର ସହଯୋଗ କରୁନାହାଁନ୍ତି।
Also Read: Protest Against Inflation: ସଂସଦରେ କଞ୍ଚା ବାଇଗଣ ଖାଇଲେ ଟିଏମସି ସାଂସଦ କାକୋଲି ଘୋଷ