ଉତ୍ତର ପ୍ରଦେଶରେ ରାଜନୀତିରେ ନିର୍ବାଚନ ଜାତିଗତ ସମୀକରଣ ଆଧାରରେ ଲଢାଯାଇଥାଏ।
Trending Photos
ଲକ୍ଷ୍ନୌ: ଆସନ୍ତାବର୍ଷ ହେବାକୁ ଯାଉଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ଏବେ ଚର୍ଚ୍ଚାର ପରିସରକୁ ଆସିଛନ୍ତି ରାଜ୍ୟ ରାଜନୀତିରେ ସୀମିତ ପ୍ରଭାବ ରଖୁଥିବା ସ୍ଥାନୀୟ ଆଞ୍ଚଳିକ ଦଳ। ରାଜ୍ୟରେ କ୍ଷମତାସୀନ ଶାସକ ବିଜେପି ଅଥବା ମୁଖ୍ୟ ବିରୋଧି ଦଳ ସମାଜବାଦୀ ପାର୍ଟି ହେଉ ଉଭୟେ ଛୋଟ ଦଳ ସହ ମେଣ୍ଟ କରିବାକୁ ଚେଷ୍ଟା କରୁଛନ୍ତି।
ଉତ୍ତର ପ୍ରଦେଶରେ ରାଜନୀତିରେ (Uttar Pradesh Politics) ନିର୍ବାଚନ ଜାତିଗତ ସମୀକରଣ ଆଧାରରେ ଲଢାଯାଇଥାଏ। ଏହି କାରଣରୁ ରାଜ୍ୟରେ ଅନୁଷ୍ଠିତ ଆଗାମୀ ବିଧାନସଭା ନିର୍ବାଚନ (Uttar Pradesh Assembly Election 2022) ପାଇଁ ଏକ ନିର୍ଦ୍ଦିଷ୍ଟ ଜାତିଭିତ୍ତିକ ରାଜନୀତି କରୁଥିବା ସ୍ଥାନୀୟ ଆଞ୍ଚଳିକ ଦଳର (Caste Based Regional Party) ଚାହିଦା ବଢିବାରେ ଲାଗିଛି। ଏହି କାରଣରୁ ରାଜ୍ୟ ରାଜନୀତିରେ ଆଞ୍ଚଳିକ ଦଳର ଗୁରୁତ୍ୱ ବଢିଯାଇଛି। ସଦ୍ୟ ସମାଜବାଦୀ ପାର୍ଟି (Samajwadi Party) ଏବଂ ରାଷ୍ଟ୍ରୀୟ ଲୋକ ଦଳ (Rashtriya Lok Dal) ମଧ୍ୟରେ ମେଣ୍ଟ ହେବା ପ୍ରାୟତଃ ନିଶ୍ଚିତ।
ଆଗାମୀ ୨୦୨୨ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ଶାସକ ବିଜେପି ରାଜ୍ୟ ରାଜନୀତିରେ ସକ୍ରିୟ ଥିବା ନିଷାଦ ପାର୍ଟି (NISHAD Party) ଏବଂ ଅପନା ଦଳ ସୋନେଲାଲ (Apna Dal Sonelal) ଏଡିଏସ (ADS) ଭଳି ଆଞ୍ଚଳିକ ଦଳ ସହ ମେଣ୍ଟ କରିଛି। କୂର୍ମୀ ଜାତି (Kurmi Caste) ଉପରେ ଏଡିଏସ ଦଳର ବେଶ ଭଲ ପ୍ରଭାବ ରହିଛି। ରାଜ୍ୟର ପ୍ରାୟ ୫ ପ୍ରତିଶତ ମତଦାତା ହେଉଛନ୍ତି କୂର୍ମୀ ସମ୍ପ୍ରଦାୟର ଯେଉଁମାନେ ପଛୁଆ ବର୍ଗରେ (Backward Class) ଆସିଥାନ୍ତି। ଉତ୍ତର ପ୍ରଦେଶର ପୂର୍ବ ଭାଗରେ ଅବସ୍ଥିତ ପୂର୍ବାଞ୍ଚଳ (Purvanchal) ଏବଂ ବୁନ୍ଦେଲଖଣ୍ଡ (Bundelkhand) କ୍ଷେତ୍ରରେ ଏହି ଦଳର ଭଲ ଭୋଟ ବ୍ୟାଙ୍କ ରହିଛି। ଏଡିଏସ ଦଳର ଅଧ୍ୟକ୍ଷା ହେଉଛନ୍ତି ଅନୁପ୍ରିୟା ପଟେଲ (ADS President Anupriya Patel) । ଯିଏକି ବର୍ତ୍ତମାନ କେନ୍ଦ୍ରମନ୍ତ୍ରୀ ଅଛନ୍ତି।
Also Read: 2022 UP ନିର୍ବାଚନରେ ହେବ SP-RLD ମେଣ୍ଟ; ଆସନ ଭାଗବଣ୍ଟାକୁ ନେଇ ଜାରି ରହିଛି କଥାବାର୍ତ୍ତା
ଏହା ବ୍ୟତୀତ ରାଜ୍ୟରେ ବସବାସ କରୁଥିବା ମତ୍ସ୍ୟଜୀବୀ ତଥା ଧିବର ସମ୍ପ୍ରଦାୟ (Fisherman Community) ହେଉଛନ୍ତି ନିଷାଦ ପାର୍ଟିର ପାରମ୍ପରିକ ଭୋଟ ବ୍ୟାଙ୍କ। ରାଜ୍ୟରେ ପାଖାପାଖି ୫% ଭୋଟର ହେଉଛନ୍ତି ନିଷାଦ ସମ୍ପ୍ରଦାୟର। ପୂର୍ବାଞ୍ଚଳ ନିଷାଦ ମତଦାତା ଏହି ଅଞ୍ଚଳରେ ଅବସ୍ଥିତ ବିଭିନ୍ନ ବିଧାନସଭା ଆସନରେ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥାନ୍ତି। ନିଷାଦ ପାର୍ଟି ସଭାପତି ହେଉଛନ୍ତି ସଞ୍ଜୟ ନିଷାଦ। ଏହି ସମ୍ପ୍ରଦାୟ ପଛୁଆ ବର୍ଗରେ ଆସିଥାଏ। ଆଗାମୀ ବିଧାନସଭା ଲାଗି ବିଜେପି ଏହି ବର୍ଗର ଭୋଟ୍ ବ୍ୟାଙ୍କକୁ ଏକାଠି ରଖିବା ପାଇଁ ୨ଟି ସ୍ଥାନୀୟ ଆଞ୍ଚଳିକ ଦଳ ସହ ମେଣ୍ଟ କରିଛି।
ସେହିପରି ରାଜ୍ୟ ବିଧାନସଭାରେ ବିରୋଧି ଆସନରେ ବସିଥିବା ସମାଜବାଦୀ ପାର୍ଟି ପଛୁଆ ବର୍ଗ ସହ ଅତି ପଛୁଆ ବର୍ଗର ଭୋଟ ହାତେଇବା ଲାଗି ରାଷ୍ଟ୍ରୀୟ ଲୋକ ଦଳ, ସୁହଲଦେବ ଭାରତୀୟ ସମାଜ ପାର୍ଟି (Suheldev Bharatiya Samaj Party), ମହାନ ଦଳ (Mahan Dal), ଜନବାଦୀ ପାର୍ଟି (Janvadi Party) ଭଳି ଦଳ ସହ ମେଣ୍ଟ କରିଛି।
ସୁହଲଦେବ ଭାରତୀୟ ସମାଜ ପାର୍ଟି ରାଜ୍ୟ ରାଜନୀତିରେ ରାଜଭର ସମ୍ପ୍ରଦାୟର ପ୍ରତିନିଧିତ୍ୱ କରୁଥିବା କୁହାଯାଏ। ରାଜ୍ୟର ମୋଟ ମତଦାତାଙ୍କ ମଧ୍ୟରୁ ୨ ପ୍ରତିଶତ ହେଉଛନ୍ତି ଏହି ସମ୍ପ୍ରଦାୟର। ପୂର୍ବାଞ୍ଚଳରେ ଅବସ୍ଥିତ ୮ ଜିଲ୍ଲାରେ ରାଜଭର ସମ୍ପ୍ରଦାୟର (Rajbhar Community) ବହୁ ସଂଖ୍ୟାରେ ଭୋଟର ଅଛନ୍ତି। ଗତ ୨୦୧୭ ବିଧାନସଭା ନିର୍ବାଚନରେ ଦଳ ବିଜେପି ସହ ମେଣ୍ଟ କରିଥିଲା ହେଲେ ଏଥର ବର୍ତ୍ତମାନ ଏହା ସମାଜବାଦୀ ପାର୍ଟି ସହିତ ମେଣ୍ଟ କରିଛି। ଓମପ୍ରକାଶ ରାଜଭାର ହେଉଛନ୍ତି ଏହି ଦଳର ସଭାପତି।
Also Read: UP Assembly Election 2022: କ'ଣ ସଙ୍ଗଠନ ବଳରେ ମଇଦାନରେ ଏକାକୀ ବାଜି ମାରିନେବ BJP?
ଉତ୍ତର ପ୍ରଦେଶ ରାଜନୀତିରେ ମହାନ ଦଳ ମୌର୍ଯ୍ୟ, କୁଶୱାହା, ଶାକ୍ୟ, ସୈନୀ ପ୍ରଭୃତି ଜାତିର ପ୍ରତିନିଧିତ୍ୱ କରିଥାଏ। ଏହି ଦଳ ଏଥର ସମାଜବାଦୀ ପାର୍ଟି ସହ ମେଣ୍ଟ କରିଛି। ରାଜ୍ୟର ମୋଟ ମତଦାତାଙ୍କ ମଧ୍ୟରୁ ୧୦ ପ୍ରତିଶତ ହେଉଛନ୍ତି ଏହି ସମ୍ପ୍ରଦାୟର। ଗତ ୨୦୧୭ ବିଧାନସଭା ନିର୍ବାଚନରେ ଏହି ସମ୍ପ୍ରଦାୟର ଭୋଟ ସମ୍ପୂର୍ଣ୍ଣ ଭାବେ ବିଜେପି ଖାତାକୁ ଯାଇଥିଲା। ସମାଜବାଦୀ ପାର୍ଟି ଅଖିଳେଶ ଯାଦବ ଏହି ଭୋଟ୍ ବ୍ୟାଙ୍କକୁ ତାଙ୍କ ସପକ୍ଷରେ ଆଣିବା ପାଇଁ ମହାନ୍ ଦଳ ସହ ମେଣ୍ଟ କରିଛନ୍ତି। ଏହି ଦଳର ସଭାପତି ହେଉଛନ୍ତି କେଶବ ଦେବ ମୌର୍ଯ୍ୟ।
ଏହା ବ୍ୟତୀତ ଜନବାଦୀ ପାର୍ଟି ରାଜ୍ୟର ପୂର୍ବାଞ୍ଚଳରେ ବସବାସ କରୁଥିବା ଲୋନିୟା ଚୌହାନ ସମ୍ପ୍ରଦାୟର ପ୍ରତିନିଧିତ୍ୱ କରିଥାଏ। ଏହି ଦଳର ସଭାପତି ହେଉଛନ୍ତି ସଞ୍ଜୟ ଚୌହାନ। ପୂର୍ବ ଉତ୍ତର ପ୍ରଦେଶର କେତେକ ଜିଲ୍ଲାରେ ଚୌହାନ ଭୋଟର ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥାନ୍ତି। ଗତ ବିଧାନସଭା ନିର୍ବାଚନରେ ଦାରା ସିଂ ଚୌହାନ ବିଜେପି ହାତ ଧରିବା ପରେ ଏହି ବର୍ଗର ଭୋଟର ମଧ୍ୟ ବିଜେପି ସହିତ ଯାଇଥିଲେ। ଏହା ପୂର୍ବରୁ ଏହି ସମ୍ପ୍ରଦାୟକୁ ବିଏସପି (BSP) ଭୋଟ୍ ବ୍ୟାଙ୍କ ବୋଲି ବିବେଚନା କରାଯାଉଥିଲା।
ଅନ୍ୟପଟେ ପଶ୍ଚିମ ଉତ୍ତର ପ୍ରଦେଶ ରାଜନୀତିରେ ପ୍ରଭାବ ରଖୁଥିବା ରାଷ୍ଟ୍ରୀୟ ଲୋକ ଦଳ ଜାଟ ଭୋଟ ବ୍ୟାଙ୍କ ଏବଂ କେନ୍ଦ୍ରୀୟ କୃଷି ଆଇନ ବିରୁଦ୍ଧରେ ପ୍ରାୟ ବର୍ଷେ କାଳ ଧରି ଚାଲିଥିବା କୃଷକ ଆନ୍ଦୋଳନକୁ ସମର୍ଥନ କରି ଚର୍ଚ୍ଚାକୁ ଆସିଥିଲା। ଏହି କ୍ଷେତ୍ରରେ ଅବସ୍ଥିତ ପ୍ରାୟ ୨୯ ବିଧାନସଭା ଆସନରେ କୌଣସି ଦଳର ପ୍ରାର୍ଥୀଙ୍କୁ ଜିତାଇବା କିମ୍ବା ହରାଇବାର କ୍ଷମତା ଜାଟ ମତଦାତା ରଖିଥାନ୍ତି। ସେହପରି ୧୫ ଜିଲ୍ଲାରେ ଜାଟ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥାଏ।
Also Read: RSS ଏଜେଣ୍ଡା ଅନୁସାରେ କାମ କରୁଛନ୍ତି Asaduddin Owaisi: BSP
କୃଷକ ଆନ୍ଦୋଳନ ପରେ ଜାଟ ମତାଦାତାଙ୍କ ଭୋଟ ହାତେଇବା ଲାଗି ସମାଜବାଦୀ ପାର୍ଟି ଜାଟ ବର୍ଗର ପ୍ରତିନିଧିତ୍ୱ କରୁଥିବା ରାଷ୍ଟ୍ରୀୟ ଲୋକ ଦଳ ସହ ମେଣ୍ଟ କରିଛି। ୨୦୧୭ ବିଧାନସଭା ସମେତ ୨୦୧୪ ଏବଂ ୨୦୧୯ ଲୋକସଭା ନିର୍ବାଚନରେ ଜାଟ ଭୋଟ ବିଜେପି ଖାତାକୁ ଯାଇଥିଲା। ଏହା ବ୍ୟତୀତ ପ୍ରଗତିଶୀଳ ସମାଜବାଦୀ ପାର୍ଟି (Pragatisheel Samajwadi Party), ଏଆଇଏମଆଇଏମ (AIMIM), ଅପନା ଦଳ (Apna Dal) କୃଷ୍ଣା ପଟେଲ ଗୋଷ୍ଠୀ, ଆମ ଆଦମୀ ପାର୍ଟି (Aam Aadmi Party), ଚନ୍ଦ୍ରଶେଖର ଆଜାଦଙ୍କ ନେତୃତ୍ୱାଧିନ ଆଜାଦ ସମାଜ ପାର୍ଟି (Azad Samaj Party) ପ୍ରଭୃତି ଦଳର ଭାଗ୍ୟ ନିର୍ଦ୍ଧାରଣ କରିବେ ମତଦାତା। ସେହପରି ବିଏସପି ଏବଂ କଂଗ୍ରେସ (Congress) ଭଳି ଜାତୀୟ ଦଳ ଏଥରର ନିର୍ବାଚନରେ ମେଣ୍ଟ ନକରି ଏକାକୀ ନିର୍ବାଚନ ଲଢୁଛନ୍ତି।