ଆଖୁ ଚାଷୀଙ୍କ ସମସ୍ୟା ପ୍ରସଙ୍ଗରେ ବିରୋଧିଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ।
Trending Photos
ଲକ୍ଷ୍ନୌ: ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ କୃଷକଙ୍କ ସମର୍ଥନ ହାସଲ କରିବାକୁ ସେମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛି ଶାସକ ବିଜେପି। ଆଉ ଏହି ପ୍ରତିଶୃତି ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଅମିତ ଶାହ। ଯିଏ ଏହି ନିର୍ବାଚନରେ ଦଳୀୟ ତାରକା ପ୍ରଚାରକ ଭାବେ ପ୍ରଚାର ଅଭିଯାନରେ ଦଳ ପାଇଁ ଭୋଟ ଭିକ୍ଷା କରୁଛନ୍ତି।
ଶନିବାର ରାଜ୍ୟର ମୁଜାଫରନଗର ଜିଲ୍ଲାରେ ଦଳୀୟ ପ୍ରଚାର କରିବା ଅବସରରେ ବିଜେପି ତାରକା ପ୍ରଚାରକ ତଥା କେନ୍ଦ୍ରମନ୍ତ୍ରୀ ଅମିତ ଶାହ ରାଜ୍ୟର କୃଷକଙ୍କ ଉଦ୍ଦେଶ୍ୟରେ ଆଶ୍ୱସନା ଦେଇ କହିଛନ୍ତି ଆଖୁ ଫସଲ କ୍ରୟ କରିବାରେ ବିଳମ୍ବ ହେଲେ ଚାଷୀଙ୍କୁ ସୁଧ ସହିତ ଟଙ୍କା ମଧ୍ୟ ଦିଆଯିବ। ମିଲ ମାଲିକଙ୍କ ଠାରୁ ଏହି ଟଙ୍କା ଚିନ ମିଲ ମାଲିକଙ୍କ ଠାରୁ ଆଦାୟ କରି ଆଖୁ ଚାଷୀଙ୍କୁ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି।
ମୋର ଏହି ପ୍ରତିଶ୍ରୁତି ଦଳର ନିର୍ବାଚନୀ ଇସ୍ତାହାରର ଏକ ଅଂଶବିଶେଷ ହେବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଶାହ। ମୁଜାଫରନଗର ଠାର ଲୋକଙ୍କୁ ସମ୍ବୋଧିତ କରି ସେ କହିଛନ୍ତି ଆମେ ବିଜେପି ନିର୍ବାଚନୀ ଇସ୍ତାହାରରେ ଏହାକୁ ଅନ୍ତର୍ଭୂକ୍ତ କରିବାକୁ ଯାଉଛୁ। ଯଦି ଆଖୁ ଚାଷୀଙ୍କ ଦେୟ ପ୍ରଦାନ ବିଳମ୍ବ ହୁଏ ଚିନି କାରଖାନାରୁ ସୁଧ ଆଦାୟ କରାଯିବ ଏବଂ ଚାଷୀଙ୍କୁ ସେମାନଙ୍କ ଦେୟ ଅର୍ଥାତ ଫସଲର ମୂଲ୍ୟ ସୁଧ ସହିତ ପ୍ରଦାନ କରାଯିବ।
Also Read: କାହିଁକି ଅଧାରୁ ନିର୍ବାଚନ ପ୍ରଚାର ବନ୍ଦ କଲେ କେନ୍ଦ୍ରମନ୍ତ୍ରୀ ଅମିତ ଶାହ? ସାମ୍ନାକୁ ଆସିଲା କାରଣ
ପ୍ରଚାର କରିବା ଅବସରରେ କେନ୍ଦ୍ରମନ୍ତ୍ରୀ ଶାହ କହିଥିଲେ ରାଜ୍ୟର ବିଭିନ୍ନ ଅଞ୍ଚଳର ଆଖୁ ଚାଷୀ ସେମାନଙ୍କ ସମସ୍ୟା ବାବଦରେ ଜଣାଇଥିଲେ। ଯାହା ମଧ୍ୟରେ ବଡ଼ ସମସ୍ୟା ରହିଥିଲା ଫସଲ ବିକ୍ରିୟ ମୂଲ୍ୟ ପ୍ରଦାନରେ ବିଳମ୍ବ ହେବା। ଏ ପ୍ରସଙ୍ଗରେ ମୁଁ ଦଳର କେନ୍ଦ୍ରୀୟ ନେତୃତ୍ୱଙ୍କ ସହ କଥାବାର୍ତ୍ତା କରିବା ପରେ ଆଖୁ ଚାଷୀଙ୍କୁ ଦଳ ପକ୍ଷରୁ କରାଯାଇଥିବା ଘୋଷଣାକୁ କାର୍ଯ୍ୟକାରୀ କରିବାକୁ ଏକ ପ୍ରସ୍ତାବ ପ୍ରସ୍ତୁତ କରିଛି। ଯାହା ବର୍ତ୍ତମାନ ଦଳର ନିର୍ବାଚନୀ ଇସ୍ତାହାରର ଏକ ଅଂଶବିଶେଷ ହେବ।
Also Read: UP Election 2022: SP-RLD ମେଣ୍ଟକୁ ନେଇ ଏପରି କହିଲେ କେନ୍ଦ୍ରମନ୍ତ୍ରୀ ଅମିତ ଶାହ
ଆଖୁ ଚାଷୀଙ୍କ ସମସ୍ୟା ପ୍ରସଙ୍ଗରେ ବିରୋଧିଙ୍କୁ ଟାର୍ଗେଟ କରି କେନ୍ଦ୍ରମନ୍ତ୍ରୀ ଶାହ କହିଛନ୍ତି ରାଜ୍ୟରେ ସମାଜବାଦୀ ଏବଂ ବହୁଜନ ସମାଜ ପାର୍ଟି ସରକାର କ୍ଷମତାସୀନ ଥିବା ବେଳେ ପ୍ରାୟ ୨୧ ଚିନି କଳ ବନ୍ଦ ହୋଇଯାଇଥିଲା। ଆଖୁ ଉତ୍ପାଦନରେ ଉତ୍ତର ପ୍ରଦେଶ ଦେଶରେ ଏକ ଅଗ୍ରଣୀ ସ୍ଥାନ ହାସଲ କରିଛି। ରାଜ୍ୟର ପଶ୍ଚିମାଞ୍ଚଳ ଆଖୁ ଚାଷ ପାଇଁ ସମଗ୍ର ଦେଶରେ ଜଣାଶୁଣା ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ।