UP Election 2022: ଦଳକୁ ମିଳିଛି କେତେ ଟଙ୍କାର ଦଳୀୟ ପାଣ୍ଠି? ଜଣାଇଲା ବିଏସପି
Advertisement

UP Election 2022: ଦଳକୁ ମିଳିଛି କେତେ ଟଙ୍କାର ଦଳୀୟ ପାଣ୍ଠି? ଜଣାଇଲା ବିଏସପି

BSP Party Funding: ଲୋକ ପ୍ରତିନିଧି ଅଧିନିୟମ ଧାରା 29C ଅନୁଯାୟୀ ଗୋଟିଏ ନିର୍ଦ୍ଧିଷ୍ଟ ରାଜନୈତିକ ଦଳର କୋଷାଧ୍ୟକ୍ଷ କିମ୍ବା ଦଳର କୌଣସି ନେତାଙ୍କ ଦ୍ୱାରା ଗୋଟିଏ ନିର୍ଦ୍ଧିଷ୍ଟ ଆର୍ଥିକ ବର୍ଷରେ କୌଣସି ବ୍ୟକ୍ତି ବିଶେଷ କିମ୍ବା ଅନ୍ୟ କୌଣସି ଅନୁଷ୍ଠାନ ପକ୍ଷରୁ ଦଳକୁ ଯଦି ୨୦ ହଜାରରୁ ଅଧିକ ଟଙ୍କାର ଦାନ ମିଳିଥାଏ ତାହେଲେ ସେ ସମ୍ପର୍କରେ କୌଣସି ଏକ ନିର୍ଦ୍ଧିଷ୍ଟ ରାଜନୈତିକ ଦଳ କିମ୍ବା ଏହାର ନେତାଙ୍କ ଦ୍ୱାରା ଦଳୀୟ ପାଣ୍ଠି ବାବଦରେ ଏକ ରିପୋର୍ଟ ପ୍ରସ୍ତୁତ କରାଯିବ। 

UP Election 2022: ଦଳକୁ ମିଳିଛି କେତେ ଟଙ୍କାର ଦଳୀୟ ପାଣ୍ଠି? ଜଣାଇଲା ବିଏସପି

BSP Party Funding: ବିଗତ ଏକ ମଧ୍ୟରେ ମଧ୍ୟରେ ଦଳକୁ ମିଳିଛି କେତେ ଟଙ୍କାର ଦଳୀୟ ପାଣ୍ଠି ସେ ସମ୍ପର୍କରେ ଉତ୍ତର ପ୍ରଦେଶରେ ବିଧାନସଭା ନିର୍ବାଚନ ୨୦୨୨ ପରେ ଜଣାଇଛନ୍ତି ବହୁଜନ ସମାଜ ପାର୍ଟି ଅଧ୍ୟକ୍ଷ ତଥା ପୂର୍ବତନ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ମାୟାବତୀ।  ବିଗତ ଏକ ବର୍ଷ ମଧ୍ୟରେ ମିଳିଥିବା ଦଳୀୟ ପାଣ୍ଠି ବାବଦରେ ତଥ୍ୟ ପ୍ରଦାନ କରିଛନ୍ତି ସେ। ନିର୍ବାଚନ ଆୟୋଗ ଉଦ୍ଦେଶ୍ୟରେ ବହୁଜନ ସମାଜ ପାର୍ଟି ପକ୍ଷରୁ ପ୍ରଦାନ କରାଯାଇଥିବା ତଥ୍ୟ ମୁତାବକ ବିଗତ ୨୦୨୧-୨୨ ଆର୍ଥିକ ବର୍ଷରେ ବ୍ୟକ୍ତିଗତ ଦାତା ତଥା ସଙ୍ଗଠନ ପକ୍ଷରୁ ଦଳକୁ ୨୦ ହଜାରରୁ ଅଧିକ ଟଙ୍କାର ପାଣ୍ଠି ମିଳିନାହିଁ।

ଗତ ଜୁନ ମାସରେ ଦାଖଲ ହୋଇଥିବା ବାର୍ଷିକ ଦାନ ରିପୋର୍ଟ ଜରିଆରେ ଦଳ ପକ୍ଷରୁ କୁହାଯାଇଛି ଯେ ବିଗତ ୨୦୨୧-୨୨ ଆର୍ଥିକ ବର୍ଷରେ ବ୍ୟକ୍ତିଗତ ଦାତା ତଥା ସଙ୍ଗଠନ ପକ୍ଷରୁ ଦଳକୁ ୨୦ ହଜାରରୁ ଅଧିକ ଟଙ୍କାର ପାଣ୍ଠି ମିଳିନାହିଁ। ଗତ ବୁଧବାର ଏହି ରିପୋର୍ଟ ସାର୍ବଜନୀନ କରିଥିଲେ ନିର୍ବାଚନ ଆୟୋଗ (Election Commission of India)।

ଲୋକ ପ୍ରତିନିଧି ଅଧିନିୟମ (Representation of the People Act) ଧାରା 29C ଅନୁଯାୟୀ ଗୋଟିଏ ନିର୍ଦ୍ଧିଷ୍ଟ ରାଜନୈତିକ ଦଳର (Political Party) କୋଷାଧ୍ୟକ୍ଷ କିମ୍ବା ଦଳର କୌଣସି ନେତାଙ୍କ ଦ୍ୱାରା ଗୋଟିଏ ନିର୍ଦ୍ଧିଷ୍ଟ ଆର୍ଥିକ ବର୍ଷରେ କୌଣସି ବ୍ୟକ୍ତି ବିଶେଷ କିମ୍ବା ଅନ୍ୟ କୌଣସି ଅନୁଷ୍ଠାନ ପକ୍ଷରୁ ଦଳକୁ ଯଦି ୨୦ ହଜାରରୁ ଅଧିକ ଟଙ୍କାର ଦାନ ମିଳିଥାଏ ତାହେଲେ ସେ ସମ୍ପର୍କରେ କୌଣସି ଏକ ନିର୍ଦ୍ଧିଷ୍ଟ ରାଜନୈତିକ ଦଳ କିମ୍ବା ଏହାର ନେତାଙ୍କ ଦ୍ୱାରା ଦଳୀୟ ପାଣ୍ଠି ବାବଦରେ ଏକ ରିପୋର୍ଟ ପ୍ରସ୍ତୁତ କରାଯିବ। 

Also Read: BSP Supremo Mayawati: ବଦଳି ମାମଲାରେ ରାଜ୍ୟ ସରକାରଙ୍କ ବିରୋଧରେ ବର୍ଷିଲେ ମାୟାବତୀ

ଦଳୀୟ ପାଣ୍ଠି ବାବଦରେ ବହୁଜନ ସମାଜ ପାର୍ଟି (Bahujan Samaj Party) ବିଏସପି (BSP) ପ୍ରଦାନ କରାଯାଉଥିବା ତଥ୍ୟ ଶତ ପ୍ରତିଶତ ସତ୍ୟ। କାରଣ ଦଳକୁ ମିଳିଥିବା ପାଣ୍ଠି ବାବଦରେ ପ୍ରଦାନ କରାଯାଇଥିବା ତଥ୍ୟରେ ବିଏସପି ପକ୍ଷରୁ କୁହାଯାଇଛି କେବଳ ସ୍ୱଳ୍ପ ରୋଜଗାର କରୁଥିବା ଲୋକଙ୍କ ଠାରୁ ଦଳୀୟ ପାଣ୍ଠି ସଂଗ୍ରହ କରାଯାଉଛି। ପୂର୍ବତନ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ମାୟାବତୀଙ୍କ (Former Uttar Pradesh Chief Minister Mayawati) ନେତୃତ୍ୱାଧୀନ ବିଏସପି ଗତ କିଛି ବର୍ଷ ଧରି ଏହି ଆଭିମୁଖ୍ୟ ବଜାୟ ରଖିଛି।

ଭାରତୀୟ ନିର୍ବାଚନ ଆୟୋଗ ଏହି ୨୦ ହଜାର ଟଙ୍କାର ସୀମାକୁ ହଟାଇବା ଉପରେ ଜୋର ଦେଇଥିଲେ। କାରଣ ଏାହା ଦ୍ୱାରା କୌଣସି ଦଳକୁ ମିଳିଥିବା ସମସ୍ତ ସ୍ବେଚ୍ଛାକୃତ ଦଳୀୟ ପାଣ୍ଠି ବାବଦରେ ଜଣାଇବା ବାଧ୍ୟତାମୂଳକ।