ବିଗତ ୩୩ ବର୍ଷ ଧରି ଗୋରଖପୁର ସଦର ଆସନ ବିଜେପି ଲାଗି ପାରମ୍ପରିକ ଗଡ଼ ଭାବେ ଉଭା ହୋଇଛି।
Trending Photos
ଲକ୍ଷ୍ନୌ: ସାଂସଦ ନୁହେଁ ବିଧାୟକ ଭାବେ ନିର୍ବାଚନ ଲଢୁଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ବିଧାନସଭା ନିର୍ବାଚନରେ ରାଜ୍ୟର ଗୋରଖପୁର ସଦର ଆସନରୁ ଦଳୀୟ ବିଧାୟକ ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଛନ୍ତି ବିଜେପି ତାରକା ପ୍ରଚାରକ ମୁଖ୍ୟମନ୍ତ୍ରୀ ଯୋଗୀ। ନାମାଙ୍କନ ଦାଖଲ ବେଳେ ତାଙ୍କ ସହ ଉପସ୍ଥିତ ଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ।
କର୍ମଭୂମି ତଥା ନିଜ ଗୃହ ଜିଲ୍ଲା ଗୋରଖପୁରସ୍ଥିତ ମହାରଣା ପ୍ରତାପ ଇଣ୍ଟର କଲେଜ ଠାରେ ଅନୁଷ୍ଠିତ ସାଧାରଣ ସଭା ପରେ ମୁଖ୍ୟମନ୍ତ୍ରୀ ଯୋଗୀ ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ତାଙ୍କର ନାମାଙ୍କନ ଦାଖଲ କରିଥିଲେ। ଗତ ୧୯୯୮ ମସିହାରୁ ସର୍ବପ୍ରଥମେ ଗୋରଖପୁର ଲୋକସଭା ଆସନରୁ ସାଂସଦ ଭାବେ ନିର୍ବାଚିତ ହୋଇ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ ସେ। ଏହା ପରେ ୧୯୯୯, ୨୦୦୪, ୨୦୦୯, ୨୦୧୪ ଲୋକସଭା ନିର୍ବାଚନରେ ସେ ଏହି ସଂସଦୀୟ କ୍ଷେତ୍ରରୁ ଲଗାତାର ୫ ଥର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ।
ଚଳିତ ୨୦୨୨ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ସେ ନିଜ ଗୃହ ଜିଲ୍ଲାରେ ଅବସ୍ଥିତ ଗୋରଖପୁର ସଦର ଆସନରୁ ବିଜେପି ବିଧାୟକ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ନାମାଙ୍କନ ଦାଖଲ କରିବା ପୂର୍ବରୁ ଗୋରଖନାଥ ପୀଠର ମହନ୍ତ ତଥା ମୁଖ୍ୟମନ୍ତ୍ରୀ ଯୋଗୀ ଗୋରଖନାଥ ମନ୍ଦିରରେ ରୀତିନୀତି ଅନୁଯାୟୀ ଦେବଦେବ ମହାଦେବଙ୍କୁ ପୂଜାର୍ଚ୍ଚନା କରିବା ସହ ଜନ କଲ୍ୟାଣ ପାଇଁ କାମନା କରିଥିଲେ। ରୁଦ୍ରାଭିଷେକ ପରେ ମୁଖ୍ୟମନ୍ତ୍ରୀ ଯୋଗୀ ତାଙ୍କ ଆଧ୍ୟାତ୍ମିକ ଗୁରୁ ବ୍ରହ୍ମଲୀନ ମହନ୍ତ ଅବୈଦ୍ୟନାଥଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟର୍ପଣ କରିଥିଲେ।
Also Read: ଅଯୋଧ୍ୟା ଆସନରୁ ମୁଖ୍ୟମନ୍ତ୍ରୀ ଯୋଗୀ ନିର୍ବାଚନ ନ ଲଢିବାକୁ ନେଇ ଏପରି କହିଲେ ଆଚାର୍ଯ୍ୟ ସତ୍ୟନ୍ଦ୍ର ଦାସ
ନାମାଙ୍କନ ଦାଖଲ ଅବସରରେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ କନଭୟ ମହାରାଣା ପ୍ରତାପ ଇଣ୍ଟର କଲେଜରେ ଆୟୋଜିତ ବୈଠକ ସ୍ଥଳରେ ସେଠାରେ ଉପସ୍ଥିତ ଲୋକଙ୍କୁ ସମ୍ବୋଧିତ କରିଥିଲା। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହ (Union Minister Amit Shah) ଉପସ୍ଥିତ ଥିଲେ।
ଏହି ଜନସଭାକୁ ସମ୍ବୋଧିତ କରି କେନ୍ଦ୍ରମନ୍ତ୍ରୀ ଶାହ ଅଖିଳେଶ ଯାଦବଙ୍କୁ ଟାର୍ଗେଟ କରିଥିଲେ। ଏନେଇ ସେ କହିଛନ୍ତି ଯୋଗୀଙ୍କ ଶାସନ କାଳରେ ଆଜମ ଖାନ, ଅତୀକ ଅହମ୍ମଦ, ମୁଖତାର ଅନସାରୀ ପ୍ରମୁଖ ଜେଲ କାନ୍ଥ ମଧ୍ୟରେ ଅଛନ୍ତି। ଅଖିଳେଶ ବାବୁଙ୍କ ଲାଗି କୌଣସି ସମ୍ଭାବନା ନାହିଁ। ରାଜ୍ୟବାସୀ ବହୁ ବର୍ଷ ପରେ ଆତଙ୍କ କବଳରୁ ମୁକ୍ତ ହୋଇଛନ୍ତି। GORAKHPUR ସ୍ଥାନର ସମ୍ପୂର୍ଣ୍ଣ ନାମ କ'ଣ ତାହ କହିଛନ୍ତି ସେ। ଏନେଇ ସେ କହିଛନ୍ତି G for Ganga Expressway, O for Organic Farming, R for Road, A for AIIMS, KH for Fertilizer Factory, PU for Purvanchal Expressway, R for Regional Medical Research Center।
ବିଗତ ୩୩ ବର୍ଷ ଧରି ଗୋରଖପୁର ସଦର ଆସନ ବିଜେପି ଲାଗି ପାରମ୍ପରିକ ଗଡ଼ ଭାବେ ଉଭା ହୋଇଛି। ବିଜେପି ବସ୍ତି-ଗୋରଖପୁର ଡିଭିଜନ ଅଧିନସ୍ଥ ୪୧ ସିଟ୍ ଦଖଲ କରିବାକୁ ଚାହୁଁଛି। ଗତ ନିର୍ବାଚନରେ ବିଜେପି ଏହି ଏଠାରେ ଅଧିକାଂଶ ସ୍ଥାନ ଅଧିକାର କରିଥିଲା। ଏବେ ଦଳ ପୁଣିଥରେ ଏହି ଅଞ୍ଚଳରେ ବିଜୟ ବାନା ଉଡ଼ାଇବାକୁ ଚାହୁଁଛି।
ଗତ ୨୦୦୨ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ମୁଖ୍ୟ ଯୋଗୀ ତାଙ୍କ ଦଳ ବିଜେପି ଉପରେ ଅସନ୍ତୁଷ୍ଟ ହୋଇଉଠିଥିଲେ। ସେ ଏହି ଆସନରୁ ଲଗାତାର ୪ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ଶିବ ପ୍ରତାପ ଶୁକ୍ଲାଙ୍କୁ ଟିକେଟ ପ୍ରଦାନ କରିବାକୁ ବିରୋଧ କରୁଥିଲେ। ଯେତେବେଳେ ଦଳ ତାଙ୍କ କଥା ଶୁଣିନଥିଲା ସେତେବେଳେ ସେ ତାଙ୍କ ସମର୍ଥକ ରାଧା ମୋହନ ଦାସ ଅଗ୍ରୱାଲଙ୍କୁ ନିର୍ବାଚନରେ ସ୍ୱାଧନ ପ୍ରାର୍ଥୀ ଲଢାଇବା ସହ ତାଙ୍କ ଲାଗି ଖୋଲାଖୋଲି ପ୍ରଚାର କରିଥିଲେ।
Also Read: ସ୍ୱାମୀ ଅବିମୁକ୍ତେଶ୍ୱରନନ୍ଦଙ୍କ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ; କହିଲେ ସନ୍ଥ ମହନ୍ତ ହୋଇପାରେ କିନ୍ତୁ
୨୦୦୨ ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ପ୍ରବେଶ ପରେ ଗୋରଖପୁର ସଦର ଆସନର ଚିତ୍ର ସମ୍ପୂର୍ଣ୍ଣ ବଦଳି ଯାଇଥିଲା। ଏହି ନିର୍ବାଚନରେ ତାଙ୍କ ସମର୍ଥକ ରାଧା ମୋହନ ଦାସ ଅଗ୍ରୱାଲ ବାଜିମାତ କରିବା ସହ ପରେ ବିଜେପି ହାତ ଧରିଥିଲେ। ଏହି ଆସନରୁ ଯୋଗୀଙ୍କ ସମର୍ଥକ ଅଗ୍ରୱାଲ ୨୦୦୭, ୨୦୧୨, ୨୦୧୭ ନିର୍ବାଚନରେ ଲଗାତର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।