UP Election 2022: ବିଦ୍ରୋହୀ ବଢାଇଛନ୍ତି ସମାଜବାଦୀ ମେଣ୍ଟର ଚିନ୍ତା
Advertisement
Article Detail0/zeeodisha/odisha1108550

UP Election 2022: ବିଦ୍ରୋହୀ ବଢାଇଛନ୍ତି ସମାଜବାଦୀ ମେଣ୍ଟର ଚିନ୍ତା

ଯଦିଓ ସମାଜବାଦୀ ମେଣ୍ଟରେ ସାମିଲ ଥିବା ଅଂଶୀଦାର ଦଳଙ୍କ ମଧ୍ୟରେ ଆସନ ଭାଗବଣ୍ଟା ହୋଇସାରିଛି ହେଲେ ଦଳୀୟ ଅସନ୍ତୁଷ୍ଟଙ୍କ ଅସନ୍ତୋଷ ଥମି ନାହିଁ।

UP Election 2022: ବିଦ୍ରୋହୀ ବଢାଇଛନ୍ତି ସମାଜବାଦୀ ମେଣ୍ଟର ଚିନ୍ତା

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ୨୦୨୨ ଲାଗି ସମାଜବାଦୀ ପାର୍ଟି ନେତୃତ୍ୱରେ ଗଠିତ ହୋଇଥିବା ମେଣ୍ଟରେ ସାମିଲ ହୋଇଥିବା ଦଳଙ୍କ ମଧ୍ୟରେ ଆସନ ଭାଗବଣ୍ଟା ଶେଷ ହୋଇଯାଇଛି। ଏହି ମେଣ୍ଟରେ ରାଷ୍ଟ୍ରୀୟ ଲୋକ ଦଳ, ସୁହେଲଦେବ ଭାରତୀୟ ସମାଜ ପାର୍ଟି, ଅପନା ଦଳ କମେରାବାଦୀ, ଏନସିପି, ପ୍ରଗତିଶୀଳ ସମାଜବାଦୀ ପାର୍ଟି, ମହାନ ଦଳ, ରାଷ୍ଟ୍ରୀୟ ଜନବାଦୀ ପାର୍ଟି, ଗୋଣ୍ଡୱାନା ପାର୍ଟି ସହିତ ଅନ୍ୟ ଦଳ ମଧ୍ୟ ଅନ୍ତର୍ଭୂକ୍ତ ଅଛନ୍ତି। ଏପରି କେତେକ ଦଳ ଅଛନ୍ତି ଯେଉଁମାନେ ବିନା ସର୍ତ୍ତରେ ସମାଜବାଦୀ ପାର୍ଟି ଲାଗି ସେମାନଙ୍କ ସମର୍ଥନ ଘୋଷଣା କରିଛନ୍ତି।  

ଯଦିଓ ସମାଜବାଦୀ ମେଣ୍ଟରେ ସାମିଲ ଥିବା ଅଂଶୀଦାର ଦଳଙ୍କ ମଧ୍ୟରେ ଆସନ ଭାଗବଣ୍ଟା ହୋଇସାରିଛି ହେଲେ ଦଳୀୟ ଅସନ୍ତୁଷ୍ଟଙ୍କ ଅସନ୍ତୋଷ ଥମି ନାହିଁ। ରାଜ୍ୟର ବିଭିନ୍ନ ବିଧାନସଭା ଆସନରେ ଦଳ ଉପରେ ଅସନ୍ତୁଷ୍ଟ ଥିବା ପୁରୁଣା ଦଳୀୟ କର୍ମକର୍ତ୍ତାଙ୍କ କାରଣରୁ ଅନ୍ତଃର୍ଘାତୀ କାମ ହୋଇପାରେ ବୋଲି ସମ୍ଭାବନା ସୃଷ୍ଟି ହୋଇଛି। ରାଜ୍ୟର ବିଭିନ୍ନ ଭାଗରେ ଅବସ୍ଥିତ ନିର୍ବାଚନମଣ୍ଡଳୀରେ ବିଦ୍ରୋହୀ ସମାଜବାଦୀ ଦଳ ଲାଗି ସମସ୍ୟା ବଢାଇ ଦେଇଛନ୍ତି। 

Also Read: Samajwadi Alliance: କେତେ ଆସନରେ ଲଢୁଛନ୍ତି କେଉଁ ଦଳ?

ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ  ଅବତୀର୍ଣ୍ଣ ହୋଇଥିବା ବିଦ୍ରୋହୀଙ୍କ ମଧ୍ୟରୁ ସର୍ବାଧିକ ହେଉଛନ୍ତି  ସମାଜବାଦୀ। ଚତୁର୍ଥ ପର୍ଯ୍ୟାୟରୁ ସପ୍ତମ ପର୍ଯ୍ୟାୟ ପର୍ଯ୍ୟନ୍ତ ସମଜବାଦୀ ପାର୍ଟି ଦଳୀୟ ବିଦ୍ରୋହୀଙ୍କ ପକ୍ଷରୁ ବିଭିନ୍ନ ପ୍ରକାର ସମସ୍ୟା ସମ୍ମୁଖୀନ ହେଉଛି। ଅନେକ ଆସନରେ ସ୍ଥିତି ଏପରି ହୋଇଛି ସମାଜବାଦୀ ମେଣ୍ଟର ପ୍ରାର୍ଥୀଙ୍କୁ ବିଦ୍ରୋହୀଙ୍କ ପକ୍ଷରୁ ଅନେକ ଚ୍ୟାଲେଞ୍ଜ ମିଳୁଛି। ଯାହାର ଫଳସ୍ୱରୂପ ଏପରି ଆସନରେ ବିଜେପି, ସମାଜବାଦୀ ପାର୍ଟି ଘେରିବା ପାଇଁ ରଣନୀତି ପ୍ରସ୍ତୁତ କରୁଛି।

ଅଯୋଧ୍ୟା ଜିଲ୍ଲାର  ରୁଦୌଲି ଆସନରୁ ପୂର୍ବତନ ବିଧାୟକ ଅବ୍ବାସ ଅଲୀ ରୁଶଦୀ ମିୟାଁ ସମାଜାବଦୀ ପାର୍ଟି ଛାଡିବା ପରେ ବିଏସପି ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି। ସେ ଏହି ଆସନରେ ସମାଜବାଦୀ ପାର୍ଟି ଲାଗି ଆହ୍ୱାନ ପାଲଟିଛନ୍ତି।ଅନ୍ୟପଟେ ବିକାପୁର ଆସନରୁ ଦଳୀୟ ଟିକେଟ ନମିଳିବା ପରେ ସମାଜବଦୀ ପାର୍ଟି ନେତା ଅନୁପ ସିଂ ଜଣେ ସ୍ୱାଧୀନ ଭାବେ ନିର୍ବାଚନ ଲଢୁଛନ୍ତି।

ଟାଣ୍ଡାରୁ ଶବାନା ଖାତୁନ, ମଡିୟାହୁଁର ପୂର୍ବତନ ବିଧାୟକ ଶ୍ରଦ୍ଧା ଯାଦବ, ଶ୍ରାବସ୍ତୀର ପୂର୍ବତନ ବିଧାୟକ ମହମ୍ମଦ ରମଜାନ, ଫାଜିଲ ନଗରର ସମାଜବାଦୀ ପାର୍ଟିର ପୂର୍ବତନ ଜିଲା ସଭପତି ଇଲିୟାନସ ଅନସାରୀ ବିଏସପି ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି। 

Also Read: UP Election 2022: ୨୦ ଫେବୃଆରୀରେ Yadav Land ଠାରେ ପରୀକ୍ଷା ଦେବେ Akhilesh Yadav

ଖୋଲାଖୋଲି ଦଳ ବିରୋଧରେ ବିଦ୍ରୋହ କରିଥିବା ବିଦ୍ରୋହୀଙ୍କ ବ୍ୟତୀତ ସମାଜବାଦୀ ପାର୍ଟିରେ ଏପରି ଅସନ୍ତୁଷ୍ଟ ଅଛନ୍ତି ଯେଉଁମାନେ ଦଳରେ ରହିଥିବା ଅବହେଳାର ଶୀକାର ହୋଇଛନ୍ତି କିମ୍ବା ଟିକେଟ ପାଇବାକୁ ବଞ୍ଚିତ ହୋଇଛନ୍ତି। ଏପରି ଅନେକ ଦଳୀୟ କର୍ମକର୍ତ୍ତା ଅଛନ୍ତି ଯେଉଁମାନେ ପ୍ରାୟ ୨୫-୩୦ ବର୍ଷ ପର୍ଯ୍ୟନ୍ତ ଦଳ ପାଇଁ ବିଶ୍ୱସ୍ତ ଭାବେ କାର୍ଯ୍ୟ କରିଛନ୍ତି। ହେଲେ ଯେତେବେଳେ ଟିକେଟ ବଣ୍ଟନ ସମୟ ଆସିଲା ସେତେବେଳେ ଦଳ ସେହି ଆସନକୁ ସହଯୋଗୀଙ୍କ ପାଇଁ ଛାଡିଦେଲା କିମ୍ବା ଅନ୍ୟ ଦଳରୁ ଆସିଥିବା ନେତାଙ୍କୁ ଟିକେଟ୍ ଦେଇଦେଲା।

ଦଳରେ ଥାଇ ଅବହେଳାର ଶୀକାର ହୋଇଥିବା ଦଳୀୟ କର୍ମକର୍ତ୍ତା ସମାଜବାଦୀ ପାର୍ଟି ପ୍ରାର୍ଥୀଙ୍କ ପାଇଁ ଆହ୍ୱାନ ମଧ୍ୟ ହୋଇପାରନ୍ତି। ଯଦିଓ ସମାଜବାଦୀ ପାର୍ଟିର ସହଯୋଗୀ ଦଳ ଏଭଳି ଆସନରେ ମେଣ୍ଟର ବିଜୟ ଦାବି କରୁଛନ୍ତି। ସମାଜବଦୀ ପାର୍ଟିରେ ଏପରି ଅନେକ ବିଧାୟକ ଅଛନ୍ତି ଯେଉଁମାନଙ୍କ ଦଳୀୟ ଟିକେଟ କଟିବାକୁ ଅସନ୍ତୁଷ୍ଟ ଅଛନ୍ତି। ଯଦିଓ ସେମାନେ ଦଳୀୟ ପ୍ରାର୍ଥୀଙ୍କ ନିର୍ବାଚନ ମୈଦାନରେ ଏକାଠି ଥିବାରୁ ଦୃଶ୍ୟମାନ ହେଉଛନ୍ତି ହେଲେ ସେମାନଙ୍କ ସମର୍ଥକଙ୍କ ସମର୍ଥନ ଦଳୀୟ ପ୍ରାର୍ଥୀଙ୍କୁ ମିଳୁନାହିଁ। ଏଭଳି ସମର୍ଥକ ଦଳରେ ଥାଇ ଦଳୀୟ ପ୍ରାର୍ଥୀଙ୍କ ଲାଗି ପ୍ରଚାର କରିବା ପରିବର୍ତ୍ତେ ଚୁପ୍ ରହିଛନ୍ତି।