ବିଧାନ ପରିଷଦ ନିର୍ବାଚନ ଲାଗି ମୋଟ ୨ ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ।
Trending Photos
ଲକ୍ଷ୍ନୌ: ବିଧାନସଭା ପରେ ୨୦୨୨ ବିଧାନ ପରିଷଦ ନିର୍ବାଚନ ଲାଗି ପ୍ରାର୍ଥୀ ଘୋଷଣା କରିଛନ୍ତି ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ। ଏହି ନିର୍ବାଚନ ଲାଗି ଦଳୀୟ ପ୍ରାର୍ଥୀ ଘୋଷଣା କରାଯିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ସମାଜବାଦୀ ପାର୍ଟି ମୁଖ୍ୟ ପ୍ରବକ୍ତା ରାଜେନ୍ଦ୍ର ଚୌଧରୀ କହିଛନ୍ତି ଘୋଷିତ ତାଲିକାରେ ପ୍ରଥମ ପର୍ଯ୍ୟାୟ ଲାଗି ୩୦ ଏବଂ ଦ୍ୱିତୀୟ ପର୍ଯ୍ୟାୟ ଲାଗି ୬ ଜଣ ପ୍ରାର୍ଥୀ ଅଛନ୍ତି।
ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ନିର୍ବାଚିତ ହୋଇଥିବା ଦଳୀୟ ବିଧାୟକ ତଥା ବର୍ତ୍ତମାନ ବିଧାନ ପରିଷଦକୁ ପ୍ରତିନିଧିତ୍ୱ ସଦସ୍ୟଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛି ସମାଜବାଦୀ ପାର୍ଟି (Samajwadi Party)। ଏହି ବୈଠକ ୨୬ ମାର୍ଚ୍ଚରେ ଲକ୍ଷ୍ନୌ ଠାରେ ଅନୁଷ୍ଠିତ ହେବାକୁ ଯାଉଛି। ଏନେଇ ପ୍ରତିକ୍ରିୟା ରଖି ଦଳୀୟ ମୁଖ୍ୟ ପ୍ରବକ୍ତା ରାଜେନ୍ଦ୍ର ଚୌଧରୀ କହିଛନ୍ତି ଦଳର ନବ ନିର୍ବାଚିତ ବିଧାୟକ ତଥା ବର୍ତ୍ତମାନର ବିଧାନ ପରିଷଦ ସଦସ୍ୟଙ୍କ ଲାଗି ୨୬ ମାର୍ଚ୍ଚରେ ଅନୁଷ୍ଠିତ ହେଉଥିବା ବୈଠକରେ ଯୋଗଦାନ କରିବା ବାଧ୍ୟତାମୂଳକ।
Also Read: UP MLC Election 2022: ୩୬ ଆସନରେ ମୁହାଁମୁହିଁ ହେବେ BJP-Samajwadi Party
ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ ଅଧ୍ୟକ୍ଷତାରେ ମାର୍ଚ୍ଚ ୨୬ ତାରିଖରେ ରାଜଧାନୀ ଲକ୍ଷ୍ନୌସ୍ଥିତ ଦଳୀୟ କାର୍ଯ୍ୟାଳୟରେ ଏହି ବୈଠକ ଅନୁଷ୍ଠିତ ହେବ। ପ୍ରଥମେ ଏହି ବୈଠକ ୨୧ ମାର୍ଚ୍ଚରେ ଅନୁଷ୍ଠିତ ହେବାର ଥିଲା। ମାତ୍ର ବିଧାନ ପରିଷଦ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ହେତୁ ଏହା ବର୍ତ୍ତମାନ ୨୬ ମାର୍ଚ୍ଚରେ ଅନୁଷ୍ଠିତ ହେବ। ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ସଦ୍ୟ ଶେଷ ହୋଇଥିବା ବିଧାନସଭା ନିର୍ବାଚନରେ ହୋଇଥିବା ଦଳୀୟ ପରାଜୟର ସମୀକ୍ଷା କରାଯିବା ସହିତ ବିଧାନ ପରିଷଦ ନିର୍ବାଚନ ରଣନୀତି ବାବଦରେ ଚର୍ଚ୍ଚା କରାଯିବ।
ମୋଟ ୧୦୦ ସଦସ୍ୟ ବିଶିଷ୍ଟ ଉତ୍ତର ପ୍ରଦେଶ ବିଧାନ ପରିଷଦରେ ସ୍ଥାନୀୟ ସ୍ୱାୟତ୍ତ ଶାସିତ ସଂସ୍ଥା ଲାଗି ୩୫ ଆସନ ସଂରକ୍ଷିତ ରହିଛି। ମାତ୍ର ଏଟା-ମଥୁରା-ମୈନପୁରୀ କ୍ଷେତ୍ର ଲାଗି ୨ ଜଣ ବିଧାନ ପରିଷଦ ସଦସ୍ୟ ନିର୍ବାଚିତ ହୋଇଥାନ୍ତି। ଏପରି ଭାବେ ମୋଟ ୩୫ ଆସନ ଲାଗି ୩୬ ଜଣ ସଦସ୍ୟ ବିଧାନ ପରିଷଦକୁ ନିର୍ବାଚିତ ହୋଇଥାନ୍ତି। ଆସନ୍ତା ମାସରେ ଏହି ୩୫ ସିଟ୍ ଲାଗି ନିର୍ବାଚନ ଅନୁଷ୍ଠିତ ହେବ।
Also Read: UP MLC ନିର୍ବାଚନକୁ ନେଇ ବଡ଼ ଘୋଷଣା କଲା ବିଜେପି
ବିଧାନ ପରିଷଦ ନିର୍ବାଚନ ଲାଗି ମୋଟ ୨ ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟରେ ୩୦ ଆସନ ଲାଗି ୧୫ ମାର୍ଚ୍ଚରୁ ୧୯ ମାର୍ଚ୍ଚ ମଧ୍ୟରେ ନାମାଙ୍କନ ଦାଖଲ କରାଯିବ। ଏହି ପର୍ଯ୍ୟାୟ ପାଇଁ ନାମାଙ୍କନପତ୍ର ଯାଞ୍ଚ ୨୧ ମାର୍ଚ୍ଚରେ ଅନୁଷ୍ଠିତ ହେବ ଏବଂ ୨୩ ମାର୍ଚ୍ଚ ମଧ୍ୟରେ ନାମାଙ୍କନ ପ୍ରତ୍ୟାହାର କରିବାକୁ ଅନୁମତି ଦିଆଯିବ। ୯ ଅପ୍ରେଲରେ ମତଦାନ ଅନୁଷ୍ଠିତ ହେବ।
ଦ୍ୱିତୀୟ ପର୍ଯ୍ୟାୟରେ ୬ ଆସନ ଲାଗି ୨୨ ମାର୍ଚ୍ଚ ପର୍ଯ୍ୟନ୍ତ ଚାଲିବ ନାମାଙ୍କନ ଦାଖଲ। ଏହି ପର୍ଯ୍ୟାୟ ପାଇଁ ନାମାଙ୍କନପତ୍ର ଯାଞ୍ଚ ୨୩ ମାର୍ଚ୍ଚରେ ଅନୁଷ୍ଠିତ ହେବ ଏବଂ ୨୫ ମାର୍ଚ୍ଚ ମଧ୍ୟରେ ନାମାଙ୍କନ ପ୍ରତ୍ୟାହାର କରିବାକୁ ଅନୁମତି ଦିଆଯିବ। ୧୨ ଅପ୍ରେଲରେ ମତଦାନ ଅନୁଷ୍ଠିତ ହେବ। ଅପ୍ରେଲ ୧୨ ତାରିଖରେ ପ୍ରକାଶ ପାଇବ ନିର୍ବାଚନ ଫଳାଫଳ।
Also Read: ବିଧାନସଭା ପରେ ବିଧାନ ପରିଷଦ ନିର୍ବାଚନରେ ମୁହାଁମୁହିଁ ହେବେ BJP-Samajwadi Party
୨୦୨୨ ବିଧାନ ପରିଷଦ ନିର୍ବାଚନ: କେଉଁ ଆସନରୁ କିଏ ହେଲେ ସମାଜବାଦୀ ପାର୍ଟି ପ୍ରାର୍ଥୀ (ପ୍ରଥମ ପର୍ଯ୍ୟାୟ)
ଦ୍ୱିତୀୟ ପର୍ଯ୍ୟାୟ