Uttar Pradesh Politics: ଯୋଗ୍ୟ ଆଦିତ୍ୟନାଥଙ୍କ କ୍ୟାବିନେଟ ଛାଡି଼ ପାରନ୍ତି ୫ ମନ୍ତ୍ରୀ, ଜାଣନ୍ତୁ କାରଣ
Advertisement
Article Detail0/zeeodisha/odisha1335399

Uttar Pradesh Politics: ଯୋଗ୍ୟ ଆଦିତ୍ୟନାଥଙ୍କ କ୍ୟାବିନେଟ ଛାଡି଼ ପାରନ୍ତି ୫ ମନ୍ତ୍ରୀ, ଜାଣନ୍ତୁ କାରଣ

CM Yogi Cabinet: ଭୂପେନ୍ଦ୍ର ସିଂହ ଚୌଧୁରୀଙ୍କ ପରେ ରାଜ୍ୟର ଆହୁରି ୫ ଜଣ ମନ୍ତ୍ରୀ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ କ୍ୟାବିନେଟରୁ ବିଦା ହୋଇପାରନ୍ତି। ଜଣେ ବ୍ୟକ୍ତି ଗୋଟିଏ ପଦବୀ ନୀତି ଆଧାରରେ ସେମାନେ ମନ୍ତ୍ରୀ ପଦ ଛାଡିପାରନ୍ତି। 

 Uttar Pradesh Politics: ଯୋଗ୍ୟ ଆଦିତ୍ୟନାଥଙ୍କ କ୍ୟାବିନେଟ ଛାଡି଼ ପାରନ୍ତି ୫ ମନ୍ତ୍ରୀ, ଜାଣନ୍ତୁ କାରଣ

CM Yogi Cabinet: ନିକଟରେ ଉତ୍ତର ପ୍ରଦେଶ ବିଜେପି ଅଧ୍ୟକ୍ଷ ଭାବେ ନିଯୁକ୍ତ ହେବା ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ମନ୍ତ୍ରିମଣ୍ଡଳରୁ ପଦରୁ ଇସ୍ତଫା ଦେଇଥିଲେ ରାଜ୍ୟର ପଞ୍ଚାୟତିରାଜ ମନ୍ତ୍ରୀ ଭୂପେନ୍ଦ୍ର ସିଂହ ଚୌଧୁରୀ। ତାଙ୍କ ପରେ ରାଜ୍ୟର ଆହୁରି ୫ ଜଣ ମନ୍ତ୍ରୀ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ କ୍ୟାବିନେଟରୁ ବିଦା ହୋଇପାରନ୍ତି। କାରଣ ସେମାନେ ଉଭୟ ଦଳୀୟ ସଙ୍ଗଠନ ଏବଂ ସରକାରରେ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅଛନ୍ତି। ଏହି କାରଣରୁ ସେମାନେ ମନ୍ତ୍ରୀ ପଦ କିମ୍ବା ଦଳୀୟ ସଙ୍ଗଠନ ପଦ ମଧ୍ୟରୁ ଯେ କୌଣସି ଗୋଟିଏ ପଦବୀ ଛାଡ଼ିପାରନ୍ତି। ନିକଟରେ ଭୂପେନ୍ଦ୍ର ଚୌଧୁରୀ ଏହି କାରଣରୁ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି।

ଇସ୍ତଫା ଦେବାକୁ ଯାଉଥିବା ମନ୍ତ୍ରୀଙ୍କ ତାଲିକାରେ ପ୍ରଥମ ସ୍ଥାନରେ ଅଛନ୍ତି ଅରବିନ୍ଦ କୁମାର ଶର୍ମା (UP Minister Arvind Sharma)। ଯିଏ ଏବେ କ୍ୟାବିନେଟ ଅଛନ୍ତି। ଏହା ସହିତ ସେ ଉତ୍ତର ପ୍ରଦେଶ ବିଜେପି ଉପାଧ୍ୟକ୍ଷ ଅଛନ୍ତି (UP BJP Vice President)। ବର୍ତ୍ତମାନ ମନ୍ତ୍ରୀ ଶର୍ମାଙ୍କ ପାଖରେ ସହରାଞ୍ଚଳ ବିକାଶ ଏବଂ ଶକ୍ତି ବିଭାଗ ରହିଛି। ଏହି ତାଲିକାରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି ସହାକାରିତା ରାଷ୍ଟ୍ରମନ୍ତ୍ରୀ (ସ୍ୱାଧିନ ଦାୟିତ୍ୱ) ଜେପିଏସ୍ ରାଠୋର (UP Minister JPS Rathore)। ମନ୍ତ୍ରୀ ପଦରେ ରହିବା ସତ୍ତ୍ୱେ ତାଙ୍କ ପାଖରେ, ଉତ୍ତର ପ୍ରଦେଶ ବିଜେପି (ସଙ୍ଗଠନ) ସାଧାରଣ ସମ୍ପାଦକ (UP BJP General Secretary) ଦାୟିତ୍ୱ ମଧ୍ୟ ରହିଛି। ତୃତୀୟ ସ୍ଥାନରେ ଅଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ଦୟାଶଙ୍କର ସିଂହ (UP Minister Dayashankar Singh)। ମନ୍ତ୍ରୀ ହେବା ପୂର୍ବରୁ ସେ ଉତ୍ତର ପ୍ରଦେଶ ବିଜେପି ଓବିସି ସେଲ ଉପାଧ୍ୟକ୍ଷ (UP BJP OBC Cell Vice President) ଏବଂ ପ୍ରଭାରୀ ଦାୟିତ୍ୱରେ ଥିଲେ। 

Also Read: UP Politics: ରାଜ୍ୟ ବିଜେପି ସଭାପତି ନିଯୁକ୍ତ ହେବା ପରେ ପଦ ଛାଡିଲେ ମନ୍ତ୍ରୀ ଭୂପେନ୍ଦ୍ର ସିଂହ ଚୌଧୁରୀ

ଚତୁର୍ଥ ମନ୍ତ୍ରୀ ଜଣଙ୍କ ହେଉଛନ୍ତି ନରେନ୍ଦ୍ର କଶ୍ୟପ (UP Minister Narendra Kashyap)। ଯିଏ ବର୍ତ୍ତମାନ ଉତ୍ତର ପ୍ରଦେଶ ପଛୁଆ ବର୍ଗ କଲ୍ୟାଣ ତଥା ଭିନ୍ନକ୍ଷମଙ୍କ ସଶକ୍ତିକରଣ ବିଭାଗ ମନ୍ତ୍ରୀ ଦାୟିତ୍ୱରେ ଅଛନ୍ତି। ସେ ବର୍ତ୍ତମାନ ଉତ୍ତର ପ୍ରଦେଶ ବିଜେପି ଓବିସି ମୋର୍ଚ୍ଚା ଅଧ୍ୟକ୍ଷ UP BJP OBC Cell President) ଦାୟିତ୍ୱରେ ଅଛନ୍ତି। ଅନ୍ୟ ଜଣଙ୍କ ହେଉଛନ୍ତି ଯୋଗୀ ସରକାରରଙ୍କ (CM Yogi Adityanaths Cabinet) ମହିଳା ଏବଂ ଶିଶୁ କଲ୍ୟାଣ ମନ୍ତ୍ରୀ ବେବି ରାଣୀ ମୌର୍ଯ୍ୟ (UP Minister Baby Rani Maurya)। ଯିଏ ବର୍ତ୍ତମାନ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ (BJP National Vice President) ପଦରେ ଅଛନ୍ତି। 

ଜେପି ରାଜ୍ୟ ଶାଖା ସଭାପତି ଭାବେ ନିଯୁକ୍ତ ହେବା ପରେ ଅଗଷ୍ଟ ୩୦ ତାରିଖ ମଙ୍ଗଳବାର ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଭୂପେନ୍ଦ୍ର ସିଂହ ଚୌଧୁରୀ (Bhupendra Singh Chaudhary)। ଉତ୍ତର ପ୍ରଦେଶ ବିଜେପି ସଭାପତି (UP BJP President) ନିଯୁକ୍ତ ହେବା ପୂର୍ବରୁ ସେ ରାଜ୍ୟର ପଞ୍ଚାୟତିରାଜ ମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ। ଇସ୍ତଫା ସମ୍ପର୍କରେ ନିଜେ ଟ୍ୱିଟ୍ କରି ଜଣାଇଛନ୍ତି। 

Also Read: UP Politics: ଭୁପେନ୍ଦ୍ର ଚୌଧୁରୀଙ୍କୁ ଦଳୀୟ ଅଧ୍ୟକ୍ଷ କରି ଗୋଟିଏ ଧନୁରେ ଦୁଇଟି ତୀର ମାରିଲା ବିଜେପି

ଉତ୍ତର ପ୍ରଦେଶ ବିଜେପି ଅଧ୍ୟକ୍ଷ ଭୂପେନ୍ଦ୍ର ସିଂହ ଦଳର ଜଣେ ବ୍ୟକ୍ତି ଗୋଟିଏ ପଦବୀ ନୀତି ଆଧାରରେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ଗତ ଅଗଷ୍ଟ ୨୫ ତାରିଖରେ ଉତ୍ତର ପ୍ରଦେଶ ବିଜେପି ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଥିଲେ। ଇସ୍ତଫା ଦେବା ପରେ ଭୁପେନ୍ଦ୍ର ସିଂହ ଚୌଧୁରୀ ଦଳୀୟ କାର୍ଯ୍ୟାଳୟର ପଦାଧିକାରୀଙ୍କ ସହ ରାଜ୍ୟ ବିଜେପି ମୁଖ୍ୟାଳୟ ଠାରେ ପହଞ୍ଚିଥିଲେ। ଏହି ଅବସରରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି କହିଛନ୍ତି ଆସନ୍ତା ପୌର ନିର୍ବାଚନ ଏବଂ ୨୦୨୪ ଲୋକସଭା ନିର୍ବାଚନରେ ​​ବିଜେପି ଏକ ରେକର୍ଡ ବିଜୟ ହାସଲ କରିବ।