Uttar Pradesh: ଫଟୋ ପାଇଁ ସେବାରୁ ବହିଷ୍କୃତ ହେଲେ ସଫେଇ କର୍ମଚାରୀ
Advertisement
Article Detail0/zeeodisha/odisha1266583

Uttar Pradesh: ଫଟୋ ପାଇଁ ସେବାରୁ ବହିଷ୍କୃତ ହେଲେ ସଫେଇ କର୍ମଚାରୀ

Uttar Pradesh: ଏହି ଘଟଣାରେ ପ୍ରତିକ୍ରିୟା ରଖି ସଫେଇ କର୍ମଚାରୀ ବବି କହିଛନ୍ତି ଯେ ସେ ତାଙ୍କ ଦାୟିତ୍ୱ ତୁଲାଇବା ବେଳେ ବର୍ଜ୍ୟବସ୍ତୁ ସଂଗ୍ରହ କରି ଏହାକୁ ଅଳିଆ ବୁହା ଗାଡିରେ ରଖି ଦେଇଥିଲେ।

Uttar Pradesh: ଫଟୋ ପାଇଁ ସେବାରୁ ବହିଷ୍କୃତ ହେଲେ ସଫେଇ କର୍ମଚାରୀ

Uttar Pradesh: ଫଟୋ ପାଇଁ ସେବାରୁ ବହିଷ୍କୃତ ହୋଇଛନ୍ତି ଜଣେ ସଫେଇ କର୍ମଚାରୀ। ଉତ୍ତର ପ୍ରଦେଶ ମଥୁରା-ବୃନ୍ଦାବନ ନଗର ନିଗମ ଅଞ୍ଚଳରେ ଘଟିଯାଇଛି ଏଭଳି ଘଟଣା। ଏଠାରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଫଟୋ ଏକ ଅଳିଆ ବୁହା ଗାଡିରେ ବୁହା ଯାଇଥିବାର ଅଭିଯୋଗ ହୋଇଛି। ଏହି ଭିଡିଓ ଭାଇରାଲ ହେବା ପରେ ନଗର ନିଗମ ଜଣେ ସଫେଇ କର୍ମଚାରୀଙ୍କୁ ସେବାରୁ ବରଖାସ୍ତ କରିଛି।

ଏନେଇ ପ୍ରତିକ୍ରିୟା ରଖି ମଥୁରା-ବୃନ୍ଦାବନ ନଗର ନିଗମ ଅତିରିକ୍ତ କମିଶନର ସତ୍ୟେନ୍ଦ୍ର କୁମାର ତିୱାରୀ କହିଛନ୍ତି ଯେ ଜେନେରାଲଗଞ୍ଜ କ୍ଷେତ୍ର ଅଞ୍ଚଳରେ କାର୍ଯ୍ୟରତ ବବି ନାମକ ଜଣେ ସଫେଇ କର୍ମଚାରୀ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଫଟୋ ଅଳିଆ ବୁହା ଗାଡ଼ିରେ ବୁହା ଯାଇଥିବାର ଭିଡିଓ ଭାଇରାଲ ହୋଇଛି। ସଫେଇ କର୍ମଚାରୀ ସେହି ସେହି ଫଟୋ କୁ ଅଳିଆରୁ ବାହାର ନ କରି ଭୁଲ କରିଛନ୍ତି। ଯେଉଁ କାରଣରୁ ତାଙ୍କୁ ତୁରନ୍ତ ସେବାରୁ ବହିଷ୍କାର କରାଯାଇଛି।

ଭାଇରାଲ ଭିଡିଓ ଜରିଆରେ ଏହା ଦେଖିବାକୁ ମିଳିଛି ଯେ ମଥୁରା-ବୃନ୍ଦାବନ ନଗର ନିଗମର ଚୁକ୍ତି ଭିତ୍ତିକ ସଫେଇ କର୍ମଚାରୀ ବବି ଅଳିଆ ସଂଗ୍ରହ କରୁଥିଲେ। ଯେତେବେଳେ କେହି ଜଣେ ସଫା କରିବା ସମୟରେ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ଫଟୋକୁ ଅଳିଆ ଗଦାରେ ପକାଇ ଦେଇଥିଲେ। ଯାହାକୁ ଦେଖିବା ପରେ କିଛି ଲୋକ ଅଭିଯୋଗ କରିଥିଲେ। ଏହାକୁ ନେଇ କିଛି ଲୋକ ବବିଙ୍କ ସହ ଯୁକ୍ତିତର୍କ କରିଥିଲେ। ଯାହାକୁ ନେଇ ଉଭୟ ପକ୍ଷ ମଧ୍ୟରେ ବିବାଦ ହୋଇଥିଲା।

ଯେତେବେଳେ କିଛି ଲୋକ ଉଭୟ ପକ୍ଷଙ୍କୁ ମନାଇବା ପରେ ସଙ୍ଗେ ସଙ୍ଗେ ବବିଙ୍କୁ ସେହି ଫଟୋ କୁ ଅଳିଆ ବୁହା ଗାଡ଼ିରୁ ହଟାଇବାକୁ କହିଥିଲେ ସେତେବେଳ କେହି ଜଣେ ଏହି ଘଟଣାର ଭିଡିଓ ପ୍ରସ୍ତୁତ କରି ସୋସିଆଲ ମିଡିଆରେ ଅପଲୋଡ କରିଦେବା ପରେ ଏହା ଭାଇରାଲ ହୋଇଯାଇଥିଲେ। 

ଏହି ଘଟଣାରେ ପ୍ରତିକ୍ରିୟା ରଖି ସଫେଇ କର୍ମଚାରୀ ବବି କହିଛନ୍ତି ଯେ ସେ ତାଙ୍କ ଦାୟିତ୍ୱ ତୁଲାଇବା ବେଳେ ବର୍ଜ୍ୟବସ୍ତୁ ସଂଗ୍ରହ କରି ଏହାକୁ ଅଳିଆ ବୁହା ଗାଡିରେ ରଖି ଦେଇଥିଲେ। ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଅଳିଆ ଆବର୍ଜନା ସହିତ ଆସିଥିଲା। ହେଲେ ଏଥିରେ ମୋର ଦୋଷ କ’ଣ ବୋଲ ପ୍ରଶ୍ନ କରିଛନ୍ତି ସେ।

Also Read: Lucknow Mango Festival: ଆମ୍ବର ନାମକରଣ କଲେ ମୁଖ୍ୟମନ୍ତ୍ରୀ ଯୋଗୀ 

Also Read: ରାମ-କୃଷ୍ଣ ନଗରୀରେ ମଦ-ମାଂସ ବିକ୍ରି ଉପରେ ଲାଗିଲା କଟକଣା