ରାମ-କୃଷ୍ଣ ନଗରୀରେ ମଦ-ମାଂସ ବିକ୍ରି ଉପରେ ଲାଗିଲା କଟକଣା
Advertisement

ରାମ-କୃଷ୍ଣ ନଗରୀରେ ମଦ-ମାଂସ ବିକ୍ରି ଉପରେ ଲାଗିଲା କଟକଣା

ଏନେଇ ରାଜ୍ୟ ସରକାରଙ୍କ ଅଧିକାରୀଙ୍କ ପକ୍ଷରୁ କୁହାଯାଇଛି ଉଭୟ ଅଯୋଧ୍ୟା ଏବଂ ମଥୁରା ହେଉଛି ଦେଶର ୨ ପ୍ରମୁଖ ଆଧାତ୍ମିକ ସହର। ଏଠାରେ ମଦ-ମାଂସ ଭଳି ଦ୍ରବ୍ୟ ବିକ୍ରି ହୋଇପାରିବ ନାହିଁ। 

ରାମ-କୃଷ୍ଣ ନଗରୀରେ ମଦ-ମାଂସ ବିକ୍ରି ଉପରେ ଲାଗିଲା କଟକଣା

Liquor and Meat ban in Ayodhya and Mathura: ଉତ୍ତର ପ୍ରଦେଶରେ ଅବସ୍ଥିତ ଦେଶର ୨ ପ୍ରମୁଖ ଧାର୍ମକ ସହର ଅଯୋଧ୍ୟା ଏବଂ ମଥୁରା ବାବଦରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ରାଜ୍ୟରେ କ୍ଷମତାସୀନ ଯୋଗୀ ସରକାର। ଧାର୍ମକ ସହର ଅଯୋଧ୍ୟା ଏବଂ ମଥୁରା ଠାରେ ମଦ-ମାଂସ ବିକ୍ରି ଉପରେ କଟକଣା ଲଗାଇଛନ୍ତି ଉତ୍ତର ପ୍ରଦେଶ ସରକାର। ପ୍ରଶାସନିକ ଆଦେଶ ପାଳନ କରିବାକୁ ଯାଇ ରାଜ୍ୟ ସରକାରୀଙ୍କ ଅଧିକାରୀ ଏଠାରେ ମଦ-ମାଂସ ଦୋକାନ ବନ୍ଦ କରିଛନ୍ତି। ଏନେଇ ରାଜ୍ୟ ସରକାରଙ୍କ ଅଧିକାରୀଙ୍କ ପକ୍ଷରୁ କୁହାଯାଇଛି ଉଭୟ ଅଯୋଧ୍ୟା ଏବଂ ମଥୁରା ହେଉଛି ଦେଶର ୨ ପ୍ରମୁଖ ଆଧାତ୍ମିକ ସହର। ଏଠାରେ ମଦ-ମାଂସ ଭଳି ଦ୍ରବ୍ୟ ବିକ୍ରି ହୋଇପାରିବ ନାହିଁ। 

ଯୋଗୀ ସରକାରଙ୍କ ଆଦେଶ କ୍ରମେ ମଥୁରା ସ୍ଥିତ ଭଗବାନ କୃଷ୍ଣଙ୍କ ଜନ୍ମସ୍ଥାନ ଠାରୁ ୧୦ କିମି ବ୍ୟସାର୍ଦ୍ଧ ମଧ୍ୟରେ ଆସୁଥିବା ମଥୁରା ନଗର ନିଗମ ଅଧିନସ୍ଥ  ୨୨ ୱାର୍ଡ ଅଧିନରେ ମଦ ଦୋକାନ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏନେଇ ସରକାରୀ ଆଦେଶ ମିଳିବା ପରେ ମଥୁରା ଜିଲ୍ଲା ପ୍ରଶାସନ ଏହି  ୧୦ କିମି ବ୍ୟସାର୍ଦ୍ଧ ମଧ୍ୟରେ ଆସୁଥିବା ୩୭ ମଦ ଦୋକାନକୁ ସମ୍ପୂର୍ଣ୍ଣ ବନ୍ଦ କରିଛନ୍ତି।  

ଗତ ବର୍ଷ ଜନ୍ମାଷ୍ଟମୀ ଅବସରରେ ମଥୁରା ଠାରେ ଆୟୋଜିତ ହୋଇଥିବା ଏକ ଜନସଭାକୁ ସମ୍ବୋଧିତ କରି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଥିଲେ ଶ୍ରୀକୃଷ୍ଣଙ୍କ ଜନ୍ମସ୍ଥାନ ଠାରୁ ୧୦ ବର୍ଗ କିଲୋମିଟର ଅଞ୍ଚଳରେ ସମସ୍ତ ଖୋଲା ମାଂସ ଏବଂ ମଦ ଦୋକାନ ଉପରେ ପ୍ରତିବନ୍ଧକ ଲଗାଯିବ। ଏହା ପରେ ପ୍ରଶାସନ ମାଂସ ବିକ୍ରୟ କରୁଥିବା ଦୋକାନ ଉପରେ ନିଷେଧାଦେଶ ଲାଗୁ କରିବା ଆରମ୍ଭ କରିଥଲା। ବୈଷୟିକ କାରଣରୁ ମଦ, ବିୟର ଭଳି ନିଶା ଦ୍ରବ୍ୟର ଖୋଲା ବିକ୍ରି ଜାରି ରହିଲା।

ହେଲେ ଏବେ ମଥୁରା ନଗର ନିଗମ ଏହାର ୨୨ ୱାର୍ଡ ଅଧୀନରେ ଥିବା ସମସ୍ତ ୩୭ ଦୋକାନକୁ ବନ୍ଦ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ପ୍ରତିକ୍ରିୟା ରଖି ମଥୁରା ଜିଲ୍ଲା ଅବକାରୀ ଅଧିକାରୀ ପ୍ରଭାତ ଚାନ୍ଦ କହିଛନ୍ତି ଯେ ବର୍ତ୍ତମାନ ଶ୍ରୀକୃଷ୍ଣ ଜନ୍ମସ୍ଥାନ ଠାରୁ ୧୦ ବର୍ଗ କିମି ଅଞ୍ଚଳ ମଧ୍ୟରେ କୌଣସି ମଦ-ମାଂସ ଦୋକାନ ପରିଚାଳିତ ହେଉନାହିଁ। ଯେଉଁ ଦୋକାନ ବନ୍ଦ କରାଯାଇଛି ତାହା ମଧ୍ୟରେ ଲାଇସେନ୍ସପ୍ରାପ୍ତ ହୋଟେଲ, ମଦ, ବିୟର ଏବଂ ଭାଙ୍ଗ ଦୋକାନ ରହିଛି।

ମଥୁରା ସହିତ ଅଯୋଧ୍ୟା ଠାରେ ମଧ୍ୟ ମଦ-ମାଂସ ଦୋକାନ ଉପରେ କଟକଣା ଲଗାଯାଇଛି। ଦେଶର ଏହି ୨ ପ୍ରମୁଖ ଆଧ୍ୟାତ୍ମିକ ସହରକୁ ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକ ପରିଦର୍ଶନରେ ଆସିଥାନ୍ତି। ଏହି ୨ ସହରରେ ମାଂସ-ମଦ ଦୋକାନ ଉପରେ ପ୍ରତିବନ୍ଧକ ଲଗାଇବା ଲୋକେ ଦୀର୍ଘ ଦିନ ଦାବି କରି ଆସୁଥିଲେ। ଲୋକଙ୍କ ଦାବିକୁ ନଜରରେ ରଖି ମୁଖ୍ୟମନ୍ତ୍ରୀ ମଦ-ମାଂସ ଦୋକାନ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସ୍ଥାନୀୟ ଲୋକେ ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି। ଏହି ନିଷ୍ପତ୍ତି ଉଭୟ ସହରର ଆଧ୍ୟାତ୍ମିକ ପୁନରୁଦ୍ଧାରରେ ସହାୟକ ହେବ ବୋଲି କହିଛନ୍ତି।

Also Read: ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଆଦେଶକ୍ରମେ କରମୁକ୍ତ ହେଲା ମଠ ମନ୍ଦିର

Also Read: କର ମୁକ୍ତ ହେଲା ମଠ-ମନ୍ଦିର; ଧର୍ମାନୁଷ୍ଠାନ ନିକଟରେ ବିକ୍ରି ହେବ ନାହିଁ ମାଂସ