ପୁଣି ଠାକୁର ସମ୍ଭାଳିବେ ଉତ୍ତରାଖଣ୍ଡ? ସାମ୍ନାକୁ ଆସିଲା ଏହି ୨ଟି ନାମ
Advertisement

ପୁଣି ଠାକୁର ସମ୍ଭାଳିବେ ଉତ୍ତରାଖଣ୍ଡ? ସାମ୍ନାକୁ ଆସିଲା ଏହି ୨ଟି ନାମ

ଉତ୍ତରାଖଣ୍ଡ (Uttarakhand) ବିଜେପି ବିଧାୟକ ଦଳ ବୈଠକରେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଏହି ବୈଠକରେ ପର୍ଯ୍ୟବେକ୍ଷକ ଭାବରେ ଯୋଗଦେବେ। ବୈଠକରେ ରାଜ୍ୟର ବିଧାୟକମାନଙ୍କ ମଧ୍ୟରୁ କାହାକୁ ନୂତନ ମୁଖ୍ୟମନ୍ତ୍ରୀ ଭାବରେ ବାଛିବା ପାଇଁ କଳ୍ପନାଜଳ୍ପନା କରାଯାଉଛି। 

ଫାଇଲ ଫଟୋ

ଦେହରାଦୁନ୍: ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ତୀରଥ ସିଂ ରାୱତ ଶୁକ୍ରବାର ରାତିରେ ରାଜ୍ୟପାଳ ବେବି ରାଣୀ ମୌର୍ଯ୍ୟଙ୍କୁ ଇସ୍ତଫା ପତ୍ର ଦାଖଲ କରିଛନ୍ତି। ଏହା ପରେ ଉତ୍ତରାଖଣ୍ଡରେ ଜଣେ ନୂତନ ମୁଖ୍ୟମନ୍ତ୍ରୀ ଚୟନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଆଜି ବିଜେପି ବିଧାୟକ ଦଳ ବୈଠକ ଡକାଯାଇଛି। ଯେଉଁଥିରେ ମୁଖ୍ୟମନ୍ତ୍ରୀର ନୂଆ ଚେହେରା ଘୋଷଣା କରାଯାଇପାରେ।

ସୂଚନାନୁସାରେ, ଉତ୍ତରାଖଣ୍ଡ (Uttarakhand) ବିଜେପି ବିଧାୟକ ଦଳ ବୈଠକରେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଏହି ବୈଠକରେ ପର୍ଯ୍ୟବେକ୍ଷକ ଭାବରେ ଯୋଗଦେବେ। ବୈଠକରେ ରାଜ୍ୟର ବିଧାୟକମାନଙ୍କ ମଧ୍ୟରୁ କାହାକୁ ନୂତନ ମୁଖ୍ୟମନ୍ତ୍ରୀ ଭାବରେ ବାଛିବା ପାଇଁ କଳ୍ପନାଜଳ୍ପନା କରାଯାଉଛି। ସୂତ୍ରରୁ ପ୍ରକାଶ ଯେ, ଉତ୍ତରାଖଣ୍ଡରେ କେବଳ ଅଭିଜ୍ଞ ଚେହେରାମାନଙ୍କୁ ଦାୟତ୍ୱ ଦିଆଯିବ।

Also Read: ଚାରି ମାସର ମୁଖ୍ୟମନ୍ତ୍ରୀ; ଇସ୍ତଫା ଦେଲେ ତୀରଥ ସିଂ ରାୱତ

ତୀରଥ ସିଂ ରାୱତଙ୍କ ଇସ୍ତଫା ପରେ ଉତ୍ତରାଖଣ୍ଡରେ ପୁଣି ଥରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ଏଥର ମଧ୍ୟ ଦଳ ଜଣେ ଠାକୁର ଓ ବ୍ରାହ୍ମଣ ସମୀକରଣକୁ ଦୃଷ୍ଟିରେ ରଖି ରାଜ୍ୟ ମୁଖିଆ ଚନୟ କରାଯିବ। ଗତଥର ତ୍ରିବେନ୍ଦ୍ର ସିଂ ରାୱତଙ୍କ ପରେ ତୀରଥ ସିଂ ରାୱତ ହାଇକମାଣ୍ଡର ପସନ୍ଦ ଥିଲେ। ଏବେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ (Chief Minister) ପାଇଁ ଦୁଇଟି ନାମରୁ ନେଇ ଚର୍ଚ୍ଚା ଚାଲୁଛି। ସେମାନେ ହେଉଛି ସତ୍ୟପାଲ ସିଂ ଏବଂ ଧନ ସିଂ ରାୱତ। 

ଏଥର ମଧ୍ୟ ଉତ୍ତରାଖଣ୍ଡରେ ଠାକୁର ନେତାଙ୍କୁ ନେତୃତ୍ୱ ଦିଆଯାଇ ପାରେ। କନ୍ତୁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନରେନ୍ଦ୍ର ସିଂ ତୋମାର, ବିଧାୟକମାନଙ୍କ ରାୟକୁ ମଧ୍ୟ ଗୁରୁତ୍ୱ ଦେବେ। ସତ୍ୟପାଲ ସିଂ ରାଜ୍ୟର ପ୍ରମୁଖ ନେତାଙ୍କ ମଧ୍ୟରେ ଗଣିତ ହୋଇଥିବାବେଳେ ଗତଥର ମୁଖ୍ୟମନ୍ତ୍ରୀ ପଦ ପାଇଁ ଧନ ସିଂଙ୍କ ନାମ ମଧ୍ୟ ଆଲୋଚନାରେ ଆସିଥିଲା, କିନ୍ତୁ ସାଂସଦ ତୀରଥ ସିଂ ରାୱତଙ୍କୁ ମୁଖିଆ କରାଯାଇଥିଲା।

Also Read: ଉତ୍ତରାଖଣ୍ଡରେ ରାଜନୈତିକ ସଙ୍କଟ; ପୁଣି ବଦଳିବେ ମୁଖ୍ୟମନ୍ତ୍ରୀ! 

ଆସନ୍ତାବର୍ଷ ଉତ୍ତରାଖଣ୍ଡରେ ନିର୍ବାଚନ ହେବ। ଏଭଳି ପରିସ୍ଥିତିରେ ନିର୍ବାଚନ ଆୟୋଗ ମଧ୍ୟ ଦୁଇଟି ଖାଲି ବିଧାନସଭା ଆସନରେ ଉପ-ନିର୍ବାଚନ ନକରିବାକୁ ନିଷ୍ପତ୍ତି ନେଇପାରନ୍ତି। ଯଦି ଏପରି ହୁଏ ତେବେ ରାଜ୍ୟରେ ସାମ୍ବିଧାନିକ ସଙ୍କଟ ଦେଖାଦେବ। ଏହି ସଙ୍କଟରୁ ରକ୍ଷା ପାଇବା ପାଇଁ ତୀରଥ ସିଂ ରାୱତ (Tirath Singh Rawat) ଙ୍କୁ ଦଳର ହାଇକମାଣ୍ଡରୁ ଇସ୍ତଫା ଦେବାକୁ ପ୍ରସ୍ତାବ ଦିଆଯାଇଛି।