Viral Video: ଶ୍ୱଶୁରଙ୍କୁ ମାଡ଼ ମାରି ବିବାଦରେ ଦିଲ୍ଲୀ ପୋଲିସ ମହିଳା ସବ ଇନପେକ୍ଟର
Advertisement
Article Detail0/zeeodisha/odisha1340488

Viral Video: ଶ୍ୱଶୁରଙ୍କୁ ମାଡ଼ ମାରି ବିବାଦରେ ଦିଲ୍ଲୀ ପୋଲିସ ମହିଳା ସବ ଇନପେକ୍ଟର

Delhi Police:  ବୃଦ୍ଧ ଶ୍ୱଶୁରଙ୍କ ମାଡ଼ ମାରିବା ଘଟଣାରେ ମହିଳା ପୋଲିସ କର୍ମଚାରୀଙ୍କ ବିରୋଧରେ ଆଇପିସି ଧାରା ୩୨୩/୪୨୭ ଆଧାରରେ ଥାନାରେ ଅଭଯୋଗ ଦାଏର କରାଯାଇଛି। ମାତ୍ର ଦିଲ୍ଲୀ ପୋଲିସ (Delhi Police) ମହିଳା ସବ ଇନପେକ୍ଟର ଙ୍କୁ ଗିରଫ କରାଯାଇ ନାହିଁ। 

 Viral Video: ଶ୍ୱଶୁରଙ୍କୁ ମାଡ଼ ମାରି ବିବାଦରେ ଦିଲ୍ଲୀ ପୋଲିସ ମହିଳା ସବ ଇନପେକ୍ଟର

Delhi Police Women SI Controversy: ନିଜର ବୃଦ୍ଧ ଶ୍ୱଶୁରଙ୍କ ମାଡ଼ ମାରି ବିବାଦୀୟ ହୋଇପଡିଛନ୍ତି ଦିଲ୍ଲୀ ପୋଲିସ ମହିଳା ସବ ଇନପେକ୍ଟର। ଦିଲ୍ଲୀ ଲକ୍ଷ୍ମୀ ନଗର ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଘଟଣା। ମହିଳା ସବ ଇନପେକ୍ଟର ଜଣକ ନିଜ ଖାକି ବର୍ଦ୍ଦି ତାକତରେ ଶ୍ୱଶୁରଙ୍କୁ ଥାନାରେ ମାଡ଼ ମାରିଥିଲେ। ଏହି ପୁରା ଘଟଣାର ଏକ ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି। ଏହି ଭିଡ଼ିଓ ଭାଇରାଲ ହେବା ପରେ ଲୋକେ ଅଭିଯୁକ୍ତ ମହିଳା ପୋଲିସ କର୍ମଚାରୀକୁ ସମାଲୋଚନା କରୁଛନ୍ତି। ଲଜ୍ଜାର କଥା ହେଉଛି ମହିଳା ପୋଲିସ ସବ ଇନପେକ୍ଟର ଅନ୍ୟ ଜଣେ ପୋଲିସ କର୍ମଚାରୀଙ୍କ ଉପସ୍ଥିତିରେ ତାଙ୍କ ବୃଦ୍ଧ ଶ୍ୱଶୁରଙ୍କୁ ମାଡ଼ ମାରିଥିଲେ। 

ସିସିଟିଭି ଫୁଟେଜ (CCTV Footage) ରେ ଦେଖିବାକୁ ମିଳୁଛି ଯେ, ମହିଳା ସବ୍-ଇନ୍ସପେକ୍ଟର (Delhi Police Women Sub Inspector) ତାଙ୍କ ଶ୍ୱଶୁରଙ୍କୁ ଅନେକ ଥର ଚାପୁଡ଼ା ମାରିଥିଲେ। ଖବର ଅନୁଯାୟୀ, ମାଡ଼ ମାରିବା ପୂର୍ବରୁ ମହିଳା ସବ୍-ଇନ୍ସପେକ୍ଟର ଏବଂ ତାଙ୍କ ମାଆ ବୃଦ୍ଧଙ୍କ ସହ ପୋଲିସ ସାମ୍ନାରେ ଯୁକ୍ତିତର୍କ କରିଥିଲେ। ତାଙ୍କ ମାଆ ମଧ୍ୟ ଯୁକ୍ତି ତର୍କ ବେଳେ ମହିଳା ପୋଲିସ କର୍ମଚାରୀଙ୍କୁ ସମର୍ଥନ କରୁଥିବା ଦେଖିବାକୁ ମିଳିଥିଲା।

ବୃଦ୍ଧ ଶ୍ୱଶୁରଙ୍କ ମାଡ଼ ମାରିବା ଘଟଣାରେ ମହିଳା ପୋଲିସ କର୍ମଚାରୀଙ୍କ ବିରୋଧରେ ଆଇପିସି ଧାରା ୩୨୩/୪୨୭ ଆଧାରରେ ଥାନାରେ ଅଭଯୋଗ ଦାଏର କରାଯାଇଛି। ମାତ୍ର ଦିଲ୍ଲୀ ପୋଲିସ (Delhi Police) ମହିଳା ସବ ଇନପେକ୍ଟର ଙ୍କୁ ଗିରଫ କରାଯାଇ ନାହିଁ। ଖବର ମୁତାବକ ୬୬ ବର୍ଷୀୟ ବିଜେନ୍ଦ୍ର ଗୁପ୍ତା, ନିଜର ୬୨ ବର୍ଷୀୟ ପତ୍ନୀ  ବୀଣାଙ୍କ ସହ ଦିଲ୍ଲୀ ଲକ୍ଷ୍ମୀ ନଗର ଅଞ୍ଚଳର (Delhi Laxmi Nagar Area) ଗଢବାଲି ଠାରେ ରୁହନ୍ତି। ବିଜେନ୍ଦରଙ୍କ ବୋହୂ ଚଞ୍ଚଲ ଦିଲ୍ଲୀ ପୋଲିସ ସବ୍-ଇନ୍ସପେକ୍ଟର ଭାବେ ଡିଫେନ୍ସ କଲୋନୀ ଥାନାରେ (Defence Colony Delhi Police Station) ମୁତୟନ ଅଛନ୍ତି।  ସେ ୨୦୨୦ ରେ ଅଙ୍କୁର ଗୁପ୍ତାଙ୍କ ସହ ବିବାହ କରିଥିଲେ। ବିବାହର ୪ ମାସ ପରେ ବିବାଦ ଦେଖା ଦେଇଥିଲା। ଏହା ପରେ ନିଜ ବାପ ଘରକୁ ପଳାଇଥିଲେ।  

ରବିବାର ସକାଳେ ଚଞ୍ଚଲ ନିଜ ମାଆଙ୍କ ସହ ଶୁଶ୍ୱର ଘରକୁ ଆସିଥିଲେ। ବିଜେନ୍ଦ୍ର ଗୁପ୍ତା ଏବଂ ତାଙ୍କ ପତ୍ନୀ ବୀଣା ଏହି ଘଟଣା ବାବଦରେ  ପୋଲିସ କୁ ଘଟଣା ବାବଦରେ ଜଣାଇଛନ୍ତି।  ଯଦିଓ ପୋଲିସ ଏହି ଘଟଣାରେ ମାମଲା ଦାଏର କରିଛି। ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ଅଭିଯୋଗ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ବୃଦ୍ଧ ଦମ୍ପତ୍ତିଙ୍କ ପକ୍ଷରୁ କୁହାଯାଇଛି।