WB Politics: ଦଳ ଛାଡିବେ BJP ବିଧାୟକ, ଧରିବେ TMC ହାତ
Advertisement
Article Detail0/zeeodisha/odisha975887

WB Politics: ଦଳ ଛାଡିବେ BJP ବିଧାୟକ, ଧରିବେ TMC ହାତ

ରାଜ୍ୟର ବିଷ୍ଣୁପୁର ବିଧାନସଭା ଆସନରୁ ପ୍ରତିନିଧିତ୍ୱ କରୁଥିବା ବିଜେପି ବିଧାୟକ ଦଳ ଛାଡିବା ନେଇ ଜୋରସୋରରେ ଚର୍ଚ୍ଚା ହେଉଛି।

WB Politics: ଦଳ ଛାଡିବେ BJP ବିଧାୟକ, ଧରିବେ TMC ହାତ

କୋଲକାତା: ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ପଶ୍ଚିମବଙ୍ଗ ବିଧାନସଭା ନିର୍ଚାଚନ ଶେଷ ହେବା ପରେ ବିଭିନ୍ନ ସମୟରେ ରାଜ୍ୟ ରାଜତୀତିରେ ଦେଖିବାକୁ ମିଳୁଛି ଅନେକ ପରିବର୍ତ୍ତନ। ଏପରିକି ଦଳ ବଦଳ କରିବା ଭଳି ଘଟଣା ସାମ୍ନାକୁ ଆସୁଛି। ସଦ୍ୟ ଏହି ତାଲିକାରେ ସାମିଲ ହୋଇଛନ୍ତି ରାଜ୍ୟର ଆଉ ଜଣେ ବିଧାୟକ। 

ରାଜ୍ୟର ବାଙ୍କୁଡା (Bankura) ଜିଲ୍ଲାର ବିଷ୍ଣୁପୁର ବିଧାନସଭା ଆସନରୁ (Bishnupur Assembly Constituency) ପ୍ରତିନିଧିତ୍ୱ କରୁଥିବା ବିଜେପି ବିଧାୟକ ତନ୍ମୟ ଘୋଷ (BJP MLA Tanmay Ghosh) ଦଳ ଛାଡିବା ନେଇ ଜୋରସୋରରେ ଚର୍ଚ୍ଚା ହେଉଛି। ସେ ପୁନର୍ବାର ଟିଏମସି (TMC) ହାତ ଧରିପାରନ୍ତି ବୋଲି କୁହାଯାଉଛି। ନିର୍ବାଚନ ସମୟରେ ଦଳ ଛାଡିବା ପରେ ଟିଏମସି କର୍ମକର୍ତ୍ତା ତାଙ୍କ ଗାଡି ଉପରେ ଆକ୍ରମଣ କରିଥିଲେ। 

Also Read: କାହିଁକିଁ BJP ଛାଡିଲେ Mukul Roy? ସାମ୍ନାକୁ ଆସିଲା ଏହି କାରଣ

ପ୍ରଥମ ଥର ଲାଗି ବିଧାୟକ ଭାବେ ନିର୍ବାଚିତ ହୋଇଥିବା ତନ୍ମୟ ଘୋଷ ଗତ ମାର୍ଚ୍ଚ ୬ ତାରିଖରେ ବିଜେପିରେ ସାମିଲ ହୋଇଥିଲେ। ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ଚାଚନରେ (West Bengal Assembly Election 2021) ସେ ବିଷ୍ଣୁପୁର ଆସନରୁ ବିଜେପି ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରି ରାଜ୍ୟ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ବିଜେପିରେ ସାମିଲ ହେବା ପୂର୍ବରୁ ସେ ଟିଏମସି ନଗର ଯୁବ ସଭାପତି ଭାବେ କାର୍ଯ୍ୟ କରୁଥିଲେ। 

Also Read: TMC ଶିବିରକୁ ଫେରିବେ ଏହି BJP ନେତା? ଜାଣନ୍ତୁ ଚର୍ଚ୍ଚା ପଛର ରହସ୍ୟ

ଚଳିତ ବିଧାନସଭା ନିର୍ବାଚନରେ ଜବରଦସ୍ତ ସଫଳତା ହାସଲ କରି ରାଜ୍ୟରେ କ୍ରମାଗତ ଭାବେ ତୃତୀୟ ଥର ପାଇଁ ସରକାର ଗଠନ କରିଥିଲା ଟିଏମସି। ଦଳ ଏଥରର ନିର୍ବାଚନରେ ୨୧୩ ଆସନ ହାତେଇଥିଲା। ସେହିପରି ୭୭ ଆସନରେ ବାଜିମାତ କରି ରାଜ୍ୟ ରାଜନୀତିରେ ପ୍ରଥମ ଥର ଲାଗି ମୁଖ୍ୟ ବିରୋଧି ଦଳ ଭାବେ ଉଭାହୋଇଥିଲା ବିଜେପି।