West Bengal Politics: ରାଷ୍ଟ୍ରଗାନକୁ ଅପମାନ କରିବା ଅଭିଯୋଗରେ ୧୧ ବିଜେପି ବିଧାୟକଙ୍କ ବିରୋଧରେ ମାମଲା ରୁଜୁ
Advertisement
Article Detail0/zeeodisha/odisha1988187

West Bengal Politics: ରାଷ୍ଟ୍ରଗାନକୁ ଅପମାନ କରିବା ଅଭିଯୋଗରେ ୧୧ ବିଜେପି ବିଧାୟକଙ୍କ ବିରୋଧରେ ମାମଲା ରୁଜୁ

Case Registered Against 11 BJP MLA of West Bengal: କଥିତ ରୂପରେ ରାଷ୍ଟ୍ରଗାନକୁ ଅପମାନ କରିବା ଅଭିଯୋଗରେ ୧୧ ବିଜେପି ବିଧାୟକଙ୍କ ବିରୋଧରେ ରୁଜୁ ହୋଇଛି ମାମଲା।

 

 West Bengal Politics: ରାଷ୍ଟ୍ରଗାନକୁ ଅପମାନ କରିବା ଅଭିଯୋଗରେ ୧୧ ବିଜେପି ବିଧାୟକଙ୍କ ବିରୋଧରେ ମାମଲା ରୁଜୁ

Case Registered Against 11 BJP MLA for Allegedly Insulting National Anthem: ଜାତୀୟ ସଂଗୀତକୁ ଅପମାନିତ କରିବା ୧୧ ଜଣ ବିଜେପି ବିଧାୟକଙ୍କ ବିରୋଧରେ ରୁଜୁ ହୋଇଛି ମାମଲା। ପଶ୍ଚିମବଙ୍ଗ ବିଧାନସଭାର ମୁଖ୍ୟ ବିରୋଧି ଦଳ ଆସନରେ ବସିଥିବା ବିଜେପି ଧର୍ମଘଟ ସମୟରେ ଜାତୀୟ ସଂଗୀତକୁ ଅପମାନିତ କରିଥିବା ଅଭିଯୋଗ ହୋଇଛି। ଯେଉଁ ଧର୍ମଘଟ ବିଧାନସଭା ପରିସରରେ ଆୟୋଜିତ ହୋଇଥିଲା। ଏନେଇ ପଶ୍ଚିମବଙ୍ଗ ସରକାରଙ୍କ ସଂସଦୀୟ ବ୍ୟାପାର ମନ୍ତ୍ରୀ ଶୋଭନଦେବ ଚାଟାର୍ଜୀ କହିଛନ୍ତି ଯେ ଟିଏମସି ବିଧାୟକ ଦଳ ପକ୍ଷରୁ ଏଭଳି ଅଭିଯୋଗ ଆସିଛି। ଟିଏମସି ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ୱରେ ଦଳୀୟ ନଭେମ୍ବର ୨୯ ତାରିଖରେ କେନ୍ଦ୍ର ସରକାରଙ୍କ ଭେଦଭାବପୂର୍ଣ୍ଣ ନୀତି ବିରୋଧରେ ଭାରତୀୟ ସମ୍ବିଧାନ ପ୍ରଣେତା ଡକ୍ଟର ଭୀମରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ନିକଟରେ ଜାତୀୟ ସଂଗୀତ ଗାନ କରୁଥିଲେ।

ଶାସକ ଟିଏମସି ବିରୋଧରେ ଅଭିଯୋଗ ଆଣିଲା ବିରୋଧି ବିଜେପି 
ଶାସକ ଦଳ ଟିଏମସି ରାଷ୍ଟ୍ରଗାନ ସମୟରେ ବିଜେପି ବିଧାୟକଙ୍କ ବିରୋଧରେ ରାଜ୍ୟ ସରକାରଙ୍କ ବିରୋଧରେ ସ୍ଲୋଗାନ ଦେବା ସହ ଘଣ୍ଟି ବଜାଇଥିବାର ଅଭିଯୋଗ କରିଛି। ପ୍ରାୟ ୫୦ ମିଟର ଦୂରତାରେ ଜାତୀୟ ସଂଗୀତ ଗାନ କରାଯାଉଥିବାର କୁହାଯାଉଛି। ଅନ୍ୟପଟେ ବିରୋଧି ବିଜେପି କହିଛି ଯେ ଯଦିଓ ଟିଏମସି ବିଧାୟକ ଜାତୀୟ ସଂଗୀତ ଗାନ କରୁଥିଲେ, ହେଲେ ସେମାନଙ୍କ ସ୍ୱର ବହୁତ କମ୍ ଥିଲା। ଯାହା ବିରୋଧ ସ୍ଥାନ ପର୍ଯ୍ୟନ୍ତ ଶୁଣିବାକୁ ମିଳିନଥିଲା। ବିଜେପି ଅଭିଯୋଗ କରିଛି ଯେ  ଶାସକ ଟିଏମସି ଦଳୀୟ ବିଧାୟକଙ୍କୁ ମିଥ୍ୟା ଅଭିଯୋଗରେ ଫସାଇବାକୁ ଚେଷ୍ଟା କରୁଛି।

ବିଜେପି ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ
ପଶ୍ଚିମବଙ୍ଗ ସରକାରଙ୍କ ମନ୍ତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ କହିଛନ୍ତି ଯେ ବିଜେପି ଜାତୀୟ ସଂଗୀତ ପ୍ରତି ସମ୍ମାନ ପ୍ରଦର୍ଶନ କରି ନାହିଁ। ସେମାନଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଏହା ବ୍ୟତୀତ ବିଧାନସଭା ବାଚସ୍ପତି ବିମାନ ବନ୍ଦୋପାଧ୍ୟାୟ ମଧ୍ୟ କହିଛନ୍ତି ଯେ ବିଜେପି ବିଧାୟକଙ୍କ ବିରୋଧରେ ଉପଯୁକ୍ତ ପଦକ୍ଷେପ ନିଆଯିବ। ବିଧାନସଭା ସଚିବାଳୟ ସୂତ୍ରରୁ ପ୍ରକାଶ ଯେ ପୋଲିସ ରାଜଧାନୀ କୋଲକାତା ସ୍ଥିତ ହେୟରେ ଷ୍ଟ୍ରିଟ୍ ଥାନାରେ ୧୧ ଜଣ ବିଜେପି ବିଧାୟକଙ୍କ ବିରୋଧରେ ଏଫ୍ଆଇଆର୍ ପଞ୍ଜୀକରଣ କରିଛି।

ଟିଏମସି ପାଖରୁ ଦେଶପ୍ରେମ ଶିଖିବାର ଆବଶ୍ୟକତା ନାହିଁ: ବିଜେପି ବିଧାୟକ
ଏହି ଘଟଣାର ଭିଡିଓ ଫୁଟେଜ ପୋଲିସ ପାଖକୁ ହସ୍ତାନ୍ତର କରାଯାଇଛି। ବରିଷ୍ଠ ବିଜେପି ନେତା ତଥା ସିଲିଗୁଡ଼ି ବିଧାୟକ ଶଙ୍କର ଘୋଷ କହିଛନ୍ତି ଯେ ଜାତୀୟ ସଂଗୀତ ଗାନ କରାଯାଉଥିବା ନେଇ ସେ ଜାଣି ନାହାଁନ୍ତି। ଆମେ ଟିଏମସି ସରକାରର ଏକଛତ୍ରବାଦୀ ଶାସନ ଏବଂ ଦୁର୍ନୀତି ବିରୋଧରେ ବିରୋଧ କରୁଥିଲୁ ଏବଂ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଠାରୁ କିଛି ଦୂରରେ ରହିଥିଲୁ। ଜାତୀୟ ସଂଗୀତ ଗାନ ହୋଇଥିଲେ ମଧ୍ୟ ଏହା ଅତି ନିମ୍ନ ସ୍ୱରରେ ଗାନ କରାଯାଇଥିଲା। କ'ଣ ଟିଏମସି ନେତା ଜାତୀୟ ସଂଗୀତ ଗାନ କରିବାର ଶୈଳୀ ଭୁଲିଯାଇଛନ୍ତି? ଆମକୁ ଟିଏମସି ପାଖରୁ ଦେଶପ୍ରେମ ଶିଖିବାର ଆବଶ୍ୟକତା ନାହିଁ।