UP Election 2022 : ବିଜେପିର ଚିନ୍ତା ବଢ଼ାଇଲେ ମମତା, ଋଣ ସୁଝିବାକୁ ହଜାରେ କିଲୋମିଟର ଯାତ୍ରା
Advertisement
Article Detail0/zeeodisha/odisha1090719

UP Election 2022 : ବିଜେପିର ଚିନ୍ତା ବଢ଼ାଇଲେ ମମତା, ଋଣ ସୁଝିବାକୁ ହଜାରେ କିଲୋମିଟର ଯାତ୍ରା

 

ମଙ୍ଗଳବାର ମମତା ଦିଦି, ଅଖିଳେଶ ଯାଦବଙ୍କ ସହ ମିଳିତ ସାମ୍ବାଦିକ ସମ୍ମିଳନୀ କରିବେ ଏବଂ ଉଭୟ ନେତା ମଧ୍ୟ ଏକ ଭର୍ଚୁଆଲ୍ ରାଲି କରିବେ। ବିଜେପିକୁ ହରାଇବା ପାଇଁ ତଥା ସମାଜବାଦୀ ପାର୍ଟିକୁ ବହୁମତ ସହ ଜିତିବାକୁ ମମତା ବାନାର୍ଜୀ ୟୁପିବାସୀଙ୍କୁ ନିବେଦନ କରିବେ।

 

ଫାଇଲ ଫଟୋ

 

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏଣ୍ଟ୍ରୀ କରିବାକୁ ଯାଉଛନ୍ତି। ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବଙ୍କ ଆହ୍ୱାନରେ ମମତା ବାନାର୍ଜୀ ସୋମବାର ଠାରୁ ଦୁଇ ଦିନିଆ ଲକ୍ଷ୍ନୌ ଗସ୍ତରେ ଆସୁଛନ୍ତି। ମଙ୍ଗଳବାର ମମତା ଦିଦି, ଅଖିଳେଶ ଯାଦବଙ୍କ ସହ ମିଳିତ ସାମ୍ବାଦିକ ସମ୍ମିଳନୀ କରିବେ ଏବଂ ଉଭୟ ନେତା ମଧ୍ୟ ଏକ ଭର୍ଚୁଆଲ୍ ରାଲି କରିବେ। ବିଜେପିକୁ ହରାଇବା ପାଇଁ ତଥା ସମାଜବାଦୀ ପାର୍ଟିକୁ ବହୁମତ ସହ ଜିତିବାକୁ ମମତା ବାନାର୍ଜୀ ୟୁପିବାସୀଙ୍କୁ ନିବେଦନ କରିବେ।

ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ (Mamata Banerjee) ସୋମବାର ସନ୍ଧ୍ୟା ପ୍ରାୟ ୫ଟାରେ ଲକ୍ଷ୍ନୌ (Lucknow) ବିମାନ ବନ୍ଦରରେ ପହଞ୍ଚିବେ। ବିମାନ ବନ୍ଦରରୁ ସେ ହଜରତଗଞ୍ଜର ଲେୱାନା ସୁଇଟ୍ସକୁ ଯିବେ ଯେଉଁଠାରେ ସେ ବିଶ୍ରାମ କରିବେ। ଏହା ପରେ ସେ ସମାଜବାଦୀ ପାର୍ଟି (SP) କାର୍ଯ୍ୟାଳୟରେ ପହଞ୍ଚିବେ। ମମତା ବାନାର୍ଜୀ ଫେବୃଆରୀ ଆଠ (ମଙ୍ଗଳବାର) ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବ (Akhilesh Yadav) ଙ୍କ ସହ ଏକ ଭର୍ଚୁଆଲ୍ ବୈଠକରେ ଅଂଶଗ୍ରହଣ କରିବେ।

Also Read: UP Election 2022: ପ୍ରଚାର ବେଳେ କାନ୍ଦି ପକାଇଲେ ମହିଳା ବିଜେପି ବିଧାୟକ

ବେଙ୍ଗଲ ବିଧାନସଭା ନିର୍ବାଚନ ସମୟରେ ଅଖିଳେଶ ଯାଦବ, ମମତା ବାନାର୍ଜୀଙ୍କ ଦଳ ଟିଏମସିକୁ ସମର୍ଥନ ଜଣାଇଥିଲେ। ଯଦିଓ ସେ ପ୍ରଚାର ପାଇଁ ବଙ୍ଗଳା ଯାଇ ନଥିଲେ। କିନ୍ତୁ ବର୍ତ୍ତମାନ ମମତା ଲକ୍ଷ୍ନୌ ଗସ୍ତ କରି ସେହି ଋଣ ଫେରସ୍ତ କରିବାକୁ ଯାଉଛନ୍ତି। ଯାହା ମଙ୍ଗଳବାର ରାଲି ତଥା ମିଳିତ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରାଯାଇପାରିବ। ଏପର୍ଯ୍ୟନ୍ତ ଏକାଧିକ ଆଞ୍ଚଳିକ ଦଳ ସହିତ ଏନସିପି ଓ ଆରଜେଡି ମଧ୍ୟ ସପାକୁ ସମର୍ଥନ ଦେଇଛନ୍ତି। ଏବେ ଏଥିରେ ଟିଏମସି ଯୋଡି ହୋଇଛି। ଯଦିଓ ସିଏମ ମମତା ବାନାର୍ଜୀ ସ୍ପଷ୍ଟ କରିସାରିଛନ୍ତି, ଯେ ଟିଏମସି ୟୁପିରେ ନିର୍ବାଚନ ଲଢିବ ନାହିଁ।

ୟୁପିରେ ବିଜେପି ଏବଂ ସମାଜବାଦୀ ପାର୍ଟି ମଧ୍ୟରେ ସିଧାସଳଖ ପ୍ରତିଯୋଗିତା ଚାଲିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ମନ୍ତ୍ରୀ ଅମିତ ଶାହା, ରାଜନାଥ ସିଂ, ଯୋଗୀ ଆଦିତ୍ୟନାଥ, ଜେପି ନାଡ୍ଡା, ସ୍ମୃତି ଇରାନୀଙ୍କ ଭଳି ସମସ୍ତ ବଡ ନେତା ବିଜେପିରୁ ପ୍ରତ୍ୟେକ ଜିଲ୍ଲାରେ ପ୍ରଚାର କରୁଛନ୍ତି। ଅନ୍ୟପଟେ ଆଞ୍ଚଳିକ ଦଳକୁ ଧରି ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ଅଖିଳେଶ ଯାଦବଙ୍କ ନିକଟରେ ପ୍ରଚାର ପାଇଁ ସେଭଳି କୌଣସି ବଡ ଚେହେରା ନାହିଁ। କିନ୍ତୁ ସପାକୁ ବିରୋଧି ଦଳଙ୍କ ସମର୍ଥନ ବିଜେପିକୁ ଚିନ୍ତାରେ ପକାଇଛି।

Also Read: ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ନିର୍ବାଚନ ଲଢିବେ ୨୬ ବର୍ଷ ଧରି ଧାରଣା ଦେଉଥିବା ପୂର୍ବତନ ଶିକ୍ଷକ

ସୂତ୍ରାନୁସାରେ, ଦିଦି ୨୦୨୪ ସାଧାରଣ ନିର୍ବାଚନକୁ ଟାର୍ଗେଟ ରଖିଛନ୍ତି। ସେ ଆଞ୍ଚଳିକ ଦଳ ସହ ତାଙ୍କ ପ୍ରଧାନମନ୍ତ୍ରୀ ପଦବୀ ପାଇଁ ଦାବି କରୁଛନ୍ତି। ଅଣ-ବିଜେପି ଏବଂ ଅଣ-କଂଗ୍ରେସ ଦଳର ଏକ ସାମ୍ମୁଖ୍ୟ ଗଠନ କରିବାକୁ ମମତା ବାନାର୍ଜୀ ଚାହୁଁଛନ୍ତି। ତେଣୁ ଏଥିପାଇଁ ୟୁପିରେ ଅଖିଲେଶ ଏକ ଗୁରୁତ୍ୱପୂର୍ଣ୍ଣ ଲିଙ୍କ୍ ହୋଇପାରନ୍ତି।