କୃଷକ ଆନ୍ଦୋଳନ ଭଣ୍ଡୁର କରିବାକୁ ବିଜେପିର 'ମିଶନ ବିଭିଷଣ'!
Advertisement
Article Detail0/zeeodisha/odisha807395

କୃଷକ ଆନ୍ଦୋଳନ ଭଣ୍ଡୁର କରିବାକୁ ବିଜେପିର 'ମିଶନ ବିଭିଷଣ'!

 

ବାରମ୍ବାର ସରକାର ଓ କୃଷକ ନେତାଙ୍କ ମଧ୍ୟରେ ଆଲୋନା ହୋଇଛି। କିନ୍ତୁ ଏଥିରେ କୌଣସି ସଫଳତା ମିଳିନାହିଁ। ତେବେ ଏବେ ସେହି ଅନ୍ନଦାତାଙ୍କ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଭଣ୍ଡୁର କରିବାକୁ ବିଜେପି ତାର ପାରମ୍ପାରିକ ହାତକଣ୍ଡା ଆପଣାଇଥିବା ଅଭିଯୋଗ ହୋଇଛି।

କୃଷକ ଆନ୍ଦୋଳନ ଭଣ୍ଡୁର କରିବାକୁ ବିଜେପିର 'ମିଶନ ବିଭିଷଣ'!

ନୂଆଦିଲ୍ଲୀ: ୨୦ ଦିନରେ ପହଞ୍ଚିଛି କୃଷକ ଆନ୍ଦୋଳନ। ଏବେ ଆନ୍ଦୋଳନକାରୀ ହଜାର ହଜାର ଚାଷୀ ନିଜ ଜିଦରେ ଅଟଳ। କେନ୍ଦ୍ରର ନୂଆ କୃଷି ଆଇନକୁ ବିରୋଧ କରି ଥଣ୍ଡା କାକାରରେ ସେମାନେ ଧାରଣାରେ ବସିଛନ୍ତି। ବାରମ୍ବାର ସରକାର ଓ କୃଷକ ନେତାଙ୍କ ମଧ୍ୟରେ ଆଲୋନା ହୋଇଛି। କିନ୍ତୁ ଏଥିରେ କୌଣସି ସଫଳତା ମିଳିନାହିଁ। ତେବେ ଏବେ ସେହି ଅନ୍ନଦାତାଙ୍କ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଭଣ୍ଡୁର କରିବାକୁ ବିଜେପି ତାର ପାରମ୍ପାରିକ ହାତକଣ୍ଡା ଆପଣାଇଥିବା ଅଭିଯୋଗ ହୋଇଛି।

କୃଷି ଆଇନ (farm act) ବିରୋଧରେ ଦେଶର ୪୦ରୁ ଊର୍ଦ୍ଧ୍ୱ କୃଷକ ସଙ୍ଗଠନ (farmer union) ଆନ୍ଦୋଳନ କରୁଛନ୍ତି। ସରକାରଙ୍କ ନୂଆ ଆଇନ କୃଷକଙ୍କର ନୁହେଁ ଶିଳ୍ପପତିଙ୍କ ହିତରେ ତିଆରି କରାଯାଇଥିବା ସେମାନେ ଅଭିଯୋଗ କରୁଛନ୍ତି। ଆଇନରେ ସଂଶୋଧନ କରିବା ବଦଳରେ ଏହାକୁ ପ୍ରତ୍ୟାହାର କରି MSP ଉପରେ ନୂଆ ଆଇନ ଆଣିବାକୁ ଦାବି ହେଉଛି। ସେପଟେ ଚାଷୀଙ୍କ ଦାବି ମାନିବା ବଦଳରେ ଆଇନରେ ସଂଶୋଧନ ଆଣିବାକୁ ସରକାର ପ୍ରସ୍ତାବ ଦେଇଛନ୍ତି। କିନ୍ତୁ ଏହି ପ୍ରସ୍ତାବରେ ଆନ୍ଦୋଳନକାରୀ କୃଷକ ସନ୍ତୁଷ୍ଟ ନୁହଁନ୍ତି।

ନୂଆ କୃଷି ଆଇନ କୃଷକଙ୍କ ପାଇଁ ତିଆରି କରାଯାଇଛି। ଏହା ସେମାନଙ୍କ ହିତରେ ବୋଲି ମୋଦି ସରକାର ବାରମ୍ବାର କହୁଛନ୍ତି। ଏହାରି ଭିତରେ କୃଷକ ଆନ୍ଦୋଳନ  (farmer protest) କୁ ନେଇ ଏକ ଟ୍ୱିଷ୍ଟ ଆସିଛି। ସୋମବାର ୧୦ଟି କୃଷକ ସଙ୍ଗଠନ କେନ୍ଦ୍ର କୃଷି ମନ୍ତ୍ରୀ  ନରେନ୍ଦ୍ର ସିଂହ ଥୋମାରଙ୍କୁ ଭେଟି କୃଷି ଆଇନର ସମର୍ଥନ ପତ୍ର ଦେଇଛନ୍ତି। ଯେଉଁଥିରେ ୟୁପି, ହରୟାଣା, କେରଳ ବିହାର, ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ପରି ରଜ୍ୟର ସର୍ବ ଭାରତୀୟ କୃଷକ ସମବାୟ କମିଟି ସାମିଲ ଅଛନ୍ତି।

Also Read: ଚାଷୀ ସାଜିଛନ୍ତି ମୋହରା; କୃଷକ ଆନ୍ଦୋଳନରୁ ଫାଇଦା ଉଠାଇବାକୁ ସବୁ ଦଳର ଉଦ୍ୟମ

ସମର୍ଥନ ପତ୍ରରେ କୁହାଯାଇଛି ଯେ, ନୂଆ କୃଷି ଆଇନ କୃଷକଙ୍କ ମଙ୍ଗଳକାରୀ। ଦୀର୍ଘ ସମୟ ଧରି ଚାଷୀମାନେ ଏପରି ଆଇନ ଦାବି କରିଥିଲେ। ଯାହାକୁ ମୋଦି ସରକାର ଲାଗୁ କରିଛନ୍ତି। ୧୦ଟି ସଙ୍ଗଠନର ପ୍ରତିନିଧିମାନେ ପୁଣି କହିଛନ୍ତି, ପଞ୍ଜାବ (Punjab) ର କୃଷକ ଆନ୍ଦୋଳନ ରାଜନୀତି ଦ୍ୱାରା ପ୍ରେରିତ। ତେଣୁ ଆଇନକୁ ପ୍ରତ୍ୟାହାର କରାନଯାଉ। ସେପଟେ କୃଷକ ଆନ୍ଦୋଳନକୁ ନେଇ ସୋସିଆଲ ମିଡିଆରେ ନାନା ପ୍ରକାରର କଥା କୁହାଯାଉଛି। ଦେଶରେ ୬୦୦ରୁ ଊର୍ଦ୍ଧ୍ୱ କୃଷକ ସଙ୍ଗଠନ ଥିବା ବେଳେ କେବଳ ୪୧ଟି କିହିଁକି ଧାରଣାରେ ବସିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି। 

କୃଷକ ଆନ୍ଦୋଳନର ୧୮ ଦିନ ପରେ ୧୦ଟି କୃଷକ ସଙ୍ଗଠନ ସରକାରଙ୍କ ସପକ୍ଷରେ ଠିଆ ହେବା। ଆଉ ହଜାର ହଜାର କୃଷକଙ୍କ ଆନ୍ଦୋଳନକୁ ରାଜନୈତିକ ଦିଗ ଦେବା ସନ୍ଦୋହ ସୃଷ୍ଟି କରୁଛି। ସେପଟେ ଆନ୍ଦୋଳନକାରୀଙ୍କ ସମର୍ଥନରେ ଥିବା ବିରୋଧି ଦଳମାନେ ବିଜେପିର ଷଡଯନ୍ତ୍ରର ଗନ୍ଧ ପାଇଛନ୍ତି। ସେମାନେ କହିଛନ୍ତି ଯେ, କୃଷକଙ୍କ ମଧ୍ୟରେ ମତଭେଦ ସୃଷ୍ଟି କରିବାକୁ ବିଜେପି ଚକ୍ରାନ୍ତ କରୁଛି। ସେମାନଙ୍କୁ ଭାଗଭାଗ କରି ଆନ୍ଦୋଳନକୁ ଭଣ୍ଡୁର କରିବା ଏହା ଶାସକ ଦଳର ମିଶନ ବିଭିଷଣ ବୋଲି ଅଭିଯୋଗ କରିଛନ୍ତି।

ସୂଚନାଯୋଗ୍ୟ, କୃଷକଙ୍କ ଆନ୍ଦୋଳ ଆରମ୍ଭରୁ ସେଥିରେ ଖାଲିସ୍ତାନୀ, ଦେଶଦ୍ରୋହୀ, ଆତଙ୍କବାଦୀ, ନକ୍ସଲ, ଟୁକଡେ ଟୁକଡେ ଗ୍ୟାଙ୍ଗ ସାମିଲ ଥିବା କୁହାଯାଇଛି। କୃଷକଙ୍କ ମାଇଣ୍ଡ ୱାସ କରି ସେମାନଙ୍କୁ ଆନ୍ଦୋଳନ କରାଉଥିବା ବି ବିଜେପି ଅଭିଯୋଗ କରିଛି। କେବଳ ବିଜେପିର ଛୋଟ କାଟିଆ ନେତା ନୁହଁ କେନ୍ଦ୍ରମନ୍ତ୍ରୀ, ସାଂସଦ ଓ ହରିୟାଣା ମୁଖ୍ୟମନ୍ତ୍ରୀ ମଧ୍ୟ କୃଷକ ଆନ୍ଦୋଳକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି।