ବିଜେପି ହେଉଛି ବିଶ୍ୱର ସବୁଠୁ ବଡ ଦଳ। ଯାହା ପାଖରେ ଏକ ଦୃଢ ସଙ୍ଗଠନ ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭଳି ଜଣେ ଲୋକପ୍ରିୟ ନେତା ଅଛନ୍ତି।
Trending Photos
Rajasthan Politics: ଚଳିତ ମାସରେ ଭାରତୀୟ ରାଜନୀତିର କେନ୍ଦ୍ରବିନ୍ଦୁ ହେବାକୁ ଯାଉଛି ରାଜସ୍ଥାନ। ଦେଶର ୨ ଜାତୀୟ ବୃହତ ଦଳ ବିଜେପି ଏବଂ କଂଗ୍ରେସ ଚଳିତ ମାସରେ ଏହି ରାଜ୍ୟରେ ଦଳୀୟ ବୈଠକ କରିବାକୁ ଯାଉଛନ୍ତି। କଂଗ୍ରେସ ଦଳୀୟ ସ୍ଥିତିକୁ ସୁଦୃଢ କରିବା ପାଇଁ ମେ ୧୩-୧୫ ତାରିଖ ପର୍ଯ୍ୟନ୍ତ ରାଜସ୍ଥାନସ୍ଥିତ ଉଦୟପୁର ଠାରେ ୩ ଦିନିଆ ଚିନ୍ତନ ଶିବିର ଆୟୋଜନ କରୁଛି। ଅନ୍ୟପଟେ ଆସନ୍ତା ୨୦-୨୧ ତାରିଖରେ ବିଜେପି ଆସନ୍ତା ବର୍ଷ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନ ପାଇଁ ଦଳୀୟ ରଣନୀତି ପ୍ରସ୍ତୁତ କରିବା ଉପରେ ଆଲୋଚନା କରିବା ଲାଗି ରାଜଧାନୀ ଜୟପୁର ଠାରେ ଦଳୀୟ ପଦାଧିକାରୀଙ୍କ ବୈଠକ କରିବାକୁ ଯାଉଛି।
ଯଦି ଦେଖାଯାଏ ତାହାଲେ ଚଳିତ ମାସରେ ଦଳୀୟ ବୈଠକ ଆୟୋଜନ କରି ୨୦୨୨, ୨୦୨୩ ବର୍ଷରେ ଅନୁଷ୍ଠିତ ହେବାକୁ ଯାଉଥିବା ୯ ରାଜ୍ୟର ବିଧାନସଭା ନିର୍ବାଚନ ଲାଗି ରଣନୀତି ପ୍ରସ୍ତୁତ କରିବେ ଉଭୟ ଜାତୀୟ ଦଳ ବିଜେପି-କଂଗ୍ରେସ। କଂଗ୍ରେସ ମୁକ୍ତ ଭାରତର ସ୍ୱପ୍ନକୁ ସାକାର କରିବା ପାଇଁ ବିଜେପି କଂଗ୍ରେସ ଶାସିତ ରାଜସ୍ଥାନ ଏବଂ ଛତିଶଗଡ ଆଦି ରାଜ୍ୟ ଉପରେ ସ୍ୱତନ୍ତ୍ର ଧ୍ୟାନ ଦେଉଛି।
ଦଳୀୟ ରଣନୀତିକୁ ବୁଝିବା ପରେ ଦଳର ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ବିଜେପି ନେତୃବୃନ୍ଦ ସହ ସମନ୍ୱୟ ରକ୍ଷା କରିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି। ବର୍ତ୍ତମାନ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିବା ବସୁନ୍ଧରା ରାଜେ ଦଳ ସହ ତାଙ୍କର ସମ୍ପର୍କକୁ ସୁଧାରିବା ପାଇଁ ନିଜ ପକ୍ଷରୁ ଉଦ୍ୟମ ଆରମ୍ଭ କରିଛନ୍ତି। ଏହି କ୍ରମରେ ସେ ବିଗତ ଦେଢ ମାସ ମଧ୍ୟରେ ବସୁନ୍ଧରା ରାଜେ ପ୍ରଧାନମନ୍ତ୍ରୀ ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ, କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ, ରାଜସ୍ଥାନ ବିଜେପି ପ୍ରଭାରୀ ଡ.ଅରୁଣ ସିଂହଙ୍କୁ ସାକ୍ଷାତ କରିଛନ୍ତି।
Also Read: ବିଧାନସଭା ନିର୍ବାଚନ ପୂର୍ବରୁ ବଦଳି ଯିବକି ଏହି ରାଜ୍ୟର ନେତୃତ୍ୱ?
ରାଜ୍ୟକୁ ନେଇ ବସୁନ୍ଧରା ରାଜେଙ୍କ ପ୍ରୟାସର ଫଳ କ'ଣ ମିଳିଲା? ରାଜସ୍ଥାନ ବିଧାନସଭା ନିର୍ବାଚନକୁ ନେଇ କେଉଁ ରଣନୀତି ପ୍ରସ୍ତୁତ ବିଜେପି ନେତୃବୃନ୍ଦ? ଦଳୀୟ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରି ବିଜେପି ଅଶୋକ ଗେହୋଲତଙ୍କ ନେତୃତ୍ୱାଧିନ କଂଗ୍ରେସ ସରକାର ବିରୋଧରେ ସିଧାସଳଖ ନିର୍ବାଚନ ଲଢିବ ନା ସାମୂହିକ ନେତୃତ୍ୱରେ ନିର୍ବାଚନ ଲଢିବ ବିଜେପି?
ଏହି ପ୍ରଶ୍ନର ଉତ୍ତର ରଖି ଜଣେ ବିଜେପି ନେତା କହିଛନ୍ତି ରାଜ୍ୟ ସଙ୍ଗଠନରେ ଚାଲିଥିବା ଗୋଷ୍ଠୀ ବିବାଦକୁ ପ୍ରଥମେ ଶେଷ କରିବା ପାଇଁ ଚାହୁଁଛନ୍ତି ଦଳୀୟ ନେତୃବୃନ୍ଦ। ଏହାକୁ କାର୍ଯ୍ୟକାରୀ କରିବାକୁ ଯାଇ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଗତ ଅପ୍ରେଲ ୧୯ ତାରିଖରେ ଦଳର ରାଜ୍ୟ ନେତୃତ୍ୱ ସହ ଏକ ବୈଠକ କରି ଦଳୀୟ ସଙ୍ଗଠନରେ ଚାଲିଥିବା ଗୋଷ୍ଠୀ କନ୍ଦଳ ଶେଷ କରିବା ସହ ରାଜ୍ୟରେ କ୍ଷମତାସୀନ କଂଗ୍ରେସ ସରକାର ବିରୋଧରେ ଏକଜୁଟ ହୋଇ ସଂଘର୍ଷ କରିବାକୁ ଆହ୍ୱାନ ଦେଇଥିଲେ।
Also Read: ପ୍ରୟୋଗଶାଳାରେ ବିଜେପି କୁ ମାତ୍ ଦେବା ଲାଗି ପ୍ରସ୍ତୁତ ହେଉଛନ୍ତି କଂଗ୍ରେସ-ଆପ୍
ବସୁନ୍ଧରା ରାଜେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରି ସାରିଛନ୍ତି। ଏଥିରେ କୌଣସି ସନ୍ଦେହ ନାହିଁ ଯେ ସେ ଦଳର ଜଣେ ବରିଷ୍ଠ ନେତା। ସେଥିପାଇଁ ଦଳ ତାଙ୍କୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଦାୟିତ୍ୱ ପ୍ରଦାନ କରିଛି। ଆଗାମୀ ବିଧାନସଭା ନିର୍ବାନଚରେ ଦଳର ଚେହେରା କିଏ ହେବ ତାହା ପରିସ୍ଥିତି ଉପରେ ନିର୍ଭର କରେ। ବିଜେପି ହେଉଛି ବିଶ୍ୱର ସବୁଠୁ ବଡ ଦଳ। ଯାହା ପାଖରେ ଏକ ଦୃଢ ସଙ୍ଗଠନ ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭଳି ଜଣେ ଲୋକପ୍ରିୟ ନେତା ଅଛନ୍ତି।
Also Read: BJP: Assembly Election 2022 ସଫଳତା ପରେ କ'ଣ ରହିଛି ଆଗାମୀ ଯୋଜନା
ବାସ୍ତବରେ ଏହା କୁହାଯାଉଛି ଯେ ସାମୂହିକ ନେତୃତ୍ୱ ଆଧାରରେ ରାଜସ୍ଥାନ ବିଧାନସଭା ନିର୍ବାଚନ ଲଢିବାକୁ ଅଧିକାଂଶ ବିଜେପି ନେତା ଚାହୁଁଛନ୍ତି। ଦଳୀୟ ଗୋଷ୍ଠୀ କନ୍ଦଳକୁ ହଟାଇ ସାମୂହିକ ନେତୃତ୍ୱରେ କେନ୍ଦ୍ର ସରକାରଙ୍କ ଜନ କଲ୍ୟାଣମୂଳକ ଯୋଜନା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟ ଚେହେରା ଏବଂ ଗେହଲଟ୍ ସରକାରଙ୍କ ବିଫଳତାକୁ ଦର୍ଶାଇ ନିର୍ବାଚନ ଲଢିବାକୁ ଚାହୁଁଛନ୍ତି ବିଜେପି କର୍ମକର୍ତ୍ତା। ମୁଖ୍ୟମନ୍ତ୍ରୀ କିଏ ହେବ ତାହା ନିର୍ବାଚନ ଜିତିବା ପରେ ଦଳ ସ୍ଥିର କରିବା ଆବଶ୍ୟକ।