ବେଙ୍ଗାଲୁରୁ: ଦାକ୍ଷିଣାତ୍ୟ ରାଜ୍ୟ କର୍ଣ୍ଣାଟକ ରାଜନୀତିରେ ପୁଣି ଥରେ ଦେଖିବାକୁ ମିଳିଛି ପରିବର୍ତ୍ତନ। ବିଗତ ୨ ବର୍ଷ ଧରି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟରତ ଥିବା ବିଏସ ୟେଦିୟୁରାପ୍ପା ଜୁଲାଇ ୨୬ ତାରିଖ ସୋମବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଆଜକୁ ଦୁଇ ବର୍ଷ ତଳେ ଅର୍ଥାତ ୨୦୧୯ ଜୁଲାଇ ୨୬ ତାରିଖରେ ମୁଖ୍ୟମନ୍ତ୍ରୀ ପଦଭାର ଗ୍ରହଣ କରିଥିଲେ ସେ।  


COMMERCIAL BREAK
SCROLL TO CONTINUE READING

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ୟେଦିୟୁରାପ୍ପାଙ୍କ (Karnataka CM Yediyurappa) ଇସ୍ତଫାକୁ ସ୍ୱୀକାର କରିଛନ୍ତି ରାଜ୍ୟପାଳ (Karnataka Governor) ଥାୱର ଚାନ୍ଦ ଗେହୋଲତ (Thawar Chand Gehlot)। ନୂଆ ମୁଖ୍ୟମନ୍ତ୍ରୀ ନିଯୁକ୍ତ ହେବା ପର୍ଯ୍ୟନ୍ତ କାର୍ଯ୍ୟକାରୀ ମୁଖମନ୍ତ୍ରୀ ଭାବେ କାର୍ଯ୍ୟକରିବେ ସେ।


Also Read: Karnataka CM ପଦରେ Yediyurappa ରହିବେ ନା ହଟିବେ? କଣ କହିଲେ Nadda


ମୁଖ୍ୟମନ୍ତ୍ରୀ ପଦରୁ ବରିଷ୍ଠ ବିଜେପି ନେତା ୟେଦିୟୁରାପ୍ପାଙ୍କ ଇସ୍ତଫା ପରେ କିଏ ଦଳୀୟ ସରକାରର ନେତୃତ୍ୱ ନେବ ସେ ବାବଦରେ ଉଭୟ ଦଳର ରାଜ୍ୟ-କେନ୍ଦ୍ରୀୟ ନେତୃବୃନ୍ଦ ଆଲୋଚନା କରିବେ। ବିଜେପି କେନ୍ଦ୍ରୀୟ ନେତୃବୃନ୍ଦ ଖୁବଶୀଘ୍ରହ ଏର ପ୍ରତିନିଧି ମଣ୍ଡଳ କର୍ଣ୍ଣାଟକ ପଠାଇବ।   


ମୁଖ୍ୟମନ୍ତ୍ରୀ ଗାଦି ଛାଡିବା ପରେ ରାଜ୍ୟପାଳ ଭାବେ କାର୍ଯ୍ୟ କରିବାକୁ ନେଇ ପଚରା ଯାଇଥିବା ପ୍ରଶ୍ନର ଉତ୍ତର ରଖି ବିଦାୟୀ ମୁଖ୍ୟମନ୍ତ୍ରୀ ୟେଦିୟୁରାପ୍ପା କହିଛନ୍ତି ମୁଁ ରାଜ୍ୟବାସୀଙ୍କ କଲ୍ୟାଣ ପାଇଁ କାମ କରିବି। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିବାର ସୁଯୋଗ ପ୍ରଦାନ କରିଥିବାରୁ ମୋ ନିର୍ବାଚନମଣ୍ଡଳୀର ମତଦାତା, ରାଜ୍ୟବାସୀ, ପ୍ରଧାନମନ୍ତ୍ରୀ ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ, ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଧନ୍ୟବାଦ ଜଣାଉଛି। 


Also Read: Karnataka Politics: ନେତୃତ୍ୱ ପରିବର୍ତ୍ତନ ନେଇ ଏହା କହିଲେ CM Yediyurappa


ଦଳର କେନ୍ଦ୍ରୀୟ ନେତୃବୃନ୍ଦଙ୍କ ଦ୍ୱାରା ଯେଉଁ ଦଳୀୟ ନେତାଙ୍କୁ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ପ୍ରଦାନ କରାଯିବ ମୁଁ  ତାଙ୍କ ସହ କାର୍ଯ୍ୟ କରିବାକୁ ପ୍ରସ୍ତୁତ ରହିଛି। ମୁଁ ତାଙ୍କୁ ଶତ ପ୍ରତିଶତ ସମର୍ଥନ କରିବି। ନୂଆ ମୁଖ୍ୟମନ୍ତ୍ରୀ କିଏ ହେବ ସେ ପ୍ରସଙ୍ଗରେ ମୁଁ କୌଣସି ହସ୍ତକ୍ଷେପ କରିବାକୁ ଚାହୁଁନାହିଁ।   


ବିଗତ ୨ ବର୍ଷ ଧରି ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିବା ପରେ ମୁଁ ମୋ ପଦରୁ ସ୍ୱେଚ୍ଛାକୃତ ଭାବେ ଇସ୍ତଫା ପ୍ରଦାନ କରିଛି। ଏନେଇ ମୋ ଉପରେ କୌଣସି ଚାପ ପ୍ରୟୋଗ କରାଯାଇନାହିଁ। ଆସନ୍ତା ନିର୍ବାଚନରେ ଦଳ କିଭଳି ରାଜ୍ୟରେ ପୁନର୍ବାର କ୍ଷମାତସୀନ ହେବ ସେ ନେଇ ମୁଁ କାର୍ଯ୍ୟ। ପଦ ଛାଡି଼ବା ପରେ ମୋ ଉତ୍ତରାଧିକାରୀ କିଏ ହେବେ ସେ ନିଷ୍ପତ୍ତି ମୁଁ ନେବି ନାହିଁ ବୋଲି ଇସ୍ତଫା ଦେବା ଅବସରରେ କହିଛନ୍ତି ବିଦାୟୀ ମୁଖ୍ୟମନ୍ତ୍ରୀ ୟେଦିୟୁରାପ୍ପା। 


Also Read: Karnataka Politics: ନେତୃତ୍ୱ ପରିବର୍ତ୍ତନ ନେଇ ଏପରି କହିଲେ CM Yediyurappa


କର୍ଣ୍ଣାଟକ ରାଜନୀତିକୁ ନିୟନ୍ତ୍ରଣ କରିବାରେ ସଫଳ ହୋଇଥିବା ଲିଙ୍ଗାୟତ ସମ୍ପ୍ରଦାୟରୁ ପ୍ରତିନିଧିତ୍ୱ କରୁଥିଲେ ୟେଦିୟୁରାପ୍ପା। ସେ ପଦ ଛାଡିବା ପରେ ତାଙ୍କ ସମ୍ପ୍ରଦାୟରୁ ବାସନଗୋଡା ରମନଗୌଡା ପାଟିଲ ୟାତନାଲ, ଅରବିନ୍ଦ ବେଲାଡ଼୍, ମୁର୍ଗେଶ ନିରାନି, କର୍ଣ୍ଣାଟକ ଗୃହମନ୍ତ୍ରୀ ବାସଭରାଜ ବୋମାଇ, ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କେନ୍ଦ୍ରମନ୍ତ୍ରୀ ଡିଭି ସଦାନଦ ଗୌଡା଼, ବିଜେପି ଜାତୀୟ ସମ୍ପାଦକ ସିଟି ରବି, କର୍ଣ୍ଣାଟକ ରାଜସ୍ୱମନ୍ତ୍ରୀ ଆର.ଅଶୋକ ସିଏନ ଅଶ୍ୱଥ ନାରାୟଣ, ବିଶ୍ୱେଭଶ୍ୱର ହେଗଡ କାଗେରୀ, ବାସନଗୌଡା ପାଟିଲ ୟାତନାଲ ପ୍ରମୁଖ ଏହି ଦୌଡରେ ସାମିଲ ଅଛନ୍ତି।