Karnataka CM ପଦରେ Yediyurappa ରହିବେ ନା ହଟିବେ? କଣ କହିଲେ Nadda...
Advertisement
Article Detail0/zeeodisha/odisha950261

Karnataka CM ପଦରେ Yediyurappa ରହିବେ ନା ହଟିବେ? କଣ କହିଲେ Nadda...

ଦକ୍ଷିଣ ଭାରତରେ କେବଳ କର୍ଣ୍ଣାଟକ ହେଉଛି ଏକମାତ୍ର ରାଜ୍ୟ ଯେଉଁଠି ଦଳୀୟ ସଙ୍ଗଠନକୁ ମଜବୁତ କରିବା ସହ ବିଭିନ୍ନ ସମୟରେ ସରକାର ଗଠନ କରିଛି ବିଜେପି। 

 

 

Karnataka CM ପଦରେ Yediyurappa ରହିବେ ନା ହଟିବେ? କଣ କହିଲେ Nadda...

ବେଙ୍ଗାଲୁରୁ: ରାଜ୍ୟରେ ନେତୃତ୍ୱ ପରିବର୍ତ୍ତନ ହେବା ନେଇ ବେଶ କିଛି ଦିନ ଧରି ହେଉଥିବା ଚର୍ଚ୍ଚାକୁ ନେଇ ସରଗରମ ହୋଇଉଠିଛି କର୍ଣ୍ଣାଟକ ରାଜନୀତି। ସଦ୍ୟ ଏହା ମଧ୍ୟରେ ପଦ ଛାଡିବା ନେଇ ଇସାରା ଦେଇଥିଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ ୟେଦିୟୁରାପ୍ପା। ହେଲେ ଏ ପ୍ରସଙ୍ଗରେ ବିଜେପି କେନ୍ଦ୍ରୀୟ ନେତୃବୃନ୍ଦ କେଉ ନିଷ୍ପତ୍ତି ନେଉଛନ୍ତି ତାହା ଉପରେ ରହିଛି ନଜର।

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ୟେଦିୟୁରାପ୍ପାଙ୍କ (Karnataka CM Yediyurappa) ସମ୍ଭାବ୍ୟ ଇସ୍ତଫା ଦେବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ (BJP National President) ଜେପି ନଡ଼୍ଡା (JP Nadda)। 

Also Read: Karnataka Politics: ନେତୃତ୍ୱ ପରିବର୍ତ୍ତନ ନେଇ ଏହା କହିଲେ CM Yediyurappa

ଏନେଇ ସେ କହିଛନ୍ତି କର୍ଣ୍ଣାଟକରେ କୌଣସି ପ୍ରକାର ନେତୃତ୍ୱ ସଂକଟ ସୃଷ୍ଟି ହୋଇନାହିଁ। ମୁଖ୍ୟମନ୍ତ୍ରୀ ଭାବେ ୟେଦିୟୁରାପ୍ପା ତାଙ୍କର ଦାୟିତ୍ୱ ସଠିକ ଢଙ୍ଗରେ ନିର୍ବାହ କରିଛନ୍ତି। ରାଜ୍ୟର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଭାବେ ସେ ତାଙ୍କ ପ୍ରୟାସ ଜାରି ରଖିଛନ୍ତି। ରାଜ୍ୟରେ କୌଣସି ପ୍ରକାର ନେତୃତ୍ୱ ସଂକଟ ହୋଇଛି ବୋଲି ଦଳର କେନ୍ଦ୍ରୀୟ ନେତୃବୃନ୍ଦ ଅନୁଭବ କରୁନାହାଁନ୍ତି। କେବଳ ଏହାକୁ ନେଇ ବିଭିନ୍ନ ସ୍ତରରେ ଚର୍ଚ୍ଚା ହେଉଛି ଯାହା ଭିତ୍ତିହୀନ। ଏହାର କୌଣସି ସତ୍ୟତା ନାହିଁ।

ଚଳିତ ବର୍ଷ ଜୁଲାଇ ୨୬ ତାରିଖ ସୋମବାର ସରକାରର ୨ ବର୍ଷର ପୂର୍ତ୍ତି ଅବସରରେ କର୍ଣ୍ଣାଟକ ବିଜେପି ପକ୍ଷରୁ ଏକ କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ହେଲେ ଏହାର ଦିନକ ପୂର୍ବରୁ ଅର୍ଥାତ ଜୁଲାଇ ୨୫ ତାରିଖ ରବିବାର ମୁଖ୍ୟମନ୍ତ୍ରୀ ପଦରୁ ୟେଦିୟୁରାପ୍ପା ଇସ୍ତଫା ଦେବା ନେଇ ଜୋରସୋରରେ ଚର୍ଚ୍ଚା ହେଉଥିଲା। 

Also Read: Karnataka Politics: ନେତୃତ୍ୱ ପରିବର୍ତ୍ତନ ନେଇ ଏପରି କହିଲେ CM Yediyurappa

ଗାଦି ଛାଡିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ମୁଖ୍ୟମନ୍ତ୍ରୀ ୟେଦିୟୁରାପ୍ପା ବେଲଗାମ୍ (Belgaum) ଠାରେ କହିଥିଲେ ଦଳର କେନ୍ଦ୍ରୀୟ ନେତୃବୃନ୍ଦ ଯାହା ନିର୍ଦ୍ଦେଶ ଦେବ ମୁଁ ତାହାକୁ ପାଳନ କରିବି। ଗତ ୧୭ ତାରିଖରେ ଦିଲ୍ଲୀ ଠାରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ (PM Modi) ଭେଟିଥିଲେ ସେ। ଏହି ଭେଟଘାଟ ପରେ କର୍ଣ୍ଣାଟକରେ ନେତୃତ୍ୱ ପରିବର୍ତ୍ତନ ହେବାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା।  

ଦିଲ୍ଲୀ ଗସ୍ତ ଉପରେ ପ୍ରତିକ୍ରିୟା ମୁଖ୍ୟମନ୍ତ୍ରୀ ୟେଦିୟୁରାପ୍ପା କହିଛନ୍ତି ଯଦିଓ ମୁଁ ଏହି ଯାତ୍ରା ସମୟରେ କେନ୍ଦ୍ରୀୟ ନେତୃବୃନ୍ଦଙ୍କୁ ଭେଟିଥିଲି ହେଲେ ରାଜ୍ୟରେ ନେତୃତ୍ୱ ପରିବର୍ତ୍ତନ କରିବା କିମ୍ବା କ୍ୟାବିନେଟ ବିସ୍ତାରକୁ ନେଇ କୌଣସି ପ୍ରକାର ଚର୍ଚ୍ଚା ହୋଇନଥିଲା। ରାଜ୍ୟର ବିକାଶ ପ୍ରସଙ୍ଗରେ ଆଲୋଚନା କରିବା ଲାଗି ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ଲାଗି ମୁଁ ଦିଲ୍ଲୀ ଯାତ୍ରା କରିଥିଲି। ଆସନ୍ତା ମାସରେ ପ୍ରଧାନମନ୍ତ୍ରୀଙ୍କ ନିମନ୍ତ୍ରଣ କ୍ରମେ ମୁଁ ପୁନର୍ବାର ଦିଲ୍ଲୀ ଗସ୍ତରେ ଯିବି।   

Also Read: ନେତୃତ୍ୱ ପରିବର୍ତ୍ତନ ନେଇ ଜୋର ଧରୁଛି ଦାବି; ଗାଦି ହରାଇବେକି CM Yediyurappa?

ମୁଖ୍ୟମନ୍ତ୍ରୀ ପଦରୁ ୟେଦିୟୁରାପ୍ପା ହଟାଯିବାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯିବା ପରେ ସରଗରମ ହୋଇଉଠିଛି କର୍ଣ୍ଣାଟକ ରାଜନୀତି (Karnataka Politics)। ଏବେ ତାଙ୍କ ସମର୍ଥନରେ ବାହାରିଛି ରାଜ୍ୟ ରାଜନୀତିରେ ପ୍ରଭାବ ବିସ୍ତାର କରିଥିବା ଲିଙ୍ଗାୟତ ସମୁଦାୟ (Lingayat Community)। ଏବେ ପ୍ରଶ୍ନ ଉଠୁଛି ଯଦି ମୁଖ୍ୟମନ୍ତ୍ରୀ ପଦରୁ ଦଳର ବରିଷ୍ଠ ନେତା ୟେଦିୟୁରାପ୍ପାଙ୍କୁ ବିଜେପି ହଟାଏ ତାହେଲେ ଦଳୀୟ ସରକାରର ନେତୃତ୍ୱ ନେବ କିଏ।  

Also Read: Karanataka Politics: ନେତୃତ୍ୱ ପରିବର୍ତ୍ତନ ନେଇ ଜାରିରହିଛି ଚର୍ଚ୍ଚା, ଜବାବ ରଖିଲେ Yediyurappa

ମୁଖ୍ୟମନ୍ତ୍ରୀ ୟେଦିୟୁରାପ୍ପା ଇସ୍ତଫା ଦେଉଥିବା ଚର୍ଚ୍ଚା ହେବା ପରେ ମଙ୍ଗଳବାର ତାଙ୍କୁ ଭେଟି ନିଜର ସମର୍ଥନ ଜଣାଇଛନ୍ତି ଲିଙ୍ଗାୟତ ସମ୍ପ୍ରଦାୟର (Lingayat Community) ସାଧୁସନ୍ଥ। କର୍ଣ୍ଣାଟକ ରାଜନୀତିରେ ଦବଦବା ଜାହିର କରିଥିବା ଏହି ସମ୍ପ୍ରଦାୟରୁ ପ୍ରତିନିଧିତ୍ୱ କରୁଛନ୍ତି ନିଜେ ମୁଖ୍ୟମନ୍ତ୍ରୀ ୟେଦିୟୁରାପ୍ପା (Lingayat Leader Yediyurappa)। 

ରାଜ୍ୟ ଜନସଂଖ୍ୟାର ୧୬ ପ୍ରତିଶତ ଲୋକ ହେଉଛନ୍ତି ଲିଙ୍ଗାୟତ। ରାଜ୍ୟ ରାଜନୀତିରେ ଏହି ସମ୍ପ୍ରଦାୟ ବିଜେପିର ପାରମ୍ପରିକ ଭୋଟ ବ୍ୟାଙ୍କ ତଥା ସମର୍ଥକ ଭାବେ ଜଣାଶୁଣା। ମୁଖ୍ୟମନ୍ତ୍ରୀ ତଥା ନିଜ ସମ୍ପ୍ରଦାୟର ନେତାଙ୍କୁ ସମର୍ଥନ ଜଣାଇ ଲିଙ୍ଗାୟତ ସମ୍ପ୍ରଦାୟର ସାଧୁସନ୍ଥ ସମ୍ଭାବ୍ୟ ନେତୃତ୍ୱ ପରିବର୍ତ୍ତନ କରିବାକୁ ନେଇ ହେଉଥିବା ପ୍ରୟାସ ବିରୁଦ୍ଧରେ ବିଜେପି ନେତୃବୃନ୍ଦଙ୍କୁ ଚେତାବନୀ ଦେଇଛନ୍ତି। 

Also Read: 'ଯେଉଁଦିନ ଦଳ କହିବି ସେହି ଦିନ ଛାଡିଦେବି ମୁଖ୍ୟମନ୍ତ୍ରୀ ଗାଦି'

ଦକ୍ଷିଣ ଭାରତରେ କେବଳ କର୍ଣ୍ଣାଟକ ହେଉଛି ଏକମାତ୍ର ରାଜ୍ୟ ଯେଉଁଠି ଦଳୀୟ ସଙ୍ଗଠନକୁ ମଜବୁତ କରିବା ସହ ବିଭିନ୍ନ ସମୟରେ ସରକାର ଗଠନ କରିଛି ବିଜେପି। ଏହାର ଶ୍ରେୟ ଅନେକାଂଶରେ ଲିଙ୍ଗାୟତ ସମ୍ପ୍ରଦାୟର ନେତା ୟେଦିୟୁରାପ୍ପାଙ୍କୁ ଯାଏ। କାରଣ ଦଳୀୟ ସଙ୍ଗଠନକୁ ମଜବୁତ କରି ରାଜ୍ୟରେ ଦଳକୁ କ୍ଷମତାସୀନ କରାଇବାରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ସମଗ୍ର ଦକ୍ଷିଣ ଭାରତରେ ସେ ହେଉଛନ୍ତି ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ। 

Also Read: କର୍ଣ୍ଣାଟକ ବିଜେପିରେ ଉଠିଲା ବିଦ୍ରୋହର ସ୍ୱର, ଗାଦି ହରାଇପାରନ୍ତି ୟେଦିୟୁରାପ୍ପା!

କର୍ଣ୍ଣାଟକ ରାଜନୀତିକୁ ବିଭିନ୍ନ ସମୟରେ ନିୟନ୍ତ୍ରଣ କରିବାରେ ସଫଳ ହୋଇଛି ଲିଙ୍ଗାୟତ ସମ୍ପ୍ରଦାୟ। ଯାହାର ଉଦାହରଣ ହେଉଛନ୍ତି ନିଜେ ମୁଖ୍ୟମନ୍ତ୍ରୀ ୟେଦିୟୁରାପ୍ପା। ରାଜ୍ୟ ବିଧାନସଭାର ମୋଟ ୨୨୪ ଆସନରୁ ୧୪୦ ସିଟରେ ଏହି ସମ୍ପ୍ରଦାୟର ଭଲ ପ୍ରଭାବ ରହିଛି। ଏହା ସହିତ ରାଜ୍ୟରେ ଏପରି ୯୦ ବିଧାନସଭା ଆସନ ରହିଛି ଯେଉଁଠି ଲିଙ୍ଗାୟତ ଭୋଟ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥାଏ। ଉତ୍ତର କର୍ଣ୍ଣାଟକ ଅଞ୍ଚଳ ହେଉଛି ଏହି ସମ୍ପ୍ରଦାୟର ପାରମ୍ପରିକ ଗଡ଼।