Karnataka Politics: ନେତୃତ୍ୱ ପରିବର୍ତ୍ତନ ନେଇ ଏପରି କହିଲେ CM Yediyurappa
Advertisement

Karnataka Politics: ନେତୃତ୍ୱ ପରିବର୍ତ୍ତନ ନେଇ ଏପରି କହିଲେ CM Yediyurappa

କ୍ୟାବିନେଟ ଅଦଳବଦଳ କରିବାକୁ ନେଇ ଆଲୋଚନା ହୋଇନାହିଁ। ରାଜ୍ୟର ବିକାଶ ପ୍ରସଙ୍ଗରେ ମୁଁ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିଛି।

Karnataka Politics: ନେତୃତ୍ୱ ପରିବର୍ତ୍ତନ ନେଇ ଏପରି କହିଲେ CM Yediyurappa

ନୂଆଦିଲ୍ଲୀ: ବିଗତ କିଛି ଦିନ ଧରି କର୍ଣ୍ଣାଟକରେ କ୍ଷମତାସୀନ ବିଜେପି ସରକାରରେ ନେତୃତ୍ୱ ପରିବର୍ତ୍ତନ ହେବା ନେଇ ବେଶ ଜୋରସୋରରେ ଚର୍ଚ୍ଚା ହେଉଛି। ଏପରିକି ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ କରିବା ନେଇ ହୋଇଥିବା କଥିତ ଦସ୍ତଖତ ଅଭିଯାନକୁ ନେଇ ସରଗରମ ହୋଇଉଠିଥିଲା ରାଜ୍ୟ ରାଜନୀତି। 

ଗତ ଶୁକ୍ରବାର ସନ୍ଧ୍ୟାରେ ଦିଲ୍ଲୀ ଠାରେ ପ୍ରଧାନମନ୍ତ୍ରୀ ମୋଦି (PM Modi) ଏବଂ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ (Karnataka Chief Minister) ବିଏସ ୟେଦିୟୁରାପ୍ପାଙ୍କ (CM BS Yediyurappa) ମଧ୍ୟରେ ହୋଇଥିବା ସାକ୍ଷାତକାର ଏହି ଚର୍ଚ୍ଚାକୁ ଅଧିକ ଖୋରାକ ଯୋଗାଇଥିଲା। ଏନେଇ କୁହାଯାଉଥିଲା ନିଜ ନେତୃତ୍ୱଧିନ କ୍ୟାବିନେଟ ଅଦଳବଦଳ କରିବାକୁ କେନ୍ଦ୍ରୀୟ ନେତୃବୃନ୍ଦଙ୍କ ଅନୁମତି ଆଣିବା ଲାଗି ଦିଲ୍ଲୀ ଯାତ୍ରା କରିଛନ୍ତି ମୁଖ୍ୟମନ୍ତ୍ରୀ। ଅନ୍ୟପଟେ ବିରୋଧି ଗୋଷ୍ଠୀ ପକ୍ଷରୁ କୁହାଯାଇଥିଲା ଯେ ତାଙ୍କ ବିରୁଦ୍ଧରେ ଦଳରେ ବଢୁଥିବା ଅସନ୍ତୋଷ ପ୍ରସଙ୍ଗରେ ଚର୍ଚ୍ଚା କରିବା ଲାଗି ତାଙ୍କୁ ଦିଲ୍ଲୀ ଡାକିଛନ୍ତି ଦଳୀୟ ନେତୃବୃନ୍ଦ। 

Also Read: ନେତୃତ୍ୱ ପରିବର୍ତ୍ତନ ନେଇ ଜୋର ଧରୁଛି ଦାବି; ଗାଦି ହରାଇବେକି CM Yediyurappa?

ଏ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ମୁଖ୍ୟମନ୍ତ୍ରୀ ୟେଦିୟୁରାପ୍ପା କହିଛନ୍ତି କ୍ୟାବିନେଟ ଅଦଳବଦଳ କରିବାକୁ ନେଇ ଆଲୋଚନା ହୋଇନାହିଁ। ରାଜ୍ୟର ବିକାଶ ପ୍ରସଙ୍ଗରେ ମୁଁ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିଛି। ଆସନ୍ତା ମାସରେ ରାଜ୍ୟର ବିକାଶ ବାବଦରେ ପୁନର୍ବାର ଆଲୋଚନା କରିବାକୁ ମୋତେ ପୁଣି ଥରେ ଦିଲ୍ଲୀ ଡାକିଛନ୍ତି ପ୍ରଧାନନ୍ତ୍ରୀ।

ରାଜ୍ୟରେ ନେତୃତ୍ୱ ପରିବର୍ତ୍ତନ ହେବ। ଆଉ ମୁଁ ଇସ୍ତଫା ଦେବି। ଏହାକୁ ନେଇ ଯେଉଁ ଚର୍ଚ୍ଚା ହେଉଛି ତାହା ସମ୍ପୂର୍ଣ୍ଣ ଭ୍ରମାତ୍ମକ। କାରଣ ମୁଁ ଇସ୍ତଫା ଦେଉନାହିଁ କିମ୍ବା ଏହି କାମ କରିବାକୁ କରିବାକୁ ମୋତେ ଦଳ ପକ୍ଷରୁ ମୋତେ କୁହାଯାଇନାହିଁ ବୋଲି ଦିଲ୍ଲୀ ଗସ୍ତ କରିବା ଅବସରରେ କହିଛନ୍ତି ମୁଖ୍ୟମନ୍ତ୍ରୀ ୟେଦିୟୁରାପ୍ପା।  

Also Read: Karanataka Politics: ନେତୃତ୍ୱ ପରିବର୍ତ୍ତନ ନେଇ ଜାରିରହିଛି ଚର୍ଚ୍ଚା, ଜବାବ ରଖିଲେ Yediyurappa

ନିକଟରେ ରାଜ୍ୟ ବିଜେପି ପ୍ରଭାରୀ ତଥା ବିଜେପି ରାଷ୍ଟ୍ରୀୟ ମହାସଚିବ ଅରୁଣ ସିଂହ କର୍ଣ୍ଣାଟକ ଗସ୍ତ କରି ଦଳର ନେତା, କର୍ମୀ, ବିଧାୟକଙ୍କ ସହ ଆଲୋଚନା କରିଥିଲେ। ଏହି ଗସ୍ତ ଅବସରରେ ପ୍ରଭାରୀ କହିଥିଲେ ମୁଖ୍ୟମନ୍ତ୍ରୀଙ୍କୁ ଦଳୀୟ ନେତୃବୃନ୍ଦଙ୍କ ସମର୍ଥନ ରହିଛି। ରାଜ୍ୟରେ କ୍ଷମତାସୀନ ୟେଦିୟୁରାପ୍ପା ସରକାର ବିକାଶମୂଳକ କାର୍ଯ୍ୟ କରୁଛି। ନେତୃତ୍ୱ ପରିବର୍ତ୍ତନ ନେଇ ଏବେ କୌଣସି ସମ୍ଭାବନା ନାହିଁ।

ମୁଖ୍ୟମନ୍ତ୍ରୀ ୟେଦିୟୁରାପ୍ପା ଇସ୍ତଫା ଦେଉଥିବା ଚର୍ଚ୍ଚା ହେବା ପରେ ମଙ୍ଗଳବାର ତାଙ୍କୁ ଭେଟି ନିଜର ସମର୍ଥନ ଜଣାଇଛନ୍ତି ଲିଙ୍ଗାୟତ ସମ୍ପ୍ରଦାୟର (Lingayat Community) ସାଧୁସନ୍ଥ। କର୍ଣ୍ଣାଟକ ରାଜନୀତିରେ (Karnataka Politics) ଦବଦବା ଜାହିର କରିଥିବା ଏହି ସମ୍ପ୍ରଦାୟରୁ ପ୍ରତିନିଧିତ୍ୱ କରୁଛନ୍ତି ନିଜେ ମୁଖ୍ୟମନ୍ତ୍ରୀ ୟେଦିୟୁରାପ୍ପା (Lingayat Leader Yediyurappa)। 

Also Read: 'ଯେଉଁଦିନ ଦଳ କହିବି ସେହି ଦିନ ଛାଡିଦେବି ମୁଖ୍ୟମନ୍ତ୍ରୀ ଗାଦି'

 ରାଜ୍ୟ ଜନସଂଖ୍ୟାର ୧୬ ପ୍ରତିଶତ ଲୋକ ହେଉଛନ୍ତି ଲିଙ୍ଗାୟତ। ରାଜ୍ୟ ରାଜନୀତିରେ ଏହି ସମ୍ପ୍ରଦାୟ ବିଜେପିର ପାରମ୍ପରିକ ଭୋଟ ବ୍ୟାଙ୍କ ତଥା ସମର୍ଥକ ଭାବେ ଜଣାଶୁଣା। ମୁଖ୍ୟମନ୍ତ୍ରୀ ତଥା ନିଜ ସମ୍ପ୍ରଦାୟର ନେତାଙ୍କୁ ସମର୍ଥନ ଜଣାଇ ଲିଙ୍ଗାୟତ ସମ୍ପ୍ରଦାୟର ସାଧୁସନ୍ଥ ସମ୍ଭାବ୍ୟ ନେତୃତ୍ୱ ପରିବର୍ତ୍ତନ କରିବାକୁ ନେଇ ହେଉଥିବା ପ୍ରୟାସ ବିରୁଦ୍ଧରେ ବିଜେପି ନେତୃବୃନ୍ଦଙ୍କୁ ଚେତାବନୀ ଦେଇଛନ୍ତି। 

ଦକ୍ଷିଣ ଭାରତରେ କେବଳ କର୍ଣ୍ଣାଟକ ହେଉଛି ଏକମାତ୍ର ରାଜ୍ୟ ଯେଉଁଠି ଦଳୀୟ ସଙ୍ଗଠନକୁ ମଜବୁତ କରିବା ସହ ବିଭିନ୍ନ ସମୟରେ ସରକାର ଗଠନ କରିଛି ବିଜେପି। ଏହାର ଶ୍ରେୟ ଅନେକାଂଶରେ ଲିଙ୍ଗାୟତ ସମ୍ପ୍ରଦାୟର ନେତା ୟେଦିୟୁରାପ୍ପାଙ୍କୁ ଯାଏ। କାରଣ ଦଳୀୟ ସଙ୍ଗଠନକୁ ମଜବୁତ କରି ରାଜ୍ୟରେ ଦଳକୁ କ୍ଷମତାସୀନ କରାଇବାରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ସମଗ୍ର ଦକ୍ଷିଣ ଭାରତରେ ସେ ହେଉଛନ୍ତି ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ। 

Also Read: କର୍ଣ୍ଣାଟକ ବିଜେପିରେ ଉଠିଲା ବିଦ୍ରୋହର ସ୍ୱର, ଗାଦି ହରାଇପାରନ୍ତି ୟେଦିୟୁରାପ୍ପା!

କର୍ଣ୍ଣାଟକ ରାଜନୀତିକୁ ବିଭିନ୍ନ ସମୟରେ ନିୟନ୍ତ୍ରଣ କରିବାରେ ସଫଳ ହୋଇଛି ଲିଙ୍ଗାୟତ ସମ୍ପ୍ରଦାୟ। ଯାହାର ଉଦାହରଣ ହେଉଛନ୍ତି ନିଜେ ମୁଖ୍ୟମନ୍ତ୍ରୀ ୟେଦିୟୁରାପ୍ପା। ରାଜ୍ୟ ବିଧାନସଭାର ମୋଟ ୨୨୪ ଆସନରୁ ୧୪୦ ସିଟରେ ଏହି ସମ୍ପ୍ରଦାୟର ଭଲ ପ୍ରଭାବ ରହିଛି। ଏହା ସହିତ ରାଜ୍ୟରେ ଏପରି ୯୦ ବିଧାନସଭା ଆସନ ରହିଛି ଯେଉଁଠି ଲିଙ୍ଗାୟତ ଭୋଟ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥାଏ। ଉତ୍ତର କର୍ଣ୍ଣାଟକ ଅଞ୍ଚଳ ହେଉଛି ଏହି ସମ୍ପ୍ରଦାୟର ପାରମ୍ପରିକ ଗଡ଼।