କିଏ ହେବେ ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ?
Advertisement
Article Detail0/zeeodisha/odisha1139854

କିଏ ହେବେ ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ?

ବର୍ତ୍ତମାନର ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କୁ ତାଙ୍କ ଗାଦିରୁ ହଟାଇବା ଲାଗି ଶପଥ ନେଇଛନ୍ତି ଦେଶର ୯ ବିରୋଧି ଦଳ।

କିଏ ହେବେ ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ?

ଇସଲାମାବାଦ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିରୋଧରେ ଆଗତ ହୋଇଥିବା ଅବିଶ୍ୱାସ ପ୍ରସ୍ତାବ ଉପରେ ମାର୍ଚ୍ଚ ୩୧ ତାରିଖ ଗୁରୁବାର ଠାରୁ ଦେଶର ସଂସଦରେ ଆୟୋଜିତ ହୋଇଯାଇଛି ବିତର୍କ। ଯାହା ପ୍ରାୟ ୩ ଦିନ ଧରି ଚାଲିବ। ଏହି ପ୍ରସ୍ତାବ ଉପରେ ଅପ୍ରେଲ ୩ ତାରିଖରେ ହେବାକୁ ଯାଉଛି ମତଦାନ। ନିଜର ଗାଦି ବଞ୍ଚାଇବାରେ ସେ ସଫଳ ହୋଇ ପାରୁଛନ୍ତି ନା ନାହିଁ ତାହା ବିତର୍କ ପରେ ସ୍ପଷ୍ଟ ହୋଇଯିବ।
 
ବର୍ତ୍ତମାନର ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କୁ ତାଙ୍କ ଗାଦିରୁ ହଟାଇବା ଲାଗି ଶପଥ ନେଇଛନ୍ତି ଦେଶର ୯ ବିରୋଧି ଦଳ। ବର୍ତ୍ତମାନ ପାକସ୍ତାନ ରାଜନୀତିରେ ବିରୋଧି ଦଳର ଅଙ୍ଗଭଙ୍ଗୀକୁ ଦେଖିଲେ ଏହା ବୁଝା ପଡୁଛି ଯେ ଇମ୍ରାନ ଖାନଙ୍କ ଗାଦି ବିପଦରେ ରହିଛି। ବିରୋଧି ଏକତାର ଉଦାହରଣ ପୂର୍ବରୁ ଅନେକ ଥର ଦେଖାଯାଇ ସାରିଛି। ହେଲେ ଶେଷରେ ଏହା ମଧ୍ୟ ସ୍ପଷ୍ଟ ହୋଇଯାଇଛି ଯେ ଇମ୍ରାନ ଖାନଙ୍କ ପରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଦାୟିତ୍ୱ କିଏ ଗ୍ରହଣ କରିବ।     

ପରବର୍ତ୍ତୀ ପ୍ରଧାନମନ୍ତ୍ରୀଙ୍କ ନାମକୁ ନେଇ ବିରୋଧୀ ଦଳ ମଧ୍ୟରେ କୌଣସି ଦ୍ୱନ୍ଦ୍ୱ ନାହିଁ। ବିରୋଧୀ ଦଳର ନେତା ସେମାନଙ୍କ ବୟାନ ଜରିଆରେ ସ୍ପଷ୍ଟ କରିଛନ୍ତି ଯେ ଶାହବାଜ ସରିଫଙ୍କୁ ସମସ୍ତେ ସର୍ବସମ୍ମତ ଅଛନ୍ତି। ସେମାନଙ୍କର ସବୁଠୁ ବଡ ଉଦ୍ଦେଶ୍ୟ ହେଉଛି ଯେ କୌଣସି ପ୍ରକାରେ ଇମ୍ରାନ ଖାନଙ୍କୁ ପ୍ରଧାନମନ୍ତ୍ରୀ ଗାଦିରୁ ହଟାଇଯିବା ଆବଶ୍ୟକ।

Also Read: ପାକିସ୍ତାନ ସଂସଦରେ ବାଜିଲା ସତର୍କ ଘଣ୍ଟି; ରବିବାର ସ୍ଥିର ହେବ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଭାଗ୍ୟ

ଏ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ପିପିପି ନେତା ବିଲାୱଲ ଭୁଟ୍ଟୋ ଜରଦାରୀ କହିଛନ୍ତି  ଖୁବ ଶୀଘ୍ର ଶାହବାଜ ସରିଫ ପାକିସ୍ତାନ ପ୍ରଧାନମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବେ। ଗତକାଲି ଅର୍ଥାତ ମାର୍ଚ୍ଚ ୩୦ ତାରିଖରେ ବିରୋଧି ଦଳଙ୍କୁ ନେଇ ଅନୁଷ୍ଠିତ ହୋଇଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଇମ୍ରାନ ଖାନଙ୍କ ବିରୋଧରେ ସଂସଦରେ ଆଗତ ହୋଇଥିବା ଅବିଶ୍ୱାସ ପ୍ରସ୍ତାବରେ ତାଙ୍କର ପରାଜୟ ହେବା ପରେ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଭାଇ ଶାହବାଜ ସରିଫଙ୍କୁ ପ୍ରଧାନମନ୍ତ୍ରୀ ଭାବେ ସମର୍ଥନ କରିବେ। ଅନ୍ୟପଟେ ପିଏମଏଲ-ଏନ (PML-N) ନେତ୍ରୀ ମରିୟମ ନୱାଜ ମଧ୍ୟ କହିଛନ୍ତି ଯେ ସମସ୍ତ ବିରୋଧୀ ଦଳର ସ୍ୱରରେ ସ୍ୱର ମିଳାଇ କହିଛନ୍ତି ସେ ପ୍ରଧାନମନ୍ତ୍ରୀ ହେବେ।

ଯେତେବେଳେ ନୱାଜ ସରିଫଙ୍କ ମରିୟମ ଶାହବାଜ ସରିଫଙ୍କୁ ମଞ୍ଚରୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ପ୍ରଦର୍ଶିତ କହୁଥିଲେ ସେତେବେଳେ ଏହାକୁ ପିଏମଏଲ-ଏନ ଦଳର ଦଳୀୟ ବ୍ୟାପାର ବୋଲି କୁହାଯାଉଥିଲା। ହେଲେ ଏବେ ପିଏମଏଲ-ଏନ, ଏମକ୍ୟୁଏମ (MQM) ବାଜି ଖେଳି ସଫଳତା ହାସଲ କରିଛି। ବର୍ତ୍ତମାନ ପାକିସ୍ତାନ ରାଜନୀତିରେ ପ୍ରଧାନମନ୍ତ୍ରୀ ପଦ ପାଇଁ ଶାହବାଜ ସରିଫ ସବୁଠାରୁ ବଡ଼ ଦାବିଦାର ଭାବେ ଉଭା ହୋଇଛନ୍ତି। ଦେଶର ସମସ୍ତ ବିରୋଧୀ ଦଳ ମଧ୍ୟ ଏଥିରେ ବିଶ୍ୱାସ କରୁଥିବାବେଳେ କିଛି ସପ୍ତାହ ପୂର୍ବରୁ ଇମ୍ରାନ ଖାନଙ୍କ ସରକାରର ମନ୍ତ୍ରୀ ବିରୋଧି ମେଣ୍ଟ ଭିନ୍ନ ଭିନ୍ନ ପ୍ରତିକ୍ରିୟା ରଖିଥିଲେ।  

ଏ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ପାକିସ୍ତାନ ଗୃହ ମନ୍ତ୍ରୀ ଶେଖ ରସିଦ କହିଛନ୍ତି ଯେ ମିଳିତ ମେଣ୍ଟ ବିଫଳ ହୋଇଛି। ଶାହବାଜ ସରିଫ, ଯାହାଙ୍କୁ ଇମ୍ରାନ ଖାନ ଜୋତା ସଫା କରୁଥିବା ଲୋକ ବୋଲି କହୁଥିଲେ ଯଦି ସେ ଦେଶର ପ୍ରଧାନମନ୍ତ୍ରୀ ହୁଅନ୍ତି, ତାହେଲେ ବର୍ତ୍ତମାନ ଏହି ଦାୟିତ୍ୱରେ ଇମ୍ରାନ ଖାନଙ୍କ ସହିତ କ’ଣ ହେବ।

ନିଜର ଗାଦି ଗାଦି ବଞ୍ଚାଇବା ପାଇଁ ବହୁତ କିଛି କରିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ। ବିରୋଧି ଦଳ ପକ୍ଷରୁ ଆଗତ ହୋଇଥିବା ଅବିଶ୍ୱାସ ପ୍ରସ୍ତାବ ଉପରେ ବର୍ତ୍ତମାନ ଦେଶର ସଂସଦରେ ଜାରି ରହିଛି ବିତର୍କ। ଅନ୍ୟପଟେ ରାଜଧାନୀ ଇସଲାମାବାଦସ୍ଥିତ ସଂସଦ ଠାରେ ବିରୋଧୀ ଦଳର ସାଂସଦଙ୍କୁ ଘେରି ରହିଛି ଶାସକ ଦଳ ପିଟିଆଇ। ଏହାକୁ ନେଇ ଉଭୟ ଶାସକ-ବିରୋଧି ଦଳ ମଧ୍ୟରେ ମାଡ଼ଗୋଳ ହୋଇଥିବାର କୁହାଯାଉଛି। ଗଣ୍ଡଗୋଳ କାରଣରୁ ଫଜର୍ଲୁର ସାଂସଦଙ୍କ ପଗଡିକୁ ବାହାର କରି ଦେବା ସହ ସେମାନଙ୍କୁ ପୋଲିସ ଥାନରେ ରଖାଯାଇଛି।