Congress President Election: ଅଶୋକ ଗେହୋଲତଙ୍କ ପ୍ରାର୍ଥୀତ୍ୱକୁ ନେଇ ଛକାପଞ୍ଝା ଜାରି, ମିଳିତ କେଉଁ ଦାୟିତ୍ୱ?
Advertisement
Article Detail0/zeeodisha/odisha1368704

Congress President Election: ଅଶୋକ ଗେହୋଲତଙ୍କ ପ୍ରାର୍ଥୀତ୍ୱକୁ ନେଇ ଛକାପଞ୍ଝା ଜାରି, ମିଳିତ କେଉଁ ଦାୟିତ୍ୱ?

Rajasthan CM Ashok Gehlot: କଂଗ୍ରେସ ନେତା ଅଶୋକ ଗେହୋଲତ ଦଳର ଅଧ୍ୟକ୍ଷ ନିର୍ବାଚନ ଲଢିବେ ନା ରାଜସ୍ଥାନ ମୁଖ୍ୟମନ୍ତ୍ରୀ  ପଦ ବଜାୟ ରଖିବେ ତାହାକୁ ନେଇ ଜାରି ରହିଛି ଚର୍ଚ୍ଚା। 

Congress President Election: ଅଶୋକ ଗେହୋଲତଙ୍କ ପ୍ରାର୍ଥୀତ୍ୱକୁ ନେଇ ଛକାପଞ୍ଝା ଜାରି, ମିଳିତ କେଉଁ ଦାୟିତ୍ୱ?

Rajasthan Political Crisis: କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରେ ଅନୁଭୂତ ରାଜସ୍ଥାନରେ ରାଜନୀତିର ସୃଷ୍ଟି ହୋଇଥିବା ରାଜନୈତିକ ସଙ୍କଟର ପ୍ରଭାବ। କାରଣ ବର୍ତ୍ତମାନ ଦେଶର ରାଜନୀତିରେ ରାଜସ୍ଥାନ ଘଟଣାକ୍ରମ ଚର୍ଚ୍ଚାର ବିଷୟ ପାଲଟିଛି। ଯାହା ଫଳରେ   କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନକୁ ନେଇ ହେଉଥିବା ଚର୍ଚ୍ଚା ରାଜସ୍ଥାନ ଘଟଣାକ୍ରମ ଆଗରେ ଫିକା ପଡିଯାଇଛି। 

ରାଜ୍ୟ ରାଜନୀତିର ସୃଷ୍ଟି ହୋଇଥିବା ରାଜନୈତିକ ସଙ୍କଟ ମଧ୍ୟରେ କଂଗ୍ରେସ ଅଧ୍ୟକ୍ଷ ଦୌଡରେ ସାମିଲ ହୋଇଥିବା ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହୋଲତଙ୍କ ପ୍ରାର୍ଥୀତ୍ୱକୁ ନେଇ ଜାରି ରହିଛି ଛକାପଞ୍ଝା। ଏହା ମଧ୍ୟରେ କଂଗ୍ରେସ ହାଇ କମାଣ୍ଡ ପୂର୍ବତନ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ କମଲ ନାଥଙ୍କୁ ଦିଲ୍ଲୀ ଡକାଇଛନ୍ତି। କମଲ ନାଥ ଏବଂ ମୁଖ୍ୟମନ୍ତ୍ରୀ ଗେହଲୋତଙ୍କ ମଧ୍ୟରେ ସମ୍ପର୍କ ଭଲ ବୋଲି କୁହାଯାଏ। ଅନ୍ୟପଟେ କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଦଳର ବରିଷ୍ଠ ନେତା ଦିଗବିଜୟ ସିଂହଙ୍କ ଅନ୍ୟାନ୍ୟ ନେତାଙ୍କ ସହ ମଧ୍ୟ କଥା ହୋଇଛନ୍ତି। 

ରାଜସ୍ଥାନ ରାଜନୀତିରେ ସୃଷ୍ଟି ହୋଇଥିବା ରାଜନୈତିକ ସଙ୍କଟ ଉପରେ ପ୍ରତିକ୍ରିୟା ରଖି କଂଗ୍ରେସ ନେତା ସଚ୍ଚିନ ପାଇଲଟଙ୍କ ଗୋଷ୍ଠୀର ବିଧାୟକ ଖିଲାଡି ଲାଲ କଟାକ୍ଷ କରିବା ଭଳି କହିଛନ୍ତି ଯେ ଛୋଟ ପିଲା ମଧ୍ୟ ଜାଣିଛନ୍ତି ଯେ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହୋଲତ କଂଗ୍ରେସ ଅଧ୍ୟକ୍ଷ ହୋଇପାରିବେ ନାହିଁ। ଅନ୍ୟପକ୍ଷରେ ରାଜ୍ୟର ମନ୍ତ୍ରୀ ରାଜେନ୍ଦ୍ର ଗୁଢା ବିଧାୟକଙ୍କ କଂଗ୍ରେସ ବିଦ୍ରୋହକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଏନେଇ ପ୍ରତିକ୍ରିୟା ରଖି ମନ୍ତ୍ରୀ କହିଛନ୍ତି ଗାନ୍ଧୀ ପରିବାର କାରଣ ଏହି ସମସ୍ତ ଲୋକ ଏହି ପଦବୀରେ ଅଛନ୍ତି। ହେଲେ ବର୍ତ୍ତମାନ ସେମାନ ସେମାନେ ଆଖି ଦେଖାଇବା ଆରମ୍ଭ କରି ଦେଇଛନ୍ତି। ଯଦି କଂଗ୍ରେସ ଟିକେଟ୍ ନ ମିଳେ ତାହେଲେ ଏହି ଲୋକ ସରପଞ୍ଚ ନିର୍ବାଚନରେ ​​ଜିତିପାରିବେ ନାହିଁ। ସଂସଦୀୟ ବ୍ୟାପାର ମନ୍ତ୍ରୀ ଶାନ୍ତି ଧାରୀୱାଲଙ୍କ ସମ୍ପର୍କରେ ମନ୍ତ୍ରୀ ଗୁଢା କହିଛନ୍ତି ଯେ ତାଙ୍କ ଜୀବନର ଶେଷ ପର୍ଯ୍ୟାୟରେ ସେ ଭଲ ପ୍ରଦର୍ଶନ କରିନାହାଁନ୍ତି।

Also Read: Rajasthan: ଗୃହଯୁଦ୍ଧ ଆଡକୁ ମୁହାଁଇଲା କଂଗ୍ରେସ, ସଚିନ ପାଇଲଟଙ୍କୁ ପାଲଟା ଜବାବ ଦେଲେ ଅଶୋକ ଚାନ୍ଦନା

ରାଜସ୍ଥାନ ରାଜନୀତିର ସୃଷ୍ଟି ହୋଇଥିବା ରାଜନୈତିକ ସଙ୍କଟ ମଧ୍ୟରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହୋଲତଙ୍କ ଗୋଷ୍ଠୀ ଶକ୍ତି ପ୍ରଦର୍ଶନ କରିବାକୁ ପଛେଇ ନାହିଁ। ଏପରିକି ମୁଖ୍ୟମନ୍ତ୍ରୀ ଗେହୋଲତଙ୍କ ଗୋଷ୍ଠୀରେ ସାମିଲ ହୋଇଥିବା କଂଗ୍ରେସ ବିଧାୟକ ଦଳର କେନ୍ଦ୍ରୀୟ ନେତୃତ୍ୱଙ୍କ ପ୍ରସ୍ତାବ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହଁନ୍ତି। ଯେଉଁଥିରେ କୁହାଯାଇଛି ଯେ, ଦଳରେ ଜଣେ ବ୍ୟକ୍ତି ଗୋଟିଏ ପଦବୀ ନୀତି କାର୍ଯ୍ୟକାରୀ କରାଯିବ। ଅନ୍ୟପଟେ କଂଗ୍ରେସ ହାଇକମାଣ୍ଡ ମୁଖ୍ୟମନ୍ତ୍ରୀ ଗେହୋଲତ ଦଳର ଅଧ୍ୟକ୍ଷ ପଦ ଲାଗି ହେଉଥିବା ନିର୍ବାଚନ ଅଂଶଗ୍ରହଣ କରିବୂ ସପକ୍ଷରେ ଅଛନ୍ତି।

ଯଦି ଦଳର କେନ୍ଦ୍ରୀୟ ନେତୃତ୍ୱଙ୍କ ନିର୍ଦ୍ଦେଶକ୍ରମେ ଯଦି ଅଶୋକ ଗେହୋଲତ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ଲଢନ୍ତି ତାହେଲେ ତାଙ୍କୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ପଦ ଛାଡି଼ବାକୁ ପଡି଼ପାରେ। କାରଣ ଗତ ମେ ମାସରେ ରାଜସ୍ଥାନ ଉଦୟପୁର ଠାରେ ଅନୁଷ୍ଠିତ ହୋଇଥିବା କଂଗ୍ରେସ ଚିନ୍ତନ ଶିବିରରେ ଏକ ପ୍ରସ୍ତାବ ପାରିତ ହୋଇଥିଲା। ଯେଉଁଥିରେ କୁହାଯାଇଥିଲା ଯେ ଦଳରେ ଜଣେ ବ୍ୟକ୍ତି ଗୋଟିଏ ପଦବୀ ନୀତି କାର୍ଯ୍ୟକାରୀ କରାଯିବ। ଅନ୍ୟପଟେ ଗେହୋଲତଙ୍କ ପରେ ପରବର୍ତ୍ତୀ ରାଜସ୍ଥାନ ମୁଖ୍ୟମନ୍ତ୍ରୀ କିଏ ହେବେ ତାହାକୁ ନେଇ ରାଜସ୍ଥାନରେ ରାଜନୀତିର ସୃଷ୍ଟି ହୋଇଥିବା ରାଜନୈତିକ ସଙ୍କଟ ଆହୁରି ଘନେଇବାରେ ଲାଗିଛି। ଯଦିଓ ଏହି ପ୍ରସଙ୍ଗରେ ଗତ ସପ୍ତାହରେ ଅନୁଷ୍ଠିତ ହୋଇଥିବା ବିଧାୟକ ଦଳ ବୈଠକ ପରେ ୯୨ କଂଗ୍ରେସ ବିଧାୟକ ନିଜ ଆଡୁ ଇସ୍ତଫା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ପଦକୁ ନେଇ ସଚ୍ଚିନ ପାଇଲଟ ଏବଂ ସିପି ଯୋଶୀଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇ ସାରିଥିଲେ ମଧ୍ୟ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ପଦ କାହାକୁ ମିଳିବ ତାହା ଉପରୁ ହଟିନାହିଁ ପରଦା।

Also Read: Rajasthan Politics: ଜୋତା ଚପଲ ମାଡ଼ ହେବା ପରେ ସଚିନ ପାଇଲଟଙ୍କ ଉପରେ ତାତି ଉଠିଲେ ମନ୍ତ୍ରୀ ଅଶୋକ ଚାନ୍ଦନା

ଗତ ରବିବାର ରାତିରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହୋଲତଙ୍କ ବାସଭବନ ଅନୁଷ୍ଠିତ ହୋଇଥାନ୍ତା କଂଗ୍ରେସ ବିଧାୟକ ଦଳ ବୈଠକ। ମାତ୍ର ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ଗେହଲୋଙ୍କ ଗୋଷ୍ଠୀର ବିଧାୟକ ସଂସଦୀୟ ବ୍ୟାପାର ମନ୍ତ୍ରୀ ଶାନ୍ତି ଧରୱାଲଙ୍କ ବଙ୍ଗଳା ଠାରେ ଏକ ବୈଠକ କରିଥିଲେ ଏବଂ ପରେ ସେମାନେ ରାଦସ୍ଥାନ ବିଧାନସଭା ବାଚସ୍ପତି ଡକ୍ଟର ସିପି ଯୋଶୀ ପହଞ୍ଚି ସେମାନଙ୍କ ଇସ୍ତଫା ପତ୍ର ତାଙ୍କୁ ପ୍ରଦାନ କରିଥିଲେ। ବିଧାୟକ ଦଳ ବୈଠକ ପାଇଁ ରାଜସ୍ଥାନ କଂଗ୍ରେସ ଅଧ୍ୟକ୍ଷ ଗୋବିନ୍ଦ ସିଂହ ଡଟସାରା, ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚ୍ଚିନ୍ ପାଇଲଟ୍ ଏବଂ ଅନେକ କଂଗ୍ରେସ ବିଧାୟକ ବିଳମ୍ବିତ ରାତି ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଅପେକ୍ଷା କରିଥିଲେ। ମାତ୍ର ଦଳୀୟ ବିଧାୟକ ସେଠାରେ ନ ପହଞ୍ଚିବା କାରଣରୁ ଅନୁଷ୍ଠିତ ହୋଇ ପାରିନଥିଲା କଂଗ୍ରେସ ବିଧାୟକ ଦଳ ବୈଠକ।