Assembly Election 2022: Fail ହେବକି Exit Poll?
Advertisement

Assembly Election 2022: Fail ହେବକି Exit Poll?

ମାତ୍ର ବେଳେ Exit Poll ଦ୍ୱାରା ପ୍ରଦତ୍ତ ରିପୋର୍ଟ ଅନେକ ସମୟରେ ଭୁଲ ପ୍ରମାଣିତ ହୋଇସାରିଛି। 

Assembly Election 2022: Fail ହେବକି Exit Poll?

ନୂଆଦିଲ୍ଲୀ: ଚଳିତ ବର୍ଷ ଦେଶର ୫ ରାଜ୍ୟରେ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନ ଲାଗି ମାର୍ଚ୍ଚ ୧୦ ତାରିଖ ଗୁରୁବାର ପ୍ରକାଶ ପାଇବାକୁ ଯାଉଛି  ନିର୍ବାଚନ ଫଳାଫଳ। କେଉଁ ରାଜ୍ୟରେ କିଏ ସରକାର ଗଢିବ ଏବଂ କେଉଁ ଦଳ କେତେ ଆସନ ପାଇବ ତାହାର ପୂର୍ବାନୁମାନ କରିଛନ୍ତି ବିଭିନ୍ନ ଗଣମାଧ୍ୟମ ପକ୍ଷରୁ ପ୍ରକାଶିତ ହୋଇଥିବା Exit Poll। 

ବିଧାନସଭା ଅଥବା ଲୋକସଭା ଭଳି ନିର୍ବାଚନରେ କେଉଁ ଦଳକୁ କେତେ ଆସନ ମିଳିବ ତାହାର ଏକ ଆନୁମାନିକ ରିପୋର୍ଟ Exit Poll ମାଧ୍ୟମରେ ଜଣାପଡିଥାଏ। ମାତ୍ର ବେଳେ Exit Poll ଦ୍ୱାରା ପ୍ରଦତ୍ତ ରିପୋର୍ଟ ଅନେକ ସମୟରେ ଭୁଲ ପ୍ରମାଣିତ ହୋଇସାରିଛି। ଦେଶରେ Exit Poll ତଥ୍ୟର ଇତିହାସ ସବୁ ବେଳେ ସଠିକ୍ ହୋଇନାହିଁ। ଯାହା ପୂର୍ବାନୁମାନ କରାଯାଇଥିଲା ତାହାର ସମ୍ପୂର୍ଣ୍ଣ ବିପରୀତ ଫଳାଫଳ ଆସିଛି।

ଲୋକଙ୍କ ସହ କଥାବାର୍ତ୍ତା କରି Exit Poll ପ୍ରସ୍ତୁତ ହୋଇଥାଏ ଏବଂ ଅନେକ ଥର ଏହା ହୁଏ ଯେ ଏନେଇ ସର୍ଭେ କରୁଥିବା ଗଣମାଧ୍ୟମ ଅଥବା ଅନ୍ୟ କୌଣସି ବହୁତ କମ୍ ଲୋକଙ୍କ ସହ କଥାବାର୍ତ୍ତା କରି ଏହାକୁ ଅଧିକ ଲୋକଙ୍କ ମତ ଭାବେ ଦର୍ଶାଇଥାନ୍ତି। ଯାହା ଫଳାଫଳ ବାସ୍ତବତା ବହୁ ଦୂରରେ ରହିଥାଏ ଏବଂ ଯେତେବେଳେ ଫଳାଫଳ ପ୍ରକାଶ ପାଇଥାଏ ସେତେବେଳେ ଏହାକୁ ପ୍ରସ୍ତୁତ କରିଥିବା ସଂସ୍ଥା ଅଥବା ବ୍ୟକ୍ତି ବିଶେଷଙ୍କୁ ଏହାର ବାସ୍ତବତା ସହିତ ସାମ୍ନା କରିବାକୁ ପଡି଼ଥାଏ। ବିଦେଶରେ ଅନେକ ସମୟରେ Exit Poll ଉପରେ ନିଷିଦ୍ଧାଦେଶ ଜାରି କରିବାକୁ ଦାବି ହୋଇଛି। ଦେଶର ଗତ ୨୦୧୪ ଲୋକସଭା ନିର୍ବାଚନରେ ​​ନିର୍ବାଚନ ଆୟୋଗ ଏହାକୁ ନିଷିଦ୍ଧ କରିଥିଲେ।

Also Read: Exit Poll 2022: କେଉଁ ରାଜ୍ୟରେ କେଉଁ ଦଳ ପାଇବ କେତେ ଆସନ?

ଜନ ପ୍ରତିନିଧି ଆଇନ ୧୯୫୧, ୧୨୬ A ଧାରା ଅନୁସାରେ ମତଦାନ ସମୟରେ ଏପରି କିଛି କାର୍ଯ୍ୟ କରାଯିବା ଉଚିତ ନୁହେଁ ଯାହା ମତଦାତାଙ୍କ ମତ ବଦଳାଇବା ପାଇଁ କାର୍ଯ୍ୟ କରିବ। ଏହି ନିୟମ ଅନୁଯାୟୀ କୌଣସି ନିର୍ବାଚନ ଲାଗି ମତଦାନ ଶେଷ ନହେବା ପର୍ଯ୍ୟନ୍ତ Exit Poll ପ୍ରସାରିତ ହୋଇପାରିବ ନାହିଁ।

କେବେ ବିଫଳ ହୋଇଛି Exit Poll

  • ୨୦୨୧ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଅଧିକାଂଶ Exit Poll ଦର୍ଶାଇଥିଲେ ବିଜେପି ୧ ଶହରୁ ଅଧିକ ଆସନ ପାଇବ। ହେଲେ ନିର୍ବାଚନ ଫଳାଫଳ ଆସିବା ପରେ ଟିଏମସି ବହୁମତ ସହ ସରକାର ଗଠନ କରିଥିବାବେଳେ ବିଜେପି ମାତ୍ର ୭୭ ଆସନ ପାଇଥିଲା।  
  • ୨୦୨୦ ବିହାର ବିଧାନସଭା ନିର୍ବାଚନରେ ରାଜ୍ୟରେ ରାଷ୍ଟ୍ରିୟ ଜନତା ଦଳ ଏବଂ କଂଗ୍ରେସ ମଧ୍ୟରେ ହୋଇଥିବା ମେଣ୍ଟ କ୍ଷମତାକୁ ଫେରିବା ନେଇ ପୂର୍ବାନୁମାନ କରିଥିଲା Exit Poll। ହେଲେ ନିର୍ବାଚନ ଫଳାଫଳ ଆସିବା ପରେ Exit Poll ପୂର୍ବାନୁମାନ ଭୁଲ ବୋଲି ପ୍ରମାଣିତ ହୋଇଥିଲା। ବିଜେପି ଏବଂ ଜେଡିୟୁ ମେଣ୍ଟ ରାଜ୍ୟରେ ସରକାର ଗଠନ କରିଥିଲା।
  • ୨୦୧୯  ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜେପି-ଶିବେସନା ମେଣ୍ଟ ପୁନର୍ବାର କ୍ଷମତାକୁ ଫେରୁଥିବା ନେଇ ପୂର୍ବାନୁମାନ କରିଥିଲା Exit Poll। ହେଲେ ନିର୍ବାଚନ ଫଳାଫଳ ଆସିବା ପରେ ବଦଳି ଯାଇଥିଲା ରାଜନୈତିକ ଚିତ୍ର। 
  • ୨୦୧୯ ହରିୟାଣା ବିଧାନସଭା ନିର୍ବାଚନରେ ବିଜେପି ୭୦ କିମ୍ବା ଏହା ଠାରୁ ଅଧିକ ଆସନ ହାତେଇବା ପୂର୍ବାନୁମାନ କରିଥିଲା Exit Poll। ମାତ୍ର ନିର୍ବାଚନ ଫଳାଫଳ ଆସିବା ପରେ ଦଳକୁ ମିଳିଥିଲା ୪୦ ଆସନ। 
  • ୨୦୧୭ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ବିଏସପି ଜିତିବା ନେଇ କୌଣସି Exit Poll ପୂର୍ବାନୁମାନ କରି ନଥିଲେ। ଗତ ୨୦୧୨ ବିଧାନସଭା ନିର୍ବାଚନ ସମୟରେ ସମସ୍ତେ ଅନୁମାନ କରୁଥିଲେ ଯେ ଏଥର ସମାଜବାଦୀ ପାର୍ଟି ଏକକ ବୃହତ ଦଳ ଭାବରେ ଉଭା ହେବେ। ଆଉ ଏହି ଅନୁମାନ ସଠିକ୍ ମଧ୍ୟ ହୋଇଥିଲା। ସେହିଭଳି ଗତ ୨୦୧୭ ନିର୍ବାଚନରେ ମଧ୍ୟ ବିଜେପି ସର୍ବାଧିକ ସଂଖ୍ୟକ ଆସନ ପାଇବା ନେଇ ହୋଇଥିବା ପୂର୍ବାନୁମାନ ସଠିକ ଥିଲା।
  • କେବଳ ବିଧାନସଭା ନୁହେଁ ଗତ ୨୦୦୪ ଲୋକସଭା ନିର୍ବାଚନରେ ବିଜେପି ବହୁମତ ହାସଲ କରିବା ନେଇ ପୂର୍ବାନୁମାନ କରିଥିଲା Exit Poll। ହେଲେ ନିର୍ବାଚନ ଫଳାଫଳ ଆସିବା ପରେ ଦଳକୁ ୧୩୮ ସିଟ୍ ମିଳିଥିବା ବେଳେ ୧୪୫ ଆସନ ହାତେଇଥିଲା କଂଗ୍ରେସ।